05 ଜାନୁୟାରୀ 2021, ମଙ୍ଗଳବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଚାକିରି ଓ

05 ଜାନୁୟାରୀ 2021, ମଙ୍ଗଳବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଚାକିରି ଓ

05 ଜାନୁୟାରୀ 2021, ମଙ୍ଗଳବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଚାକିରି ଓ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ ।

ଆଜି ଆମେ ଆପଣଙ୍କୁ ୦୫ ଜାନୁୟାରୀ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ରାଶିରେ ଚନ୍ଦ୍ର ଓ ମଙ୍ଗଳଙ୍କ ସଂଯୋଗ ଯୋଗୁଁ ଆଜି ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ । ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ମାଧ୍ୟମ ଧାରଣର ରହିବ । ଅଫିସରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗୀତା ମନୋଭାବ ଉପୁଯିବ । ସାମାଜିକ ସ୍ତରରେ କାମ ହାସଲ ସକାଶେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାକୁ ପଡ଼ିପାରେ । କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ମନରେ କଳ୍ପନା ବାନ୍ଧିବେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମକାର୍ଯ୍ୟରେ ମନ ଦେଇପାରନ୍ତି । ପରିବହନ, ଆଲୋଚନା କ୍ଷେତ୍ରରେ ଉନ୍ନତିମାନର ଫଳ ପାଇବେ । ପାରିବାରିକ କ୍ଷେତ୍ର ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବପରି ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନ କଥା ମନରେ ରଖି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଅଭାବ ଅସୁବିଧାବଶତଃ ଧାରକାରଜ କରି ଆବଶ୍ୟକତା ଚଳାଇ ନେବେ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଅପ୍ରିୟ ସତ୍ୟ କହି ପ୍ରତ୍ୟେକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ନ ପଞ୍ଚିବାରୁ ବ୍ୟସ୍ତତା ବୃଦ୍ଧିପାଇବ । ସାଙ୍ଗଠନିକ କାର୍ଯ୍ୟରେ ଅଗ୍ରଗତି କରିବାର ସୂଚନା ରହିଛି । ସମାଜରେ ଜନହିତକର କାର୍ଯ୍ୟ କରି, ପ୍ରଶଂସିତ ହେବେ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ବନ୍ଧୁତ୍ଵ ସମ୍ପର୍କରେ ପୁଣିଥରେ ମଧୁରତା ଆସିପାରେ । ପୁରାତନ ରୋଗପୀଡା ହେତୁ ଅସୁସ୍ଥତା ଅନୁଭବ କରିବେ । କୌଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି । ପାରିବାରିକ ଜୀବନରେ ଉଚିତ ବୁଝାମଣାଜନିତ ଶାନ୍ତି ଫେରି ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧୈର୍ଯ୍ୟଧରି କାର୍ଯ୍ୟ କରନ୍ତୁ, କାର୍ଯ୍ୟରେ ସଫଳତା ନିଶ୍ଚୟ ହାସଲ କରିବେ । ବିଳମ୍ବରେ କାମଗୁଡିକ ସମ୍ପନ୍ନ ହେବା କାରଣରୁ ମନରେ ବ୍ୟସ୍ତତା ବୃଦ୍ଧିପାଇବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଚଳନୀୟ ରହିବ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ପରାମର୍ଶରେ ନୂତନ ଭାବେ କିଛିଟା ଆରମ୍ଭ କରି ଏକପ୍ରକାର ଆତ୍ମତୃପ୍ତି ଲାଭ କରିପାରନ୍ତି । ଅଫିସରେ ସରକାରୀ ଆଦେଶ ପ୍ରାପ୍ତ ଅନୁଯାୟୀ ଅତିରିକ୍ତ କାର୍ଯ୍ୟ କରିବାକୁ ପଡିପାରେ । ଆଲୋଚନା ପରିସରରେ ଅତୀତର କିଛି କଥାକୁ ଦୋହରାଇଲେ, ବିବାଦୀୟ ସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇ ପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଆଜି ନୂତନ ଗୃହ, ଯାନବାହନ କ୍ରୟ କରିପାରନ୍ତି । କିନ୍ତୁ ନିଜର ବାକ୍ ଅସଂଯମତା ଯୋଗୁଁ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ସରକାରୀ ସ୍ତରରୁ ପ୍ରତୀକ୍ଷା କରିଥିବା କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ପ୍ରସାଶନ, ରାଜନୀତି, ସଭାସମିତି ଆଦି କ୍ଷେତ୍ରରେ ସୁଫଳ ପାଇବେ । ଜମିଜମା, କଳକାରଖାନା, ପ୍ଲଟିଂ ବ୍ୟବସାୟରୁ ଆଶାନୁରୂକ ଫଳ ପାଇବେ । ପରିବାର ସଦସ୍ୟଙ୍କ ସହ ଏକତ୍ର ବସି ଆଗାମୀ ମାଙ୍ଗଳିକ କାର୍ଯ୍ୟ ବିଷୟରେ ଆଲୋଚନା କରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କର୍ମକ୍ଷେତ୍ରରେ ବୟୋଜେଷ୍ଟଙ୍କ ଠାରୁ ପ୍ରେରଣା ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେହିପରି କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ମନେ ରଖନ୍ତୁ, ଅନ୍ୟମାନଙ୍କ ଟେକାଟେକି କଥାରେ ପ୍ରଭାବିତ ହୋଇ କାମ କଲେ ଅସୁବିଧାରେ ପଡିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ନିଜ କ୍ରୋଧକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟଦକ୍ଷତା କାରଣରୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ । ବନ୍ଧୁ ଗହଣରେ ଅପ୍ରିୟ ସତ କଥା କହି ବିରୋଧୀ ହେବେ । ପାରଷ୍ପରିକ ଉତ୍ତମ ବୁଝାମଣା ଏବଂ ଉତ୍ସାହ ଜନିତ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ । ଆତ୍ମୀୟସ୍ଵଜନଙ୍କ ମାଧ୍ୟମରେ ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବାରେ ସହାୟକ ହେବେ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତାକୁ ନେଇ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରି ପାରିବେନି । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ କେତେକାଂଶରେ ଆଶ୍ୱସ୍ତି ଲାଭ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆକସ୍ମିକ ଭାବେ ଘରେ ବନ୍ଧୁ ମିଳନ ସହିତ ଖୁସିର ଅସର ଜମିପାରେ । ଆଜିର କର୍ମକ୍ଷେତ୍ର ସମସ୍ୟା ବହୁଳ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଅତ୍ୟାବଶ୍ୟକ କାର୍ଯ୍ୟ ସକାଶେ ଧାରକରଜ କରି କାମ ଚଳାଇ ନେଇପାରନ୍ତି । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧାରଣର ରହିବ । ନୂତନ ଯୋଜନାରମ୍ଭରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଅଫିସରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ସଭାସମିତି, ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ପ୍ରକାଶ କରି ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଋଣମୁକ୍ତି ହେବା ପାଇଁ ପ୍ରୟାସ କରିବେ । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ । ଅତୀତ ଘଟଣା, ଆର୍ଥିକ ଦୁରବସ୍ଥା ଓ ସାମାନ୍ୟ ଶାରୀରିକ ପୀଡା ରହିବ ଲାଗିରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମଙ୍ଗଳ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ବାଣିଜ୍ୟ, ବ୍ୟବସାୟ, ପ୍ରତିଯୋଗିତା କ୍ଷେତ୍ରରେ ବନ୍ଧୁଙ୍କ ସହାୟତାରେ କେତେକାଂଶରେ ଉପକୃତ ହେବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ । କର୍ମକ୍ଷେତ୍ରରେ ଦାୟିତ୍ୱହୀନ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ । ଅଫିସରେ ଏକ ସାଧାରଣ କଥାକୁ ନେଇ ସହକର୍ମୀଙ୍କ ସହ ମତଭେଦ ଦେଖା ଦେଇପାରେ । ସାମାଜିକ ସ୍ତରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ । ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ମାଙ୍ଗଳିକ କାର୍ଯ୍ୟ ସକାଶେ କୌଣସି ଦୂରାଗତ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । କର୍ମକ୍ଷେତ୍ରରେ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ନିଜର ଲୋକମାନଙ୍କ ବିରୁଦ୍ଧାଚରଣ ଫଳରେ କର୍ମକ୍ଷେତରେ କେତେକ ଅଭାବନୀୟ ଘଟଣାର ସମ୍ମୁଖୀନ କରିବାକୁ ପଡିବ । ଆର୍ଥିକ ସ୍ଥିତି ମାଧ୍ୟମ ଧାରଣ ରହିବ । ବ୍ୟବସାୟରେ ମଧୁର ବାର୍ତ୍ତାଳାପ ଦ୍ଵାରା ଗ୍ରାହକଙ୍କ ହୃଦୟ ଜିଣିପାରିବେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ବଜାୟ ରହିବ । ଜୀବନ ସାଥୀଙ୍କ ମତାମତ ନେଇ ପାରିବାରିକ ଘଟଣାକୁ ବିଚାର କରିବେ ଓ ପରିଶେଷରେ ନୀରବ ରହିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆତ୍ମୀୟଙ୍କ ସହ ଆକସ୍ମିକ କଳହଜନିତ ଅନ୍ୟମନସ୍କ ରହିପାରନ୍ତି । ରୋଗ, ଋଣ ଓ ଶତ୍ରୁତା ଯୋଗୁଁ ଚିନ୍ତିତ ରହିବେ । ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ରିସ୍କ ପଦକ୍ଷେପ ଗ୍ରହଣ କରିବେ । ଅଫିସରେ ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ କିନ୍ତୁ ଏକ ସାଧାରଣ କଥାକୁ ନେଇ ସହକର୍ମୀଙ୍କ ସହ ମତଭେଦ୍ଦ ଦେଖାଦେଇପାରେ । ଅପରାହ୍ନରେ ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବାର ସୁଯୋଗ ପାଇବେ । ସାଧାରଣ କଥାରେ ତର୍କବିତର୍କଜନିତ ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ମନ ବିଚଳିତ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହୋଇଯିବ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ କଳହ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରିବେ ଓ ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସହାୟତା ପାଇବେ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଘରୋଇ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବା ହେତୁ ସାମୟିକ ଶାନ୍ତି ଲାଭ କରିବେ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ । ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କର ସମାଲୋଚିତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ଆପଣଙ୍କ ମନ ଧାର୍ମିକ ଭାବନା ଦିଗ ପ୍ରତି ଆକର୍ଷିତ ହେବ । କର୍ମକ୍ଷେତ୍ରରେ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ । ଆର୍ଥିକ ଅଭାବ ସଙ୍ଗକୁ ପ୍ରତ୍ୟେକ କାମ ବହୁତ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢିଯିବ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ କିନ୍ତୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ପରିବାରରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ପଡୋଶୀ ନିଆଁରେ ଘିଅ ଢାଳିଲା ଭଳି କଥା କହି ପରିସ୍ଥିତିକୁ ବଢାଇ ଦେଇପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ବିରଜା ।

Leave a Reply

Your email address will not be published. Required fields are marked *