ଯକୃତ ଖରାପ ହେବାର ୬ ଟି ସଂକେତ । ଜାଣନ୍ତୁ ଏହାକୁ ସୁସ୍ଥ ରଖିବାର ଉପାୟ !

ଲିଭର୍ ଫେଲିଅର ବା ଯକୃତ ଖରାପ ହେବା ସମସ୍ୟା ବର୍ତ୍ତମାନ ସାଧାରଣ ଭାବରେ ଶୁଣିବାକୁ ମିଳୁଛି କାରଣ ଆମର ଜୀବନଶୈଳୀ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛି । ଯକୃତ ଖରାପ ହୋଇଗଲେ ସମ୍ପୂର୍ଣ୍ଣ ଶରୀର ଦୁର୍ବଳ ହୋଇଯାଏ କାରଣ ଏହାର ପ୍ରଭାବ ଆମର ପାଚନତନ୍ତ୍ର ଉପରେ ପଡ଼ିଥାଏ । ଯାହା ଧୀରେ ଧୀରେ ଶରୀରକୁ ଦୁର୍ବଳ କରିଥାଏ, ଯକୃତ ଖରାପ ହୋଇଯିବା କାରଣରୁ ଶରୀରରେ ହେପଟାଇଟିସ, ଫେଟି ଲିଭର୍, ଲିଭର୍ ସୋରାୟସିସ, ଲିଭର୍ କ୍ୟାନ୍ସର ବା ଯକୃତ କର୍କଟ ଭଳି ରୋଗ ସୃଷ୍ଟି ହୋଇଥାଏ ।

……ଯେପରି ଖାଦ୍ୟପାନୀୟ ପାଚନ ହୁଏନାହିଁ ।

.ଶରୀର ବହୁତ ଶୀଘ୍ର ହାଲିଆ ହୋଇ ଯାଇଥାଏ

.ମୂତ୍ରର ରଙ୍ଗ ଗାଢ଼ ହଳଦିଆ ହୋଇଯାଏ

. ପେଟ ବ୍ୟଥା

. ପାଦ କିମ୍ବା ଆଣ୍ଠୁବ୍ୟଥା

. ବିନା କାରଣରୁ ଓଜନ ହ୍ରାସ ପାଇବା କିମ୍ବା ବୃଦ୍ଧି ହେବା

ଶେଷରେ ଯକୃତ କେଉଁ କାରଣରୁ ଦୁର୍ବଳ ହେବାକୁ ଲାଗେ….

.ଧୂମ୍ରପାନ-ମଦ୍ୟପାନ ସେବନ ସବୁଠାରୁ ବଡ଼ କାରଣ ଅଟେ ।

. ଅଧିକ ତୈଳଯୁକ୍ତ ଏବଂ ଜଙ୍କ ଫୁଡ଼ ବା ଅସ୍ଵାସ୍ଥ୍ୟକର ଖାଦ୍ୟ ସାମଗ୍ରୀ ସେବନ କରିବା ଫଳରେ

.ଅଳ୍ପ କିମ୍ବା ଅଧିକ ଭୋଜନ କରିବା ଯୋଗୁଁ

.ଅତ୍ୟଧିକ ମାତ୍ରାରେ ମାଂସ ଭକ୍ଷଣ କରିବା ଯୋଗୁଁ

.ପ୍ରଦୂଷଣ କାରଣରୁ

.ଅଳ୍ପ ମାତ୍ରାରେ ଜଳ ପାନ କରିବା ଫଳରେ

.ଶାରୀରିକ ଗତିବିଧି ନକରିବା ଫଳରେ

ବର୍ତ୍ତମାନ ଜାଣିବା ଯେ ଯକୃତକୁ କିଭଳି ଭାବେ ସୁସ୍ଥ ରଖିବା

ଉପଯୁକ୍ତତା ବିଶେଷଜ୍ଞ ଫିଟନେସ ଏକ୍ସପର୍ଟଙ୍କ ଅନୁଯାୟୀ ଜୁସ୍ ଅର୍ଥାତ କୌଣସି ପ୍ରକାର ପାନୀୟ ସେବନ କରିବା ଆପଣଙ୍କ ଯକୃତକୁ ବହୁତ ସୁସ୍ଥ ରଖିଥାଏ ।

.ଲାଉ, ହଳଦୀ, ଧନିଆ, ଲେମ୍ବୁ, କଳା ଲୁଣ ପକାଇ ଏହାର ଜୁସ ପ୍ରସ୍ତୁତ କରନ୍ତୁ ଏବଂ ପିଅନ୍ତୁ

. ଏହା ବ୍ୟତୀତ ଆପଣ ଗାଜର, ଅଁଳା ଏବଂ ସନ୍ଧର୍ବ ଲବଣକୁ ମିଶାଇ ଜୁସ୍ ପ୍ରସ୍ତୁତ କରି ପାନ କରନ୍ତୁ ।

. ନିଜ ଭୋଜନରେ ଖେଚୁଡ଼ି, ଡାଲିକୁ ସାମିଲ୍ କରନ୍ତୁ ।

. ପାଳଙ୍ଗ, ବିଟ୍ ରସ ସହିତ ଅଳ୍ପ ଗୋଲମରିଚ ମିଶାଇ ପାନ କରନ୍ତୁ ।

କେତେକ ଯୋଗାସନ ମଧ୍ୟ ଯକୃତ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଯେପରିକି ଆପଣ ଧନୁରାସନ, ଗୋମୁଖ ଆସନ, ନୌକାସନ କରି ନିଜ ଶରୀର ଏବଂ ନିଜ ଯକୃତକୁ ସୁସ୍ଥ ରଖିପାରିବେ ।

Be the first to comment

Leave a Reply

Your email address will not be published.


*