ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସମ୍ପର୍କ କରିବା ଅଟେ ଖୁବ୍ ସହଜ ! କେବଳ ମନେରଖନ୍ତୁ ଏହି ଫୋନ୍ ନମ୍ବର ବା ଠିକଣା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସମ୍ପର୍କ କରିବା ଅଟେ ଖୁବ୍ ସହଜ ! କେବଳ ମନେରଖନ୍ତୁ ଏହି ଫୋନ୍ ନମ୍ବର ବା ଠିକଣା…

ଲୋକସଭା ସନ୍ତ୍ର ଆରମ୍ଭ ହୋଇସାରିଛି ଏବଂ ଏହି ସନ୍ତ୍ର ସମୟରେ ସାଂସଦଙ୍କ ସାହାଯ୍ୟ ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । କିନ୍ତୁ ଏହି ହେଲ୍ପ ଲାଇନ୍ ନମ୍ବରରେ ସାଂସଦ ବଦଳରେ ଅଧିକାଂଶ ସାଧାରଣ ଜନତାଙ୍କ ଫୋନ୍ କଲ୍ ଆସୁଅଛି । ହେଲ୍ପ ଲାଇନରେ ଫୋନ୍ କରୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଇଚ୍ଛା ଜାହିର କରୁଛନ୍ତି । ହେଲ୍ପ ଲାଇନରେ କାମ କରୁଥିବା ଲୋକମାନେ କହିଛନ୍ତି ଯେ ଲୋକେ ତାଙ୍କୁ ବଜେଟ୍ କିମ୍ବା ଲୋକସଭାର ଚର୍ଚ୍ଚା ସମ୍ବନ୍ଧୀୟ ମାମଲା ବିଷୟରେ କଥା ନହୋଇ କେବଳ ପ୍ରଧାନମନ୍ତ୍ରୀଙ୍କ ଫୋନ୍ ନମ୍ବର ଜାଣିବା ପାଇଁ ଚାହୁଁଛନ୍ତି ।

ଏହି ନମ୍ବର ଜାରି କରିବା ପରଠାରୁ ଲଗାତାର ଫୋନ୍ କଲ୍ ଆସୁଛି ଏବଂ ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହଁନ୍ତି । ହେଲ୍ପ ଲାଇନ୍ ନମ୍ବରରେ ଫୋନ୍ କରି କେହି କହୁଛନ୍ତି ଯେ ତାଙ୍କୁ ମୋଦିଙ୍କ ସହିତ ସାକ୍ଷାତ କରିବା ଇଚ୍ଛା ଅଛି ତ ଆଉ କେହି ନରେନ୍ଦ୍ର ମୋଦିଙ୍କୁ କିଛି ଉପଦେଶ ଦେବା ପାଇଁ ଚାହଁନ୍ତି । ହେଲ୍ପ ଲାଇନ୍ ପ୍ରୋଜେକ୍ଟରେ ସାମିଲ ଅଧିକାରୀମାନେ କହିଛନ୍ତି ଯେ ଲୋକସଭା ଟିଭି ଚ୍ୟାନେଲରେ ଯେତେବେଳେ ଏହି ନମ୍ବର ଦର୍ଶାଯାଉଥିଲା । ସେହି ସମୟରୁ ଲଗାତାର ଫୋନ୍ କଲ୍ ଆସୁଅଛି । ଅଧିକାଂଶ ଫୋନ୍ କଲ୍ ଗୁଡ଼ିକ ଗ୍ରାମୀଣ କ୍ଷେତ୍ରରୁ ଆସୁଅଛି ।

ଫୋନ୍ କରି ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ୍ ନମ୍ବର ପଚାରୁଛନ୍ତି । ଜଣେ ବ୍ୟକ୍ତି ତ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବା ଇଚ୍ଛା ଜାହିର କରିଛି । ଏହା ବ୍ୟତୀତ ଲୋକେ ଫୋନକଲ୍ କରି କରୋନା ପ୍ରତିଷେଧକ ଟୀକା ସମ୍ବନ୍ଧୀୟ କିଛି ପ୍ରଶ୍ନ ମଧ୍ୟ ପଚାରୁଛନ୍ତି । କିଛି ଲୋକ ଫୋନ୍ କରି କୃଷକଙ୍କ ପ୍ରଦର୍ଶନ ଓ କରୋନା ପ୍ରତିଷେଧକ ଟୀକା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି । କିଛି ବ୍ୟକ୍ତି ପଚାରୁଛନ୍ତି ଯେ ତାଙ୍କୁ କେବେ କରୋନା ପ୍ରତିଷେଧକ ଟୀକା ଦିଆଯିବ ।

ଯଦିଓ ଏହି ହେଲ୍ପଲାଇନକୁ କିଛି ସାଂସଦ ମଧ୍ୟ କଲ୍ କରୁଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ ବଜେଟ୍ ସନ୍ତ୍ର ଆଲୋଚନା ପୂର୍ବରୁ ୪-୫ ଜଣ ସାଂସଦଙ୍କ କଲ୍ ଆସିଥିଲା । କଲରେ ସାଂସଦମାନେ ନୋଟ୍ସ ଓ ସାମଗ୍ରୀ ମାଗିଛନ୍ତି । ଅଧିକାଂଶ ସାଂସଦ ଏହି ହେଲ୍ପ ଲାଇନ୍ ସେବାର ଲାଭ ଉଠାଉଛନ୍ତି । ଆପଣଙ୍କୁ ସୂଚିତ କରିଦେଉଛୁ ଯେ ହେଲ୍ପ ଲାଇନ୍ ୨୪ ଘଣ୍ଟା ଓ ସାତ ଦିନ ଚାଲିବ । ଏହି ନମ୍ବରକୁ କଲ୍ କରି ସାଂସଦ ଲୋକସଭା ସନ୍ତ୍ର ସହ ଜଡ଼ିତ ଯେକୌଣସି ସୂଚନା ପାଇପାରିବେ । ଏହି ହେଲ୍ପ ଲାଇନକୁ ସଂସଦୀୟ ଅନୁସନ୍ଧାନ ଓ ସୂଚନା ସହାୟତା ନାମ ଦିଆଯାଇଛି । କିନ୍ତୁ ଏହି ହେଲ୍ପ ଲାଇନରେ ସାଂସଦଙ୍କ କମ୍ ଓ ସାଧାରଣ ଜନତାଙ୍କ ଅଧିକ ଫୋନକଲ୍ ଆସୁଅଛି ଏବଂ ତନ୍ମଧ୍ୟରୁ ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ଚାହଁନ୍ତି ।

ଏପରି ଭାବରେ ମୋଦିଙ୍କୁ ସମ୍ପର୍କ କରନ୍ତୁ

ଯଦି ଆପଣମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ କିଛି କଥା ପହଞ୍ଚାଇବା ପାଇଁ ଚାହଁନ୍ତି ତେବେ ଏହି ନମ୍ବରରେ କଲ୍ କରିବା ବଦଳରେ ଏହିସବୁ ଉପାୟ କରନ୍ତୁ । ଏହିସବୁ ଉପାୟରୁ ମୋଦିଙ୍କ ପର୍ଯ୍ୟନ୍ତ ଆପଣ ଖୁବ୍ ସହଜରେ ନିଜ ବାର୍ତ୍ତା ପହଞ୍ଚାଇ ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ନିଜ ବାର୍ତ୍ତା ପଠାଇବାର ସବୁଠାରୁ ସହଜ ଉପାୟ ହେଉଛି ଗଣମାଧ୍ୟମ । ପ୍ରଧାନମନ୍ତ୍ରୀଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଜରିଆରେ ଆପଣ ତାଙ୍କ ସହିତ ସମ୍ପର୍କ କରିପାରିବେ । ପ୍ରଧାନମନ୍ତ୍ରୀଙ୍କ ସୋସିଆଲ୍ ମିଡ଼ିଆ ଠିକଣା ଏପ୍ରକାର ଅଟେ :-

https://www.facebook.com/narendramodi

https://www.youtube.com/user/narendramodi

https://www.instagram.com/narendramodi/

https://www.mygov.in/home/61/discuss/ ୱେବ ପେଜକୁ ଯାଇ ମଧ୍ୟ ଆପଣ ମୋଦିଙ୍କ ସହିତ କଥାବାର୍ତ୍ତା କରିପାରିବେ । ନିଜ ଅଭିଯୋଗ, ଶୁଭେଚ୍ଛା ଓ ପରାମର୍ଶ ଆଦି ଏଥିରେ ଆପଣ ପଠାଇ ପାରିବେ । ଏହା ବ୍ୟତୀତ ଆପଣ ନରେନ୍ଦ୍ର ମୋଦି ଏପ୍ (ନମୋ ଏପ)ରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଡ଼ିତ ହୋଇପାରିବେ କିମ୍ବା ଇମେଲ୍ ଜରିଆରେ ମଧ୍ୟ ପ୍ରଧାନମନ୍ତ୍ରୀ ନିକଟକୁ ନିଜ ବାର୍ତ୍ତା ପହଞ୍ଚାଇ ପାରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଆପଣ connect@mygov.nic.inରେ ମେଲ୍ କରିପାରିବେ କିମ୍ବା ଏହା ବଦଳରେ narendramodi1234@gmail.com ରେ ଇମେଲ୍ ପଠାଇ ମଧ୍ୟ ନିଜ କଥା ରଖିପାରିବେ ।

ଲେଖିପାରିବେ ପତ୍ର

ଆପଣ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମଧ୍ୟ ଲେଖିପାରିବେ ଯାହାକୁ ଆପଣ ୱେବ୍ ଇଂଫରମେନ୍ସନ ମ୍ୟାନେଜର୍, ସାଉଥ ବ୍ଲକ୍, ରାୟସିନା ହିଲସ୍, ନୂଆଦିଲ୍ଲୀ, ପିନ୍ ୧୧୦୦୧୧ ଠିକଣା ଦେଇ ପଠାଇପାରିବେ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ କିମ୍ବା ଫ୍ୟାକ୍ସ ଜରିଆରେ ଜଡ଼ିତ ହୋଇପାରିବେ । ଆପଣ ୦୧୧-୨୩୦୧୫୬୦୩, ୧୧-୨୩୦୧୮୯୩୯, ୦୧୧-୨୩୦୧୮୬୬୮ରେ ଫୋନ୍ କରିପାରିବେ କିମ୍ବା + ୯୧-୧୧-୨୩୦୧୯୫୪୫ କିମ୍ବା ୨୩୦୧୮୫୭ରେ ଫ୍ୟାକ୍ସ ମଧ୍ୟ କରିପାରିବେ ।

Leave a Reply

Your email address will not be published. Required fields are marked *