ସୋରିଷ ତେଲକୁ ବ୍ୟବହାର କରିବା ଫଳରେ ଦୂର ହୋଇଥାଏ ଏହି ୬ଟି ବଡ଼ ସମସ୍ୟା । ନମ୍ବର ୩ ଠାରୁ ସବୁ ବ୍ୟକ୍ତି ରହିଥାନ୍ତି ଚିନ୍ତିତ !

ସୋରିଷ ତେଲର ଲାଭ : ସୋରିଷ ତେଲରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଥାଏ । ଏହାର ପ୍ରୟୋଗ ଖାଦ୍ୟ ପ୍ରସ୍ତୁତି କରିବାରେ ମଧ୍ୟ କରାଯାଏ, କାରଣ ଏହା ଉଷୁମ ହୋଇଥାଏ ତେଣୁ ଏହାକୁ ଶୀତ ଦିନରେ ହାତ ଓ ପାଦରେ ଲଗାଯାଏ । ପୋଷ୍ଟିକତାରେ ଭରପୂର ସୋରିଷ ତେଲକୁ ଅଧିକାଂଶ ସମୟରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଏ । ଯଦି ଏହାକୁ ଶୀତ ଋତୁରେ ହାତ ଓ ଗୋଡ଼ରେ ଲଗାଇ ମାଲିସ୍ କରିବା ତେବେ ମାଂଶପେଶୀ ଦୃଢ଼ ହୋଇଥାଏ, ଏଥିରୁ ରକ୍ତ ସଞ୍ଚାର ମଧ୍ୟ ବହୁତ ଭଲ ଭାବରେ ହୁଏ ଓ ଏହାର ମାଲିସ୍ କରିବା ଫଳରେ ଶରୀରରେ ଉଷ୍ମତା ଆସେ ।

newstrend

ସୋରିଷ ତେଲକୁ ତେଲର ରାଜା କହିଲେ ଭୁଲ୍ ହହେବ ନାହିଁ । ଏହା ସମସ୍ତ ତେଲ ମଧ୍ୟରୁ ସବୁଠାରୁ ଭଲ ଓ ଉତ୍ତମ ଅଟେ । ଶରୀରରୁ କଷ୍ଟକୁ ଦୂର କରିବା ସଙ୍ଗେ ସଙ୍ଗେ ଏଥିରୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକ ମଧ୍ୟ ଦୂର ହୋଇଥାଏ । ଏହି ସମସ୍ୟାକୁ ସମାଧାନ କରିବା ନିମନ୍ତେ ଏହା ଏକ ବହୁତ ଭଲ ଉପାୟ ଅଟେ । ଏହି ତେଲର ମାଲିସ୍ ଓ ପ୍ରୟୋଗ କରିବା ଫଳରେ କୌଣସି ଦୁଷ୍ପ୍ରଭାବ ଦେଖାଯାଏ ନାହିଁ । ଏହା ତ ଥିଲା ସୋରିଷ ତେଲ ଖାଇବା ଓ ଲଗାଇବା ଲାଭ କିନ୍ତୁ କଣ ଆପଣ ଜାଣନ୍ତି କି ସୋରିଷ ତେଲକୁ ଲଗାଇବା ଓ ଶୁଙ୍ଘିବାରେ କେତେ ଲାଭ ମିଳେ । ହଁ ବନ୍ଧୁଗଣ ସୋରିଷ ତେଲକୁ ଶୁଙ୍ଘିଲେ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ଯେ ସୋରିଷ ତେଲକୁ ଲଗାଇବା ଓ ଖାଇବା ବ୍ୟତୀତ ଏହାକୁ ଶୁଙ୍ଘିବାର ଲାଭ ।

ସୋରିଷ ତେଲର ଲାଭ

newstrend

ଦାନ୍ତ ବ୍ୟଥା ହେଲେ ସୋରିଷ ତେଲ ଲଗାଇବା ଫଳରେ ଏହା ଦୂର ହୋଇଥାଏ । ଯଦି ଦାନ୍ତ ବ୍ୟଥାରୁ ଆପଣ ଚିନ୍ତିତ ତେବେ ତେଲରେ ଟିକିଏ ଲୁଣ ମିଶାଇ ଦାନ୍ତରେ ରଗଡ଼ି ଦିଅନ୍ତୁ ଏହା ଫଳରେ ଦାନ୍ତ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।

ସୋରିଷ ତେଲର ମାଲିସ୍ କରିବା ଫଳରେ ତ୍ୱଚା ସୁସ୍ଥ ଓ ଉଜ୍ଜ୍ୱଳ ହୋଇଥାଏ । ଏହା ବ୍ୟତୀତ ଏହା ଶରୀରର କୌଣସି ଅଂଶକୁ ଯାଇ ମଧ୍ୟ ମଇଳା ବାହାର କରିଥାଏ । ତ୍ୱଚା ସମ୍ବନ୍ଧୀୟ କୌଣସି ରୋଗ ହେଲେ ସୋରିଷ ତେଲ ବହୁତ ଲାଭକାରୀ ଅଟେ ।

ସୋରିଷ ତେଲକୁ କେଶର ମୂଳରେ ଲଗାଇଲେ କେଶକୁ ଠିକ୍ ପୋଷଣ ମିଳେ ଓ ଏଥିରୁ କେଶ ବୃଦ୍ଧି ହୋଇଥାଏ ।

ଦୁର୍ବଳତା ଦୂର କରିବାରେ ମଧ୍ୟ ସୋରିଷ ତେଲ ଲାଭକାରୀ ସାବ୍ୟସ୍ତ ହୁଏ । ଏଥିରୁ ଶରୀରର ଦୁର୍ବଳତା ଦୂର ହୋଇଥାଏ, ଓ କାର୍ଯ୍ୟ କରିବା କ୍ଷମତା ବଢ଼ିଥାଏ । ଯଦି ଆପଣ ମଧ୍ୟ ଶରୀରରୁ ଦୁର୍ବଳ ଅନୁଭବ କରନ୍ତି ତେବେ ସ୍ନାନ କରିବା ଠିକ୍ ପୂର୍ବରୁ ଏହାକୁ ଲଗାନ୍ତୁ ଓ ସମ୍ପୂର୍ଣ୍ଣ ଶରୀରକୁ ମାଲିସ୍ କରନ୍ତୁ । ପରେ ସ୍ନାନ କରନ୍ତୁ, ଏପରି କରିବା ବହୁତ ଲାଭକାରୀ ଅଟେ ।

ଶୀତ ଦିନରେ ଏହାକୁ ତ୍ୱଚାର ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଏ । ଏହାକୁ ଲଗାଇବା ଫଳରେ ଶୁଷ୍କ ତ୍ୱଚା ମଧ୍ୟ କୋମଳ ହୋଇଥାଏ ।

ଏଥିରେ ଭିଟାମିନ E’ର ଭଲ ମାତ୍ରା ରହିଥାଏ, ଏଥିପାଇଁ ଏହା ସୂର୍ଯ୍ୟରୁ ବାହାରୁ ଥିବା ଅତିବାଇଗଣି ରଶ୍ମିରୁ ରକ୍ଷା କରିଥାଏ ।

ସୋରିଷ ତେଲର ଖାଇବାର ଲାଭ

newstrend

ଶରୀରର ପାଚନ ତନ୍ତ୍ରକୁ ଦୃଢ଼ କରିଥାଏ । ଏଥିରେ ଏପରି ଔଷଧିୟ ଗୁଣ ଉପସ୍ଥିତ ଥାଏ ଯାହାକୁ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ଦୃଢ଼ ହୋଇଥାଏ । ଯଦି ଆପଣଙ୍କୁ ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଖାଦ୍ୟରେ ସୋରିଷ ତେଲର ପ୍ରୟୋଗ କରନ୍ତୁ ।

ଭୋକ ନଲାଗିଲେ ମଧ୍ୟ ଆପଣ ଏହାର ପ୍ରୟୋଗ କରିପାରିବେ, ଯଦି ଆପଣ ଏପରି କୌଣସି ଚିନ୍ତାରେ ଅଛନ୍ତି ତେବେ ନିଜ ଖାଦ୍ୟର ତେଲ ପରିବର୍ତ୍ତନ କରିଦିଅନ୍ତୁ ଓ ସୋରିଷ ତେଲର ପ୍ରୟୋଗ କରନ୍ତୁ । ହୃଦୟ ସମ୍ବନ୍ଧୀୟ ରୋଗର ବିପଦ ମଧ୍ୟ ଦୂର ହୋଇଥାଏ । ଏଥିପାଇଁ ଆୟୁର୍ବେଦ ବ୍ୟତୀତ ଅନେକ ଚିକିତ୍ସକ ମଧ୍ୟ ଖାଦ୍ୟରେ ସୋରିଷ ତେଲର ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଅନ୍ତି ।

ସୋରିଷ ତେଲ ଶୁଙ୍ଘିବାର ଲାଭ

ସୋରିଷ ତେଲ ଶୁଙ୍ଘିବା ଫଳରେ ଶ୍ବାସ ସମ୍ବନ୍ଧୀୟ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ଦାନ୍ତ ବ୍ୟଥାରୁ ମଧ୍ୟ ଆରାମ ମିଳେ ।

ଥଣ୍ଡା କାଶରେ ସୋରିଷ ବହୁତ ଲାଭକାରୀ ହୋଇଥାଏ ।

Be the first to comment

Leave a Reply

Your email address will not be published.


*