ରେଖାଙ୍କ ଭଳି ସଫଳ ଅଟନ୍ତି ତାଙ୍କର ୬ ଜଣ ଭଉଣୀ ! ଜାଣନ୍ତୁ କେଉଁଠାରେ ରୁହନ୍ତି ଏବଂ କଣ କରନ୍ତି ?

ନମ୍ରତା ଶର୍ମା – ବଲିଉଡ଼ର ସୁନ୍ଦରତା ଓ ଉତ୍ତମ ଅଭିନୟ ବଳରେ ରେଖା ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ପିନ୍ଧିବା ଶୈଳୀକୁ ନେଇ ରେଖା ଖୁବ୍ ଖବରରେ ରୁହନ୍ତି । ରେଖା ଯେଉଁଠାକୁ ମଧ୍ୟ ଯାଆନ୍ତି ସେଠାରେ ସେ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଦିଅନ୍ତି । ରେଖାଙ୍କ କଥା ଅଧିକାଂଶ ସମୟରେ ହୋଇଥାଏ କିନ୍ତୁ ଆଜି ଆମେ ରେଖାଙ୍କ ଛଅ ଜଣ ଭଉଣୀଙ୍କ ବିଷୟରେ ଆଲୋଚନା କରିବା । କଣ ଆପଣ ଜାଣନ୍ତି ରେଖାଙ୍କ ଏକ ନିଜ ରକ୍ତ ସମ୍ପର୍କୀୟ ଭଉଣୀ ଅଛନ୍ତି ଓ ୫ଟି ସାବତ ଭଉଣୀ ଅଛନ୍ତି । ଏହି ସମସ୍ତ ଭଉଣୀ ନିଜ ନିଜ ଜୀବନରେ ସଫଳ ଅଟନ୍ତି ।

google

ରେଖାଙ୍କ ପିତା ଯେମିନି ଗଣେଶନ ଦକ୍ଷିଣ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ଥିଲେ । ଯେମିନୀ ଗଣେଶନ ତିନୋଟି ବିବାହ କରିଥିଲେ । ପ୍ରଥମ ସ୍ତ୍ରୀ ଅଲାମେଲୁଙ୍କ ୪ଟି ଝିଅ ଅଛନ୍ତି । ଦ୍ୱିତୀୟ ପତ୍ନୀରୁ ରେଖା ଓ ରାଧା ଜନ୍ମ ହେଲେ ଓ ତୃତୀୟ ସ୍ତ୍ରୀ ସାବିତ୍ରୀ ଠାରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଝିଅ ଚାମୁଣ୍ଡେଶ୍ୱରୀ ଓ ଜଣେ ପୁଅ ଅଟନ୍ତି । ଏପରି ଭାବରେ ରେଖାଙ୍କ ନିଜର ଏକମାତ୍ର ରକ୍ତ ସମ୍ପର୍କୀୟ ଭଉଣୀ ଅଛନ୍ତି ଓ ପାଞ୍ଚଟି ସାବତ ଭଉଣୀ ଅଛନ୍ତି । ପିତା ଗଣେଶନଙ୍କ ସହ ରେଖାଙ୍କ ଭଲ ସମ୍ବନ୍ଧ ନଥିଲା ସତ କିନ୍ତୁ ତାଙ୍କ ଭଉଣୀଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ଚାଲନ୍ତୁ ଆଜି ରେଖାଙ୍କ ସମସ୍ତ ଭଉଣୀଙ୍କ ବିଷୟରେ ଆପଣଙ୍କୁ ଜଣାଇବୁ ।

ରେବତୀ ସ୍ୱାମୀନାଥନ –

google

ରେଖାଙ୍କ ସବୁଠାରୁ ବଡ଼ ଭଉଣୀ ଡାକ୍ତର ରେବତୀ ସ୍ୱାମୀନାଥନ ଅଟନ୍ତି । ଯିଏ ଆମେରିକାର ଜଣେ ଜଣାଶୁଣା ଡାକ୍ତର ଅଟନ୍ତି । ରେବତୀ ରେଡିଏସନ ଆକୋଲୋଜିଷ୍ଟ ଅଟନ୍ତି । ରେବତୀ ଲାଇମଲାଇଟ ଠାରୁ ଖୁବ୍ ଦୂରରେ ରୁହନ୍ତି । ନିଜ ଭଉଣୀ ରେଖାଙ୍କ ସହିତ ରେବତୀଙ୍କ ବହୁତ ଭଲ ସମ୍ପର୍କ ରହିଛି ।

କମଳା ସେଲବରାଜ –

google

ରେଖାଙ୍କ ଦ୍ୱିତୀୟ ଭଉଣୀଙ୍କ ନାମ ଅଟେ କମଳା ସ୍ବେଲବରାଜ । ବଡ଼ ଭଉଣୀ ରେବତୀଙ୍କ ଭଳି କମଳା ମଧ୍ୟ ଜଣେ ପ୍ରସିଦ୍ଧ ଡାକ୍ତର ଅଟନ୍ତି । କମଳା ଚେନ୍ନାଇରେ ଏକ ହସ୍ପିଟାଲ ଚଳାଉଛନ୍ତି । ଏହି ହସ୍ପିଟାଲର ନାମ ଜିଜି ହସ୍ପିଟାଲ ଅଟେ । ଦୂର ଦୁରାନ୍ତରରୁ କମଳା ପାଖକୁ ଚେକଅପ କରାଇବା ପାଇଁ ଆସନ୍ତି । ତାଙ୍କର ଗଣନା ଚେନ୍ନାଇର ଜଣାଶୁଣା ଡାକ୍ତର ମାନଙ୍କ ମଧ୍ୟରେ ହୋଇଥାଏ ।

ନାରାୟଣୀ ଗଣେଶ –

google

ରେଖାଙ୍କ ତୃତୀୟ ଭଉଣୀଙ୍କ ନାମ ନାରାୟଣୀ ଗଣେଶ ଅଟେ । ଦୁଇଟି ଭଉଣୀଙ୍କ ଡାକ୍ତର ହେବା ଓ ଜଣେ ଭଉଣୀ ଅଭିନେତ୍ରୀ ହେବା ପରେ ରେଖାଙ୍କ ତୃତୀୟ ଭଉଣୀ କଲମର ମାର୍ଗ ଚୟନ କରିଛନ୍ତି ଏବଂ ସେ ଜଣେ ପତ୍ରକାର ହୋଇଗଲେଣି । ହଁ ନାରାୟଣୀ ଗଣେଶ ଜଣେ ଜର୍ଣ୍ଣାଲିଷ୍ଟ ଅଟନ୍ତି ଓ ଏକ ମୁଖ୍ୟ ଖବର କାଗଜରେ କାମ କରନ୍ତି । ନାରାୟଣୀ ଏକ ଭଲ ପରଦାରେ କାର୍ଯ୍ୟରତ ଅଟନ୍ତି ।

ବିଜୟା ଚାମୁଣ୍ଡେଶ୍ୱରୀ –

google

ବର୍ତ୍ତମାନ କଥା ହେବା ରେଖାଙ୍କ ଆଉ ଏକ ଭଉଣୀଙ୍କ ବିଷୟରେ ଯାହାଙ୍କ ନାମ ବିଜୟା ଚାମୁଣ୍ଡେଶ୍ୱରୀ ଅଟେ । ଚାମୁଣ୍ଡେଶ୍ୱରୀ ଜୀବିକାରେ ଫିଜିଓଥେରେପିଷ୍ଟ ଅଟନ୍ତି । ରେଖାଙ୍କ ଅଧିକାଂଶ ଭଉଣୀ ମେଡ଼ିକାଲ ଫିଲଡ଼ରେ କାମ କରନ୍ତି ଏବଂ ଆଜି ସେମାନେ ନିଜ ଜୀବନରେ ସଫଳ ଅଟନ୍ତି ।

ରାଧା ଉସମ୍ମାନ ସେୟଦ –

google

ରେଖାଙ୍କ ଭଉଣୀ ରାଧା ଜଣେ ଅଭିନେତ୍ରୀ ଥିଲେ । ସେ ସାଉଥର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଯଦିଓ ସେ ଇଣ୍ଡଷ୍ଟ୍ରିରେ ଅଧିକ ନାମ ଅର୍ଜନ କରିନାହାଁନ୍ତି । ବିବାହ ପରେ ରାଧା ଚଳଚ୍ଚିତ୍ରରେ ଅଭିନୟ କରିବା ଛାଡ଼ିଦେଲେ । ଜଣାଇଦେଉଛୁ ଯେ ବହୁତ ଦିନ ଧରି ସମ୍ପର୍କରେ ରହିବା ପରେ ରାଧା ମଡେଲ ଉସମାନ ଶହୀଦଙ୍କୁ ବିବାହ କରିଥିଲେ । ସେ ବର୍ତ୍ତମାନ ଆମେରିକାରେ ରୁହନ୍ତି । ନିକଟରେ ରାଧା ଅରମାନ ଜୈନଙ୍କ ବିବାହରେ ରେଖାଙ୍କ ସହିତ ଯାଇଥିଲେ । ରେଖାଙ୍କ ସଙ୍ଗେ ସଙ୍ଗେ ରାଧାଙ୍କ ସୁନ୍ଦରତାକୁ ଆହୁରି ବଢ଼ାଇ ଦେଇଥିଲା ।

ଜୟା ଶ୍ରୀଧର –

ରେଖାଙ୍କ ସବୁଠାରୁ ଛୋଟ ଭଉଣୀଙ୍କ ନାମ ଜୟା ଶ୍ରୀଧର ଅଟେ । ଜୟା ଇଣ୍ଟର ନ୍ୟୁଜ ନେଟୱାର୍କରେ ହେଲଥ ଏଡ଼ଭାଇଜର ଭାବରେ କାମ କରୁଛନ୍ତି । ଜୟାଙ୍କ ସହିତ ରେଖାଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଅଧିକାଂଶ ସମୟରେ ଜୟାଙ୍କ ସାହାଯ୍ୟ କରୁଥିବାର ମଧ୍ୟ ରେଖା ନଜର ଆସନ୍ତି । ଏହି ସମସ୍ତ ଭଉଣୀଙ୍କ ମଧ୍ୟରେ ବହୁତ ପ୍ରେମ ରହିଛି । ଯେତେବେଳେ ଜୟା ହସ୍ପିଟାଲର ଉଦଘାଟନ ହୋଇଥିଲା ସେତେବେଳେ ରାଧାଙ୍କ ବ୍ୟତୀତ ସମସ୍ତ ଭଉଣୀ ସେଠାରେ ଉପସ୍ଥିତ । ରେଖା ମଧ୍ୟ ଜୟାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Be the first to comment

Leave a Reply

Your email address will not be published.


*