ଯେତେବେଳେ ସାରା କରୀନା କପୁରଙ୍କୁ କହିଥିଲେ ‘ଆଣ୍ଟି’ ! ଏଭଳି ଭାବରେ କ୍ରୋଧିତ ହୋଇ ଯାଇଥିଲେ ସୈଫ ଅଲ୍ଲୀ ଖାନ…

ଯେତେବେଳେ ସାରା କରୀନା କପୁରଙ୍କୁ କହିଥିଲେ ‘ଆଣ୍ଟି’ ! ଏଭଳି ଭାବରେ କ୍ରୋଧିତ ହୋଇ ଯାଇଥିଲେ ସୈଫ ଅଲ୍ଲୀ ଖାନ…

ସମସ୍ତେ ଜାଣିଛନ୍ତି ଯେ, ସୈଫ ଅଲ୍ଲୀ ଖାନ ମାତ୍ର ୨୧ ବର୍ଷ ବୟସରେ ନିଜ ଠାରୁ ୧୨ ବର୍ଷର ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରି ନେଇଥିଲେ । ଏଥିସହିତ ଏହି ଦମ୍ପତ୍ତି ଦୁଇଟି ସନ୍ତାନ ସାରା ଅଲ୍ଲୀ ଖାନ ଏବଂ ଇବ୍ରାହିମ ଅଲ୍ଲୀ ଖାନଙ୍କର ପିତାମାତା ହୋଇଛନ୍ତି । କିନ୍ତୁ ଦୁଃଖର ବିଷୟ ଉଭୟଙ୍କର ଏହି ସମ୍ପର୍କ ଦୀର୍ଘ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା ଏବଂ ପରିଶେଷରେ ସୈଫ ଅଲ୍ଲି ଖାନ, ଅମୃତାଙ୍କୁ ଛାଡ଼ପତ୍ର ଦେଇ କରୀନା କପୁରଙ୍କୁ ବିବାହ କରିଥିଲେ । ବାସ୍ତବରେ ଏମାନଙ୍କ ଛାଡ଼ପତ୍ର ପରେ ସୈଫଙ୍କ ଝିଅ ସାରା ଅଲ୍ଲୀ ଖାନ ଦ୍ଵନ୍ଦରେ ପଡିଯାଇଥିଲେ ଯେ, ସେ କରୀନା କପୁରଙ୍କୁ କଣ ସମ୍ବୋଧନ କରିଡାକିବେ । ସେ ଯେତେବେଳେ ଏ ବିଷୟରେ ନିଜ ପିତା ସୈଫଙ୍କ ସହ କଥା ହୋଇଥିଲେ, ସେତେବେଳେ ସୈଫ ସାରାଙ୍କ କଥା ଶୁଣି କ୍ରୋଧିତ ହୋଇଯାଇଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା…

ବାସ୍ତବରେ, ଯେତେବେଳେ କରୀନା ସୈଫଙ୍କ ପତ୍ନୀ ହୋଇ ପଟୌଦି ପରିବାରକୁ ଯାଇଥିଲେ, ସେତେବେଳେ ସାରାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ ଅଭିନେତ୍ରୀଙ୍କୁ କଣ ସମ୍ବୋଧନ କରିଡାକିବେ । ସାରା ସେହି ସମୟରେ କହିଥିଲେ ଯେ, ସେ କରୀନାଙ୍କୁ ଆଣ୍ଟି କହି କାହିଁକି ଡାକିପାରିବେ ନାହିଁ ? ସାରାଙ୍କର ଏହି କଥା ଶୁଣି ସୈଫ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ । ଏହି କଥାର ଖୁଲାସା ଅଭିନେତ୍ରୀ ଅନେକ ଦିନ ପରେ କରିଥିଲେ । ଏକ ଟକ୍ ଶୋ’ରେ ସୈଫ ଏବଂ କରୀନାଙ୍କର ବିବାହ ପରେ ସାରା ଏକ ପୁରୁଣା କଥା ସେୟାର କରିଥିଲେ ।

ସାରାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସମୟରେ ତାଙ୍କର ଏବଂ କରୀନାଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଚାଲିଛି ଏବଂ କରୀନା ତାଙ୍କୁ ଏବଂ ତାଙ୍କ ଭାଇ ଇବ୍ରାହିମଙ୍କୁ ନିଜ ବନ୍ଧୁ ଭାବରେ ବିବେଚନା କରିଥାନ୍ତି, କିନ୍ତୁ କରୀନା ଏବଂ ସୈଫଙ୍କର ନୂତନ ବିବାହ ହୋଇଥିବା ସମୟରେ ସାରାଙ୍କର ସନ୍ଦେହ ରହିଥିଲା କି ବଲିଉଡର ସୁପରଷ୍ଟାର୍ ତାଙ୍କ ସହ କିପରି ବ୍ୟବହାର କରିବେ । ଏହା ସହ ସାରା ଚିନ୍ତିତ ହୋଇ ଯାଇଥିଲେ ଯେ, ସେ କରୀନାଙ୍କୁ କଣ କହି ଡାକିବେ । ଏ ବିଷୟରେ ସାରା ନିଜ ପିତାଙ୍କ ସହ ଆଲୋଚନା କରିବାକୁ ସଠିକ୍ ଭାବରେ ବିବେଚନା କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ପଟୌଦି ପରିବାରରେ କରୀନାଙ୍କର ଉପସ୍ଥିତି ହେବା ମାତ୍ରେ ସାରା ଦ୍ଵନ୍ଦରେ ପଡି ଯାଇଥିଲେ କି ସେ କରୀନାଙ୍କୁ କଣ କହି ଡାକିବେ । ତାଙ୍କ ମନରେ ସନ୍ଦେହ ରହିଥିଲା ଯେ, ସେ କରୀନାଙ୍କୁ ଆଣ୍ଟି କହି ଡାକିବେ ନା ତାଙ୍କ ନାମ ଧରି ଡାକିବେ । ଶେଷରେ ସେ ସୈଫଙ୍କୁ ଫୋନ କରି ଏ ବିଷୟରେ ପ୍ରଶ୍ନ କରିଥିଲେ, ତେବେ ସାରାଙ୍କର ପ୍ରଶ୍ନ ଶୁଣି ସୈଫ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ନିଜ ଝିଅ ଉପରେ କ୍ରୋଧିତ ହୋଇ ଯାଇଥିଲେ । ସେହି ସମୟରେ ସୈଫ କହିଥିଲେ ଯେ, ତୁମେ କାହାକୁ ଆଣ୍ଟି କୁହ ? ଯଦି କରୀନାଙ୍କୁ ଆଣ୍ଟି କୁହାଯାଏ, ତେବେ ମୁଁ ଏହାକୁ ଆଦୌ ପସନ୍ଦ କରିବି ନାହିଁ । ଆଣ୍ଟି ବ୍ୟତୀତ ତାଙ୍କୁ କିଛି ମଧ୍ୟ କହିପାର । ସାରା ମଧ୍ୟ ସୈଫଙ୍କ କଥାରେ ସହମତ ହୋଇଥିଲେ ଏବଂ ବର୍ତ୍ତମାନ ସମୟରେ ସାରା କରୀନାଙ୍କୁ ‘କେ’ କିମ୍ବା ‘କରୀନା’ କହି ଡାକନ୍ତି ।

ଯଦି ଏଠାରେ କରୀନାଙ୍କ ବିଷୟରେ କୁହାଯାଏ, ତେବେ ସେ ସାରା ଏବଂ ଇବ୍ରାହିମଙ୍କ ଭଳି ବ୍ୟବହାର କରିଥାନ୍ତି । ସାରା ନିଜେ କହିଥାନ୍ତି ଯେ, ତାଙ୍କର ଏବଂ କରୀନାଙ୍କ ସମ୍ପର୍କ ମଧ୍ୟରେ ବର୍ତ୍ତମାନ କୌଣସି ଦ୍ଵନ୍ଦ ନାହିଁ । ଏପର୍ଯ୍ୟନ୍ତ କରୀନା ମଧ୍ୟ କହିଥିଲେ ଯେ, ଦେଖ ତୁମ ମା’ ବହୁତ ଭଲ ଅଟନ୍ତି । ମୁଁ ଚାହୁଁଛି ଯେ, ଆମେ ଦୁହେଁ ବନ୍ଧୁ ଭଳି ରହିବା । କରୀନା ଏବଂ ସାରା ପରସ୍ପର ସହ ସ୍ୱତନ୍ତ୍ର ବନ୍ଧନ ରଖିଥାନ୍ତି ।

Leave a Reply

Your email address will not be published. Required fields are marked *