ଶାଶୁଙ୍କ ଦୁର୍ବ୍ୟବହାର ଓ ସ୍ୱାମୀଙ୍କ ଜୁଆ ଖେଳିବା ଅଭ୍ୟାସ ଏବଂ ଘରୋଇ ହିଂସା ଯୋଗୁଁ ନର୍କ ପାଲଟି ଯାଇଥିଲା ଏହି ଅଭିନେତ୍ରୀମାନଙ୍କ ଜୀବନ ।

ଶାଶୁଙ୍କ ଦୁର୍ବ୍ୟବହାର ଓ ସ୍ୱାମୀଙ୍କ ଜୁଆ ଖେଳିବା ଅଭ୍ୟାସ ଏବଂ ଘରୋଇ ହିଂସା ଯୋଗୁଁ ନର୍କ ପାଲଟି ଯାଇଥିଲା ଏହି ଅଭିନେତ୍ରୀମାନଙ୍କ ଜୀବନ ।

ଛାଡ଼ପତ୍ର ଯେକୌଣସି ମହିଳା ପାଇଁ ମଧ୍ୟ ସହଜ ପଦକ୍ଷେପ ନୁହେଁ । କିନ୍ତୁ ବୈବାହିକ ଜୀବନ ନର୍କ ପାଲଟି ଯାଏ ତେବେ ତାହାକୁ ଛାଡ଼ିଦେବା ଉଚିତ୍ ଅଟେ । ଏପରି କିଛି ବଲିଉଡ଼ର ନାୟିକା ମାନେ ମଧ୍ୟ କରିଛନ୍ତି ।

ମଳାଇକା ଅରୋଡ଼ା : ମଳାଇକା ଅରୋଡ଼ା ଓ ଅରବାଜ ଖାଁଙ୍କ ଛାଡ଼ପତ୍ର ହେବା ଯୋଗୁଁ ସମସ୍ତେ ଆଶ୍ଚର୍ଯ୍ୟନ୍ବିତ ହୋଇ ପଡ଼ିଥିଲେ । ଏହି ଛାଡ଼ପତ୍ର ପରେ ଅଧିକାଂଶ ଲୋକ ମଳାଇକାକୁ ଅନେକ କିଛି କହିଥିଲେ । କେତେବେଳେ ତାଙ୍କୁ ‘ଛଳନା କରିଥିବା ସ୍ତ୍ରୀ’ ତ କେବେ ଘର ଭାଙ୍ଗିଥିବା ମହିଳା ବୋଲି କହିଥିଲେ । ଏତେ ଟ୍ରୋଲ ହେବା ସତ୍ତ୍ୱେ ମଳାଇକା ଚୁପ୍ ରହିଲେ ଏବଂ ସେ କେବେମଧ୍ୟ ଅରବାଜଙ୍କ ବିରୁଦ୍ଧରେ କିଛି କହିଲେ ନାହିଁ । କିନ୍ତୁ ଏକ ଇଣ୍ଟରଭିୟୁରେ ସେ ନିଜ ଛାଡ଼ପତ୍ରର ପ୍ରକୃତ କାରଣ ବିଷୟରେ କହିଥିଲେ ।

ମଳାଇକା କହିଥିଲେ ଯେ ଅରବାଜ ଖାଁଙ୍କୁ ଜୁଆ ଖେଳିବାର ଏକ ଖରାପ ଅଭ୍ୟାସ ହୋଇଯାଇଥିଲା । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗି ରହୁଥିଲା । କେବଳ ଏଥିପାଇଁ ସେ ନିଜ ଶିଶୁର ଏକ ସୁନ୍ଦର ଭବିଷ୍ୟତକୁ ଧ୍ୟାନରେ ରଖି ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଲେ ।

ଅମୃତା ସିଂହ : ସୈଫ ଅଲି ଖାଁ ଅମୃତାଙ୍କ ସହ ଛାଡ଼ପତ୍ର ନେବା ପରେ ତାଙ୍କ ବ୍ୟବହାର ଓ କ୍ରୋଧକୁ ନେଇ ଅନେକଗୁଡ଼ିଏ କଥା କହିଥିଲେ । କିଛି ଲୋକ ତାଙ୍କୁ ଛାଡ଼ପତ୍ରର କାରଣ କଣ ବୋଲି ପଚାରିଥିଲେ । କିନ୍ତୁ ଏହାର ଆଉ ଏକ ପକ୍ଷ ଥିଲା । ଅମୃତା ଏକ ଇଣ୍ଟରଭିୟୁରେ ଖୁଲାସା କରିଥିଲେ ଯେ ତାଙ୍କ ଶାଶୁ ଶର୍ମିଳା ଟେଗୋଦ୍ ତାଙ୍କୁ ବୋହୂ ଭାବେ କେବେ ସ୍ୱୀକାର କରିନଥିଲେ । ତାଙ୍କ ସମ୍ପର୍କରେ ଏତେ ତିକ୍ତତା ରହିଥିଲା ଯେ ଅମୃତା ସୈଫଙ୍କୁ କହୁଥିଲେ ତାଙ୍କୁ ତାଙ୍କ ଶାଶୁଙ୍କ ସହିତ ଘରେ ଏକୁଟିଆ ଛାଡ଼ନ୍ତୁ ନାହିଁ । କେବଳ ତାଙ୍କର ଏହି ଅନୁଭବ ଯୋଗୁଁ ଅମୃତାଙ୍କ ନିଜ ସ୍ୱାମୀ ସୈଫଙ୍କ ସହ ସମ୍ପର୍କ ମଧ୍ୟ ଖରାପ ହେବାକୁ ଲାଗିଲା ।

ସଙ୍ଗୀତା ବିଜଲାନୀ : ସଲମାନ୍ ଖାଁଙ୍କ ଠାରୁ ଛଳନା ମିଳିବା ପରେ ସଙ୍ଗୀତା ବିଜଲାନୀ ମୋହମ୍ମଦ ଅଜରୁଦ୍ଦିନଙ୍କୁ ନିକାହ କରିଥିଲେ କିନ୍ତୁ ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ଚାଲିପାରିନଥିଲା ଏବଂ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା । ଏକ ପୋଷ୍ଟରେ ସେ ଲେଖିଥିଲେ ଯେ କିପରି ଏକ ବିଶ୍ୱସନୀୟ ସାଥି ମିଳିବା କଷ୍ଟକର ଅଟେ । ତାଙ୍କ ପୋଷ୍ଟରେ କହିଥିବା କଥା କିଛି ଏପରି ଥିଲା- ଯଦି ପୁରୁଷକୁ ଏପରି ଜୀବନସାଥୀ ମିଳିଯାଏ ଯେଉଁଥିରେ ସେହି ସମସ୍ତ ଗୁଣ ଥିବ ଯାହା ତାଙ୍କୁ ଦରକାର ତେବେ ସେ ଏହି ସନ୍ତୁଷ୍ଟି ଓ ଶାନ୍ତି ପାଇଁ ଅନ୍ୟ ବିକଳ୍ପ ଖୋଜନ୍ତି ।

ଶ୍ୱେତା ତିୱାରୀ : ଶ୍ୱେତା ରାଜା ଚୌଧୁରୀଙ୍କୁ ଖୁବ୍ କମ୍ ବୟସରେ ବିବାହ କରିନେଇଥିଲେ । ଏହି ବିବାହରେ ତାଙ୍କୁ ଘରୋଇ ହିଂସାର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ସେ ଅଭିନବ କୋହଲିଙ୍କ ସହିତ ଦ୍ୱିତୀୟ ବିବାହ କଲେ କିନ୍ତୁ ଏଥିରେ ମଧ୍ୟ ତାଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଲା । ଦେଖିବାକୁ ଗଲେ ଉଭୟ ବିବାହରେ ଶ୍ୱେତାଙ୍କ ଜୀବନ ନର୍କ ହୋଇଯାଇଥିଲା ।

ଜେନିଫର୍ ବିଙ୍ଗେଟ : ଜେନିଫର୍ ବିଙ୍ଗେଟ୍ ଓ କରନ୍ ସିଂହ ଗ୍ରୋବରଙ୍କ ପ୍ରେମ କାହାଣୀ ବହୁତ ରୋମାଣ୍ଟିକ୍ ଭାବେ ଆରମ୍ଭ ହୋଇଥିଲା । କିନ୍ତୁ ଏଥିରେ ତିକ୍ତତା ଆରମ୍ଭ ହେବାକୁ ଲାଗିଲା । ଏଥିପାଇଁ ଜେନିଫର୍ କରନଙ୍କୁ ଦୋଷ ଦେଲେ ଏବଂ କହିଲେ ତାଙ୍କ ଅନୁଯାୟୀ ବିବାହର ଏକ ‘ଟିମ୍ ୱାର୍କ’ ଅଟେ । ଏଥିରେ ମୁଁ ନିଜର ୧୦୦ ପ୍ରତିଶତରୁ ଅଧିକ ଦେଲି କିନ୍ତୁ କରନ୍ ଏପରି କରିବାରେ ଅସଫଳ ରହିଲେ ।

Leave a Reply

Your email address will not be published. Required fields are marked *