ଯିଏ ନିଜ ବନ୍ଧୁକୁ ସମୟରେ ସାହାଯ୍ୟ କରିଥାଏ, ସେ ହିଁ ପ୍ରକୃତ ବନ୍ଧୁ ଅଟେ ।

ଯିଏ ନିଜ ବନ୍ଧୁକୁ ସମୟରେ ସାହାଯ୍ୟ କରିଥାଏ, ସେ ହିଁ ପ୍ରକୃତ ବନ୍ଧୁ ଅଟେ ।

ଜୀବନରେ ବନ୍ଧୁଙ୍କ ସମ୍ପର୍କ ଅମୂଲ୍ୟ ଅଟେ ଏବଂ ଏହି ସମ୍ପର୍କ ବିଶ୍ୱାସ ଏବଂ ପ୍ରେମର ଆଧାରରେ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନରେ ଅନେକ ବନ୍ଧୁ ଥିଲେ । କିନ୍ତୁ ତାଙ୍କର ସବୁଠୁ ନିଜର ବନ୍ଧୁ ସୁଦାମା ଥିଲେ । ସୁଦାମାଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟକାଳ ଅତିବାହିତ ହୋଇଥିଲା ଏବଂ ଦୁହିଙ୍କ ବନ୍ଧୁତା ଏକ ଆଶ୍ରମରେ ହୋଇଥିଲା । ଦୁହେଁ ଏକତ୍ର ଆଶ୍ରମରେ ସମୟ ବିତାଇବା ସହ ଶିକ୍ଷା ଗ୍ରହଣ କରିଥିଲେ । ଶିକ୍ଷା ଗ୍ରହଣ ପରେ ଦୁହେଁ ନିଜ ନିଜ ଘରକୁ ଫେରି ଯାଇଥିଲେ ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କ ସହ ଭେଟି ନଥିଲେ ।

ଶ୍ରୀକୃଷ୍ଣ ଧନୀକ ଶ୍ରେଣୀର ଥିଲେ ଏବଂ ସୁଦାମା ଗରିବ ଶ୍ରେଣୀର । ସୁଦାମା ଭିକ୍ଷାବୃତି କରି ଜୀବିକା ନିର୍ବାହ କରୁଥିଲେ । ଦିନେ ସୁଦାମାଙ୍କ ସ୍ତ୍ରୀ ସୁଦାମାଙ୍କୁ କହିଥିଲେ ତୁମେ ଯାଇ ନିଜ ବନ୍ଧୁ ଶ୍ରୀକୃଷ୍ଣଙ୍କ ସହ ସାକ୍ଷାତ କରି ନିଜ ଦରିଦ୍ରତା ବିଷୟରେ ଅବଗତ କରାଅ । ଯେତେବେଳେ ଶ୍ରୀକୃଷ୍ଣ ତୁମ ଦରିଦ୍ରତା ବିଷୟରେ ଜାଣିପାରିବେ ସେହି ସମୟରେ ଶ୍ରୀକୃଷ୍ଣ ତୁମର ସହାୟତା ନିଶ୍ଚିନ୍ତ କରିବେ । ନିଜ ପତ୍ନୀଙ୍କ କଥା ଶୁଣିବା ପରେ ସୁଦାମା ଶ୍ରୀକୃଷ୍ଣଙ୍କ ସହ ଭେଟିବା ପାଇଁ ବାହାରି ଯାଇଥିଲେ ।

ଶ୍ରୀକୃଷ୍ଣଙ୍କ ସହ ଭେଟିବା ପାଇଁ ଯେତେବେଳେ ସୁଦାମା ଶ୍ରୀକୃଷ୍ଣଙ୍କ ମହଲ ବାହାରେ ଠିଆ ହୋଇଥିଲେ ସେହି ସମୟରେ ସୈନିକମାନେ ସୁଦାମାଙ୍କୁ ମହଲ ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦେଇନଥିଲେ । ସୁଦାମା ସୈନିକଙ୍କୁ ସେ ଶ୍ରୀକୃଷ୍ଣଙ୍କ ବନ୍ଧୁ ଅଟନ୍ତି ବୋଲି କହିଥିଲେ । କିନ୍ତୁ ସୁଦାମାଙ୍କ କଥା ଶୁଣି ସୈନିକ ଗୁଡିକ ହସିଥିଲେ । ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଏହି ବିଷୟରେ ଜଣା ପଡିଥିଲା ଯେ କୌଣସି ସୁଦାମା ନାମକ ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଆସିଛନ୍ତି ସେହି ସମୟରେ ଶ୍ରୀକୃଷ୍ଣ ଦୌଡ଼ି ଯାଇ ସୁଦାମାଙ୍କୁ କୁଣ୍ଢାଇ ପକାଇଥିଲେ । ଶ୍ରୀକୃଷ୍ଣ ଭଲ ରୂପରେ ନିଜ ବନ୍ଧୁଙ୍କ ସ୍ୱାଗତ କରିଥିଲେ ।

ଶ୍ରୀକୃଷ୍ଣଙ୍କୁ ଦେଖି ସୁଦାମା ଶ୍ରୀକୃଷ୍ଣଙ୍କୁ ଏକ ପ୍ରଶ୍ନ କରିଥିଲେ କୃଷ୍ଣ ମୁଁ ଗରିବ କଣ ପାଇଁ ହୋଇଗଲି । ସୁଦାମାଙ୍କ ଏହି କଥା ଶୁଣି ଶ୍ରୀ କୃଷ୍ଣ ଉତ୍ତର ଦେଇଥିଲେ ଆଶ୍ରମରେ ଥିବା ସମୟରେ ଏକ ଘଟଣା ମନେ ପକାଇ ଶ୍ରୀକୃଷ୍ଣ କହିଥିଲେ ଯେତେବେଳେ ଆମେ ଦୁହେଁ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ ସେହି ସମୟରେ ଗୁରୁମା ଆମକୁ କିଛି ଚଣା ଖାଇବା ପାଇଁ ଦେଇଥିଲେ ଏବଂ କହିଥିଲେ ଦୁହେଁ ମିଳିତ ରୂପରେ ଏହି ଚଣା ବାଣ୍ଟି ଖାଇନେବ । କିନ୍ତୁ ତୁମେ ସେହି ଚଣା ଏକୁଟିଆ ଖାଇନେଇଥିଲ ।ଯାହାଫଳରେ ତୁମେ ଆଜି ଦରିଦ୍ର ହୋଇଯାଇଛ । ଛୋଟବେଳେ ତୁମ ଦ୍ୱାରା ହୋଇଥିବା ଭୁଲ୍ କାରଣରୁ ତୁମେ ଦରିଦ୍ର ହୋଇଯାଇଛ । ସୁଦାମାଙ୍କୁ ନିଜ ଭୁଲ ଜ୍ଞାତ ହୋଇଥିଲା ପରେ ଶ୍ରୀକୃଷ୍ଣ ସୁଦାମାଙ୍କୁ ସାହାଯ୍ୟ କରିଥିଲେ ଏବଂ ଅନେକ ରାଜ୍ୟର ରାଜା କରିଦେଇଥିଲେ ।

ସୁଦାମା ଏବଂ ଶ୍ରୀ କୃଷ୍ଣଙ୍କ ସହ ଜଡିତ ଏହି ବିଷୟରୁ ଆମେ ଏହା ଜ୍ଞାନପ୍ରାପ୍ତ କଲୁ ଯେ କିପରି ପ୍ରକୃତ ବନ୍ଧୁଙ୍କ ସହ ବ୍ୟବହାର କରିବା ଉଚିତ ଏବଂ କେଉଁଭଳି ନିଜ ବନ୍ଧୁଙ୍କ ସାହାଯ୍ୟ କରିବା ଉଚିତ ।

Leave a Reply

Your email address will not be published. Required fields are marked *