ବରଫଖଣ୍ଡ ଭାଙ୍ଗିବା ଦ୍ଵାରା ଧ୍ୱଂସ ହୋଇଗଲା ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ ! ୧୫୦ଲୋକଙ୍କର ମୃତ୍ୟୁର ଆଶଙ୍କା କରାଯାଉଛି…

ବରଫଖଣ୍ଡ ଭାଙ୍ଗିବା ଦ୍ଵାରା ଧ୍ୱଂସ ହୋଇଗଲା ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ ! ୧୫୦ଲୋକଙ୍କର ମୃତ୍ୟୁର ଆଶଙ୍କା କରାଯାଉଛି…

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି ଏବଂ ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାରେ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଅନୁମାନ୍ କରାଯାଉଛି । ବହୁ ସଂଖ୍ୟାରେ ଶ୍ରମିକ ଏହି ପ୍ରକଳ୍ପରେ କାମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ଅନୁଯାୟୀ, ଆଚାନକ ଋଷିଗଙ୍ଗା ନଦୀରେ ବରଫ ଭାଙ୍ଗି ଯାଇଥିଲା । ଯାହା ଦ୍ୱାରା ଏହି ଦୁର୍ଘଟଣା ଘଟିଲା । ଏହି ଦୁର୍ଘଟଣାରେ ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ଧୌଳିଗଙ୍ଗା ଉପରେ ଥିବା ହାଇଡ୍ରୋ ପ୍ରୋଜେକ୍ଟ ଡ୍ୟାମ୍ ମଧ୍ୟ ପ୍ରଭାବିତ ହୋଇଛି । ଯେଉଁଥିପାଇଁ ଗଙ୍ଗା ଏବଂ ଏହାର ଉପନଦୀରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଚାମୋଲିରୁ ହରିଦ୍ୱାର ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି କରାଯାଇଛି । ଏକାସାଙ୍ଗରେ ୟୁପିର ଅନେକ ଜିଲ୍ଲା ଉପରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି, ଯେତେବେଳେ କି ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହି ଘଟଣା ପରେ ଖୁବ୍ ଶୀଘ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମଧ୍ୟ ଜୋଶିମଠରେ ପହଞ୍ଚିଥିଲେ । ସେ ଏହି ଘଟଣା ସ୍ଥଳ ପରିଦର୍ଶନ କରି ସମ୍ପୂର୍ଣ୍ଣ ସୂଚନା ନେଇଥିଲେ । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଡିଆଇଜି ଏସଡ଼ିଆରଏଫ ରିଦ୍ଧିମ୍ ଅଗ୍ରୱାଲ୍ କହିଛନ୍ତି ଯେ ୪୬ଜଣ ଲୋକ ତପୋଭାନର ଦୁଇଟି ଟନେଲରେ ଫସି ରହିଛନ୍ତି । ଗୋଟିଏ ଟନେଲରେ ୧୬ ଜଣ ଏବଂ ଅନ୍ୟଟିରେ ୩୦ଜଣ ଅଛନ୍ତି । ଉଭୟ ଟନେଲ୍ ବନ୍ଦ ଅଛି । ସେମାନଙ୍କୁ ଏଠାରୁ ଉଦ୍ଧାର କରିବାକୁ ପ୍ରସ୍ତୁତି ଚାଲିଛି । ସାତୋଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଖୋଜ ତଥା ନଦୀରେ ବୁଡି ରହିଥିବା ଲୋକଙ୍କୁ ଥଇଥାନ୍ କରିବାରେ ଦଳ ମଧ୍ୟ ଜଡିତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କଲେ ଟ୍ୱିଟ

ଉତ୍ତରପ୍ରଦେଶରେ ହୋଇଥିବା ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି ଏବଂ ସେ ଉତ୍ତରପ୍ରଦେଶର ଜରୁରୀକାଳୀନ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ଟ୍ୱିଟ କରିଛନ୍ତି । ଦେଶ ଉତ୍ତରାଖଣ୍ଡ ସହିତ ଛିଡା ହୋଇଛି ଏବଂ ସମସ୍ତଙ୍କ ସୁରକ୍ଷା ପାଇଁ ଦେଶ ପ୍ରାର୍ଥନା କରୁଛି । ବରିଷ୍ଠ ଅଧିକାରୀମାନଙ୍କ ସହ ବାରମ୍ବାର ଆଲୋଚନା କରାଯାଉଛି ଏବଂ ଏନଡ଼ିଆରଏଫର ନିୟୋଜନ, ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ କାର୍ଯ୍ୟର କ୍ରମାଗତ ଭାବେ ସୂଚନା ନିଆଯାଉଛି ।

ଏଥି ସହ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ ଏହି କଷ୍ଟ ସମୟରେ ମୋଦୀ ସରକାର ଉତ୍ତରାଖଣ୍ଡର ଲୋକଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଠିଆ ହୋଇଛନ୍ତି । ଏନଡ଼ିଆରଏଫ, ଆଇଟିବିପି ଏବଂ ଏସଡ଼ିଆରଏଫର ଦଳ ସେଠାରେ ପହଞ୍ଚିଛନ୍ତି, ବାୟୁସେନାକୁ ମଧ୍ୟ ସତର୍କ କରାଯାଇଛି । ଦେବଭୂମିରେ ଜୀବନ ଏବଂ ସମ୍ପତ୍ତି କ୍ଷତି କମରୁ କମ୍ ହଉ ଏବଂ ସେଠାରେ ପରିସ୍ଥିତି ଯଥାସମ୍ଭବ ସ୍ୱାଭାବିକ ହେଉ ଏହା ଆମର ପ୍ରାଥମିକତା ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ୧୦:୪୦ରେ ଋଷିଗଙ୍ଗା ନଦୀରେ ବରଫ ଭାଙ୍ଗି ଯାଇଥିଲା । ସକାଳ ୧୦:୫୫ରେ ରେଣିରେ ଥିବା ଋଷିଗାଙ୍ଗା -୨ ଜଳ ବିଦ୍ୟୁତ ପ୍ରକଳ୍ପ ଉପରେ ଏହାର ପ୍ରଭାବ ପଡିଥିଲା ଏବଂ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ନଷ୍ଟ ହୋଇଗଲା । ସକାଳ ୧୧:୧୦ରେ ଋଷିଗଙ୍ଗା -୧ ଏବଂ ଦେବଦି ବନ୍ଧକୁ କ୍ଷତି ପହଞ୍ଚାଇ ଜଳ ପ୍ରବାହ ଆଗକୁ ବଢ଼ିଲା । ଯେଉଁଥିପାଇଁ ବନ୍ୟା ହେବାର ଆଶଙ୍କା ବଢ଼ିଯାଇଛି ।

Leave a Reply

Your email address will not be published. Required fields are marked *