ଜଣେ ବନ୍ଧ୍ୟା ମହିଳା ଚୋରାଇ ନେଲା ୬ମାସର ଶିଶୁକୁ ! ଶାଶୁକୁ କହିଲା- ଏ ନିଅନ୍ତୁ ଆପଣଙ୍କ ନାତି, ଆଜି ହେଲା ପ୍ରସବ…

ଜଣେ ବନ୍ଧ୍ୟା ମହିଳା ଚୋରାଇ ନେଲା ୬ମାସର ଶିଶୁକୁ ! ଶାଶୁକୁ କହିଲା- ଏ ନିଅନ୍ତୁ ଆପଣଙ୍କ ନାତି, ଆଜି ହେଲା ପ୍ରସବ…

ଜଣେ ମାଁ’ ପାଇଁ ତାର ନବଜାତ ଶିଶୁ ନିଜ ଜୀବନରୁ ଅଧିକ ହୋଇଥାଏ । ଏମିତିରେ ଯଦି ସେହି ଶିଶୁ ଚୋରି ହୋଇଯାଏ ତେବେ ତାହାର ବୁଦ୍ଧି ବାଟ ଦିଶେ ନାହିଁ । ବର୍ତ୍ତମାନ ଏପରି କିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ଗତ ସୋମବାର ଦିନ ରବିନି ନାମକ ଏକ ମହିଳା ନିଜ ଦେହ ଖରାପ ହେବାରୁ ଜିଲ୍ଲା ହସ୍ପିଟାଲରେ ନିଜ ସ୍ୱାମୀ ଓ ଦୁଇଟି ଶିଶୁ ସହିତ ଆସିଥିଲା ।

ମହିଳା ଓ ତା ସ୍ଵାମୀ ଡାକ୍ତର ନିକଟରେ ଚିକିତ୍ସା କରାଉଥିଲେ । ଏମିତିରେ ସେ ନିଜ ୬ ମାସର ପୁଅକୁ ତାର ୮ ବର୍ଷର ଝିଅକୁ ସମ୍ଭାଳିବା ପାଇଁ ଦେଇଦେଲା । ୮ ବର୍ଷର ଭଉଣୀ ନିଜ ଛୋଟ ଭାଇକୁ ନେଇ ହସ୍ପିଟାଲରେ ବୁଲିବାକୁ ଲାଗିଲା । ଏଠାରେ ତାଙ୍କୁ ଏକ ମହିଳା ଭେଟିଲା ଯିଏ ତାକୁ ବିସ୍କୁଟ ଖାଇବା ପାଇଁ ଝିଅକୁ ୨୦ ଟଙ୍କା ଦେଲା ।

ମହିଳା ଝିଅକୁ ବୋକା କରି ତା ଠାରୁ ତାର ନବଜାତ ଭାଇକୁ ନେଇଗଲେ ଏବଂ ତାକୁ ଦୋକାନକୁ ବିସ୍କୁଟ ନେବା ପାଇଁ ପଠେଇଦେଲେ । ଯେତେବେଳେ ଛୋଟ ଝିଅ ବିସ୍କୁଟ ନେଇ ପୁଣିଥରେ ଆସିଲେ ସେତେବେଳେ ତାର ୬ ମାସର ଭାଇ ଓ ମହିଳା ଦୁହେଁ ସେଠାରେ ନଥିଲେ ।

ଏହାର ସୂଚନା ମିଳିବା ମାତ୍ରେ ପୀଡ଼ିତ ପରିବାର ଗୋପାଳଗଞ୍ଜ ଥାନାକୁ ପହଞ୍ଚିଲେ । ଏଠାରେ ଜରୁବାଖେଡାର ପାଲିତୋଡ଼ା ଗାଁ ନିବାସୀ ଶିଶୁର ପିତା ମନୋଜ ଅହୀରବାର ପୁଅର ଅପହରଣ ଅଭିଯୋଗ କଲେ । ଏହାପରେ ଗୋପାଳଗଞ୍ଜ ଟିଆଇ ଉପମା ସିଂହ, ଏସ୍ପି ବିକ୍ରମ ସିଂହ କୁଶବାହା ଓ ସିଏସ୍ପି ପ୍ରଜାପତି ମିଶି ଛୁଆକୁ ଖୋଜିବା ଆରମ୍ଭ କରିଦେଲେ ।

ସର୍ବପ୍ରଥମେ ହସ୍ପିଟାଲର ସିସିଟିଭି ଫୁଟେଜ ଦେଖିଲେ କିନ୍ତୁ ତାହା ଖରାପ ଥିବା ଯୋଗୁଁ କିଛି ହୋଇପାରିଲା ନାହିଁ । ଏହା ପରେ ସମ୍ପୂର୍ଣ୍ଣ ଜିଲ୍ଲାରେ ଚକବନ୍ଦୀକୁ ନେଇ ଗାଁ ଗାଁ ସର୍ଚ୍ଚ ଅଭିଯାନ ଚାଲିଲା । ମାତ୍ର ୭ ଘଣ୍ଟାରେ ହିଁ ପୋଲିସ୍ ଛୁଆକୁ ଖୋଜିନେଲେ ।

ଯେତେବେଳେ ମହିଳା ଟିଆଇ ଉପମା ସିଂହ ଛୁଆକୁ ନେଇ ପରିବାର ପାଖକୁ ଗଲେ ସେତେବେଳେ ଖୁସିରେ ତାଙ୍କ ଆଖି ଲୁହରେ ଭରି ଗଲା । ସମ୍ପୂର୍ଣ୍ଣ ଗାଁରେ ପୋଲିସର ଏହି ଚେଷ୍ଟାକୁ କରତାଳି ଦେଇ ସ୍ୱାଗତ କରାଗଲା । ମାଁ’ ରାବିନୀ କହିଲେ ‘ମହାଶୟା ଆପଣ ମୋ ପ୍ରାଣ ଫେରେଇ ଦେଲେ । ମୋତେ ଲାଗିଲା ଯେ ମୋତେ ମୋ ପୁଅ ଆଉ ମିଳିବ ନାହିଁ, କେଜାଣି ସେ ଠିକ୍ ଥିବ କି ନଥିବ ।’ ସେପଟେ ୬ ମାସ ଶିଶୁର ବୁଢ଼ା ଦାଦା ନିଜର ନାତିକୁ ପୁଣିଥରେ ଦେଖି ଏତେ ଖୁସି ହେଲେ ଯେ ପୋଲିସ କର୍ମଚାରୀ ମାନଙ୍କ ପାଦରେ ପଡ଼ି ଧନ୍ୟବାଦ ଅର୍ପଣ କରିବାକୁ ଲାଗିଲେ ।

ସେପଟେ ଯେତେବେଳେ ଚୋର ମହିଳାଙ୍କୁ ଛୁଆ ଚୋରାଇବା ବିଷୟରେ ପଚାରଗଲା ସେତେବେଳେ ସେ କହିଲେ ଯେ ‘ମୁଁ ୬ ବର୍ଷରୁ ମାଁ ହେବା ପାଇଁ ଚେଷ୍ଟା କରୁଛି କିନ୍ତୁ ସଫଳ ହେଲି ନାହିଁ । ଶାଶୁଘର ଲୋକେ ଅଧିକାଂଶ ମୋତେ ଅନେକ କଥା ଶୁଣାଉଥିଲେ । ଏମିତିରେ ଯେତେବେଳେ ସେ ଦିନ ମୁଁ ହସ୍ପିଟାଲରେ ଛୁଆକୁ ଦେଖିଲି ସେତେବେଳେ ମୋର ମନରେ ଏପରି ଭାବନା ସୃଷ୍ଟି ହେଲା ପରେ ମୁଁ ଝିଅକୁ ଠକି ଛୁଆକୁ ନେଇଗଲି ଓ ମୋ ଶାଶୁ କହିଲି ଯେ ଏ ନିଅନ୍ତୁ ଆପଣଙ୍କ ନାତି । ମୋର ପ୍ରସବ ଆଜି ହିଁ ହୋଇଛି ।’

ଯଦିଓ ଶାଶୁକୁ ବୋହୂ କଥା ଉପରେ ସନ୍ଦେହ ସୃଷ୍ଟି ହେଲା । ଗାଁ ଲୋକମାନେ ମଧ୍ୟ ତାଙ୍କର ଏହି କଥାରେ ବିଶ୍ୱାସ କଲେ ନାହିଁ ଯେ ମହିଳା ଗର୍ଭବତୀ ନହୋଇ ଏକ ଦିନରେ କିପରି ମାଁ ହୋଇପାରିବେ । ତୁରନ୍ତ ଏହି କଥାଟି ଗାଁ ଯାକ ପ୍ରସାରିତ ହୋଇଗଲା । ଏବଂ କେହି ଜଣେ ଏହାର ସୂଚନା ସ୍ଥାନୀୟ ପୋଲିସକୁ ଦେଇଦେଲେ । ଏପରି ଭାବରେ ପୋଲିସ ପ୍ରଶାସନ ହଜି ଯାଇଥିବା ଶିଶୁକୁ ଖୋଜିପାଇଲେ ।

Leave a Reply

Your email address will not be published. Required fields are marked *