ପିରିୟଡ୍ ସମୟରେ ମହିଳାମାନେ କରିବା ଉଚିତ୍ ନୁହେଁ ଏହି ଭୁଲ୍ ! ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ…

ପିରିୟଡ୍ ସମୟରେ ମହିଳାମାନେ କରିବା ଉଚିତ୍ ନୁହେଁ ଏହି ଭୁଲ୍ ! ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ…

ମହିଳାମାନଙ୍କୁ ଋତୁସ୍ରାବ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଅନେକ ମହିଳା ଏହି ସମୟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରନ୍ତି । ବହୁତ ମହିଳା ଏହି ସମୟରେ ମୁଡ୍ ସୁଇଙ୍ଗ ପାଇଁ ଅସୁବିଧାରେ ପଡ଼ିଥାନ୍ତି । ଏହି ସମୟରେ ମହିଳାମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍ । ଅନେକ ମହିଳା ପିରିୟଡ୍ ସମୟରେ ଏପରି ଭୁଲ୍ କରନ୍ତି ଯେଉଁ କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ ଏବଂ ପେଟରେ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆପଣ ନିମ୍ନରେ ଉଲ୍ଲେଖ କରାଯାଇଥିବା ଏହି ତ୍ରୁଟିଗୁଡିକୁ ଗୁରୁତ୍ଵ ନଦେବା ଉଚିତ୍ ଏବଂ ଏହି ସମୟରେ ଆପଣ ନିଜର ବିଶେଷ ଯତ୍ନ ନେବା ଉଚିତ୍ ।

ପ୍ୟାଡ୍ ଏବଂ ଟାମ୍ପନର ଦୀର୍ଘସମୟ ଯାଏ ବ୍ୟବହାର

ଅନେକ ମହିଳା ଦୀର୍ଘ ସମୟ ଧରି ପ୍ୟାଡ୍ ଏବଂ ଟାମ୍ପନ ବ୍ୟବହାର କରନ୍ତି, ଯାହା ଭୁଲ୍ ଅଟେ । ପ୍ୟାଡ୍ କିମ୍ବା ଟ୍ୟାମ୍ପନକୁ ପ୍ରତି ୪-୬ ଘଣ୍ଟାରେ ବଦଳେଇବା ଉଚିତ୍ । ଡାକ୍ତରମାନେ ପ୍ରତି ତିନି ଘଣ୍ଟାରେ ପ୍ୟାଡ୍ ବଦଳାଇବାକୁ ପରାମର୍ଶ ଦିଅନ୍ତି । ସେହିଭଳି ପ୍ରତି ୪-୬ ଘଣ୍ଟାରେ ଥରେ ଟ୍ୟାମ୍ପନ ପରିବର୍ତ୍ତନ କରାଯିବା ଉଚିତ୍ । ପ୍ୟାଡ୍ ଏବଂ ଟାମ୍ପନ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ଵାରା ବ୍ୟାକ୍ଟେରିଆ ସଂକ୍ରମଣ ବଢିଥାଏ ଯେଉଁଥିପାଇଁ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ତେଣୁ ଆପଣ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାକୁ ବଦଳାଇବା ଉଚିତ୍ ।

ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।

ଆଜିକାଲି ବଜାରରେ ଅନେକ ସୁଗନ୍ଧଯୁକ୍ତ ସାନିଟାରୀ ପ୍ୟାଡ୍, ଇଣ୍ଟିମେଟ୍ ହାଇଜିନ୍ ପ୍ରଡକ୍ଟ, ୱାଇପ୍ ଏବଂ ଜେଲ୍ ଉପଲବ୍ଧ । କମ୍ପାନୀଗୁଡିକ ଦ୍ୱାରା ଏହି ପ୍ରଡକ୍ଟକୁ ନେଇ ଦାବିକରାଯାଉଛି ଯେ ଏହାକୁ ବ୍ୟବହାର କରିବା ଦ୍ୱାରା ଦୁର୍ଗନ୍ଧ ଦୂର ହୋଇଥାଏ । ଅନେକ ମହିଳା ଗନ୍ଧରୁ ମୁକ୍ତି ପାଇବା ପାଇଁ ଏହାକୁ ବ୍ୟବହାର କରିବା ଆରମ୍ଭ କରନ୍ତି, ଯାହା ଭୁଲ୍ ଅଟେ । କାରଣ ଏହି ଉତ୍ପାଦଗୁଡିକରେ ସୁଗନ୍ଧିତ କରିବା ପାଇଁ ବହୁ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ । ଯେଉଁ କାରଣରୁ ବ୍ୟକ୍ତିଗତ ଅଂଶରେ କୁଣ୍ଡେଇ ହେବାର ସମସ୍ୟା ଦେଖାଯାଏ । ତେଣୁ, ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।

ପେନକିଲର୍ ବ୍ୟବହାର କରନ୍ତୁ ନାହିଁ ।

ଅନେକ ମହିଳା ଏହି ସମୟରେ ପେଟ ଏବଂ ପିଠିରେ ଭୀଷଣ ଯନ୍ତ୍ରଣା ଅନୁଭବ କରନ୍ତି । ଏହି ଯନ୍ତ୍ରଣାକୁ ଦୂରକରିବା ପାଇଁ ମହିଳାମାନେ ପେନକିଲର୍ ଖାଇଥାନ୍ତି । କିନ୍ତୁ ଏହା ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ତେଣୁ ଯଦି ଆପଣ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଆପଣ କଦାପି ପେନକିଲର୍ ଖାଆନ୍ତୁ ନାହିଁ । ପେଟ କିମ୍ବା ପିଠିରେ ଯନ୍ତ୍ରଣା ହେଲେ ଆପଣ କେବଳ ଚା’ ଏବଂ କଫି ପରି ଗରମ ଜିନିଷ ଖାଇବା ଉଚିତ୍ । ଯଦି ସେଥିରୁ ଆରାମ ନମିଳେ ତେବେ ଆପଣ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇବା ଉଚିତ୍ ।

ବ୍ୟାୟାମ କରନ୍ତୁ ନାହିଁ ।

ପିରିଅଡ୍ ସମୟରେ ଆପଣ ଯେତେ ସମ୍ଭବ ବିଶ୍ରାମ କରନ୍ତୁ । ଏହି ସମୟରେ ଭୁଲରେ ମଧ୍ୟ ବ୍ୟାୟାମ କରନ୍ତୁ ନାହିଁ । ଅନେକ ମହିଳା ଏହି ସମୟରେ ମଧ୍ୟ ୱାର୍କଆଉଟ୍ କରିଥାନ୍ତି ଯାହାକି ସେମାନଙ୍କ ଯନ୍ତ୍ରଣାକୁ ବଢ଼ାଇ ଦେଇଥାଏ । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଏହି ସମୟରେ ବ୍ୟାୟାମ କରିବା ଦ୍ୱାରା ପେଟ ଉପରେ ଖରାପ ପ୍ରଭାବ ପଡିଥାଏ ।

ତେଲଛଣା ଜିନିଷ ଖାଆନ୍ତୁ ନାହିଁ ।

ଅନେକ ମହିଳାଙ୍କର ଏହି ସମୟରେ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଏ । ତେଲ ଛଣା ଖାଦ୍ୟ, ଆଳୁ ଚିପ୍ସ ଇତ୍ୟାଦି ଖାଇବା ଦ୍ୱାରା ଏହି ସମୟରେ ପେଟ ଫୁଲିବା ସମସ୍ୟା ବଢିଯାଏ ।

Leave a Reply

Your email address will not be published. Required fields are marked *