୬ ମାସର ଗର୍ଭବତୀ ହେଲେ ନାବାଳିକା, କାନ୍ଦି କାନ୍ଦି ସାମୂହିକ ବଳତ୍କାରର ସମ୍ପୁର୍ଣ୍ଣ କାହାଣୀ ସହିତ ନିଜ କୋହଭରା ବେଦନା ବ୍ୟକ୍ତ କରିଲେ…

ଦେଶରେ ବଳାତ୍କାରର ଘଟଣା ଗୁଡିକ ଥମିବାର ନାମ ହିଁ ନେଉନାହିଁ । ଏଠାରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ବଳାତ୍କାର ମାମଲା ସାମ୍ନାକୁ ଆସି ଥାଏ । ଏଥି ମଧ୍ୟରୁ ଅନେକ ମାମଲା ଏହିପରି ହୋଇଥାଏ ଯାହା ପୋଲିସ୍ ଥାନାରେ ପଞ୍ଜୀକୃତ ମଧ୍ୟ ହୋଇ ନଥାଏ । ପୀଡିତା ଜଣକ ଭୟ କିମ୍ବା ଅପବାଦ ହେତୁ ପୋଲିସଙ୍କ ନିକଟରେ ଅଭିଯୋଗ କରି ନଥାନ୍ତି । ଏହି ସମସ୍ତ ବିଷୟବସ୍ତୁ ଅଭିଯୁକ୍ତ ମାନଙ୍କୁ ଆହୁରି ଅଧିକ ସାହସ ଦେଇଥାଏ । ବର୍ତ୍ତମାନ ଉତ୍ତରପ୍ରଦେଶ ରାଜ୍ୟର କାନପୁର ଜିଲ୍ଲାର ଜନପଦ ସ୍ଥିତ ଵାଵୂପୁରଵା ପୋଲିସ୍ ଷ୍ଟେସନ ଅଞ୍ଚଳର ଘଟଣାକୁ ଗଭୀର ଭାବେ ଚିନ୍ତା କରନ୍ତୁ । ଏଠାରେ ଜଣେ ୧୫ ବର୍ଷର କିଶୋରୀଙ୍କ ଉଦରରେ ଗଭୀର ଯନ୍ତ୍ରଣା ହୋଇଥିଲା । ଯେତେବେଳେ ମାତା ପିତା ତାଙ୍କୁ ଡାକ୍ତରଖାନା ନେଇଥିଲେ ସେତେବେଳେ ଜଣା ପଡିଥିଲା କି ​​ଝିଅ ଜଣକ ଛଅ ମାସର ଗର୍ଭବତୀ ଅଟନ୍ତି ।

ଝିଅକୁ ପେଟରେ ଯନ୍ତ୍ରଣା ହେଉଥିଲା, ଗର୍ଭବତୀ ବୋଲି ଜଣା ପଡିଲା

google

ବାସ୍ତବରେ ଵାଵୂପୁରଵା ପୋଲିସ୍ ଥାନା ଅନ୍ତର୍ଗତ ଅଞ୍ଚଳରେ ରହୁଥିବା ଗାଡି ଚାଳକଙ୍କ ଝିଅକୁ ବିଗତ ଗତ କିଛି ଦିନ ହେବ ପେଟରେ ଯନ୍ତ୍ରଣା ହେବା ଏବଂ ବାନ୍ତି ହେବାର ଅଭିଯୋଗ ଥିଲା । ଏହିପରି ପରିସ୍ଥିତିରେ ଯେତେବେଳେ ପରିବାର ଲୋକମାନେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ ସେତେବେଳେ କିଛି ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା ହୋଇଥିଲା । ଡାକ୍ତର ଜଣକ ପରୀକ୍ଷା କରି ପିତା ମାତାଙ୍କୁ କହିଥିଲେ କି ଆପଣଙ୍କ ଝିଅ ଛଅ ମାସର ଗର୍ଭବତୀ ଅଛନ୍ତି । ଏହା ଶୁଣି ମାତା ପିତାଙ୍କ ହୋସ୍ ଉଡ଼ି ଯାଇଥିଲା । ଯେତେବେଳେ ସେମାନେ ଝିଅକୁ ଏହି ବିଷୟରେ ପଚାରିଥିଲେ ସେତେବେଳେ ସତ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ତିନି ଜଣ ଲୋକ ସାମୁହିକ ବଳତ୍କାର କରିଥିଲେ

google

ଝିଅ ଜଣକ କହିଛନ୍ତି କି କିଛି ଦିନ ପୂର୍ବରୁ ତାଙ୍କ ସହିତ ତିନି ଜଣ ବ୍ୟକ୍ତି ମିଶି ସାମୁହିକ ବଳତ୍କାର କରିଥିଲେ । ସେତେବେଳେ ଝିଅ ଜଣକ ବହୁତ ଡରି ଯାଇଥିଲେ ଏବଂ ନିନ୍ଦା ଅପବାଦ ହେତୁ ସେ ଏହି କଥା କାହାକୁ କହି ନଥିଲେ । ଏହା ପରେ ଝିଅର ପରିବାର ଲୋକ ସିଧାସଳଖ ପୋଲିସ୍ ଥାନାକୁ ଯାଇଥିଲେ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ।

ପୋଲିସ ବଳତ୍କାରୀ ମାନଙ୍କୁ ଗିରଫ କରିଲା

google

ଝିଅର ପରିବାର ଲୋକ ମାନଙ୍କ କହିବା ଅନୁସାରେ ଫେବୃଆରୀ ମାସରେ ସ୍ଥାନୀୟ ସେହି ଅଞ୍ଚଳର ତିନିଜଣ ପୁଅ ଝିଅ ସହିତ ଛଳନା କରି ଫଶାଇ ତାଙ୍କ ସାଥିରେ ନେଇ ଯାଇଥିଲେ । ସେମାନେ ଗୋଟିଏ ପଡିଆକୁ ନେଇ ଝିଅ ସହିତ ସାମୂହିକ ବଳାତ୍କାର କରିଥିଲେ । ପରିବାରର ଅଭିଯୋଗ ପରେ ପୋଲିସ୍ ୬ ଜଣ ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଡୀଆଈଜୀ ପ୍ରୀତିନ୍ଦର ସିଂହଙ୍କ କହିବାନୁସାରେ ତିନି ଜଣ ମୁଖ୍ୟ ଆରୋପୀଙ୍କୁ ଗିରଫ କରାଯାଇସାରିଛି ।

ଏହି ମାମଲା ପରି ଦେଶରେ ଆହୁରି ଅନେକ ଘଟଣା ଘଟିଥାଏ ଯେଉଁଥିରେ ବଳାତ୍କାର ମାମଲା ପଞ୍ଜିକୃତ ହୋଇପାରିନଥାଏ । ଏହିପରି ପରିସ୍ଥିତିରେ ଆପଣଙ୍କୁ ମଧ୍ୟ ଏହି କଥାର ଧ୍ୟାନ ରଖିବାକୁ ପଡ଼ିବ କି ଏହିପରି କୌଣସି ମଧ୍ୟ ଘଟଣା ଘଟିଲେ ଏହାର ଅଭିଯୋଗ ପୋଲିସଙ୍କ ନିକଟରେ କରିବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଆପଣ ଆଜି କୌଣସି ଅଭିଯୁକ୍ତକୁ ଯିବାକୁ ଦେବେ ତେବେ ସେ ଆସନ୍ତାକାଲି ଅନ୍ୟ କୌଣସି ଝିଅ କିମ୍ବା ପିଲାକୁ ମଧ୍ୟ ନିଜର ବଶବର୍ତ୍ତୀ କରିପାରେ । ତେଣୁ ଏହିପରି ଲୋମହର୍ଷଣକାରୀ କାର୍ଯ୍ୟ କରୁଥିବା କୁଖ୍ୟାତ ଅପରାଧୀ ମାନଙ୍କୁ ଉଚିତ ଶାସ୍ତି ଦେବା ବହୁତ ଜରୁରୀ ଅଟେ ।

Be the first to comment

Leave a Reply

Your email address will not be published.


*