କୁମ୍ଭ ରାଶି ଜୁଲାଇ ମାସରେ ସାବଧାନ ରୁହନ୍ତୁ, ୬ ଟି ବଡ଼ ଘଟଣା ଘଟିପାରେ ।

କୁମ୍ଭ ରାଶି ଜୁଲାଇ ମାସରେ ସାବଧାନ ରୁହନ୍ତୁ, ୬ ଟି ବଡ଼ ଘଟଣା ଘଟିପାରେ ।

ଆଜି ଆମେ ଏହି ଅନୁଛେଦରେ ଆପଣଙ୍କୁ ୨୦୨୦ ମସିହା, ଜୁଲାଇ ମାସରେ କୁମ୍ଭ ରାଶିର ବ୍ୟକ୍ତିଙ୍କ ରାଶିଫଳ ଜଣାଇବୁ । ଗ୍ରହମାନଙ୍କର ଚାଲି ଚଳନ ଆପଣମାନଙ୍କ ଜୀବନରେ କେଉଁ ଭଳି ପ୍ରଭାବ ପକାଇବ ଓ ଆପଣଙ୍କ ଜୀବନରେ ଏହା କେଉଁ ପ୍ରକାର ଫଳ ପ୍ରଦାନ କରିବ ଏବଂ ଆର୍ଥିକ ସ୍ଥିତି କିପରି ରହିବ ? ସେ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା । ଦେଖନ୍ତୁ ଏ ମାସରେ ୩ ରାଶିର ଭଲ ପ୍ରଭାବ ରହିବ । ଆସନ୍ତୁ ବିସ୍ତ୍ରୁତ ଭାବରେ ଜାଣିବା :

ଆପଣଙ୍କ ଜୀବନରେ ବହୁତ ଖୁସି ଆସିବାକୁ ଯାଉଛି । ଏହି ସମୟ ସବୁ ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ହେବାକୁ ଯାଉଛି । ପାଠପଢ଼ା ପ୍ରତି ଆପଣଙ୍କ ନିଷ୍ଠା ଦୃଢ ରହିବ ଓ ସୂର୍ଯ୍ୟଙ୍କର ତେଜ ଆପଣଙ୍କୁ ମିଳିବାକୁ ଯାଉଛି । ଆପଣଙ୍କୁ ବିଶେଷ କରି ବଡ଼ମାନଙ୍କର ସମର୍ଥ ଓ ଗୁରୁମାନଙ୍କର ସମର୍ଥ ମିଳିବାକୁ ଯାଉଛି । ବେପାରୀମାନଙ୍କ ପାଇଁ ବହୁତ ଭଲ ସମୟ ରହିବ ଓ ପ୍ରତ୍ୟେକ କାର୍ଯ୍ୟରେ ଉନ୍ନତି କରିବେ ।

google

ଯେଉଁମାନେ ସରକାରୀ ଚାକିରୀ ପାଇଁ ବହୁତ ଦିନରୁ ପ୍ରୟାସ କରି ଆସିଛନ୍ତି, ସେମାନେ କାର୍ଯ୍ୟ ଅନ୍ଵେଷଣରେ ବ୍ୟସ୍ତ ରହିବେ । ଏହି ସମୟ ରାଜନୀତିରେ ଥିବା ଵ୍ୟକ୍ତିମାନଙ୍କ ପାଇଁ ଭଲ ରହିବ । ଏହି ସମୟରେ କିଛି ନୂଆ ସମ୍ପର୍କ ଓ ମିତ୍ର ହେଇପାରନ୍ତି । ଯେଉଁମାନେ ଭଲ ପାଇବା ସମ୍ପର୍କରେ ଅଛନ୍ତି, ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ସୁର୍ଯ୍ୟଙ୍କର କିଛି ଉଗ୍ର ସ୍ଵଭାଵ ଆପଣଙ୍କ ପାଖରେ ଦେଖାଯାଇପାରେ ଓ ଏହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ।

ଯେକୌଣସି ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଆଡଜଷ୍ଟ୍ କରିବାକୁ ବାଧ୍ୟ ହେବେ । କାର୍ଯ୍ୟ ଅନୁଯାୟୀ ଆପଣଙ୍କ ଫଳ ଯୁକ୍ତାତ୍ମକ ମିଳିବ ଏହି କାରଣରୁ ଆପଙ୍କୁ ଧନ ପ୍ରାପ୍ତି ହେବ । ସେୟାର ବଜାରରେ ଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ । କିଛି ନା କିଛି ଏପରି ଘଟିବ ଯାହା ଫଳରେ ଆପଣଙ୍କ ମନରେ ଆନନ୍ଦିତ ରହିବ ଏବଂ ସନ୍ତାନ ଯୋଗ ମଧ୍ୟ ରହିଛି । ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବ ଧାର୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ ।

ଭାଇ ଭଉଣୀମାନଙ୍କ ସହିତ ବହୁତ ସୁଫଳ ପ୍ରାପ୍ତି ହେବ ଓ ଆପଣଙ୍କୁ ଧାର୍ମିକ ଫଳର ଲାଭ ହେବ । ମଙ୍ଗଳଙ୍କ ଶୁଭ ଦୃଷ୍ଟିରେ ଫଳରେ କର୍ମକ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିପାରିବେ । ଖେଳକୁଦ କ୍ଷେତ୍ରରେ ଆପଣ ଆଗରେ ରହିବେ । ଯେଉଁମାନେ ଡିଫେନ୍ସ ଲାଇନରେ ଯିବାକୁ ଚାହୁଁଛନ୍ତି ଆପଣଙ୍କ ଇଛା ପୁର୍ଣ୍ଣ ହୋଇପାରେ । ଏହି ସମୟରେ ଆପଣଙ୍କ ପରିଶ୍ରମ ଓ ଏକାଗ୍ରତା ଉଚିତ ଫଳ ପ୍ରଦାନ କରିବ ।

google

ଅଯଥା ଖର୍ଚ୍ଚରେ ଆପଣଙ୍କ ବୃଦ୍ଧି ଦେଖିବାକୁ ମିଳିବ, ଆପଣ ଏପରି କିଛି ଖର୍ଚ୍ଚ କରିବେ ଯାହାର ଆପଣ କଳ୍ପନା କରିନଥିବେ । ଦେଖି ଚାହିଁ ଖର୍ଚ୍ଚ କରନ୍ତୁ ଯେପରି ଆପଣଙ୍କୁ ପଶ୍ଚାତାପ କରିବାକୁ ନପଡ଼େ । ଆଉ ଗୋଟେ କଥା ନିଜ ଜୀବନ ସାଥୀଙ୍କର ଅଧିକ ଧ୍ୟାନ ରଖନ୍ତୁ । ତାଙ୍କର ସ୍ଵାସ୍ଥ୍ୟ କିଛି ଖରାପ ରହିପାରେ । ନିଜ ପାଇଁ ଶାରୀରିକ ଦୃଷ୍ଟିରୁ ସତର୍କ ରହିବାର ଅଛି । ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଓ ସ୍ୱାସ୍ଥ୍ୟ ଜନିତ କିଛି ବି ସମସ୍ୟା ଆପଣଙ୍କୁ ଦେଖା ଯାଇପାରେ ।

ଶଶୁର ଘର ତରଫରୁ କୌଣସି ଖୁସିର ବାର୍ତ୍ତା ମିଳିପାରେ । ଏହି ସମୟରେ ଶୁକ୍ରଙ୍କ ପ୍ରଭାବ ଯୋଗୁଁ ଅନ୍ୟତ୍ର ଯିବାକୁ ପଡିପାରେ । ଶନିଦେଵଙ୍କ ପ୍ରଭାବରୁ କାର୍ଯ୍ୟରେ ବାଧା ଆସିପାରେ । ତା’ ସହିତ ନିଜ ମାତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ବହୁତ ଆଵଶ୍ୟକତା ରହିଛି । କୌଣସି ପାରିବାରିକ ଘଟଣାକୁ କେନ୍ଦ୍ର କରି ମାଆଙ୍କ ସହ ଆପଣଙ୍କର ମତାନ୍ତର ହୋଇପାରେ । ଏଥିପାଇଁ ଆପଣ ଶନିଦେବଙ୍କ ଉପଚାର ନିଶ୍ଚିତ ରୂପରେ କରନ୍ତୁ ।

google

ଶନିବାର ଦିନ ଶନିଚାଳିସା ପାଠ କରନ୍ତୁ ଓ କିଛି କଞ୍ଚା କୋଇଲା ନିଅନ୍ତୁ, ତାକୁ ମୁଣ୍ଡ ଉପରେ ଦକ୍ଷିଣ ପଟେ ବୁଲାଇ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ । କଳା କମ୍ବଳ କୌଣସି ଆଵଶ୍ୟକତା ଥିବା ବ୍ୟକ୍ତିକୁ ଦାନ କରିପାରନ୍ତି । ଏହିସବୁ ଉପାୟ ଆପଣ କରିବା ଦ୍ୱାରା ନକାର୍ରାତ୍ମକ ଶକ୍ତିର ବିନାଶ ହେବ । ତା’ ସହିତ ଶୁକ୍ରଙ୍କ ଉପାୟ ନିଶ୍ଚିତ କରନ୍ତୁ, ଶୁକ୍ରବାର ଦିନ କ୍ଷୀର, ଦହି, ଚାଉଳକୁ ଦାନ କରନ୍ତୁ । କେତୁଙ୍କ ଉପାୟ ଆପଣଙ୍କୁ ଲାଭ ଦେଇପାରେ । ପକ୍ଷୀମାନଙ୍କୁ ବାଜରା ଖାଇବାକୁ ଦିଅନ୍ତୁ ଓ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । କୌଣସି ଆଵଶ୍ୟକତା ଥିବା ବ୍ୟକ୍ତିକୁ ଆଟାର ଦାନ କରନ୍ତୁ । ସମସ୍ତ ନକାରାତ୍ମକ ଉର୍ଜାକୁ ଶେଷ କରିପାରନ୍ତି । ଏହି ସବୁ ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ଉପରେ ଥିବା ନକରାତ୍ମକ ପ୍ରଭାବ ଦୂର ହେବା ସଙ୍ଗେ ସଙ୍ଗେ ଶୁଭଫଳ ପ୍ରାପ୍ତି ମଧ୍ୟ ହୋଇପାରିବ ।

Leave a Reply

Your email address will not be published. Required fields are marked *