ଖୁବ୍ ସୁନ୍ଦର ଅଟନ୍ତି ‘ଟପ୍ପୂ’ଙ୍କ ଗାର୍ଲଫ୍ରେଣ୍ଡ ! ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଖୁବ୍ ସୁନ୍ଦର ଅଟନ୍ତି ‘ଟପ୍ପୂ’ଙ୍କ ଗାର୍ଲଫ୍ରେଣ୍ଡ ! ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଟିଭି ଇଣ୍ଡଷ୍ଟ୍ରିରେ ଅନେକ ଏପରି ଚାଇଲଡ୍ ଅଛନ୍ତି ଯେଉଁମାନେ ବର୍ତ୍ତମାନ ବଡ଼ ହୋଇ ଯାଇଛନ୍ତି । କାହାରି ବିବାହ ହୋଇ ଯାଇଛି ତ କେହି ନିଜର ଏକ ବିଜନେସ୍ କରିବା ଆରମ୍ଭ କରିଦେଇଛନ୍ତି । ଯଦି ଆମେ କଥା ହେବୁ ଟିଭିର ସୁପରହିଟ୍ ଶୋ’ “ତରକା ମେହତା କା ଉଲଟା ଚଷମା” ବିଷୟରେ ତେବେ ତାହା ଟିଭିରେ ପ୍ରସାରଣ ହେବାର ୧୦ ବର୍ଷ ହୋଇ ଗଲାଣି ଏବଂ ଏହି ଶୋ’ରେ ଦେଖା ଯାଉଥିବା ପିଲାମାନେ ମଧ୍ୟ ବଡ଼ ହୋଇଯାଇଛନ୍ତି । ଏଥିରେ ଏକ ଲୋକପ୍ରିୟ ଚରିତ୍ର ଅଛନ୍ତି ଟପ୍ପୂ ଯାହାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଭିନେତା ‘ଭବ୍ୟ ଗାନ୍ଧୀ’ ଭୂମିକାରେ ଅଭିନୟ କରିଆସିଛନ୍ତି । କିନ୍ତୁ କୌଣସି କାରଣ ବଶତଃ ସେ ୨୦୧୯ରେ ଶୋ’ ଛାଡ଼ି ଦେଇଥିଲେ । ବର୍ତ୍ତମାନ ସେ ଏତେ ବଡ଼ ହୋଇଯାଇଛନ୍ତି ଯେ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ମଧ୍ୟ ଅଛନ୍ତି । ଯିଏକି ସବୁଠାରୁ ଅଲଗା ଏବଂ ଅତ୍ୟନ୍ତ ସୁନ୍ଦର ମଧ୍ୟ ଅଟନ୍ତି । ତେଣୁ ଚାଲନ୍ତୁ ଜାଣିବା ଟପ୍ପୂଙ୍କ ଗାର୍ଲଫ୍ରେଣ୍ଡ ବିଷୟରେ ।

ଟପ୍ପୂ ଚରିତ୍ରରେ ଅଭିନୟ କରୁଥିବା ‘ଭବ୍ୟ ଗାନ୍ଧୀ’ ଏବେ ଶୋ’ର ଅଂଶ ନୁହଁନ୍ତି କିନ୍ତୁ ମୋଡେଲିଙ୍ଗରେ ସେ ନିଜର କ୍ୟାରିଅର୍ ଆଗକୁ ବଢ଼ାଇଛନ୍ତି । ବର୍ତ୍ତମାନ ସେ ଅଭିନେତ୍ରୀ ଦିଗଙ୍ଗନା ସୂର୍ଯ୍ୟବଂଶୀଙ୍କୁ ଡେଟ୍ କରୁଛନ୍ତି ଯିଏକି ଏକ ରାଜକୀୟ ପରିବାରର ଅଟନ୍ତି । ସେ ଅନେକ ସିରିଏଲରେ କାମ କରିଛନ୍ତି କିନ୍ତୁ ତାଙ୍କୁ ଷ୍ଟାରପ୍ଲସର ଲୋକପ୍ରିୟ ଶୋ’ ବୀରା ସିରିଏଲରୁ ଅଧିକ ଲୋକପ୍ରିୟତା ମିଳିଥିଲା । କିଛି ଦିନ ପୂର୍ବରୁ ସେ ଗୋବିନ୍ଦାଙ୍କ ଫିଲ୍ମ ରଙ୍ଗିଲା ରାଜାରେ ଗୋବିନ୍ଦାଙ୍କ ପତ୍ନୀ ରୂପରେ ନଜର ଆସିଥିଲେ । ଦିଗଙ୍ଗନା ନିଜ ବାପା ମା’ଙ୍କର ଏକମାତ୍ର ଝିଅ ସନ୍ତାନ ଅଟନ୍ତି ଏବଂ ସେ ବାସ୍ତବ ଜୀବନରେ ଜଣେ ରାଜକୁମାରୀ ଭଳି ରହନ୍ତି । ଏମିତିରେ ସେ ବାସ୍ତବ ଜୀବନରେ ରାଜକୁମାରୀ ଅଟନ୍ତି ଯାହାଙ୍କୁ ନିଜ ବାପା-ମାଙ୍କର ଖୁବ୍ ସ୍ନେହ ମିଳିଥାଏ । ଭବ୍ୟ ଗାନ୍ଧୀ ଏବଂ ଦିଗଙ୍ଗନା ଆଜିକାଲି ଅନେକ ଇଭେଣ୍ଟରେ ନଜର ଆସନ୍ତି ଏବଂ ତାଙ୍କୁ ଅନେକଥର ମୁମ୍ବାଇର ରେଷ୍ଟରାଣ୍ଟରେ ମଧ୍ୟ ଦେଖାଯାଇଛି । ଭବ୍ୟ ଏବଂ ଦିଗଙ୍ଗନା ଛୋଟ ପରଦାରେ ଚର୍ଚ୍ଚିତ ଚେହେରା ମଧ୍ୟରୁ ଅନ୍ୟତମ ଅଟନ୍ତି ଯେଉଁ ମାନଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି । ଏମିତିରେ ତ ଦିଗଙ୍ଗନା ଭବ୍ୟଙ୍କ ଠାରୁ ବୟସରେ ବଡ଼ ଅଟନ୍ତି କିନ୍ତୁ ଆଜିକାଲିକା ସମୟରେ ପ୍ରେମ ବୟସ ଦେଖିନଥାଏ । କମ କିମ୍ବା ଅଧିକ ବୟସର ଝିଅ ପୁଅ ପରସ୍ପରକୁ ଡେଟ୍ କରିବା ତ ଦୂରର କଥା ଲୋକେ ତ ବିବାହ ମଧ୍ୟ କରି ଦେଉଛନ୍ତି । ଏହାର ଏକ ଉଦାହରଣ ହେଉଛନ୍ତି ପ୍ରିୟଙ୍କା ଚୋପଡ଼ା ।

ଏହି କାରଣରୁ ଭବ୍ୟ ଶୋ’ ଛାଡ଼ିଥିଲେ :-

ସବ ଟିଭିର ଲୋକପ୍ରିୟ ଶୋ’ “ତାରକ ମେହତା କା ଉଲଟା ଚଷମା” କୁ ଛାଡ଼ିବା ପଛରେ ଥିବା କାରଣ ସମ୍ବନ୍ଧରେ ଭବ୍ୟ ଏକ ଇଣ୍ଟରଭିଉରେ କହିଥିଲେ । ଏକ ଇଂରାଜୀ ୱେବସାଇଟକୁ ଦେଇଥିବା ଇଣ୍ଟରଭିଉରେ ଭବ୍ୟ କହିଥିଲେ ଯେ ଶୋ’ ନିର୍ମାତାଙ୍କୁ ଅନେକଥର ତାଙ୍କ ଚରିତ୍ରରେ ସାଇଡ଼ଲାଇନ ଦେବା ପାଇଁ । କିନ୍ତୁ ଏଥିରେ ତାଙ୍କୁ କୌଣସି ପୋଜିଟିଭ ଉତ୍ତର ମିଳିନଥିଲା । ଭବ୍ୟଙ୍କ ଅନୁସାରେ, ‘ମୁଁ ଶୋ ଏଥିପାଇଁ ଛାଡ଼ିଲି କାରଣ ଏଥିରେ ମୋ ଚରିତ୍ରର କୌଣସି ସ୍କୋପ୍ ନଥିଲା । ଏଥିରେ ବହୁତ ପଣ୍ଟସିୟଲ୍ ଥିଲା । କିନ୍ତୁ ଏହାକୁ ଅଧିକ ସ୍କୋପ୍ ଦିଆଯାଇନଥିଲା । ମୁଁ ଅନେକଥର ଶୋ’ ନିର୍ମାତାଙ୍କ ସହିତ ଏହି ସମ୍ବନ୍ଧରେ କଥା ହୋଇଥିଲି କିନ୍ତୁ ମୋ କଥାକୁ ଅଣଦେଖା କରାଯାଇଥିଲା ଏବଂ ଏହି କାରଣରୁ ମୁଁ ଶୋ’ ଛାଡ଼ିଥିଲି ।

Leave a Reply

Your email address will not be published. Required fields are marked *