ବସନ୍ତ ପଞ୍ଚମୀ ଦିନ ମା’ ସରସ୍ଵତୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି କାମ ! ମାଆଙ୍କ କୃପାଶୀର୍ବାଦ ପ୍ରାପ୍ତ କରିବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ…

ବସନ୍ତ ପଞ୍ଚମୀ ଦିନ ମା’ ସରସ୍ଵତୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି କାମ ! ମାଆଙ୍କ କୃପାଶୀର୍ବାଦ ପ୍ରାପ୍ତ କରିବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ…

ଚଳିତ ବର୍ଷ ଫେବୃଆରୀ ୧୬ରେ ବସନ୍ତ ପଞ୍ଚମୀ ପର୍ବ ଆସୁଛି । ବସନ୍ତ ପଞ୍ଚମୀ ଦିନ ମା’ ସରସ୍ଵତୀଙ୍କୁ ପୂଜା କରାଯାଇଥାଏ । ପ୍ରତି ବର୍ଷ ଏହି ପର୍ବ ମାଘମାସ ଶୁଳ୍କ ପକ୍ଷ ପଞ୍ଚମୀ ତିଥିରେ ଆସିଥାଏ । ମା’ ସରସ୍ଵତୀଙ୍କୁ ସଙ୍ଗୀତ ଏବଂ ବିଦ୍ୟାର ଦେବୀ ବୋଲି କୁହାଯାଇଥାଏ । ଏଥିପାଇଁ ଛାତ୍ର ମାନଙ୍କୁ ବିଶେଷ ରୂପରେ ତାଙ୍କର ପୂଜା କରିବାକୁ କୁହାଯାଇଥାଏ । ବସନ୍ତ ପଞ୍ଚମୀର ବିଧିବିଧାନରେ ମା’ଙ୍କ ପୂଜା କରିବା ଦ୍ୱାରା ଭକ୍ତଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ବସନ୍ତ ପଞ୍ଚମୀ ତିଥିର ପ୍ରାରମ୍ଭ ଫେବୃୟାରୀ ୧୬ ସକାଳ ୫ ବାଜି ୪୬ ମିନିଟ୍ ପର୍ଯ୍ୟନ୍ତ ରହିବ ।

ଏହିଭଳି ଭାବରେ କରନ୍ତୁ ମା’ଙ୍କ ପୂଜା :-

୧. ଏହିଦିନ ସକାଳେ ସ୍ନାନ କରିବା ପରେ ଶ୍ୱେତ ଅଥବା ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହାପରେ ମନ୍ଦିରରେ ମା’ଙ୍କ ମୂର୍ତ୍ତି କୁ ଚୌକିରେ ସ୍ଥାପିତ କରନ୍ତୁ । ଏହି ଚୌକି ଉପରେ ହଳଦିଆ କପଡ଼ା ବିଛାଇ ଦିଅନ୍ତୁ । ଏହାପରେ ବିଧି ପୂର୍ବକ କଳସ ସ୍ଥାପିତ କରନ୍ତୁ ।

୨. ମା’ଙ୍କୁ ଶ୍ୱେତ ଫୁଲ ମାଳା ଅର୍ପିତ କରନ୍ତୁ ଏବଂ ସିନ୍ଦୁର ଓ ଅନ୍ୟ ଶୃଙ୍ଗାର ବସ୍ତୁ ମଧ୍ୟ ମା’ଙ୍କୁ ଅର୍ପଣ କରନ୍ତୁ ।

୩. ବସନ୍ତ ପଞ୍ଚମୀ ଦିନ ମାତାଙ୍କ ଚରଣରେ ଗୋଲାପ ଅର୍ପଣ କରିବା ମଧ୍ୟ ଶୁଭ ହୋଇଥାଏ । ଏବଂ ତାସହିତ ପ୍ରାସାଦରେ ମା’ଙ୍କୁ ହଳଦିଆ ରଙ୍ଗର ମିଠାଇ କିମ୍ବା କ୍ଷୀର ଅର୍ପଣ କରନ୍ତୁ ।

୪. ପୂଜାର ସଂକଳ୍ପ ନିଅନ୍ତୁ ଏବଂ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଏହାପରେ “ଓଁ ଏଂ ସରସ୍ବତୈ ନମଃ” ମନ୍ତ୍ରର ଜପ କରନ୍ତୁ ।

ଯଦି ଆପଣଙ୍କର କିଛି ମନସ୍କାମନା ରହିଛି ଯାହାକି ପୂର୍ଣ୍ଣ ହେଉନାହିଁ ତେବେ ଆପଣ ମାତାଙ୍କୁ ତାଙ୍କର ପସନ୍ଦର ଜିନିଷ ଅର୍ପଣ କରନ୍ତୁ । ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏଥିପାଇଁ ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ମାତାଙ୍କୁ ଅର୍ପିତ କରନ୍ତୁ । ଏହାବ୍ୟତୀତ କେସର ଏବଂ ହଳଦିଆ ଚନ୍ଦନର ତିଳକ ମଧ୍ୟ ମାତାଙ୍କୁ ଲଗାନ୍ତୁ ଏବଂ ହଳଦିଆ ରଙ୍ଗର ପୁଷ୍ପ ମଧ୍ୟ ଅର୍ପଣ କରନ୍ତୁ । ଏହି ତିନୋଟି ଜିନିଷକୁ ମାତାଙ୍କୁ ଅର୍ପଣ କରିବା ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ମାତା ପୂରଣ କରିଦେବେ ଏବଂ ଆପଣ ଯାହା ଚାହୁଁଥିବେ ଆପଣଙ୍କୁ ମିଳିଯିବ ।

ଏହିଦିନ କରନ୍ତୁ ଏହି କାମ :-

ବସନ୍ତ ପଞ୍ଚମୀ ଦିନକୁ ଖୁବ୍ ଶୁଭମଣା ଯାଇଥାଏ ଏବଂ ଏହି ଦିନ କୌଣସି କାର୍ଯ୍ୟର ପ୍ରାରମ୍ଭ କରିପାରନ୍ତି । ବିବାହ, ନିର୍ବନ୍ଧ, ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ୟ ଏହିଦିନ କରାଯାଇ ପାରିବ । କିନ୍ତୁ କିଛି ଏପରି ଜିନିଷ ରହିଛି ଯାହାକୁ ବସନ୍ତ ପଞ୍ଚମୀ ଦିନ କରିବା ବର୍ଜିତ ଅଟେ ।

୧. ବସନ୍ତ ପଞ୍ଚମୀ ଦିନ ପୁସ୍ତକ ପୂଜା କରାଯାଇଥାଏ । ତେଣୁ ଏହିଦିନ ପୁସ୍ତକ ପାଠ କରନ୍ତୁ ନାହିଁ ।

୨. ପିଆଜ ଏବଂ ରସୁଣ ଖାଆନ୍ତୁ ନାହିଁ ।

୩. ମିଥ୍ୟା କୁହନ୍ତୁ ନାହିଁ ।

୪. ମୁଁହରୁ ଖରାପ କଥା ବାହାର କରନ୍ତୁ ନାହିଁ ।

ମା’ଙ୍କ ଆରତୀ :-

ଓଁ ଜୟ ସରସ୍ଵତୀ ମାତା, ଜୟ ଜୟ ସରସ୍ଵତୀ ମାତା, ସଦ୍ଗୁଣ ବୈଭବ ଶାଳିନୀ, ତ୍ରିଭୁବନ ବିଖ୍ୟାତା ।। ଜୟ ……; ଚନ୍ଦ୍ରବଦନୀ ପଦ୍ମାସିନୀ, ଧୃତି ମଙ୍ଗଳକାରୀ ।

ସୋହେଁ ଶୁଭ ହଂସ ସବାରୀ, ଅତୁଳ ତେଜଧାରୀ ।। ଜୟ ……

ବାଏଁ କର ମେଁ ବୀଣା, ଦାଏଁ କର ମେଁ ମାଳା ।

ଶୀଶା ମୁକୁଟ ମଣୀ ସୋହେଁ, ଗଳ ମୋତିୟନ ମାଳା ।। ଜୟ ..……

ଦେବୀ ଶରଣ ଜୋ ଆୟେ, ଉନକା ଉଦ୍ଧାର କିୟା ।

ପୈଠି ମନ୍ଥରା ଦାସୀ, ରାବଣ ସଂହାର କିୟା ।। ଜୟ ……

ବିଦ୍ୟା ଜ୍ଞାନ ପ୍ରଦାୟିନୀ, ଜ୍ଞାନ ପ୍ରକାଶ ଭରୋ ।

ମୋହ, ଅଜ୍ଞାନ, ତିମିର କା ଜଗ ସେ ନାଶ କରୋ ।। ଜୟ ……

ଧୂପ, ଦୀପ, ଫଳ, ମେବା ମା’ ସ୍ୱୀକାର କରୋ ।

ଜ୍ଞାନଚକ୍ଷୁ ଦେ ମାତା, ଜଗ ନିସ୍ତାର କରୋ ।। ଜୟ ……

ମା ସରସ୍ଵତୀ କୀ ଆରତୀ ଜୋ କୟୀ ଜନ ଗାୱେ ।
ହିତକାରୀ, ସୁଖକାରୀ, ଜ୍ଞାନ ଭକ୍ତି ପାୱେ ।। ଜୟ …….

ଜୟ ସରସ୍ଵତୀ ମାତା, ଜୟ ଜୟ ସରସ୍ବତୀ ମାତା ।

ସଦ୍ଗୁଣ ବୈଭବ ଶାଳିନୀ, ତ୍ରିଭୁବନ ବିଖ୍ୟାତା ।। ଜୟ ……

ଓଁ ଜୟ ସରସ୍ଵତୀ ମାତା, ଜୟ ଜୟ ସରସ୍ଵତୀ ମାତା ।

ସଦ୍ଗୁଣ ବୈଭବ ଶାଳିନୀ, ତ୍ରିଭୁବନ ବିଖ୍ୟାତା ।। ଜୟ …….

Leave a Reply

Your email address will not be published. Required fields are marked *