୬୦ ବର୍ଷର ଜେଜେମାଁଙ୍କୁ ୨୧ ବର୍ଷର ପୁଅ ସହ ହୋଇଗଲା ପ୍ରେମ, କହିଲେ- ଦୁହେଁ ପରସ୍ପରଙ୍କୁ ବହୁତ ଭଲ ପାଆନ୍ତି, ସେ ଛୋଟ ଅଟନ୍ତି କିନ୍ତୁ…

୬୦ ବର୍ଷର ଜେଜେମାଁଙ୍କୁ ୨୧ ବର୍ଷର ପୁଅ ସହ ହୋଇଗଲା ପ୍ରେମ, କହିଲେ- ଦୁହେଁ ପରସ୍ପରଙ୍କୁ ବହୁତ ଭଲ ପାଆନ୍ତି, ସେ ଛୋଟ ଅଟନ୍ତି କିନ୍ତୁ…

କୁହାଯାଏ କି, ଯେତେବେଳେ ପ୍ରେମ ହୋଇଥାଏ ସେତେବେଳେ ବୟସର ସୀମା ଦେଖାଯାଇନଥାଏ । ବର୍ତ୍ତମାନ ଔକ୍ଲାହୋମାରେ ରହୁଥିବା ଏହି ୬୦ବର୍ଷୀୟା ଆମ୍ମାଜୀଙ୍କୁ ହିଁ ଦେଖିନିଅନ୍ତୁ । ପାମ୍ ଶାସ୍ତୀନ୍ ନାମକ ଏହି ମହିଳାଙ୍କୁ ନିଜଠାରୁ ୩୯ବର୍ଷ ବୟସ ଛୋଟ ଜୋନାଥାନ୍ ଲୈଗେଵିନଙ୍କ ସହିତ ପ୍ରେମ ହୋଇଯାଇଛି । ଦୁଇ ଜଣ ନିର୍ବନ୍ଧ କରିସାରିଛନ୍ତି ଏବଂ ଅତିଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି । ତଥାପି ଏମାନଙ୍କ ପ୍ରେମରେ ସମାଜ ବାଧକ ସାଜିଛି । ସେମାନଙ୍କୁ ଏହି ଦୁହିଁଙ୍କ ସମ୍ପର୍କ ସହଜରେ ହଜମ ହେଉନାହିଁ । ପରିଣାମ ଏପରି ହେଲା କି, ନିଜର ୨୧ ବର୍ଷୀୟ ପ୍ରେମିକଙ୍କୁ ହାସଲ କରିବା ପାଇଁ ପାମ୍ ନାମକ ଆମ୍ମାଜୀ ନିଜ ଘର, ବନ୍ଧୁ ବାନ୍ଧବ ଏବଂ ସାଙ୍ଗ ମାନଙ୍କୁ ଛାଡ଼ି ଦେଇଛନ୍ତି ।

ଲୋକମାନଙ୍କୁ ଅପମାନ ମିଳିଥାଏ

Google

ପାମ୍(୬୦) ଏବଂ କମ୍ପ୍ୟୁଟର ଇଞ୍ଜିନିୟର ଜୋନାଥନ୍(୨୧) ବିଗତ ଦୁଇବର୍ଷ ଧରି ଏକାଠି ଅଛନ୍ତି । ପାମ୍ କହିଥାନ୍ତି ଯେ, ଜୋନାଥନ୍ ତାଙ୍କ ନାତିଙ୍କ ବୟସର ଅଟନ୍ତି, ତଥାପି ଏହି କଥାରୁ ଆମ ଦୁହିଁଙ୍କୁ କିଛି ଫରକ ପଡେନାହିଁ । ଆମେ ଦୁହେଁ ପରସ୍ପରକୁ ବହୁତ ଭଲପାଉ । ଯେତେବେଳେ ମଧ୍ୟ ସାଥିରେ ମିଶି ବୁଲିଥାଉ, ଲୋକମାନେ ବୁଲି ବୁଲି ଦେଖିଥାନ୍ତି, ଥଟ୍ଟା ପରିହାସ ମଧ୍ୟ କରିଥାନ୍ତି, କିନ୍ତୁ ଏହି କଥାକୁ ନେଇ ବର୍ତ୍ତମାନ ଆମକୁ କିଛି ମଧ୍ୟ ଫରକ ପଡ଼ୁନାହିଁ । ଆମେ ଦୁହେଁ ପରସ୍ପରଙ୍କ ସହିତ ବହୁତ ଖୁସିରେ ଅଛୁ ।

ଏହିପରି ସାକ୍ଷାତ ହୋଇଥିଲା

Google

ଦୁଇ ପ୍ରେମୀଯୁଗଳଙ୍କ ସାକ୍ଷାତ ୨୦୧୮ ମସିହାରେ ଗୋଟିଏ ଡେଟିଂ ଆପ୍ ଦ୍ୱାରା ହୋଇଥିଲା । ପ୍ରୋଫାଇଲରେ ଜୋନାଥନ୍ ତାଙ୍କର ବୟସ ୨୧ ଲେଖିଥିଲେ, କିନ୍ତୁ ପାମଙ୍କୁ ତାଙ୍କ ଫୋଟୋ ଦେଖି ବିଶ୍ୱାସ ହୋଇଯାଇଥିଲା କି, ସେ ୨୦ ବର୍ଷରୁ କମ୍ ହେବେ । ପୁଣି ଯେତେବେଳେ ଦୁହିଁଙ୍କ ସାକ୍ଷାତ ହେଲା, ତେବେ ଜଣାପଡ଼ିଲା କି ତାଙ୍କ ବୟସ ମାତ୍ର ୧୯ ବର୍ଷ ଅଟେ । ତାଙ୍କୁ ବୟସ୍କା ମହିଳାମାନଙ୍କ ସହିତ ସାକ୍ଷାତ କରିବା ଏବଂ କଥା ହେବାକୁ ଭଲ ଲାଗୁଥିଲା ।

Google

ଏତେ କମ୍ ବୟସ ଦେଖି ପାମ୍ ପ୍ରଥମେ ଟିକିଏ ଚିନ୍ତାରେ ପଡିଯାଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ସେତେବେଳେ ସେ ଅନୁଭବ କରିଥିଲେ କି ତାଙ୍କୁ ଗୋଟିଏ ଉପଯୁକ୍ତ ଜୀବନସାଥୀ ମିଳିଯାଇଛି । ପାମ୍ କହନ୍ତି ଯେ, ତାଙ୍କୁ ପ୍ରାରମ୍ଭରୁ ହିଁ କମ୍ ବୟସର ପୁଅ ମାନଙ୍କ ପ୍ରତି ଆଗ୍ରହ ଥିଲା ।

ସମାଜ ଏହି ପ୍ରେମରେ ପ୍ରତିବନ୍ଧକ ସାଜିଥିଲା

Google

ପାମ୍ ଜୋନାଥନଙ୍କୁ ନିଜର କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ଘର ଲୋକ ଏବଂ ବନ୍ଧୁମାନଙ୍କ ଏଥିରେ ମଞ୍ଜୁରୀ ନଥିଲା । ପାମଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ଯେଉଁମାନଙ୍କ ବୟସ ୩୦ବର୍ଷରୁ ଅଧିକ ଅଟେ । ଏହିପରି ଭାବରେ ତାଙ୍କୁ ସମାଜରୁ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡିଥିଲା । ଏହିପରି ପରିସ୍ଥିତିରେ ପାମ୍ ସମସ୍ତଙ୍କୁ ଛାଡି ଜୋନାଥନଙ୍କ ସହ ରହିବାକୁ ନିଷ୍ପତି ନେଇଥିଲେ । ଦୁହିଁଙ୍କ ମଧ୍ୟରେ ଅନେକ ଜିନିଷ ଏକାସଦୃଶ ମଧ୍ୟ ଥିଲା । ଉଦାହରଣ ସ୍ୱରୂପ, ଦୁହିଁଙ୍କୁ ଜ୍ୟୋତିଷ ଏବଂ ବୁଲିବା ବହୁତ ପସନ୍ଦ ଥିଲା ।

ଡେଟ୍ ଦିନ ରାତିରେ ରୋମାନ୍ସ କରିଥିଲେ

Google

ଡେଟ୍ କରିବା ଦିନ ଉଭୟେ ଆରମ୍ଭରେ ବହୁତ କଥା ହୋଇଥିଲେ । ତା’ପରେ ଦୁହେଁ ବୁଲିବାକୁ ଯାଇଥିଲେ । ଏହା ପରେ ଦୁହେଁ ଶାରୀରିକ ସମ୍ବନ୍ଧ ମଧ୍ୟ ରଖିଥିଲେ । ପାମ୍ କହିଛନ୍ତି କି, ଏହା ବହୁତ ରୋମାଞ୍ଚକର ଥିଲା । ଦୁହେଁ ରାତିସାରା କଥାବାର୍ତ୍ତା କରିଥିଲେ । ଅଧିକାଂଶ ସମୟରେ ଜୋନାଥନଙ୍କ କଲେଜ ବିଷୟରେ କଥାବାର୍ତ୍ତା ହେଉଥିଲା ।

ଛୋଟ କିନ୍ତୁ ନିରୀହ ନୁହେଁ

Google

ପାମ୍ ଏବଂ ଜୋନାଥନ୍ ପରସ୍ପରଙ୍କ ସମସ୍ତ ଆବଶ୍ୟକତାର ସମ୍ପୂର୍ଣ୍ଣ ଯତ୍ନ ରଖିଥାନ୍ତି । ପାମ୍ କହିଛନ୍ତି ଯେ, ଜୋନାଥନଙ୍କୁ ଜଣାଅଛି କି ପ୍ରେମ କିପରି କରାଯାଏ । ଏମିତିରେ ସେ ବୟସରେ ଛୋଟ ଅଟନ୍ତି, କିନ୍ତୁ ନିରୀହ ନୁହଁନ୍ତି । ସେହି ଡେଟିଂ ରାତି ପରେ ମଧ୍ୟ ଦୁହେଁ ଆହୁରି ଅନେକ ଥର ମିଶିଥିଲେ । ଧୀରେ ଧୀରେ ଦୁହିଁଙ୍କ ସମ୍ପର୍କ ଅଧିକ ମଜବୁତ ହେବାରେ ଲାଗିଲା । ଏମିତିରେ ଦୁହେଁ ନିର୍ବନ୍ଧ କରିଦେଲେ । ବର୍ତ୍ତମାନ ଦୁହେଁ ଖୁବ୍ ଶୀଘ୍ର ବିବାହର ବନ୍ଧନରେ ବାନ୍ଧି ହେବା ପାଇଁ ଭାବୁଛନ୍ତି ।

Leave a Reply

Your email address will not be published. Required fields are marked *