ବର୍ତ୍ତମାନ ୧୦ମିନିଟରେ ତିଆରି ହେବ ପାନ୍ କାର୍ଡ ତାହା ମଧ୍ୟ ମାଗଣାରେ ।

ବର୍ତ୍ତମାନ ୧୦ମିନିଟରେ ତିଆରି ହେବ ପାନ୍ କାର୍ଡ ତାହା ମଧ୍ୟ ମାଗଣାରେ ।

ଆଧାର କାର୍ଡ ପରି ପାନ୍ କାର୍ଡ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ବ୍ୟାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟ, ଚାକିରି ଏବଂ ପ୍ରାୟ ପ୍ରତ୍ୟେକ ଆର୍ଥିକ କାର୍ଯ୍ୟ ପାଇଁ ପାନ୍ କାର୍ଡ ଅର୍ଥାତ ପରମାନେଣ୍ଟ ଆକାଉଣ୍ଟ ନମ୍ବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପାନ୍ କାର୍ଡ ଏକ ଆଇଡି ପ୍ରୁଫ୍ ଭାବେ ମଧ୍ୟ କାର୍ଯ୍ୟ କରେ । ପ୍ରତ୍ୟେକ ବ୍ୟକ୍ତି ନିଜର ପାନ୍ କାର୍ଡ ବନେଇବା ଜରୁରୀ ଅଟେ । ଯଦି ଆପଣ ଭାବୁଛନ୍ତି ଯେ ଏହାକୁ ତିଆରି କରିବା ପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବାରମ୍ବାର ଯିବାକୁ ପଡ଼ିବ, ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିବାକୁ ପଡିବ ତେବେ ଆପଣଙ୍କ ଧାରଣ ଭୁଲ୍ ଅଟେ । ବର୍ତ୍ତମାନ ମାତ୍ର ୧୦ମିନିଟରେ ମଧ୍ୟରେ ଆପଣ ପାନ୍ କାର୍ଡ ତିଆରି କରିପାରିବେ ଏବଂ ତାହା ମଧ୍ୟ ସମ୍ପୂର୍ଣ୍ଣ ମାଗଣା ।

ଇନଷ୍ଟାଣ୍ଟ ପାନ୍ କାର୍ଡ :-

ଘରେ ବସି ମାତ୍ର ୧୦ମିନିଟରେ ଆପଣ ଏକ ପାନ୍ କାର୍ଡ ତିଆରି କରିପାରିବେ ଏହାକୁ ଇନଷ୍ଟାଣ୍ଟ ପାନ୍ କାର୍ଡ ବା ଇ-ପାନ୍ କାର୍ଡ ମଧ୍ୟ କୁହାଯାଏ । ଇ-ପାନ୍ କାର୍ଡ ମଧ୍ୟ ହାର୍ଡ କପି ପାନ୍ କାର୍ଡ ପରି ବୈଧ ଅଟେ । ସବୁଠୁ ବଡ କଥା ହେଉଛି ଏଥିପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଇନଷ୍ଟାଣ୍ଟ ପାନ୍ କାର୍ଡ ଆବେଦନ କରିବା ପରେ ଆପଣ ମାତ୍ର ୧୦ମିନିଟ ମଧ୍ୟରେ ଇ-ପାନ୍ କାର୍ଡର ସଫ୍ଟ କପି ପାଇପାରିବେ ।

ଏଥିପାଇଁ କଣ ଆବଶ୍ୟକ :-

ଘରେ ପାନ କାର୍ଡ ତିଆରି କରିବା ପାଇଁ ଅନେକ ଦଲିଲର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଆଧାର କାର୍ଡ ଆବଶ୍ୟକ । ଆଧାର ନମ୍ବର ବିନା ଆପଣ ପାନ୍ କାର୍ଡ ପାଇପାରିବେ ନାହିଁ ।

ଏହା ହେଉଛି କଣ୍ଡିଶନ୍ :-

ଆପଣଙ୍କର ନିଶ୍ଚିତ ଭାବରେ ଆଧାର କାର୍ଡ ଥିବା ଆବଶ୍ୟକ

ମୋବାଇଲ୍ ନମ୍ବର ଆଧାର କାର୍ଡ ସହିତ ଲିଙ୍କ ହେବା ଉଚିତ

କେୱାଇସି ଯାଞ୍ଚ ପାଇଁ ଏହା ଆବଶ୍ୟକ

ଆଧାର ନମ୍ବର ଅନ୍ୟ କୌଣସି ପାନ୍ କାର୍ଡ ସହିତ ଲିଙ୍କ ହୋଇନଥିବ ।

କିପରି ଆବେଦନ କରିବେ

ଆୟକର ୱେବସାଇଟ୍ www.incometaxindiaefiling.gov.inକୁ ଯାଆନ୍ତୁ ।

main pageରେ ଥିବା କୁଇକ୍ ଲିଙ୍କର ଦ୍ୱିତୀୟ ନମ୍ବରରେ Instant Pan Through Aadhar ଉପରେ କ୍ଲିକ୍ କରନ୍ତୁ,

ଏକ ନୂତନ ପୃଷ୍ଠା ଖୋଲିବ ଯେଉଁଥିରେ ଗେଟ୍ ଏ ନିଉ ପାନ୍ କାର୍ଡ ଉପରେ କ୍ଲିକ୍ କରନ୍ତୁ,

ବର୍ତ୍ତମାନ ଏଥିରେ ଆଧାର ନମ୍ବର ଦିଅନ୍ତୁ,

କନ୍ଫର୍ମେସନ୍ କରନ୍ତୁ,

ଦାଖଲ ପରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ “OTP” ଆସିବ,

“OTP” ଦାଖଲ କରନ୍ତୁ,

ସବିଶେଷ ଯାଞ୍ଚ ପରେ ଆୟକର ବିଭାଗ ଆପଣଙ୍କୁ ୧୦ମିନିଟରେ ଏକ ଇ-ପାନ୍ କାର୍ଡ ପ୍ରଦାନ କରିବ ।

୫୦ ଟଙ୍କା ମୂଲ୍ୟରେ ପାଇପାରିବେ ହାର୍ଡ କପି :-

ପ୍ରକ୍ରିୟାକରଣ ପରେ ଆପଣଙ୍କର ଇ-ପାନ୍ ପ୍ରଦାନ କରାଯିବ । ‘ଚେକ୍ ଷ୍ଟାଟସ୍ / ଡାଉନଲୋଡ୍ ପାନ୍’ ଉପରେ କ୍ଲିକ୍ କରି ଏହାର ପିଡିଏଫ୍ ଡାଉନଲୋଡ୍ କରି ଆପଣ ପ୍ରିଣ୍ଟ କରିପାରିବେ । ବର୍ତ୍ତମାନ ଇ-ପାନର ହାର୍ଡ କପି ଦରକାର ଥାଏ ତେବେ ଏଥିପାଇଁ ୫୦ ଟଙ୍କା ଖର୍ଚ୍ଚ କରି ଆପଣ ପାନ୍ କାର୍ଡର ହାର୍ଡ କପି ପାଇପାରିବ ।

Leave a Reply

Your email address will not be published. Required fields are marked *