ନିଜ ଶ୍ୱଶୁରଙ୍କୁ ବାପାଙ୍କ ସ୍ଥାନ ଦେଇଥାନ୍ତି ଏହି ବଲିଉଡ଼ ଅଭିନେତ୍ରୀମାନେ ! ନିଜର ସବୁ ଛୋଟ ବଡ଼ କଥା ସେୟାର କରିଥାନ୍ତି…

ନିଜ ଶ୍ୱଶୁରଙ୍କୁ ବାପାଙ୍କ ସ୍ଥାନ ଦେଇଥାନ୍ତି ଏହି ବଲିଉଡ଼ ଅଭିନେତ୍ରୀମାନେ ! ନିଜର ସବୁ ଛୋଟ ବଡ଼ କଥା ସେୟାର କରିଥାନ୍ତି…

ଜଣେ ଝିଅ ପାଇଁ ବିବାହ ତା’ ଜୀବନର ସବୁଠାରୁ ବଡ଼ ପରିବର୍ତ୍ତନ ହୋଇଥାଏ । କାରଣ ଏହାପରେ ଝିଅଟି ଏକ ନୂଆ ଘରକୁ ଯାଇଥାଏ ଯେଉଁଠି ତାକୁ ଏକ ନୂଆ ପରିବାରର ସଦସ୍ୟ ମିଳିଥାନ୍ତି ଏବଂ ତାକୁ ସେମାନଙ୍କ ସହିତ ମିଳିମିଶି ରହିବାକୁ ପଡ଼ିଥାଏ । ଏମିତିରେ ଝିଅକୁ ଯଦି ସବୁଠାରୁ କାହାର ବିଚ୍ଛେଦ କଷ୍ଟ ମିଳିଥାଏ; ତେବେ ତାହା ହେଉଛି ସେମାନେ ବାପା ଓ ମାଆ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି ବଲିଉଡ଼ ଅଭିନେତ୍ରୀ ମାନଙ୍କ ସହିତ ସାକ୍ଷାତ କରାଇବାକୁ ଯାଉଛୁ ଯେଉଁମାନଙ୍କୁ ଶାଶୂ ଘରେ ନିଜ ଶ୍ୱଶୁରଙ୍କ ରୂପରେ ଦ୍ୱିତୀୟ ପିତା ମିଳିଛନ୍ତି । ଯେଉଁମାନେ କି ତାଙ୍କର ନିଜ ଝିଅ ଭଳି ଧ୍ୟାନ ରଖିଥାନ୍ତି ।

ଦୀପିକା ପାଦୁକୋନ :-

ବଲିଉଡ଼ ଠାରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ନିଜର ଅଭିନୟର ପ୍ରତିଭା ପ୍ରଦର୍ଶନ କରୁଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ବୋଲିଉଡ଼ର ଲୋକପ୍ରିୟ ଅଭିନେତା ରଣବୀର ସିଂହଙ୍କୁ ବିବାହ କରିଛନ୍ତି । କିନ୍ତୁ ଯେତେବେଳେ ଏକ ଇଣ୍ଟରଭିଉରେ ରଣବୀରଙ୍କ ବାପା ଜଗଜିତ ସିଂହ ଏବଂ ବୋହୂ ଦୀପିକା ପହଞ୍ଚି ଥିଲେ ସେଠାରେ ସେ କହିଥିଲେ ଯେ କିପରି ଜଣେ ପିତାଙ୍କ ଭଳି ଜଗଜିତ ସିଂହ ନିଜ ବୋହୂ ଦୀପିକାଙ୍କ ଧ୍ୟାନ ରଖନ୍ତି । ଏବଂ ଦୀପିକା ମଧ୍ୟ ନିଜ ଶ୍ୱଶୁରଙ୍କ ସହିତ ସବୁ ଛୋଟ ବଡ଼ କଥା ସେୟାର କରିଥାନ୍ତି ।

ଐଶ୍ୱର୍ଯ୍ୟା ରାୟ :-

ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ । ଏବଂ ଏହି ବିବାହ କାରଣରୁ ଅମିତାଭଙ୍କୁ ଏକ ଝିଅ ଭଳି ବୋହୂ ମଧ୍ୟ ମିଳିଲା ଯିଏକି ତାଙ୍କର ପ୍ରତି ଛୋଟ ବଡ଼ କଥାର ଧ୍ୟାନ ରଖିଥାନ୍ତି । ଏହି ଦୁଇଜଣଙ୍କର ଜଣେ ପିତା ଏବଂ ଝିଅ ଭଳି ଏତେ ଭଲ ସମ୍ବନ୍ଧ ରହିଛି ଯେ ପ୍ରାୟ ଐଶ୍ୱର୍ଯ୍ୟା ନିଜର ଶ୍ୱଶୁରଙ୍କ ସହିତ ସେଲ୍ଫି ଏବଂ ଫୋଟ ଉଠାଉଥିବାର ନଜର ଆସିଥାନ୍ତି ।

ସୋନମ କପୂର :-

ବୋଲିଉଡ଼ରେ ମଜନୁ ଭାଇ ନାମରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତା ଅନୀଲ କପୂରଙ୍କ ଝିଅ ସୋନମ କପୂର ମଧ୍ୟ ଏବେ ହିନ୍ଦୀ ସିନେମାର ଏକ ବଡ଼ ଚେହେରା ହୋଇ ସାରିଛନ୍ତି । ସୋନମ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି । ତେଣୁ ସେ ଏହା କହିଥିଲେ ଯେ କେବେବି ତାଙ୍କୁ ଏପରି ଅନୁଭବ ହୋଇନାହିଁ ଯେ ସେ ନିଜ ବାପାଙ୍କୁ ଛାଡ଼ି ଶାଶୂ ଘରକୁ ଆସିଛନ୍ତି ବୋଲି ।

ନେହା ଧୂପିୟା :-

ନିଜ ଶ୍ୱଶୁର ବିଷନ ସିଂହଙ୍କ ବିଷୟରେ ଇଣ୍ଟରଭିଉରେ ଅନେକଥର ନେହା ଧୂପିୟା କହିଛନ୍ତି । ଯେଉଁଥିରୁ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ଯେ ସେ ନିଜ ଶ୍ୱଶୁର ଘରେ କେତେ ଖୁସି ଅଛନ୍ତି । ଏହା ସହିତ ନେହାଙ୍କ ଶ୍ୱଶୁର ମଧ୍ୟ କହନ୍ତି ଯେ ବିବାହର ଏତେ ବର୍ଷ ପରେ ମଧ୍ୟ ସେ ଘରର ସବୁ ସଦସ୍ୟଙ୍କୁ ଖୁବ ସମ୍ମାନ ଦିଅନ୍ତି ।

ସମନ୍ଥା ରୁଥ :-

ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସମନ୍ଥା ରୁଥ ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଛନ୍ତି । ସମନ୍ଥା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ବାପା ଅର୍ଥାତ ତାଙ୍କ ଶ୍ୱଶୁର ଖୁବ ଖୋଲା ମିଜାଜର ଲୋକ ଅଟନ୍ତି । ଏବଂ ସେ ସବୁବେଳେ ସମନ୍ଥାଙ୍କୁ ନିଜ ଝିଅ ଭଳି ଦେଖିଥାନ୍ତି ।

ସୁଜୈନ ଖାନ :-

୨୦୧୪ ରେ ଋତିକ ରୋଶନଙ୍କ ପତ୍ନୀ ସୁଜୈନ ଖାନ ଏବଂ ଅଭିନେତା ଋତିକ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । କିନ୍ତୁ ତଥାପି ଏବେ ସୁଦ୍ଧା ଋତିକଙ୍କ ବାପା ସୁଜୈନଙ୍କ ଖବର ରଖନ୍ତି ଏବଂ ତାଙ୍କର ଦେଖା ଶୁଣା କରନ୍ତି । ସେ ସବୁବେଳେ ସୁଜୈନଙ୍କ ସପୋର୍ଟରେ ରହନ୍ତି , ଯେଉଁପରି ଭାବରେ ଜଣେ ବାପା ନିଜ ଝିଅର ସପୋର୍ଟରେ ରହିଥାଏ ।

Leave a Reply

Your email address will not be published. Required fields are marked *