ତିନି ତିନି ଜଣଙ୍କ ସହ ସମ୍ବନ୍ଧ ଓ ସୈଫଙ୍କ ସହିତ ବିବାହ ପରେ ମଧ୍ୟ ଏକୁଟିଆ ରହିଗଲେ ଅମୃତା ! ଏବେ ଏପରି କାଟୁଛନ୍ତି ଜୀବନ…

ତିନି ତିନି ଜଣଙ୍କ ସହ ସମ୍ବନ୍ଧ ଓ ସୈଫଙ୍କ ସହିତ ବିବାହ ପରେ ମଧ୍ୟ ଏକୁଟିଆ ରହିଗଲେ ଅମୃତା ! ଏବେ ଏପରି କାଟୁଛନ୍ତି ଜୀବନ…

ପଟୋଦିର ନବାବ ଅର୍ଥାତ ସୈଫ ଅଲି ଖାଁ ଅଭିନେତ୍ରୀ ଅମୃତା ସିଂହଙ୍କ ସହିତ ୧୯୯୧ରେ ପ୍ରଥମ ବିବାହ କରିଥିଲେ । ଅମୃତା ସିଂହଙ୍କ ବିଷୟରେ ଆଲୋଚନା କରିବା ତେବେ ସେ ନିଜ ସମୟର ଉଚ୍ଚ ସ୍ତରୀୟ ଅଭିନେତ୍ରୀ ମଧ୍ୟରେ ସାମିଲ୍ ଥିଲେ । ସେ ବଲିଉଡ଼ରେ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଅମୃତାଙ୍କ ନା’ କେବଳ ଅଭିନୟ ଦମଦାର ନଥିଲା ବରଂ ସେ ଖୁବ୍ ସୁନ୍ଦରୀ ମଧ୍ୟ ଥିଲେ । ତାଙ୍କ ସୁନ୍ଦରତାକୁ ଦେଖି ସୈଫ ନୁହେଁ ବରଂ ସେହି ସମୟର ଅଭିନେତାମାନେ ମଧ୍ୟ ତାଙ୍କ ଆଡ଼କୁ ଆକର୍ଷିତ ହୋଇ ଯାଉଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକଲ୍ ମାଧ୍ୟମରେ ତାଙ୍କ ପ୍ରେମ ଜୀବନୀ ବିଷୟରେ କହିବାକୁ ଯାଉଛୁ…

ସନୀ ଦେଓଲଙ୍କ ସହିତ ହୋଇଥିଲା ପ୍ରଥମ ପ୍ରେମ…

୧୯୫୮ରେ ଜନ୍ମଗ୍ରହଣ କରିଥିବା ଅମୃତା ସିଂହ ଚଳଚ୍ଚିତ୍ର ବେତାବରୁ ବଲିଉଡ୍ କ୍ୟାରିୟର୍ ଶୁଭାରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ୧୯୮୩ରେ ମୁକ୍ତିଲାଭ କରିଥିଲା ଏବଂ ଏଥିରେ ତାଙ୍କର ନାୟକ ଭାବେ ସନୀ ଦେଓଲ୍ ନଜର ଆସିଥିଲେ । ସନୀ ଓ ଅମୃତାଙ୍କ କେମିଷ୍ଟ୍ରିକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଥିଲେ । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ରହିଥିଲା ।

ଚଳଚ୍ଚିତ୍ର ବେତାବ ବିଷୟରେ ଆଲୋଚନା କରିବା ତେବେ କୁହାଯାଏ ଯେ ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର ନିଜେ ନିଜ ପୁଅ ସନୀ ଦେଓଲକୁ ଅମୃତା ସିଂହଙ୍କ ସହିତ କାଷ୍ଟ କରିଥିଲେ । ଅମୃତା ସିଂହ ବେତାବ ଜରିଆରେ ବଲିଉଡ଼ରେ ଏକ ଜବରଦସ୍ତ ଏଣ୍ଟ୍ରି କଲେ, ଏମିତିରେ ଲୋକେ କହିବାକୁ ଲାଗିଲେ ଯେ ତାଙ୍କ ବଲିଉଡ଼ କ୍ୟାରିୟର୍ ଖୁବ୍ ଭଲ ଚାଲିବ ।

ବେତାବ ପରେ ୧୯୮୪ରେ ଅମୃତା ସିଂହ ଚଳଚ୍ଚିତ୍ର ସନୀରେ କାମ କଲେ । ଏହି ଚଳଚ୍ଚିତ୍ରରେ ମଧ୍ୟ ଅମୃତାଙ୍କ ସହିତ ସନୀ ଦେଓଲ ହିଁ ହିରୋ ଥିଲେ । ଲଗାତାର ଦୁଇଟି ଚଳଚ୍ଚିତ୍ରରେ ଏକାଠି କାମ କରିବା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଗଲା । ପ୍ରଥମେ ଦୁହେଁ ଖୁବ୍ ଭଲ ବନ୍ଧୁ ହେଲେ ଓ ଧୀରେ ଧୀରେ ଦୁହିଁଙ୍କୁ ପରସ୍ପର ସହିତ ପ୍ରେମ ହୋଇଗଲା । ଯଦିଓ ଏହି ଭଲ ପାଇବା ଅଧିକ ଦିନ ଚାଲିଲା ନାହିଁ ଏବଂ ସେ ଖୁବଶୀଘ୍ର ଦୁହିଁଙ୍କ ବ୍ରେକଅପ୍ ହୋଇଗଲା ।

ରବି ଶାସ୍ତ୍ରୀଙ୍କ ସହ ମଧ୍ୟ ଜଡ଼ିତ ହୋଇ ସାରିଛି ଅମୃତାଙ୍କ ନାମ

କ୍ରିକେଟ୍ ଓ ବଲିଉଡ଼ର ସମ୍ପର୍କ ବହୁତ ପୁରୁଣା ଅଟେ । କିଛି କ୍ରିକେଟର ବଲିଉଡ୍ ଅଭିନେତ୍ରୀଙ୍କ ସହିତ ବିବାହ କରିଥିଲେ । ଏକ ସମୟ ଥିଲା ଯେତେବେଳେ ରବି ଶାସ୍ତ୍ରୀ ମଧ୍ୟ ଅମୃତା ସିଂହଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । କୁହାଯାଏ ଯେ ଦୁହେଁ ଗୋପନୀୟ ଭାବେ ନିର୍ବନ୍ଧ ମଧ୍ୟ କରି ସାରିଥିଲେ, କିନ୍ତୁ ହଠାତ୍ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା ଓ ଏ ଦୁହେଁ ବିବାହ କଲେ ନାହିଁ ।

ବିନୋଦ ଖାନ୍ନାଙ୍କ ସହିତ ମଧ୍ୟ ରହିଥିଲା ଅମୃତାଙ୍କ ସମ୍ପର୍କ

ଖବର ଅନୁଯାୟୀ ଅମୃତା ସିଂହଙ୍କୁ ନିଜର ସମ୍ପୂର୍ଣ୍ଣ ଜୀବନରେ ତିନିଥର ପ୍ରେମ ହୋଇଥିଲା ଏବଂ ତିନି ଥର ତାଙ୍କୁ ବିଫଳତା ମିଳିଥିଲା । ଜଣାଇଦେଉଛୁ ଯେ ସନୀ ଦେଓଲ ଓ ରବି ଶାସ୍ତ୍ରୀଙ୍କ ପରେ ଅମୃତାଙ୍କୁ ବିନୋଦ୍ ଖାନ୍ନାଙ୍କ ସହିତ ପ୍ରେମ ହୋଇଗଲା । ଯଦିଓ ତାଙ୍କର ଏହି ପ୍ରେମ ସଫଳ ହୋଇ ପାରିନଥିଲା ।

ଏହାପରେ ଅମୃତା ସୈଫଙ୍କୁ ବିବାହ କରିନେଲେ, ଯେତେବେଳେ ତାଙ୍କ କ୍ୟାରିୟର୍ ଖୁବ୍ ଉଚ୍ଚରେ ଥିଲା । ଜଣାଇଦେଉଛୁ ଯେ ୧୯୯୧ରେ ଅମୃତା ନିଜଠାରୁ ୧୨ ବର୍ଷ ଛୋଟ ସୈଫଙ୍କୁ ବିବାହ କରିନେଲେ । ସୈଫ ଓ ଅମୃତାଙ୍କ ଦୁଇଟି ସନ୍ତାନ ଅଛନ୍ତି ସାରା ଓ ଅବ୍ରହାମ୍ । ପାଖାପାଖି ୧୩ ବର୍ଷ ପର୍ଯ୍ୟନ୍ତ ଏକାଠି ରହିବା ପରେ ସେ ଦୁହେଁ ୨୦୦୪ ମସିହାରେ ଛାଡ଼ପତ୍ର ନେଇଗଲେ ।

ଛାଡ଼ପତ୍ର ପରେ ସୈଫ ନିଜ ଜୀବନରେ ଆଗକୁ ବଢ଼ିଗଲେ ଏବଂ କରିନା କପୂରଙ୍କ ସହିତ ଦ୍ୱିତୀୟ ବିବାହ କରିନେଲେ ସେପଟେ ଅମୃତା ଏକୁଟିଆ ଜୀବନ ଅତିବାହିତ କରିବାକୁ ନିଷ୍ପତ୍ତି ନେଲେ ଏବଂ ସେ କେବେହେଲେ ଦ୍ୱିତୀୟ ବିବାହ କଲେ ନାହିଁ ଏବଂ ଏକୁଟିଆ ମାଁ ହୋଇ ନିଜ ଦୁଇଟି ସନ୍ତାନକୁ ଲାଳନପାଳନ କଲେ ।

Leave a Reply

Your email address will not be published. Required fields are marked *