୬୫ ବର୍ଷୀୟ ପ୍ରଯୋଜକଙ୍କ ଦ୍ଵାରା ହୋଇଥିଲେ ‘କାଷ୍ଟିଙ୍ଗ କାଉଚ୍’ର ଶିକାର । ଅଭିନେତ୍ରୀ ଜଣକ କରିଛନ୍ତି ଖୁଲାସା !

ବନ୍ଧୁଗଣ ଟିଭି ଓ ବଲିଉଡ଼ ଜଗତରେ ‘କାଷ୍ଟିଂ କାଉଚ୍’କୁ ନେଇ ପ୍ରତିଦିନ ନୂଆଁ ନୂଆଁ ଖୁଲାସା ହୋଇଥାଏ । ଏହା ଅନୁଯାୟୀ ମୀ ତୁ ଅଭିଯାନ ଆରମ୍ଭ କରାଯାଇଥିଲା ଯେଉଁଥିରେ ଅଭିନେତ୍ରୀ ମାନେ ବଡ଼ ବଡ଼ ଖୁଲାସା କରିଛନ୍ତି । ଏହିପରି ଟିଭି ଜଗତର ପ୍ରସିଦ୍ଧ ଅଭିନେତ୍ରୀ ମଲହାର୍ ରାଠୋର ଯିଏକି କେତେଗୁଡ଼ିଏ ଧାରାବାହିକ ମାନଙ୍କରେ ନଜର ଆସିଛନ୍ତି ସେ ମଧ୍ୟ ‘କାଷ୍ଟିଂ କାଉଚ୍’ର ଶିକାର ହୋଇଛନ୍ତି ।

ଜଣାଇଦେଉଛୁ ଯେ କିଛି ଦିନ ପୂର୍ବରୁ ହିଁ ମଲହାର୍ ରାଠୋର ଗୋଟିଏ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଅଭିନେତ୍ରୀ ମଲହାର୍ ରାଠୋର ଗୋଟିଏ ଇଣ୍ଟରଭ୍ୟୁରେ କହିଛନ୍ତି ଯେ କିଛି ବର୍ଷ ପୂର୍ବେ ଯେତେବେଳେ ସେ ଏହି ଇଣ୍ଡଷ୍ଟ୍ରିକୁ ନୂଆଁ କରି ଆସିଥିଲେ, ସେତେବେଳେ ସେ ‘କାଷ୍ଟିଂ କାଉଚ୍’ର ସାମ୍ନା କରିଛନ୍ତି । ସେହି ଇଣ୍ଟରଭ୍ୟୁରେ ମଲହାର୍ ନିଜ ଜୀବନରେ ଘଟିଥିବା ସମସ୍ତ ଘଟଣା ବିଷୟରେ କହିଛନ୍ତି ଏବଂ ନିଜ କ୍ୟାରିୟର ଆରମ୍ଭରେ ହୋଇଥିବା କେତୋଟି ଘଟଣା ବିଷୟରେ କହିଛନ୍ତି । ମଲହାର୍ ରାଠୋର କହିଛନ୍ତି ଯେ କିପରି ଭାବେ ତାଙ୍କୁ ‘କାଷ୍ଟିଂ କାଉଚ୍’ର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ମଲହାର୍ ରାଠୋର କହିଛନ୍ତି ଯେ ସେହି ସମୟରେ ସେ ଜଣେ କିଶୋରୀ ଅଭିନେତ୍ରୀ ଥିଲେ ଏବଂ ଯେତେବେଳେ ସେ ଜଣେ ୬୫ ବର୍ଷୀୟ ପ୍ରଯୋଜକଙ୍କ ପାଖକୁ କାମ ମାଗିବା ପାଇଁ ଗଲେ ସେତେବେଳେ ପ୍ରଯୋଜକ ତାଙ୍କୁ ଆପତ୍ତି ଜନକ କରିଥିଲେ । ଅଭିନେତ୍ରୀ କହିଛନ୍ତି ଯେ ଗୋଟିଏ ୬୫ ବର୍ଷୀୟ ପ୍ରଯୋଜକ ତାଙ୍କୁ ବହୁତ ଉଚ୍ଚରେ ପହଞ୍ଚାଇ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମଲହାର୍ ସେହି ସମୟରେ ଇଣ୍ଡଷ୍ଟ୍ରିରେ ନୂଆଁ ଥିଲେ । ତାଙ୍କୁ କିଛି ବୁଝି ପାରିନଥିଲେ ଯେ ତାଙ୍କୁ ବର୍ତ୍ତମାନ କଣ କରିବା ଉଚିତ । ସେ କହିଛନ୍ତି ଯେ ସେ ସେହି ସମୟରେ ବହୁତ ଡରି ଯାଇଥିଲେ । ମଲହାର୍ ରାଠୋର ପରିବାରର ୫ ଲୋକଙ୍କ ଖର୍ଚ୍ଚ ବହନ କରୁଥିଲେ ।

ଆପଣ ମାନଙ୍କୁ ଜଣାଇଦେଉଛୁ ଯେ ଅଭିନେତ୍ରୀ ମଲହାର୍ ଏହି ଅସୁବିଧାର ସମ୍ମୁଖୀନ କଲେ ଏବଂ ଏହି ଇଣ୍ଡଷ୍ଟ୍ରିରେ ନିଜକୁ ସ୍ଥାପିତ କଲେ । ମଲହାର୍ ଅନେକ ବିଜ୍ଞାପନ ମାନଙ୍କରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ମଲହାର୍ ଓଟିଟି ପ୍ଲାଟଫର୍ମରେ ବହୁତ ଭଲ ନାମ ଅର୍ଜନ କରିଛନ୍ତି । ମଲହାର ହଟ୍ ଷ୍ଟାରରେ ‘ତେରେ ଲିୟେ ବ୍ରୋ’, ‘ସନ୍ ସିଳ୍କ ରିୟଲ ଏଫ ଏମ୍’, ଓ ‘ହୋଷ୍ଟେଜେସ୍’ ଭଳି ସିରିଜରେ ମଧ୍ୟ ନଜର ଆସିଛନ୍ତି ।

Be the first to comment

Leave a Reply

Your email address will not be published.


*