5 ଅଗଷ୍ଟ 2020, ବୁଧବାର- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଦିପ୍ତିମୟ ହୋଇରହିବ । ଆର୍ଥିକ କ୍ଷେତ୍ରରେ କରିବେ

5 ଅଗଷ୍ଟ 2020, ବୁଧବାର- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଦିପ୍ତିମୟ ହୋଇରହିବ । ଆର୍ଥିକ କ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ପରିବାରରେ ଶାନ୍ତଶିଷ୍ଟ ବଜାୟ ରହିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ଲାଗି ପ୍ରତ୍ୟେକ ଦୃଷ୍ଟି କୋଣରୁ ଭଲ ରହିବ । ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ଓ କାର୍ଯ୍ୟ ହାସଲ କରିନେବେ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଶଳ ଓ ବୁଦ୍ଧି ପ୍ରୟୋଗ ସମସ୍ୟାର ସମାଧାନ କରିନେବାରେ ସମର୍ଥ ହେବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି । ବ୍ୟବସାୟରେ ଧନଲାଭର ସଙ୍କେତ ମିଳିବ । ଘରଭଡ଼ା କିମ୍ବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ଜୀବନ ସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆଜି ଆପଣ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ । କର୍ମସ୍ଥ ଚନ୍ଦ୍ର ପ୍ରଭାବରୁ ପରିବାର ସକାଶେ ମନ ବିସ୍ତାପରେ କେତେକ କାମ କରିବାକୁ ବାଧ୍ୟ ହେବେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ପରିସରରେ ବନ୍ଧୁମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ନିଜ ରାୟ ଦେଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିବେ କିନ୍ତୁ ପରିସ୍ଥିତି ବଶତଃ ସହକର୍ମୀଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସମାଜରେ ନିଜ ପ୍ରତିପତ୍ତି ବୃଦ୍ଧି କରିପାରିବେ । ନିକଟ ସମ୍ପର୍କୀୟଙ୍କୁ ସାହାଯ୍ୟ କରିବା ପାଇଁ ମନ ବଳାଇବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ଆର୍ଥିକ ଅଭାବ ଅନଟନ ମାନସିକ ଶାନ୍ତିକୁ ନଷ୍ଟ କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ, ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇପାରନ୍ତି । ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ । ଅଫିସରେ ସୁସ୍ଥ ବାତାବରଣ ରହିଲେ ମଧ୍ୟ ଉଦାସୀନତାରେ ଦିନ ଅତିବାହିତ କରିବେ । ସାମାଜିକ ସ୍ତରରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଅନ୍ୟ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରକୃତ ଘଟଣା ନ ବୁଝି ପଡୋଶୀଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ, ରୋମାଞ୍ଚକର ରହିବା । ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଆପଣଙ୍କ ଉନ୍ନତ ଚିନ୍ତାଧାରା ସନ୍ତାନଙ୍କ ସମସ୍ୟା, ଉଚ୍ଚଶିକ୍ଷା ଓ ବିଦେଶଯାତ୍ରାର ସୁଯୋଗ ପାଇପାରନ୍ତି । ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ । ପ୍ରତିଯୋଗିତା, କ୍ରୀଡା, ଗବେଷଣା, ଲେଖାପଢା ତଥା ବ୍ୟବସାୟ, ପରିବହନ, ବ୍ୟବସାୟ ଓ ବାଣିଜ୍ୟ ଆଦି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ଶତୃ ବୃଦ୍ଧି ଓ ଆର୍ଥିକ ଅନାଟନ ଦେଖା ଦେବ । ମହିଳାମାନଙ୍କ ପାଇଁ ଦିନଟି ବେଶ ଭଲ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ଅଷ୍ଟମସ୍ଥ ସ୍ଵଗୃହୀ ଶୁକ୍ର ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବବୋଧ ଜନିତ ଚିନ୍ତିତ ରହପାରନ୍ତି । ବନ୍ଧୁମାନଙ୍କୁ କୌଶଳପୂର୍ଣ୍ଣ କଥା କହି ନିିଜର କାର୍ଯ୍ୟ ହାସଲ କରିନେବେ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ ଓ କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ବ୍ୟୟଭାବ ପ୍ରତି ଗ୍ରହମାନଙ୍କ ଦୃଷ୍ଟି ଫଳରେ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । କିନ୍ତୁ ପୂର୍ବରାଗ ଶୁଝାଇବାକୁ ଯାଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ୱେଷଣ କରିବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସାମାଜିକ ଓ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ଗୃହ ସମସ୍ୟାରେ ଛନ୍ଦି ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ଲାଗି ମାଧ୍ୟମ ଫଳ ପ୍ରଦାନ କରିବ । ରାହୁ ଦୃଷ୍ଟିରେ ଚନ୍ଦ୍ର ହେତୁ ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ବିଶେଷ ଭଲ ରହିନପାରେ । କୌଣସି କାମ କରିବା ସକାଶେ ମନ ବଳାଇବେ । ଖର୍ଚ୍ଚ ଦେଖି ଚାହିଁ କରନ୍ତୁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ସମାଲୋଚନାର ପାତ୍ର ହେବାକୁ ପଡ଼ିବ । ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ । ମତାନ୍ତର ଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଖଳ ଲୋକଙ୍କ କଥାରେ ପଡି ଭୁଲ୍‌ ମାର୍ଗର ଅନୁସରଣ କରି ହଇରାଣ ହେବାକୁ ପଡିପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ । ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାରେ ସମର୍ଥ ହେବେ । ଅଫିସରେ ଲାଗି ରହିଥିବା ବିଶୃଙ୍ଖଳା ମଧ୍ୟ ସମାଧାନ ହୋଇଯିବ । ଦେହ ଭଲ ରହିବ, ମାତ୍ର କର୍ମକ୍ଷେତ୍ରରେ ପରିଶ୍ରମ ଯୋଗୁଁ କ୍ଳାନ୍ତ ଅନୁଭବ କରିବେ । ଏକ ଭିନ୍ନ ପରିସ୍ଥିତିରେ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଲାଭ କରି, ଅଟକି ରହିଥିବା କାମକୁ ସମ୍ପନ୍ନ କରିବେ । ଏକ ସାଧାରଣ କଥାରେ ଅତ୍ୟଧିକ ଉତ୍ତେଜିତ ହୋଇ ପାରିବାରିକ ଅଶାନ୍ତିକୁ ଆମନ୍ତ୍ରଣ କରିବେ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମନ ପ୍ରସନ୍ନ ରହିବ ଏବଂ କାର୍ଯ୍ୟଗୁଡିକ ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବାରେ ସକ୍ଷମ ହେବେ । ଦ୍ୱାଦଶସ୍ଥ ଗ୍ରହମାନେ ଆପଣଙ୍କ କର୍ମ ପରିସରକୁ ବ୍ୟାପକ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ ତଥାପି ବ୍ୟବସାୟର ଆର୍ଥିକ ସ୍ଥିତି ଚଳନୀୟ ରହିବ । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ ହେତୁ କିଛି ଅସୁବିଧା ହେବ ନାହିଁ । ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବାର ସୂଚନା ରହିଛି । ପରିବାରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ରାଶିରେ ଏକାଧିକ ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ମାନସିକ ଅଶାନ୍ତି ମଧ୍ୟରେ ଦିନଟି ଅତିବାହିତ କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଯଥା ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ । ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ଵାରା ଆପଣଙ୍କର ପ୍ରଶଂସିତ ହେବ, କିନ୍ତୁ ସହକର୍ମୀମାନେ ଆପଣଙ୍କ ପ୍ରଶଂସାରେ ଈର୍ଷାନ୍ୱିତ ହେବେ ଓ ଆପଣଙ୍କ ବିରୋଧରେ ଷଢଯନ୍ତ୍ର କରିବେ । ଦ୍ୱନ୍ଦ୍ୱରେ ପଡି ବନ୍ଧୁମାନଙ୍କର କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣ ପାଇଁ ଶୁଭଦାୟକ ରହିବ । ସ୍ଵଗୃହୀ ଶୁକ୍ର ଚତୁର୍ଥାଧିପ ରବିଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କଥାରେ ପରିଚାଳିତ ହୋଇପାରନ୍ତି । ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । କେତେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତି ବଦଳାଇ ପାରନ୍ତି । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ରାଶିରେ, ମଙ୍ଗଳ ନକ୍ଷତ୍ରରେ ଶୁକ୍ର ଯୋଗୁଁ ସ୍ଵାସ୍ଥ୍ୟ ସମସ୍ୟା ଲାଗିରହିବ । ବିଭିନ୍ନ ପ୍ରକାରର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳସ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ଫଳ ପ୍ରଦାନ କରିବ । ରାଶିରେ ରବି ଅବସ୍ଥାନ ହେତୁ ପ୍ରତ୍ୟେକ କାମଗୁଡିକ ଅତି ସହଜରେ ସମ୍ପନ୍ନ ହୋଇପାରିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ଆପଣଙ୍କ ଭଲ ବ୍ୟବହାର ପାଇଁ ଅଫିସ୍‌ର ସହ କର୍ମଚାରୀମାନେ ମଧ୍ୟ ପ୍ରଭାବିତ ହେବେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମୂଳକ ମନୋଭାବ ଉପୁଜି ପାରେ । ଗୃହରେ ଆଗାମୀ ଦିନର କୌଣସି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ବୟସ୍କ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ସମ୍ୟକ ଚିନ୍ତା ଲାଗି ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *