ବଲିଉଡର ଏହି ଯୋଡିମାନେ ସୁପରହିଟ୍ ଫିଲ୍ମରେ ଏକାଠି କରିଥିଲେ କାମ ! କିନ୍ତୁ ପରେ ଅନ୍ୟ କୋୖଣସି ଚଳଚ୍ଚିତ୍ରରେ ନଜର ଆସିନଥିଲେ…

ବଲିଉଡର ଏହି ଯୋଡିମାନେ ସୁପରହିଟ୍ ଫିଲ୍ମରେ ଏକାଠି କରିଥିଲେ କାମ ! କିନ୍ତୁ ପରେ ଅନ୍ୟ କୋୖଣସି ଚଳଚ୍ଚିତ୍ରରେ ନଜର ଆସିନଥିଲେ…

ବଲିଉଡରେ ପ୍ରତିବର୍ଷ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ । ଏହି ଚଳଚ୍ଚିତ୍ରଗୁଡିକ ମଧ୍ୟରୁ କେତେକ ଏପରି ଚଳଚିତ୍ର ମଧ୍ୟ ଅଛି ଯେଉଁଥିରେ ପ୍ରଥମଥର ପାଇଁ ଦୁଇ ନୂଆଷ୍ଟାରଙ୍କ ଯୋଡି ଦେଖିବାକୁ ମିଳିଥାଏ । ସେମାନଙ୍କର ପ୍ରଥମ ଚଳଚ୍ଚିତ୍ରରୁ, ସେମାନଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି ଏବଂ ପରେ ଉଭୟ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥାନ୍ତି । ଏହାର ଏକ ଭଲ ଉଦାହରଣ ହେଉଛି – ଦୀପିକା ପାଦୁକୋନ ଏବଂ ରଣଭୀର ସିଂ । ଏହି ଯୋଡି ରାମଲିଲା ଫିଲ୍ମ ସହିତ ପରଦାରେ ଧମାଲ ମଚାଇଥିଲା, ଯାହା ପରେ ଉଭୟଙ୍କୁ ଆହୁରି ଅନେକ ସିନେମାରେ ଦେଖିବାକୁ ମିଳିଥିଲା । ଆପଣଙ୍କୁ କହିରଖୁଛୁ ଯେ ବଲିଉଡରେ କିଛି ଯୋଡି ଏପରି ଅଛନ୍ତି ଯେଉଁମାନେ ପ୍ରଥମଥର କାମ କରି ଖୁବ ନାମ ଅର୍ଜନ କରିଥିଲେ କିନ୍ତୁ ପରେ କେବେ ପରଦାରେ ନଜର ଆସିନଥିଲେ । ଆସନ୍ତୁ ଦେଖିବା ଏହିପରି ୬ଟି ବଲିଉଡ ଯୋଡିକୁ ।

ଆମୀର ଖାନ ଏବଂ ଗ୍ରେସି ସିଂ

ଆପଣମାନେ ଆମୀର ଏବଂ ଗ୍ରେସିଙ୍କ ଫିଲ୍ମ ଲାଗାନକୁ ମନେ ରଖିଥିବେ । ଏହି ଯୋଡି ପ୍ରଥମେ ଏହି ସିନେମାରେ ନଜର ଆସିଥିଲେ ଏବଂ ଲଗାନ ଚଳଚ୍ଚିତ୍ର ଏକ ବ୍ଲକବଷ୍ଟର ଫିଲ୍ମ ଥିଲା । କିନ୍ତୁ ଏହି ଚଳଚ୍ଚିତ୍ର ପରେ ଏହି ଯୋଡିକୁ କେବେବି ଏକାଠି ଦେଖାଯାଇନଥିଲା ।

ବବି ଦେଓଲ୍ ଏବଂ ଟ୍ୱିଙ୍କଲ୍ ଖାନ୍ନା

ବବି ଦେଓଲ ଏବଂ ଟ୍ୱିଙ୍କଲ ଖାନ୍ନା ପ୍ରଥମଥର ପାଇଁ ବରସାତ ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହି ଫିଲ୍ମ ସହିତ ଦୁହେଁ ବଲିଉଡରେ ପ୍ରବେଶ କରିଥିଲେ । ଚଳଚ୍ଚିତ୍ର ବରସାତ ଏକ ସୁପରହିଟ ଫିଲ୍ମ ଥିଲା ଏବଂ ଏହାର ଗୀତଗୁଡିକୁ ମଧ୍ୟ ଦର୍ଶକ ପସନ୍ଦ କରିଥିଲେ । ଉଭୟଙ୍କ ଯୋଡି ମଧ୍ୟ ଖୁବହିଟ୍ ହୋଇଥିଲା, କିନ୍ତୁ ଏହି ଚଳଚିତ୍ର ପରେ ଆଜି ପର୍ଯ୍ୟନ୍ତ ଏହି ଯୋଡି କେବେ ଏକାଠି ପରଦାରେ ଦେଖା ଦେଇନଥିଲେ ।

ମହିମା ଚୌଧୁରୀ ଏବଂ ଶାହାରୁଖ ଖାନ

ମହୀମା ଚୌଧୁରୀ ଶାହରୁଖ ଖାନଙ୍କ ସହ ପରଦେଶ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ଦୁହିଁଙ୍କ ଯୋଡି ହିଟ ବୋଲି ପ୍ରମାଣିତ ହୋଇଥିଲା । ସୁଭାଷ ଘାଇଙ୍କ ଏହି ଫିଲ୍ମ ଏବଂ ଏହି ଯୋଡି ଉଭୟ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା । କିନ୍ତୁ ଏହି ଚଳଚ୍ଚିତ୍ର ପରେ ଉଭୟଙ୍କ ଯୋଡି କେବେ ପରଦାରେ ଦେଖାଦେଇନଥିଲା ।

ସଲମାନ ଖାନ ଏବଂ ଭାଗାଶ୍ରୀ

ବଲିଉଡର ଭାଇ ଜାନ ଅର୍ଥାତ୍ ସଲମାନ ଖାନ ଅନେକ ଅଭିନେତ୍ରୀଙ୍କ ସହ ପରଦାରେ ନଜର ଆସିଛନ୍ତି । କିନ୍ତୁ ସବୁଠାରୁ ଅଧିକ ସଫଳ ତଥା ଚର୍ଚ୍ଚିତ ଯୋଡି ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ସହ ଫିଲ୍ମ ‘ମେନେ ପ୍ୟାର୍ କିୟା’ରେ ରହିଥିଲା । ଭଗ୍ୟଶ୍ରୀଙ୍କ ସହ ତାଙ୍କର ଯୋଡି ବିଷୟରେ ଏବେ ମଧ୍ୟ ଆଲୋଚନା ହୁଏ । କିନ୍ତୁ ଏହି ଫିଲ୍ମ ପରେ ଉଭୟ କୈଣସି ଫିଲ୍ମରେ ଏକାଠି ଦେଖା ଦେଇନଥିଲେ ।

ଟ୍ୱିଙ୍କଲ ଖାନ୍ନା ଏବଂ ସଲମାନ ଖାନ

ଟ୍ୱିଙ୍କଲ ଖାନ୍ନା ଏବଂ ସଲମାନ ଖାନଙ୍କ ଯୋଡି ପ୍ରଥମେ ‘ଜବ ପ୍ୟାର କିସି ସେ ହୋତା ହେ’ରେ ନଜର ଆସିଥଲେ । ଏହି ଷ୍ଟାରମାନଙ୍କର ଏହା ପ୍ରଥମ ଏବଂ ଶେଷ ଚଳଚ୍ଚିତ୍ର ଥିଲା । ଦୁହେଁ ପରେ କେବେ ଆଉ ଏକାଠି କାର୍ଯ୍ୟ କରିନାହାନ୍ତି ।

ସଞ୍ଜୟ ଦତ୍ତ ଏବଂ ଗ୍ରେସି ସିଂ

ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ୍’ ସଞ୍ଜୟ ଦତ୍ତଙ୍କ କ୍ୟାରିଅରକୁ ଏକ ଭିନ୍ନ ମୋଡ଼ ଦେଇଥିଲା ଏବଂ ଗ୍ରେସି ସିଂଙ୍କୁ ମଧ୍ୟ ଏହି ଫିଲ୍ମରେ କିଛି କରି ଦେଖେଇବାର ସୁଯୋଗ ଦେଇଥିଲା । ସଞ୍ଜୁ ବାବା ଏବଂ ଗ୍ରେସି ସିଂଙ୍କ ଯୋଡି ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା ​​ଏବଂ ଏହି ଫିଲ୍ମଟି ସୁପରହିଟ ସାବ୍ୟସ୍ତ ହୋଇଥିଲା । ମୁନ୍ନା ଭାଇ ଏମବିବିଏସ୍ ଫିଲ୍ମ ପରେ ସଞ୍ଜୟ ଦତ୍ତ ଏବଂ ଗ୍ରେସି ସିଂଙ୍କ ଯୋଡି ଆଉ ଏକାଠି ଦେଖିବାକୁ ମିଳିନଥିଲା ।

Leave a Reply

Your email address will not be published. Required fields are marked *