ବନ୍ଦ ହେବ ନାହିଁ ୧୦୦, ୫୦ ଏବଂ ୧୦ ଟଙ୍କାର ପୁରୁଣା ନୋଟ ! RBI ଦେଲା ସ୍ପଷ୍ଟୀକରଣ…

ବନ୍ଦ ହେବ ନାହିଁ ୧୦୦, ୫୦ ଏବଂ ୧୦ ଟଙ୍କାର ପୁରୁଣା ନୋଟ ! RBI ଦେଲା ସ୍ପଷ୍ଟୀକରଣ…

* ପୂର୍ବ ସପ୍ତାହ ମିଡ଼ିଆରେ ଏପରି ଖବର ଆସିଥିଲାକି ଛୋଟ ମୁଦ୍ରା ନୋଟର ପୁରୁଣା ସିରିଜି ଗୁଡିକ ଶୀଘ୍ର ବନ୍ଦ ହୋଇପାରେ ।

* କୁହାଯାଉଥିଲା କି RBI ଚଳିତ ବର୍ଷର ମାର୍ଚ୍ଚମାସ ସୁଦ୍ଧା ୧୦୦, ୫୦ ଏବଂ ୧୦ ଟଙ୍କିଆ ମୁଦ୍ରା ନୋଟ୍ ବନ୍ଦ କରିବାର ପଦକ୍ଷେପ ନେଇପାରେ ।

ଅତୀତର ପରି ପୁଣିଥରେ ପୁଣି ବିମୁଦ୍ରୀକରଣ ହେବାର ଗୁଜବ କଥା ବ୍ୟାପୁଛି । କିନ୍ତୁ ଏହାକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ । ସରକାର ୧୦୦, ୫୦ ଏବଂ ୧୦ ଟଙ୍କିଆ ଛୋଟ ମୁଦ୍ରା ନୋଟ୍ ବନ୍ଦ କରିବାକୁ ଯାଉନାହାଁନ୍ତି, ଏହି କଥା RBI କହିଛି ।

* ରିଜର୍ଭ ବ୍ୟାଙ୍କ ଟ୍ୱିଟରରେ ଦେଇଛି ସ୍ପଷ୍ଟୀକରଣ

ରିଜର୍ଭ ବ୍ୟାଙ୍କ ଛୋଟ ମୁଦ୍ରା ନୋଟ୍ ନେଇକି ଏହି ସ୍ପଷ୍ଟୀକରଣ ଟ୍ୱିଟରରେ ଦେଇଛି । ସେ କହିଛି, ମିଡ଼ିଆରେ ଏହି ଖବର ଆସିଥିଲା ଯେ ୧୦୦, ୫୦ ଏବଂ ୧୦ ଟଙ୍କିଆ ମୁଦ୍ରା ନୋଟ୍ ବନ୍ଦ ହୋଇପାରେ । ଏହି ଖବରରେ ଆମେ ଏହା ସ୍ପଷ୍ଟୀକରଣ ଜାରି କରିଛୁ ଯେ ଏହି ଖବର ସତ୍ୟ ନୁହେଁ ।

* ମିଡ଼ିଆରେ ପୂର୍ବ ସପ୍ତାହରେ ଖବର ଆସିଥିଲା ।

ପୂର୍ବ ସପ୍ତାହରେ ମିଡ଼ିଆରେ ଏପରି ଖବର ଆସିଥିଲା ଯେ ଏହି ମୁଦ୍ରା ନୋଟର ପୁରୁଣା ସିରିଜି ଗୁଡିକୁ ଶୀଘ୍ର ବନ୍ଦ କରାଯାଇପାରେ । କୁହାଯାଉଥିଲା କି RBI ଏହି ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୧୦୦, ୫୦ ଏବଂ ୧୦ ଟଙ୍କିଆ ଛୋଟ ମୁଦ୍ରା ନୋଟ୍ ବନ୍ଦ କରିବାର ପଦକ୍ଷେପ ନେଇପାରେ ।

* ବିମୁଦ୍ରୀକରଣ ପରେ ଜାରି ହୋଇଥିଲା ଏହି ନୂଆ ନୋଟ

ବିମୁଦ୍ରୀକରଣ ପରଠାରୁ ଆଜି ପର୍ଯ୍ୟନ୍ତ RBI ଅଲଗା ଅଲଗା ମୂଲ୍ୟର ୭ ମୁଦ୍ରା ନୋଟ୍ ଜାରି କରିସାରିଛନ୍ତି । ଏଥିରେ
୨୦୦୦, ୫୦୦, ୨୦୦, ୧୦୦, ୫୦, ୨୦ ଏବଂ ୧୦ ଟଙ୍କିଆ ମୂଲ୍ୟର ନୋଟ ଅନ୍ତର୍ଭୁକ୍ତ । ଏହା ସମସ୍ତ ମହାତ୍ମା ଗାନ୍ଧୀ ସିରିଜର ନୋଟ୍ ଏବଂ ଏଗୁଡ଼ିକର ପଛରେ ଐତିହାସିକ ସ୍ଥାନଗୁଡିକର ଫୋଟ ଛପା ଯାଇଛି ।

Leave a Reply

Your email address will not be published. Required fields are marked *