୬୪ ବର୍ଷର ଅନୀଲ୍ କପୂର୍ ସେୟାର୍ କଲେ ନିଜର ନୂତନ ଫୋଟସୁଟ୍ ! ଫ୍ୟାନ୍ସମାନେ କମେଣ୍ଟ କରିଲେ ଆପଣ ୪୦ବର୍ଷ ଭଳି ଲାଗୁଛନ୍ତି…

୬୪ ବର୍ଷର ଅନୀଲ୍ କପୂର୍ ସେୟାର୍ କଲେ ନିଜର ନୂତନ ଫୋଟସୁଟ୍ ! ଫ୍ୟାନ୍ସମାନେ କମେଣ୍ଟ କରିଲେ ଆପଣ ୪୦ବର୍ଷ ଭଳି ଲାଗୁଛନ୍ତି…

ବଲିଉଡ଼ର ଦିଗଜ୍ଜ ଓ ଫିଟନେସ୍ ମାମଲାରେ ନମ୍ବର୍-୧ ଅଭିନେତା ଅନୀଲ୍ କପୂରଙ୍କ ଯଲବା ୯୦ ଦଶକରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବଜାୟ ରହିଛି । ବୟସର ଏହି ସମୟରେ ମଧ୍ୟ ଅନୀଲ୍ କପୂର୍ ଭଲ ଭଲ ଯୁବ ଅଭିନେତା ମାନଙ୍କୁ ଟକ୍କର୍ ଦେଉଥିବାର ନଜର ଆସନ୍ତି । ଅଭିନେତା ସୋସିଆଲ୍ ମିଡିଆରେ ମଧ୍ୟ ସକ୍ରିୟ ରୁହନ୍ତି ।

ଅନୀଲ୍ କପୂର୍ ନିଜର ଏକ ଅଲଗା ଫ୍ୟାନ୍ ଫୋଲୋଇଂ ରହିଛି । ଇଂଷ୍ଟାଗ୍ରାମରେ ତାଙ୍କର ୪ ମିଲିୟନରୁ ଅଧିକ ଫୋଲୋଅର୍ସ ଅଛି । ଏଥି ମଧ୍ୟରେ ଅନୀଲ୍ ନିଜର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ନିଜର ଲେଟେଷ୍ଟ ଫଟୋସୁଟ୍ ସେୟାର୍ କରିଛନ୍ତି, ଯାହାକୁ ଦେଖି ଆପଣ ମଧ୍ୟ ଏହା କହିବାରେ ବାଧ୍ୟ ହୋଇଯିବେ ଯେ ‘ଓଲ୍ଡ ଇଜ୍ ଗୋଲ୍ଡ’ ।

ବାସ୍ତବରେ ଅନୀଲ୍ କପୂର୍ ନିଜ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜର ନୂତନ ‘ଫୋଟସୁଟ୍’ର ଫୋଟ ସେୟାର୍ କରିଛନ୍ତି । ଏହି ଫୋଟରେ ଅଭିନେତାଙ୍କ ଫୋଟଗୁଡିକ ଖୁବ୍ ଭଲ ଥିଲା । ଅନୀଲଙ୍କ ସ୍ବେଗ୍ ଉପରେ ଯୁବ ପିଢ଼ି ମଧ୍ୟ ମୋହିତ୍ । ଷ୍ଟାଇଲ୍ ମାମଲାରେ ମଧ୍ୟ ଅଭିନେତା କାହାଠାରୁ ପଛରେ ନାହାଁନ୍ତି । ନିଜ ପୋଷାକରେ ଅନୀଲ୍ କପୂର୍ ବହୁତ ଡେସିଂ ଲାଗୁଛନ୍ତି । ନିଜ ସେୟାର୍ କରାଯାଇଥିବା ଫୋଟରେ ଏହି କଳାକାରମାନେ ଭିନ୍ନ ଭିନ୍ନ ପୋଜ୍ ଦେଉଥିବାର ନଜର ଆସୁଛନ୍ତି ।

ତାଙ୍କ ଫଟୋରେ ବଲିଉଡ଼ର ସମସ୍ତ କଳାକାରମାନେ ଲାଇକ୍ ଓ କମେଣ୍ଟ କରୁଛନ୍ତି । ଏଥି ମଧ୍ୟରେ ତାଙ୍କ ସ୍ତ୍ରୀ ସୁନିତା କପୂରଙ୍କ କମେଣ୍ଟ ଚର୍ଚ୍ଚାରେ ଆସିଯାଇଛି । ସୁନିତା ସ୍ୱାମୀଙ୍କ ଫୋଟ ଦେଖି ହୃଦୟ ଦେଇ ବସିଲେ । କମେଣ୍ଟରେ ସେ ନାଲି ରଙ୍ଗର ହାର୍ଟ ଥିବା ଇମୋଜି ତିଆରି କରିଛନ୍ତି । ନିଜ ସ୍ୱାମୀଙ୍କ ଲୁକରେ ଆଜି ମଧ୍ୟ ସ୍ତ୍ରୀ ସୁନିତା ହୃଦୟ ଦେଇ ବସିଛନ୍ତି । ସେପଟେ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ଖୁବ୍ କମପ୍ଲିମେଣ୍ଟ ଦେଉଛନ୍ତି । କିଛି ଫ୍ୟାନ୍ସ ଲେଖିଛନ୍ତି ଯେ ସେ ସମୟକୁ ଅଟକାଇ ରଖିଛନ୍ତି । ସେ ୬୪ ବର୍ଷର ନୁହେଁ ବରଂ ୪୦ ବର୍ଷର ଲାଗୁଛନ୍ତି ।

ଅନୀଲ୍ ଅଧିକାଂଶ ସମୟରେ ନିଜ ସ୍ତ୍ରୀଙ୍କ ସହିତ ମଧ୍ୟ ଫୋଟ ସେୟାର୍ କରନ୍ତି ଓ କେପ୍ସନ୍ ଜରିଆରେ ସୁନିତା କପୂରଙ୍କ ଉପରେ ଭଲପାଇବା ଜାହିର୍ କରୁଥିବାର ନଜର ଆସୁଛନ୍ତି ।

ଜଣାଇଦେଉଛୁ ଯେ ଅଭିନେତା ଅନୀଲ୍ କପୂର୍ ନିଜ କ୍ୟାରିୟରରେ ଅନେକଗୁଡ଼ିଏ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । କମେଡ଼ି ଚଳଚ୍ଚିତ୍ର ନୋ ଏଣ୍ଟ୍ରି ପାଇଁ ତାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ଫେୟାର୍ ପୁରସ୍କାର ମଧ୍ୟ ମିଳିସାରିଛି । ଅନୀଲ୍ କପୂରଙ୍କ ପାଖରେ ଆଗାମୀ କିଛି ଫିଲ୍ମୀ ପ୍ରୋଜେକ୍ଟ ରହିଛି, ଯାହା ଜରିଆରେ ସେ ପୁଣିଥରେ ଦର୍ଶକଙ୍କ ମଧ୍ୟରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *