5 ଜୁଲାଇ 2020, ରବିବାର- ଆଜି ଏହି ୮ଟି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ରହିବେ । କ୍ୟାରିୟରର ଉନ୍ନତି ପାଇଁ ଅବସର

5 ଜୁଲାଇ 2020, ରବିବାର- ଆଜି ଏହି ୮ଟି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ରହିବେ । କ୍ୟାରିୟରର ଉନ୍ନତି ପାଇଁ ଅବସର ମିଳିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଆଜି ଭାଗ୍ୟସ୍ଥାନରେ ଗୁରୁଚାନ୍ଦ୍ରୀ ଯୋଗ ସୃଷ୍ଟି ହୋଇଥିବାରୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ବ୍ୟବସାୟରେ ଦୁଃସ୍ଥିତିର ସମସ୍ୟା ଅନେକାଂଶରେ ହ୍ରାସ ପାଇବ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ କାମ କରି ଚାଲନ୍ତୁ ଅବଶ୍ୟ ସଫଳତା ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ମିତ୍ରଗୃହୀ ରାଶ୍ୟାଧିପଙ୍କ ସୁପ୍ରଭାବରେ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣ ଧାରଣର ରହିବ । ସରକାରୀ କାମରେ ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ରହିବେ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ବ୍ୟସ୍ତମୟ ଜୀବନରେ ମଧ୍ୟ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଧନସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଆର୍ଥିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ । କୁଟୀରଶିଳ୍ପ, ବ୍ୟବସାୟରେ ଲାଗିରହିଥିବା ପ୍ରତିବନ୍ଧକ ଦୂର ହୋଇଯିବ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । କେତେକ ଅବହେଳିତ ସ୍ଥଗିତ କାର୍ଯ୍ୟ ସକାଶେ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ ନାହିଁ । ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ସୃଷ୍ଟିର ସମ୍ଭାବନା ରହିଛି । ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣ ବେଶ୍ ଭଲ ରହିବ । ଶୁଭଗ୍ରହ ପ୍ରଭାବରୁ ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ପ୍ରସନ୍ନତା କର୍ମକ୍ଷେତ୍ରରେ ଉତ୍ସାହିତ କରାଇବ । ଆପଣଙ୍କ ଉନ୍ନତି ଦେଖି ନିଜ ଆତ୍ମୀୟମାନେ ସହ୍ୟ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ପାରିବାରିକ ଜଞ୍ଜାଳ ବୃଦ୍ଧି ଯୋଗୁଁ ମାନସିକ ସନ୍ତୁଳନ ସମ୍ୟକ ନଷ୍ଟ ହେବାର ସମ୍ଭବନା ରହିଛି । କରିବାରେ ସହାୟକ ହୋଇପାରେ । କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ କଟକଚଣ୍ଡୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ଆପଣଙ୍କ ଖଟାମିଠା ରହିବ । ଆଜିର ଅଷ୍ଟମଚନ୍ଦ୍ର ରାଶିସ୍ଥ କେତୁଙ୍କ ନକ୍ଷତ୍ରସ୍ଥ ହେତୁ ମାନସିକ ଦୁଃଶ୍ଚିନ୍ତାରେ ମନ ଉଦ୍ୱେଳିତ ହୋଇପାରେ । ବାଣିଜ୍ୟ ବ୍ୟବସାୟ, ସଭାସମିତି ତଥା ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଇପାରେ । କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତା କରି ମନରେ ସରସତା ରହିବ ନାହିଁ । ଈର୍ଷାପରାୟଣ ମନୋଭାବ ପୋଷଣ କରି ନିକଟସ୍ଥ ବ୍ୟକ୍ତି ବିଶେଷ ମାନେ ପରୋକ୍ଷ ସମାଲୋଚନା କରିପାରନ୍ତି । ବିବାଦୀୟ ଘଟଣା ଅମୀମାଂସିତ ରହିବ ଏବଂ ଆତ୍ମୀୟମାନେ ଭିତରେ ଭିତରେ ଚେର କାଟିଲା ଭଳି କାମ କରିପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ଶ୍ରୀ ଗଣେଶ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିବେ କିନ୍ତୁ ଅଷ୍ଟମାଧିପତି ନବମସ୍ଥ ରହି ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ୟମାନଙ୍କ ସକାଶେ ଅସନ୍ତୋଷର କାରଣ ହୋଇପାରେ । ନିଜର ଯୋଜନାମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ ଦେବେ । ଅତୀତର କେତେକ କଥା ମନକୁ ଦୋହଲାଇବ, ଯାହାଫଳରେ ସମ୍ୟକ ଉଦାସୀନ ରହିବେ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ । ପରକଥାରେ ପଡି ଭୁଲ ମାର୍ଗର ଅନୁସରଣ କରି ଅନୁତାପ କରିବାକୁ ପଡିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ଅଟେ । ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତି ଆପଣଙ୍କ ସ୍ଥଗିତ କାର୍ଯ୍ୟକୁ ସଫଳତାର ସହ ପୂରଣ କରିବ । ହାତକୁ ନେଇଥିବା କାମଗୁଡ଼ିକ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲି ପାରିବେ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତିର ସୁଧାର ଆସିବ । ଅଫିସରେ କାର୍ଯ୍ୟଭାର ବୃଦ୍ଧି ଯୋଗୁଁ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ । ଭାଙ୍ଗି ପଡିଥିବା ସମ୍ପର୍କକୁ ପୁଣି ଯୋଡ଼ିବାକୁ ଚେଷ୍ଟା କରି ଅସଫଳ ହୋଇପାରନ୍ତି । ଈର୍ଷା ପରାୟଣ ବ୍ୟକ୍ତିମାନେ ଉପରକୁ ଭଲ କଥା କହି ପଛରେ ସମାଲୋଚନା କରିବେ । ସ୍ୱାସ୍ଥ୍ୟ ଦିଗରୁ ମଧ୍ୟମ ଫଳ ପ୍ରାପ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ମିଶ୍ରଣ ଫଳ ପ୍ରଦାନ କରିବ । ଆଜି ବଳହୀନ ସ୍ଵଗୃହୀ ଶୁକ୍ର ଯୋଗୁଁ ଦୈହିକ ଦୁର୍ବଳତା ଦେଖାଦେବ । କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ମିଳିବ, ଯାହାଦ୍ୱାରା ଅଯଥାରେ ଅପମାନିତ ହେବେ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ବନ୍ଧୁଙ୍କ ସହଯୋଗରେ ପୂର୍ଣ୍ଣ କରିପାରିବେ । ସମସ୍ୟା ରହିଥିଲେ ମଧ୍ୟ କୌଣସି ନୂତନ କର୍ମାରମ୍ଭ କରି ଆନନ୍ଦ ଅନୁଭବ କରି ପାରନ୍ତି । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖା ଦେବ । ପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ, କିନ୍ତୁ କୌଣସି ଅସୁବିଧା ହେବ ନାହିଁ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ଚତୁର୍ଥ ଓ ଦଶମସ୍ଥାନ ପାପଗ୍ରହ ଦ୍ୱାରା ଆକ୍ରାନ୍ତ ହୋଇଥିବା ଯୋଗୁଁ ପାରିବାରିକ, କର୍ମକ୍ଷେତ୍ର, ବନ୍ଧୁଙ୍କ ସହ ବିବାଦୀୟ ପରିସ୍ଥିତିତ ଉପୁଜିପରେ । ଧୈର୍ଯ୍ୟ ଧରି କାମ କରନ୍ତୁ; ସଫଳ ନିଶ୍ଚୟ ହେବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ପାରିବାରିକ ଦାୟିତ୍ଵ ସୁଚାରୁ ରୂପେ ନିର୍ବାହ କରିବେ କିନ୍ତୁ କଠୋର ବାକ୍ୟାଳାପ ଯୋଗୁଁ ପରିବାରରେ ନିଜ ନିଜ ମଧ୍ୟରେ ସାମୟିକ କଳହ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ଯାହା ଇଚ୍ଛା କରୁଛନ୍ତି ତାହା ପାଇବେ ଓ କାମ ହାସଲରେ ସଫଳତା ମିଳିବ । ବ୍ୟବସାୟରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ସାମାଜିକ କଲ୍ୟାଣ କାମରେ ଆଜି ଆପଣ ପୂର୍ଣ୍ଣ ସହଯୋଗ କରିବେ । ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ପାରିବାରରେ ଅଶାନ୍ତି ଲାଗି ରହିବା କାରଣରୁ ମାନସିକ ସ୍ତରରେ ଭଲ ରହିନ ପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କ ଲାଗି ସୁଖ ସମ୍ଭାର ନେଇ ଆସିବ । ଶୁକ୍ରଙ୍କ ଶୁଭତ୍ୱରୁ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ସମ୍ମାନଜନକ ସ୍ଥିତିରେ ରହିବେ । । ଦୀର୍ଘ ଦିନରୁ ପଡି ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଅଟକିଥିବା କାର୍ଯ୍ୟକୁ ଦିନ ଦ୍ଵିଦ୍ଧାରେ ସମ୍ପାଦନ କରିପାରିବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଈର୍ଷାପରାୟଣ ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ସାମୟିକ ବିରକ୍ତି ପ୍ରକାଶ କରିପାରନ୍ତି । ବିବାଦୀୟ ଘଟଣାରେ ସ୍ଥିତି ଅନୁକୂଳ ହୋଇପାରେ । ଆର୍ଥିକ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିବାରୁ ମନ ଖୁସି ରହିବେ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ବାବା କପିଳସ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । କର୍ମଭାବରେ ଗ୍ରହଯୋଗ ପ୍ରଭାବରୁ ଦୈହିକ ସ୍ଵାସ୍ଥ୍ୟରେ ଉନ୍ନତି ଓ କର୍ମକ୍ଷେତ୍ରରେ ପ୍ରଗତି କରିବା ଫଳରେ ମନୋବଳ ବୃଦ୍ଧି କରିବ । ପାରିବାରିକ ସମର୍ଥନ ହାସଲ କରିବା କାରଣରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟ, ବାଣିଜ୍ୟରେ ଲାଗିରହିଥିବା ସମସ୍ୟାର ସମାଧାନର ହୋଇପାରିବ । କିନ୍ତୁ ଅର୍ଥ ସମ୍ପର୍କକୁ ନେଇ କୌଣସି ବନ୍ଧୁଙ୍କ ସହ ବିବାଦଗ୍ରସ୍ଥ ଓ ତିକ୍ତତା ସୃଷ୍ଟି ହେବାର ସମ୍ଭାବନା ରହିଛି । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ଆପଣ କ୍ଷତିଗ୍ରସ୍ତ ହୋଇପାରନ୍ତି । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ମାଣିକେଶ୍ଵରୀ ।

Leave a Reply

Your email address will not be published. Required fields are marked *