ଶାହୀଦ୍ କପୂରଙ୍କ ଠାରୁ ୩୮ ବର୍ଷ ଛୋଟ ଅଟନ୍ତି ତାଙ୍କ ସାବତ ଭାଇ ! ପ୍ରଥମଥର ସମ୍ମୁଖକୁ ଆସିଛି ଫୋଟ…

ଶାହୀଦ୍ କପୂରଙ୍କ ଠାରୁ ୩୮ ବର୍ଷ ଛୋଟ ଅଟନ୍ତି ତାଙ୍କ ସାବତ ଭାଇ ! ପ୍ରଥମଥର ସମ୍ମୁଖକୁ ଆସିଛି ଫୋଟ…

ଶାହୀଦ୍ କପୂର ବଲିଉଡ଼ର ଜଣେ ଜଣାଶୁଣା ଓ ଲୋକପ୍ରିୟ ସିନେ କଳାକାର ଅଟନ୍ତି । ତାଙ୍କୁ ଏହି ବଲିଉଡ଼ ଜଗତକୁ ଆସିବା ବହୁତ ସମୟ ହୋଇଯାଇଛି । କିଛି ଦିନ ତଳେ ଆସିଥିବା ତାଙ୍କ ‘କବୀର ସିଂହ’ ଚଳଚ୍ଚିତ୍ର ପାଇଁ ଶାହୀଦ୍ ପୁଣିଥରେ ବଲିଉଡ଼ରେ ଉଚ୍ଚସ୍ଥାନ ଅଧିକାର କରିଛନ୍ତି । ଶାହୀଦ୍ କପୁରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ତେବେ ତାଙ୍କର ନିଜର ଭାଇ ଭଉଣୀ କେହି ନାହାଁନ୍ତି । ଯଦିଓ ତାଙ୍କର ଚାରୋଟି ସାବତ ଭାଇ ଭଉଣୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ ସନାହ କପୂର ଓ ରୁହାନ୍ କପୂର । ଏ ଦୁହେଁ ଶାହୀଦଙ୍କ ପିତା ପଙ୍କଜ କପୂର ଓ ସାବତ ମାଁ ସୁପ୍ରିୟା ପାଠକଙ୍କ ସନ୍ତାନ ଅଟନ୍ତି । ଶାହୀଦଙ୍କ ମାଁ’ଙ୍କ ନାମ ନିଲିମା ଅଜିମ୍ ଅଟେ । ପଙ୍କଜ କପୂରଙ୍କ ସହ ଛାଡ଼ପତ୍ର ନେବା ପରେ ନିଲିମା ରାଜେଶ ଖଟ୍ଟରଙ୍କ ସହିତ ବିବାହ କରିଥିଲେ । ଏହି ବିବାହ ପରେ ତାଙ୍କର ସନ୍ତାନ ଜନ୍ମ ହୋଇଥିଲେ ତାଙ୍କ ନାମ ଇଶାନ୍ ଖଟ୍ଟର ଅଟେ । ଇଶାନ୍ ବଲିଉଡ଼ ଅଭିନେତା ଅଟନ୍ତି ଏବଂ ଶାହୀଦଙ୍କ ସାବତ ଭାଇ ଅଟନ୍ତି ।

୫୩ ବର୍ଷ ବୟସରେ ପିତା ହୋଇଥିଲେ ରାଜେଶ୍ ଖଟ୍ଟର୍

ଶାହୀଦଙ୍କ ମାଁ ନିଲିମା ଆଜମୀଙ୍କ ଠାରୁ ଛାଡ଼ପତ୍ର ପରେ ରାଜେଶ୍ ଖଟ୍ଟର୍ ବନ୍ଦନା ନାମକ ମହିଳାଙ୍କ ସହିତ ବିବାହ କଲେ । ତାଙ୍କୁ ବିବାହ କରିବାର ୧୧ ବର୍ଷ ପରେ ତାଙ୍କୁ ଗୋଟିଏ ଶିଶୁ ଜନ୍ମ ହେଲା । ଏହି ଶିଶୁର ଜନ୍ମ ଗତବର୍ଷ ଅଗଷ୍ଟରେ ହୋଇଥିଲା । ଏହି ଶିଶୁ ସେରୋଗେସୀ ଜରିଆରେ ହୋଇଥିଲା । ସମ୍ପର୍କରେ ଦେଖିବା ତେବେ ସେ ଶାହୀଦ୍ ଦୂରର ସାବତ ଭାଇ ଅଟନ୍ତି । ରାଜେଶ୍ ଓ ବନ୍ଦନାଙ୍କ ପୁଅ ଜନ୍ମ ହେବପରେ ତାଙ୍କର କୌଣସି ଫୋଟ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିନଥିଲେ କିନ୍ତୁ କିଛି ଦିନ ତଳେ ଏହି ଛୋଟ ଶିଶୁ (ବନରାଜ ଖଟ୍ଟର)ଙ୍କ କିଛି ସୁନ୍ଦର ସୁନ୍ଦର ଫୋଟ ସାମନାକୁ ଆସିଛି । ଶାହୀଦ୍ ୩୯ ବର୍ଷ ବୟସ୍କ ଅଟନ୍ତି ଏବଂ ବନରାଜ ଖଟ୍ଟର ପାଖାପାଖି ଏକ ବର୍ଷର ଅଟନ୍ତି ତେବେ ଏ ହିସାବରେ ସେ ଶାହୀଦଙ୍କ ଠାରୁ ୩୮ ବର୍ଷ ଛୋଟ ଅଟନ୍ତି ।

ବହୁତ ସୁନ୍ଦର ଅଟନ୍ତି ଶାହୀଦଙ୍କ ସାବତ ଭାଇ

ରାଜେଶ ଖଟ୍ଟର ନିଜର ଓ ସ୍ତ୍ରୀ ବନ୍ଦନାଙ୍କ ୧୨ତମ ବିବାହ ବାର୍ଷିକ ଉତ୍ସବରେ ପୁଅ ବନରାଜ୍ ଖଟ୍ଟରଙ୍କ ଫୋଟ ପ୍ରଥମଥର ପାଇଁ ଫେନ୍ସ ମାନଙ୍କ ସହ ସେୟାର୍ କରିଥିଲେ । ଏହି ଫଟୋରେ ଶାହୀଦଙ୍କ ସାବତ ଭାଇ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଫୋଟଗୁଡ଼ିକୁ ସେୟାର୍ କରି ରାଜେଶ୍ କେପ୍ସନରେ ଲେଖିଛନ୍ତି ଯେ, “ଆପଣ ସମସ୍ତଙ୍କୁ ହେଲୋ ! ବାପା କୁହନ୍ତି ଯେ ଏହି ଦୁନିଆ କଠିନ ସମୟରୁ ଅତିବାହିତ କରୁଛି, କିନ୍ତୁ ଏହି ସମୟ ମଧ୍ୟ ବିତିଯିବ । ଆମେ ସମସ୍ତେ ଶିଶୁମାନଙ୍କ ପାଇଁ ଓ ଆପଣମାନଙ୍କ ପାଇଁ ଏହି ଦୁନିଆକୁ ପୂର୍ବରୁ ଆହୁରି ମଧ୍ୟ ଭଲ କରିଦେବୁ । ଏବଂ ଏଥିପାଇଁ ଆମେମାନେ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।” ବନରାଜ୍ ଖଟ୍ଟର ।”

Leave a Reply

Your email address will not be published. Required fields are marked *