05 ଫେବୃୟାରୀ 2020, ବୁଧବାର – ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ଆଜି ଏହି ୮ଟି ରାଶିର ଜାତକରେ ରାଜଯୋଗର ସଂଯୋଗ ରହିଛି । କର୍ମକ୍ଷେତ୍ରରେ

05 ଫେବୃୟାରୀ 2020, ବୁଧବାର – ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ଆଜି ଏହି ୮ଟି ରାଶିର ଜାତକରେ ରାଜଯୋଗର ସଂଯୋଗ ରହିଛି । କର୍ମକ୍ଷେତ୍ରରେ ଆଶାତୀତ ଉନ୍ନତି କରିବେ ଓ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଯାହାର ଫଳସ୍ୱରୂପ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ପାଇଁ ହର୍ଷଉଲ୍ଲାସ ଭରା ରହିବ । ଦ୍ୱିଜା ନକ୍ଷତ୍ର ବ୍ୟବସାୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । କୌଣସି ନୂତନ କାର୍ଯ୍ୟ ଶୁଭାରମ୍ଭ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀମାନ ଆପଣଙ୍କ କାର୍ଯ୍ୟକୁ ସମାଲୋଚନା କରିପାରନ୍ତି । ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ । ସ୍ଵାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ । ଶୁଭରଙ୍ଗ: ନାରଙ୍ଗୀ । ଆରାଧନା: ମାଆ ସମଲେଶ୍ୱରୀ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଗୁପ୍ତେଶ୍ବର ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆପଣଙ୍କର ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଚିନ୍ତା ପାରନ୍ତି । ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । କିନ୍ତୁ ରୋହିଣୀ ନକ୍ଷତ୍ର ଯୋଗୁଁ କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । କୌଣସି କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିବ । ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବାଦ ବିବାଦ ଠାରୁ ଦୂରରେ ରହନ୍ତୁ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆଜି ଆପଣ କୌଣସି ନୂଆ ସୁଯୋଗ ଅପେକ୍ଷାରେ ରହିବେ । ପୁନର୍ବସୁ ନକ୍ଷତ୍ରର ସକାଳୁ ସକାଳୁ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁଁ ମନ ପ୍ରଫୁଲ୍ଲିତ ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ରାଜ୍ୟ ବାହାରକୁ ଯାତ୍ରାରେ ଯିବେ । ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ । ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ଟଙ୍କା, ପଇସାକୁ କେନ୍ଦ୍ର କରି କଳହ ଘଟିପାରେ । ବିଭିନ୍ନ ସମସ୍ୟାମୂଳକ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି କିନ୍ତୁ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । ପ୍ରଶାସନ, ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ଅପପ୍ରଚାର କରିପାରନ୍ତି । ଜୀବନସାଥୀଙ୍କ ଭାବନାକୁ ଆଦର କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କର ଆତ୍ମବିଶ୍ଵାସ ଉଚ୍ଚା ରହିବ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ରହିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ ଏବଂ ନୂଆ ନୀତି ପ୍ରୟୋଗ କରିବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ଅଫିସରେ ଅତ୍ୟଧିକ କାର୍ଯ୍ୟଭାର ଥିଲେ ମଧ୍ୟ ସହକର୍ମୀଙ୍କ ଦ୍ଵାରା ସହଜରେ ସମ୍ପାଦନ କରିପାରିବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶେ ମନ ଭଲ ରହିବ ନାହିଁ । ପୁଷ୍ୟା ନକ୍ଷତ୍ରର ସ୍ଵାସ୍ଥ୍ୟରେ ଉନ୍ନତି ହେବା ସହ ବିବାଦୀୟ ଘଟଣାର ବିଜୟୀ ହେବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ । ବ୍ୟବସାୟ ମାମଲାରେ ଆପଣ ଯାତ୍ରା କରିବେ । ଦୀର୍ଘ ଦିନରୁ ମନରେ ଥିବା ଆଶା ପୂରଣ ହେବ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି । ସରକାରୀ ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆଜି ଶୁଭ ଖବର ମିଳିବ । ରାଜନୀତିରେ ସଫଳତା ମିଳିବ । ନୂଆ ଘର ବା ଭୂସମ୍ପତ୍ତି କିଣିବା ପାଇଁ ଯୋଜନା କରିବେ । ମଘା ନକ୍ଷତ୍ରର ସାଧାରଣ କଥାରେ ବନ୍ଧୁ ମାନଙ୍କ ସହ ମାନମାନାନ୍ତର ଦେଖା ଦେଇପାରେ । ରାତନ ରୋଗର ଉପସମ । ଶୁଭରଙ୍ଗ: କଫି । ଆରାଧନା: ମାଆ ବିରଜା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଜକୁ ଊର୍ଜାବାନ ଅନୁଭବ କରିବେ । ଉତରାଫାଲ୍‌ଗୁନୀ ନକ୍ଷତ୍ର ଯୋଗୁଁ ଶୁଭକାର୍ଯ୍ୟରେ ଯୋଗ ଦେବା ସଙ୍ଗେ ସଙ୍ଗେ ବସ୍ତ୍ରଭୂଷଣ ଲାଭ କରିପାରନ୍ତି । ସାମାଜିକ ସମାରୋହରେ ସହଭାଗିତା କରିବାରେ ସୁଯୋଗ ମିଳିବ । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ପାରିବେ । ଅଫିସରେ କୌଣସି ନୂଆ ଦାୟିତ୍ଵ ମିଳିବ । ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ କିମ୍ବା ସମର୍ଥକମାନଙ୍କ ଶୁଭ କାମନାରୁ ଖୁସି ରହିବେ । ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ । ନିଜ ନିଜର ସ୍ଵାର୍ଥକୁ ଗୁରୁତ୍ୱ ଦେଇ ଆତ୍ମୀୟମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ଦାଂପତ୍ୟ ଜୀବନ ବଢ଼ିଆ ରହିବ ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆପଣଙ୍କ ନିଜ ଲକ୍ଷ ପ୍ରାପ୍ତି କରିବାରେ କେହି ଅଟକାଇ ପାରିବେ ନାହିଁ । ବିଶାଖା ନକ୍ଷତ୍ରର ଆଜି ଦିନସାରା ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବିଶେଷ ମାମଲାରେ ସମାଧାନ ଶୀଘ୍ର ମିଳିଯିବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ । ରାଜନୀତି, ପ୍ରଶାସନ, ସଭାସମିତି ପାଇଁ ଦିନଟି ଅନୁକୂଳ ରହିବ । ବେକାର ଥିବା ଯୁବକ ଯୁବତୀଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ । ପାରସ୍ପରିକ ସହୃଦୟତା କାରଣରୁ ପାରିବାରିକ ଜୀବନ ମଧ୍ୟ ପ୍ରୀତିପ୍ରଦ ରହିବ । ଜୀବନସାଥୀଙ୍କ ସହିତ ନିକଟ ସମ୍ପର୍କୀୟଙ୍କ ଘରକୁ ଯିବାକୁ ସ୍ଥିର କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଏକାଧିକ ଗ୍ରହ ପ୍ରଭାବରୁ ଧର୍ମକାର୍ଯ୍ୟ, ବନ୍ଧୁମିଳନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭୃତିରୁ ସଫଳତା ମିଳିବ । କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରିବା ନିହାତି ଆବଶ୍ୟକ । ବ୍ୟବସାୟରେ ଲାଭ ନହେଲେ ମଧ୍ୟ କ୍ଷତି ହେବ ନାହିଁ । ତେଣୁ ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ । ଅଫିସରେ ଦିନଟି ପ୍ରସନ୍ନତାଭରା ରହିବ । ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଅବହେଳିତ ଲୋକଙ୍କ ସହ ମିଳାମିଶା କରି ହଇରାଣ ହେବେ । ବିବାଦୀୟ ଘଟଣାରୁ ଦୂରେଇ ରୁହନ୍ତୁ । ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିବ, ଅର୍ଦ୍ଧାଙ୍ଗିନୀ ଠାରୁ ଉପହାର ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

କୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ । ଭାଗ୍ୟର ଭରସାରେ ସଂପୂର୍ଣ୍ଣ ରୂପେ ରହନ୍ତୁ ନାହିଁ । ସମସ୍ୟା ଭିତରେ ମାନସିକ ଦୁଶ୍ଚିନ୍ତା ବଢି ଚାଲିଥିଲେ ମଧ୍ୟ ଗୁରୁକ୍ଷେତ୍ରସ୍ଥ ଚତୁର୍ଥଚନ୍ଦ୍ର ଯୋଗୁ ଆପଣଙ୍କ ପରିବାର ଓ କର୍ମକ୍ଷେତ୍ରରେ କୌଣସି ପ୍ରଭାବ ପଡିବ ନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା ଓ ଆତ୍ମୀୟ ଶତ୍ରୁତା ସହ ବ୍ୟତିବ୍ୟସ୍ତ ରହିବେ । ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ । କୋର୍ଟ କଚେରି ମାମଲାର ଶୁଣାଣି ବିଳମ୍ବ ହୋଇପାରେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଧନିଷ୍ଠା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ନେଇ ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ସହିତ ରହିଥିବା ମତଭେଦର ସରଳ ସମାଧାନ କରିବେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ଅନେକ ଗୁଡ଼ିଏ କାର୍ଯ୍ୟ ବ୍ୟସ୍ତତା ଭିତରେ ରହି ନିଜର ମାନସିକ-ଭାରସାମ୍ୟ ହରାଇବେ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା ଓ ଆତ୍ମୀୟ ଶତ୍ରୁତା ସହ ବ୍ୟତିବ୍ୟସ୍ତ ରହିବେ । ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ । ଦୀର୍ଘ ପଥଭ୍ରମଣ ଯୋଗୁ କ୍ଳାନ୍ତି ଓ ଅବସାଦ ଦେଖାଦେବ । କର୍ମକ୍ଷେତ୍ରରେ ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ । କୋର୍ଟ କଚେରି ମାମଲାର ଶୁଣାଣି ଥିବାରୁ ବ୍ୟସ୍ତତା ବଢ଼ିଯିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ । ଗୋଟିଏ ଦିଗରେ ପ୍ରୟାସ କରନ୍ତୁ; ଯଥେଷ୍ଟ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧି ଘଟିବ ଓ ଲାଭବାନ ହେବେ । ଭଲ ଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଭୋଗ ବିଳାସର ପ୍ରାଚୁର୍ଯ୍ୟ ପାଇବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ମନରେ ନକରାତ୍ମକ ଚିନ୍ତାଧାରା ଦିନଟିକୁ ବିଗାଡି ଦେଇପାରେ । ଦ୍ୱାଦଶସ୍ଥ ଓ ଚନ୍ଦ୍ରଙ୍କ ନିକଟରୁ କେନ୍ଦ୍ରସ୍ଥ ଶନି ଯୋଗୁ କୌଣସି ଅସୁବିଧା ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ବୁଝାମଣା ଠିକ୍‌ ନ ରହିବାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ । ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ । ଶିକ୍ଷା, ପରୀକ୍ଷା, ଲେଖାପଢା, ଆଲୋଚନା ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସିତ ହେବେ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବାଦବିବାଦ ଠାରୁ ଦୂରେଇ ରହିବା ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

Be the first to comment

Leave a Reply

Your email address will not be published.


*