ଟ୍ରେନରେ ଅନେକ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲା ନାଲି ରଙ୍ଗର ବ୍ୟାଗ୍ ! ଯାହାକୁ ଖୋଲିବା ପରେ ଅଧିକାରୀଙ୍କ ହୋସ୍ ଉଡ଼ିଗଲା…

ଟ୍ରେନରେ ଅନେକ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲା ନାଲି ରଙ୍ଗର ବ୍ୟାଗ୍ ! ଯାହାକୁ ଖୋଲିବା ପରେ ଅଧିକାରୀଙ୍କ ହୋସ୍ ଉଡ଼ିଗଲା…

ଭାରତୀୟ ରେଳକୁ ଭାରତର ହାର୍ଟ ଲାଇନ୍ ମଧ୍ୟ କୁହାଯାଇଥାଏ । ଏହା ଦୁନିଆର ସବୁଠାରୁ ବଡ଼ ରେଳ ନେଟୱର୍କ ଅଟେ । ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଗମନ କରନ୍ତି । ତେଣୁ ପ୍ରାୟ ସମୟରେ ଏଠାରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ମଧ୍ୟ ଘଟିଥାଏ । ଏବେ ଦିଲ୍ଲୀରୁ ବିହାର ଯାଉଥିବା ସ୍ୱତନ୍ତ୍ରତା ସଂଗ୍ରାମ ସେନାନୀ ସ୍ପେଶଲ୍ ଟ୍ରେନର ଏହି ମାମଲାକୁ ଧରି ନିଅନ୍ତୁ । ଏଠାରେ ଅଧିକାରୀ ମାନଙ୍କୁ ଏକ ଅଜଣା ବ୍ୟାଗ୍ ମିଳିଲା । ଯେତେବେଳେ ଏହି ବ୍ୟାଗକୁ ଖୋଲା ଗଲା ସେତେବେଳେ ସମସ୍ତଙ୍କର ହୋସ୍ ଉଡ଼ିଗଲା ।

ବ୍ୟାଗରୁ ମିଳିଲା ୧.୪ କୋଟି ଟଙ୍କା :-

ଏହି ନାଲି ରଙ୍ଗର ବ୍ୟାଗରେ ପୁରା ଏକ କୋଟି ଚାଳିଶ ଲକ୍ଷଟଙ୍କା ଥିଲା । ସୂଚନା ଅନୁସାରେ ଏହା ଗତ ସୋମବାର ଦିନର ଘଟଣା ଅଟେ । ଟ୍ରେନ୍ ଯେତେବେଳେ କାନପୁରରେ ପହଞ୍ଚିଲା ପେଣ୍ଟ୍ରି ଷ୍ଟାଫମାନେ ଏହାର ସୂଚନା ଜୀଆରପୀ କୁ ଦେଇଥିଲେ । ଜୀଆରପୀ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ବ୍ୟାଗ୍ ଖୋଲାଗଲା ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ । ବ୍ୟାଗଟି ପଇସାରେ ଭର୍ତ୍ତି ଥିଲା ।

ପ୍ରଥମେ ପଇସା ସଂଖ୍ୟାକୁ ଗୁପ୍ତ ରଖାଯାଇଥିଲା । ପ୍ରଥମେ ଏହାକୁ ଗଣନା କରାଗଲା । ମଙ୍ଗଳବାର ରାତିରେ ଅଧିକାରୀ ନୋଟ୍ ଗଣୁଥିଲେ । ଏହାପରେ ବ୍ୟାଗରେ ୧.୪ କୋଟି ଟଙ୍କା ଥିବାର ସୂଚନା ମିଳିଥିଲା । ଅଧିକାରୀମାନେ ପରେ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ କୁ ମଧ୍ୟ ଏହାର ସୂଚନା ଦେଇଥିଲେ ।

ରେଲୱେର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏହି ବ୍ୟାଗ୍ କାହାର ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ଆଶ୍ଚର୍ଯ୍ୟର କଥା ଏହିକି ଯେ ଏବେ ପର୍ଯ୍ୟନ୍ତ କୌଣସି ବି ବ୍ୟକ୍ତି ନିଜେ ଆଗକୁ ଆସି ବ୍ୟାଗ୍ ନିଜର ବୋଲି ଦାବି କରି ନାହାଁନ୍ତି । ଅଧିକାରୀ କହିଛନ୍ତି ଯେ ଟ୍ରେନ୍ ଯେତେବେଳେ ଆଗକୁ ବଢ଼ିଲା ରୁଟରେ କୌଣସି ବି ଷ୍ଟେସନରେ ବ୍ୟକ୍ତିର ବ୍ୟାଗ୍ ହଜି ଯିବାର ଅଭିଯୋଗ ଲେଖା ଯାଇନାହିଁ ।

ରେଲୱେ ଅଧିକାରୀ ମଧ୍ୟ ରହିଗଲେ ଚକିତ :-

ସ୍ୱତନ୍ତ୍ରତା ସଂଗ୍ରାମ ସେନାନୀ କୋବିଡ୍ ସ୍ପେଶଲ୍ ଟ୍ରେନ୍ ନୂଆଦିଲ୍ଲୀରୁ ସୋମବାର ରାତିରେ୯.୧୫ରୁ ଛାଡ଼ିଥିଲା । ଏହା ବିଳମ୍ବିତ ରାତି ୨.୫୧ରେ କାନପୁର୍ ସେଣ୍ଟ୍ରାଲ୍ ଆସିଥିଲା । ସେଠାରେ ପେଣ୍ଟ୍ରି କାରର କର୍ମଚାରୀମାନେ ରେଲୱେ ଅଫିସରଙ୍କୁ ଟ୍ରେନରେ ବ୍ୟାଗ୍ ମିଳିବାର ସୂଚନା ଦେଇଥିଲେ । ସେହି ବ୍ୟାଗ୍ ଅନେକ ସମୟ ଧରି ପଡ଼ି ରହିଥିଲା ।

ଜୀଆରପୀ ଏବଂ ଆରପୀଏଫ ଟିମ୍ ପ୍ରଥମେ ସେଠାରେ ପହଞ୍ଚି ଥିଲେ ଏବଂ ବ୍ୟାଗର ସ୍କେନିଙ୍ଗ କରିଥିଲେ, ଯାହାଦ୍ୱାରା ସେଥିରେ ବୋମ୍ ଥିବା ଜଣାପଡ଼ିବ । ପରେ ସେମାନେ ବ୍ୟାଗକୁ ନିଜ କବଜାକୁ ନେଇଥିଲେ । ବ୍ୟାଗରୁ ଏତେ ଅଧିକ ମାତ୍ରାରେ ଟଙ୍କା ବାହାରିବା କଥାରେ ରେଲୱେ ଅଧିକାରୀ ମଧ୍ୟ ଚକିତ ଅଛନ୍ତି ।

Leave a Reply

Your email address will not be published. Required fields are marked *