ବଚ୍ଚନ ପରିବାରର ୟୁରୋପ ହଲିଡେର ଫୋଟ ହୋଇଛି ଭାଇରାଲ୍ ! ଜୟା ବଚ୍ଚନ ପିନ୍ଧିଛନ୍ତି ସ୍କର୍ଟ ଏବଂ ଐଶ ପିନ୍ଧିଛନ୍ତି ଏକ ସର୍ଟ ଡ୍ରେସ୍…

ବଚ୍ଚନ ପରିବାରର ୟୁରୋପ ହଲିଡେର ଫୋଟ ହୋଇଛି ଭାଇରାଲ୍ ! ଜୟା ବଚ୍ଚନ ପିନ୍ଧିଛନ୍ତି ସ୍କର୍ଟ ଏବଂ ଐଶ ପିନ୍ଧିଛନ୍ତି ଏକ ସର୍ଟ ଡ୍ରେସ୍…

କରୋନା ମହାମାରୀ ଯୋଗୁ ସମସ୍ତେ ନିଜ ଘରେ ରହି ସୁରକ୍ଷିତ ରହିବାକୁ ପସନ୍ଦ କରୁଛନ୍ତି । ତେବେ ଆଜିକାଲି ସାଧାରଣ ଜନତାଙ୍କ ଠାରୁ ବଲିଉଡ କଳାକାର ପର୍ଯ୍ୟନ୍ତ ସମସ୍ତେ ସରକାର ଦେଇଥିବା ଛୁଟିଦିନକୁ ଖୁସିରେ ବିତାଉଛନ୍ତି । କେଉଁ ସେଲିବ୍ରିଟି ଦୁବାଇ ଯାଇଥିବା ବେଳେ କେଉଁ ସେଲିବ୍ରିଟି ମାଲଦ୍ୱୀପରେ ଛୁଟି କଟାଉଛନ୍ତି । ବର୍ତ୍ତମାନ ବଚ୍ଚନ ପରିବାରର ୟୁରୋପର ହଲିଡେ ଫୋଟ ଭାଇରାଲ୍ ହୋଇଛି । ଅବଶ୍ୟ, ଭାଇରାଲ୍ ହୋଇଥିବା ଏହି ଫୋଟଗୁଡ଼ିକ କରୋନା ମହାମାରୀ ପୂର୍ବର ଅଟେ ।

ଅଭିଷେକ ଐଶ୍ୱର୍ଯ୍ୟାଙ୍କ ବିବାହ ପରେ ବଚ୍ଚନ ପରିବାର ଏକତ୍ର ୟୁରୋପ ଯାଇଥିଲେ

ଏହି ଫୋଟଗୁଡିକରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ପରସ୍ପରର ହାତଧରି ୟୁରୋପରେ ବୁଲୁଥିବାର ଦେଖିବାକୁ ମିଳିଛି । ଐଶ୍ୱର୍ଯ୍ୟା ଧଳା ଏବଂ ନୀଳ ରଙ୍ଗର ଫ୍ଲୋରାଲ ପ୍ରିଣ୍ଟ ଡ୍ରେସ୍ ପିନ୍ଧିଛନ୍ତି, ତାଙ୍କର କେଶ ଅଧା ଟାଇ ହୋଇଛି ଏବଂ ହିଲ୍ ସହିତ ସେ ତାଙ୍କର ଲୁକକୁ ସମ୍ପୂର୍ଣ୍ଣ କରିଛନ୍ତି ।

ଅନ୍ୟପକ୍ଷରେ ଅଭିଷେକ ବଚ୍ଚନ ଏକ ଗ୍ରେ ରଙ୍ଗର ଟ୍ରାଉଜର ସହିତ ଗୋଲାପି ରଙ୍ଗର ସାର୍ଟ ପିନ୍ଧିଛନ୍ତି ଏବଂ ହାତରେ ଏକ ବ୍ୟାଗ୍ ଧରିଛନ୍ତି । ଉଭୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସନଗ୍ଲାସେସ ପିନ୍ଧିଥିବାର ନଜର ଆସିଛନ୍ତି ।

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରାୟତ ଅନ୍ୟମାନଙ୍କୁ ରିଲେସନଶିପ୍ ଗୋଲ ଦେଇଥାନ୍ତି ଏବଂ ପ୍ରାୟତଃ ସେମାନଙ୍କ ଫୋଟ ଏବଂ ଭିଡିଓ ଭାଇରାଲ୍ ହୋଇଥାଏ ।

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ସହ ଏହି ଦମ୍ପତିଙ୍କ ୟୁରୋପ ହଲିଡେର ଫୋଟ ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହୋଇଛି ।

ଅନ୍ୟ ଏକ ଫୋଟରେ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନଜର ଆସିଛନ୍ତି । ଫୋଟକୁ ଦେଖିଲେ ଲାଗୁଛି ଯେ ସପିଂ ପାଇଁ କେଉଁଠାକୁ ଯିବେ ପୁରା ପରିବାର ଏହି ବିଷୟରେ କଥାବାର୍ତା ହେଉଛନ୍ତି ।

ବିଗ-ବି ନୀଳ ଜିନ୍ସ ସହିତ ଏକ ଧଳା ସାର୍ଟ ପିନ୍ଧିଥିବାବେଳେ ଜୟା ବଚ୍ଚନ ଏକ ଧଳା କୁର୍ତ୍ତା, ଲମ୍ବା ସ୍କର୍ଟ ଏବଂ ସ୍କାର୍ଫ ପିନ୍ଧିଥିଲେ ।

ସୂଚନାଯୋଗ୍ୟ ଯେ ବଚ୍ଚନ ପରିବାରର ପ୍ରାୟ ସମସ୍ତେ କୋରନାରେ ଆକ୍ରାନ୍ତ ହୋଇସାରିଛନ୍ତି । ଅମିତାଭ, ଅଭିଷେକ,ଐଶ୍ୱର୍ଯ୍ୟା ଏବଂ ସେମାନଙ୍କ ଝିଅ ଆରାଧ୍ୟା ସମସ୍ତେ କୋରନା ପଜିଟିଭି ହୋଇଥିଲେ । କେବଳ ଜୟା ବଚ୍ଚନ ଏଥିରୁ ବଞ୍ଚିପାରିଛନ୍ତି ।

Leave a Reply

Your email address will not be published. Required fields are marked *