ନିଜ ରକ୍ତର ଭଉଣୀ ଅଲବିରା ଠାରୁ ମଧ୍ୟ ସଲମାନ୍ ଅଧିକ ଭଲ ପାଆନ୍ତି ଅର୍ପିତାଙ୍କୁ ! ଜାଣନ୍ତୁ କାରଣ କଣ…

ନିଜ ରକ୍ତର ଭଉଣୀ ଅଲବିରା ଠାରୁ ମଧ୍ୟ ସଲମାନ୍ ଅଧିକ ଭଲ ପାଆନ୍ତି ଅର୍ପିତାଙ୍କୁ ! ଜାଣନ୍ତୁ କାରଣ କଣ…

ବୋଲିଉଡ଼ ଦବଙ୍ଗ ସଲମାନ୍ ଖାନ୍ ଫିଲ୍ମରେ ତ ସୁପରହିଟ୍ ଅଛନ୍ତି ତାସହିତ ବ୍ୟକ୍ତିଗତ ଜୀବନରେ ମଧ୍ୟ ସଲମାନ୍ ଜଣେ ରିୟଲ୍ ମ୍ୟାନ ଅଟନ୍ତି । ସଲମାନ୍ ନିଜ ପରିବାରର ଖୁବ୍ ଯତ୍ନ ନିଅନ୍ତି । ଜଣେ ଆଦର୍ଶ ପୁଅ ହେବା ସହିତ ସଲମାନ୍ ଜଣେ ଆଦର୍ଶ ଭାଇ ମଧ୍ୟ ଅଟନ୍ତି । ସଲମାନ୍ ଖାନଙ୍କର ଦୁଇ ଭଉଣୀ ଅଛନ୍ତି ଅର୍ପିତା ଏବଂ ଅଲବୀରା । ଅଲବୀରା ସଲମାନଙ୍କର ନିଜ ଭଉଣୀ ଅଟନ୍ତି ଯେଉଁଠି ଅର୍ପିତା ତାଙ୍କର ପାଳିତା ଭଉଣୀ ଅଟନ୍ତି । ସଲମାନ୍ ଖାନ୍ ଅର୍ପିତାଙ୍କର ଅଧିକ ନିକଟତର ଅଟନ୍ତି । ବାସ୍ତବରେ ସଲମାନ୍ ଖାନ୍ ନିଜ ଭଉଣୀ ଠାରୁ ଅର୍ପିତାଙ୍କୁ କାହିଁକି ଅଧିକ ଭଲ ପାଆନ୍ତି ?

ଏମିତିରେ ତ ଅର୍ପିତାଙ୍କୁ ନେଇ ସଲମାନଙ୍କ ମନରେ ଥିବା ସ୍ନେହ ବିଷୟରେ ସାରା ଜଗତ ଜାଣିଛି । କିନ୍ତୁ ତଥାପି ଅର୍ପିତା ସଲମାନଙ୍କ ଜୀବନ କହିଲେ ବି ତାହା ଅତ୍ୟୁକ୍ତି ହେବନାହିଁ । ସଲମାନ୍ ନିଜ ଭଉଣୀ ଠାରୁ ଅଧିକ ଅର୍ପିତାଙ୍କୁ ଭଲ ପାଆନ୍ତି ।

ସଲମାନଙ୍କ ବାପା ସଲୀମ୍ ଖାନ୍ ଯିଏକି ଅର୍ପିତାଙ୍କୁ ପାଳିଥିଲେ । ଏପରି କୁହାଯାଏ ଯେ କୌଣସି ଏକ ଦିନ ସଲୀମ୍ ଖାନ୍ ଯେତେବେଳେ ମର୍ନିଂ ୱାର୍କ ପାଇଁ ଯାଉଥିଲେ ସେତେବେଳେ ମୁମ୍ବାଇର ଫୁଟପାଥରେ ଅର୍ପିତାଙ୍କ ମା’ର ମୃତ୍ୟୁ ହୋଇ ଯାଇଥିଲା । ସେତେବେଳେ ତିନି ବର୍ଷୀୟ ଅର୍ପିତା କାନ୍ଦିବାରେ ଲାଗିଥିଲେ । ସେଠାରେ ଥିବା ସବୁ ଲୋକ ଏହି ଦୃଶ୍ୟକୁ କେବଳ ଦେଖିବାରେ ଲାଗିଥିଲେ, ସେହି ସମୟରେ ସଲୀମ ଖାନ୍ ତାଙ୍କୁ କୋଳେଇ ନେଇଥିଲେ । ଅର୍ପିତାଙ୍କୁ ସଲୀମ୍ ଖାନ୍ ଏବଂ ସଲମା ଖାନ୍ ଆପଣେଇ ନେଇଥିଲେ ।

ତିନି ଭାଇ ସଲମାନ୍ ଖାନ୍, ଅରବାଜ୍ ଖାନ୍ ଏବଂ ସୋହେଲ୍ ଖାନ୍ ସର୍ବଦା ତାଙ୍କୁ ଛୋଟ ପିଲା ଭଳି ସ୍ନେହ କରିଛନ୍ତି । ସେହିଠାରୁ ହିଁ ସଲମାନ୍ ତାଙ୍କୁ ଅଧିକ ସ୍ନେହ କରନ୍ତି ।

ଅର୍ପିତାଙ୍କୁ ସଲମାନ୍ ସବୁଠାରୁ ଅଧିକ ଭଲପାଆନ୍ତି କାରଣ ତାଙ୍କୁ ଏପରି ଲାଗିଥାଏ ଯେ ଅର୍ପିତା ତାଙ୍କ ପାଇଁ ଲକୀ ଚାର୍ମ ଅଟନ୍ତି । ଏଥିପାଇଁ ତାଙ୍କୁ ଯେତେବେଳେ ବି ସୁଯୋଗ ମିଳେ ସେ ନିଜ ଭଉଣୀ ପ୍ରତିବିନା ଶର୍ତ ଭଲପାଇବା ଦେବାକୁ କେବେବି କୁଣ୍ଠାବୋଧ କରନ୍ତି ନାହିଁ । ସଲମାନ୍ ପ୍ରଥମରୁ ହିଁ ଅର୍ପିତାଙ୍କୁ ଅଧିକ ସ୍ନେହ କରନ୍ତି ।

ଖୁବ୍ କମ୍ ଲୋକ ଏହା ଜାଣିଛନ୍ତି ଯେ ଅର୍ପିତାଙ୍କୁ ଫ୍ୟାସନର ଖୁବ୍ ଜ୍ଞାନ ରହିଛି । ବାସ୍ତବରେ ସେ ‘ଲଣ୍ଡନ୍ କଲେଜ ଅଫ୍ ଫ୍ୟାସନ୍’ରୁ ଗ୍ରାଜୁଏସନ କରିଥିଲେ ଏବଂ ମାର୍କେଟିଙ୍ଗ ଏବଂ ମ୍ୟାନେଜମେଣ୍ଟରେ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।

ଅର୍ପିତା ପ୍ରଥମରୁ ହିଁ ମହଲରେ ବିବାହ କରିବାକୁ ଚାହୁଁଥିଲେ ଏବଂ ସଲମାନ୍ ସେହି ବ୍ୟକ୍ତି ଥିଲେ ଯିଏକି ତାଙ୍କ ବିବାହର ସବୁ ଦାୟିତ୍ୱ ସମ୍ଭାଳି ଥିଲେ ।

ସଲମାନ୍ ଅର୍ପିତାଙ୍କ ବିବାହର ସବୁ ଆୟୋଜନ କରିଥିଲେ ଏବଂ ସେ ନିଜ ଭଉଣୀଙ୍କ ବିବାହରେ ଉପହାର ସଦୃଶ ଏକ ଲଗଜୁରୀ ଅପାର୍ଟମେଣ୍ଟ ଏବଂ ଦାମୀ କାର୍ ମଧ୍ୟ ଦେଇଥିଲେ । ଅର୍ପିତାଙ୍କ ବିବାହରେ ଖାନ୍ ପରିବାର ମନ ଇଚ୍ଛା ଖର୍ଚ୍ଚ କରିଥିଲେ ।

ଅର୍ପିତାଙ୍କୁ ପୁରା ବୋଲିଉଡ଼ ହିଁ ଭଲ ପାଏ ଏବଂ ତାଙ୍କ ପ୍ରଶଂସା ମଧ୍ୟ କରିଥାଏ । ହିନ୍ଦୀ ଫିଲ୍ମର ଏକ ଅଂଶ ନହୋଇ ବି ସୁଦ୍ଧା ସେ ପୁରା ବୀ-ଟାଉନରେ ଏକ ଲୋକପ୍ରିୟ ନାମ ଅଟନ୍ତି । ସେ ଅର୍ପିତା ଥିଲେ ଯାହାଙ୍କ ବିବାହ ଅବସରରେ ଶାହରୁଖ ଏବଂ ସଲମାନଙ୍କ ଶତ୍ରୁତା ମିତ୍ରତାରେ ପରିଣତ ହୋଇଥିଲା ।

ଅର୍ପିତା ପୁରା ଖାନ୍ ପରିବାରର ଅତି ସ୍ନେହର ଅଟନ୍ତି । ୨୦୧୪ ମସିହାରେ ସେ ନିଜ ହାତରେ ଏକ ଟ୍ୟାଟୁ ବନାଇଥିଲେ ଯେଉଁଥିରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନାମ ମଧ୍ୟ ରହିଛି । ଟ୍ୟାଟୁରେ ସଲୀମ୍ ଖାନ୍, ମା’ ସଲମା ଖାନ୍ ଏବଂ ହେଲନ୍, ବ୍ରଦର୍ସ ସଲମାନ୍, ଅରବାଜ୍, ସୋହେଲ୍, ଭଉଣୀ ଅଲବୀରାଙ୍କ ନାମ ସାମିଲ୍ ରହିଛି ।

ଅର୍ପିତା ଏବେ ଖୁସିରେ ଆୟୁଷଙ୍କୁ ବିବାହ କରି ସାରିଛନ୍ତି ଏବଂ ତାଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି । ପୁଅର ନାମ ଆହିଲ୍, ଯାହାଙ୍କ ଜନ୍ମ ୨୦୧୬ରେ ହୋଇଥିଲା । ଅର୍ପିତାଙ୍କ ପୁଅ ବର୍ତ୍ତମାନ ୪ ବର୍ଷର ହୋଇ ଯାଇଛନ୍ତି ।

ତାଙ୍କର ଏକ ଝିଅ ଅଛି ଆୟତ । ସଲମାନ ଏବଂ ଆୟତଙ୍କ ଜନ୍ମଦିନ ଗୋଟିଏ ଦିନରେ ପଡ଼ିଥାଏ । ସଲମାନ୍ ଖାନ୍ ଯେଉଁପରି ଭାବରେ ନିଜ ଭଉଣୀକୁ ଭଲ ପାଆନ୍ତି ସେହିପରି ନିଜ ଭାଣିଜୀ ଆୟତଙ୍କୁ ମଧ୍ୟ ଭଲ ପାଆନ୍ତି ।

Leave a Reply

Your email address will not be published. Required fields are marked *