ନୂଆ ବର୍ଷର ପ୍ରାରମ୍ଭରେ LPG ଗ୍ୟାସ ସିଲେଣ୍ଡର ଦରବୃଦ୍ଧି ! ଜାଣନ୍ତୁ ବର୍ତ୍ତମାନ ମୂଲ୍ୟ କେତେ…

ନୂଆ ବର୍ଷର ପ୍ରାରମ୍ଭରେ LPG ଗ୍ୟାସ ସିଲେଣ୍ଡର ଦରବୃଦ୍ଧି ! ଜାଣନ୍ତୁ ବର୍ତ୍ତମାନ ମୂଲ୍ୟ କେତେ…

ନୂଆ ବର୍ଷର ଆରମ୍ଭ ଦରବୃଦ୍ଧି ସହିତ ହୋଇଛି । IOCL ପ୍ରତିମାସରେ LPG ଗ୍ୟାସ ସିଲିଣ୍ଡର ମୂଲ୍ୟର ସମୀକ୍ଷା କରିଥାଏ ଏବଂ ନୂଆ ମୂଲ୍ୟର ଘୋଷଣା କରିଥାଏ । IOC ବିନା ସବସିଡିର ୧୪.୨ କିଲୋଗ୍ରାମର ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହିଁ, ଯାହାର ବ୍ୟବହାର ରୋଷେଇ ଘରେ ହୋଇଥାଏ । କିନ୍ତୁ ୧୯ କିଲୋଗ୍ରାମର ସିଲିଣ୍ଡରର ମୂଲ୍ୟଵୃଦ୍ଧି କରିଛି ।

* ୧୪.୨କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇନାହିଁ

IOCର ୱେବସାଇଟରେ ବର୍ତ୍ତମାନ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ବିନା ସବସିଡିର LPG ସିଲିଣ୍ଡର ୬୯୪ଟଙ୍କାର ଅଟେ । କୋଲକାତାରେ ଏହାର ମୂଲ୍ୟ ୭୨୦.୫୦ଟଙ୍କା, ମୁମ୍ବାଇରେ ୬୯୪ଟଙ୍କା, ଚେନ୍ନାଇରେ ୭୧୦ଟଙ୍କା ଅଟେ । ଏହାପୂର୍ବରୁ ଡ଼ିସେମ୍ବରରେ IOC, LPGର ମୂଲ୍ୟରେ ଦୁଇଥର ବୃଦ୍ଧି କରିଥିଲା । ଯାହାଦ୍ଵାରା ମୂଲ୍ୟରେ ୧୦୦ଟଙ୍କା ବଢିଯାଇଥିଲା । ୩ ଡ଼ିସେମ୍ବରକୁ ୫୦ଟଙ୍କାର ବୃଦ୍ଧି କରାଯାଇଥିଲା । ଏହାପରେ ୧୫ଡିସେମ୍ବରକୁ ମଧ୍ୟ ୫୦ଟଙ୍କା ବୃଦ୍ଧି କରାଯାଇଥିଲା । ଡିସେମ୍ବରରେ ଏହି ବୃଦ୍ଧି ବିନା ସବସିଡିର ୧୪.୨ କିଲୋଗ୍ରାମର ଘରୋଇ ଏବଂ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରରେ କରାଯାଇଛି ।

* ୧୯କିଲୋଗ୍ରାମର LPG ସିଲିଣ୍ଡର ମହଙ୍ଗା

ଯଦିଓ ୧୪.୨ କିଲୋଗ୍ରାମର LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇନାହିଁ କିନ୍ତୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । IOC ୱେବସାଇଟ ଅନୁସାରେ ଦିଲ୍ଲୀରେ ୧୯ କିଲୋଗ୍ରାମ LPG ସିଲିଣ୍ଡରର ନୂଆମୂଲ୍ୟ ୧୩୪୯ଟଙ୍କା ହୋଇଯାଇଛି, ଯାହାକି ପୂର୍ବରୁ ୧୩୩୨ ଟଙ୍କା ଥିଲା । ଅର୍ଥାତ ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡର ପାଇଁ ୧୭ଟଙ୍କା ଅଧିକ ଦେବାକୁ ହବ । ଅନ୍ୟ ମେଟ୍ରୋ ସହରଗୁଡିକରେ ଦେଖାଗଲେ କୋଲକାତାରେ ଏହାର ମୂଲ୍ୟ ୨୨.୫୦ଟଙ୍କା ବଢି ୧୩୮୭.୫୦ରୁ ୧୪୧୦ଟଙ୍କା ହୋଇଯାଇଛି । ମୁମ୍ବାଇରେ ଏହା ୧୭ଟଙ୍କା ମହଙ୍ଗା ହୋଇ ୧୨୮୦.୫୦ରୁ ୧୨୯୭.୫୦ଟଙ୍କା ହୋଇଯାଇଛି । ଚେନ୍ନାଇରେ ଏହାର ମୂଲ୍ୟ ୧୬.୫୦ ଟଙ୍କା ବଢିଯାଇଛି ଏବଂ ଏହା ୧୪୪୬.୫୦ ଟଙ୍କାରୁ ୧୪୬୩.୫୦ ଟଙ୍କାର ହୋଇଯାଇଛି ।

* ସରକାର ଦିଅନ୍ତି ଗ୍ୟାସ ସିଲିଣ୍ଡର ଉପରେ ସବସିଡ଼ି

ଆପଣ ଜାଣିବା ଉଚିତ ଯେ ସରକାର ବର୍ଷକରେ ୧୪.୨ କିଲୋଗ୍ରାମର ୧୨ଟି ସିଲିଣ୍ଡର ଉପରେ ସବସିଡି ଦିଅନ୍ତି । ଏହାଠାରୁ ଅଧିକ ସିଲିଣ୍ଡର ଆପଣଙ୍କୁ ବଜାର ମୂଲ୍ୟରେ କିଣିବାକୁ ପଡିଥାଏ । ଗ୍ୟାସ ସିଲିଣ୍ଡରର ମୂଲ୍ୟ ତୈଳ କମ୍ପାନୀ ପ୍ରତିମାସରେ ସ୍ଥିର କରିଥାଏ ।

* ଏହିପରି ଚେକ କରିପାରିବେ LPGର ମୂଲ୍ୟ

ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଚେକ କରିବା ପାଇଁ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ହେବ । ଏଠାରେ କମ୍ପାନୀ ପ୍ରତିମାସରେ ନୂଆମୂଲ୍ୟ ଜାରି କରନ୍ତି । https://iocl.com/Products/IndaneGas.aspx ଏହି ଲିଙ୍କରେ ନିଜ ସହରର ଗ୍ୟାସ ସିଲିଣ୍ଡରର ମୂଲ୍ୟ ଚେକ କରିପାରିବେ ।

Leave a Reply

Your email address will not be published. Required fields are marked *