ସ୍ମୃତି ଇରାନୀଙ୍କ ସଫଳତାର ପଛରେ ରହିଛି ଏହି ବ୍ୟକ୍ତିଙ୍କ ହାତ ! ଜାଣନ୍ତୁ କେଉଁ କାରଣରୁ ଟିଭି ଜଗତରୁ ଗଲେ ଦୂରେଇ…

ସ୍ମୃତି ଇରାନୀଙ୍କ ସଫଳତାର ପଛରେ ରହିଛି ଏହି ବ୍ୟକ୍ତିଙ୍କ ହାତ ! ଜାଣନ୍ତୁ କେଉଁ କାରଣରୁ ଟିଭି ଜଗତରୁ ଗଲେ ଦୂରେଇ…

ସ୍ମୃତି ଇରାନୀ ଅଭିନୟ ଜଗରରୁ ଆରମ୍ଭ କରି ରାଜନୀତି ଜଗତ ପର୍ଯ୍ୟନ୍ତ ସୁନ୍ଦର ଯାତ୍ରା କରିଛନ୍ତି । ଏକ ସମୟରେ ସେ ପ୍ରସିଦ୍ଧ ଟିଭି ଧାରାବାହିକର ଅଭିନେତ୍ରୀ ଭାବେ କାମ କରିଛନ୍ତି । ଯାହାଦ୍ୱାରା ଆଜି ସେ ମୋଦି ସରକାରଙ୍କ ଶକ୍ତିଶାଳୀ ମନ୍ତ୍ରୀ ମାନଙ୍କ ମଧ୍ୟରେ ସାମିଲ୍ ଅଛନ୍ତି । ବିବାହ ଆଗରୁ ସେ ସ୍ମୃତି ମଲହୋତ୍ରା ଥିଲେ, ସେପଟେ ବିବାହ ପରେ ସେ ସ୍ମୃତି ଇରାନୀ ହୋଇଗଲେ ।

ସ୍ମୃତି ନିଜ କ୍ୟାରିୟର୍ ତିଆରି କରିବା ପାଇଁ ମୁମ୍ବାଇ ଆସିଥିଲେ । ମୁମ୍ବାଇ ଆସିବା ପରେ ତାଙ୍କୁ ‘ମିସ ଇଣ୍ଡିଆ କଣ୍ଟେଷ୍ଟେଣ୍ଟ’ରେ ଚୟନ କରାଯାଇଥିଲା । ଯେଉଁଥିରେ ସେ ଟପ୍ ୫ରେ ସ୍ଥାନ ପାଇଥିଲେ । ଏଥିସହ ତାଙ୍କ ମଡ଼ଲିଂ କ୍ୟାରିୟରର ଶୁଭାରମ୍ଭ ମଧ୍ୟ ହୋଇଥିଲା । ସେ ଆଗକୁ ଯାଇ ଅଭିନୟ ଜଗତରେ ପ୍ରବେଶ କଲେ ଏବଂ ଯେତେବେଳେ ସେ କିଛି ରୋଲ୍ ପାଇଁ ଅଡିସନ୍ ଦେଉଥିଲେ, ସେହି ସମୟରେ ସେ ପାର୍ସୀ ବ୍ୟବସାୟୀ ଯୁବିନ୍ ଇରାନୀଙ୍କୁ ଦେଖା କରିଥିଲେ । ଯିଏକି ଆଗକୁ ଯାଇ ତାଙ୍କ ସ୍ୱାମୀ ହୋଇଗଲେ ।

‘ସାସ ଭି କଭୀ ବୋହୂ ଥି’ ଓ ରାମାୟଣ ଭଳି ଧାରାବାହିକରେ କାମ କରିଥିବା ସ୍ମୃତି ଓ ଜୁବିନଙ୍କ ବନ୍ଧୁତା ଖୁବ୍ ଦୃଢ଼ ହୋଇଯାଇଥିଲା । ଦୁହେଁ ଏହାପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଲେ । ।

ସ୍ମୃତି ଜାଣିପାରିଲେ ଜୁବିନଙ୍କ ଆବଶ୍ୟକତା…

ସ୍ମୃତି ଇରାନୀ ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ, “ମୁଁ ତାଙ୍କ ଠାରୁ ପରାମର୍ଶ ନେଉଥିଲି, ତାଙ୍କ ସହିତ କଥାବାର୍ତ୍ତା କରୁଥିଲି, ଆମେ ଦୁହେଁ ପ୍ରତିଦିନ ଦେଖା କରୁଥିଲୁ । ସେତେବେଳେ ଆମେ ଭାବିଥିଲୁ ଯେ ଆମେ ଦୁହେଁ ପରସ୍ପର ସହ ବିବାହ କରିନେବୁ ଏବଂ ସବୁଦିନ ଏକ ଭଲ ବନ୍ଧୁ ଓ ବୈବାହିକ ଦମ୍ପତି ହୋଇଯିବୁ । ଆମ ଘର ଲୋକ ଓ ତାଙ୍କ ଘର ଲୋକେ ଆମ ବିବାହରେ ବହୁତ ଖୁସି ଥିଲେ ଏବଂ ସେମାନେ ଆମକୁ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥିଲେ । ମୁଁ କେବେମଧ୍ୟ ନିଜ ଘର ଲୋକଙ୍କ ବିରୁଦ୍ଧରେ ଯାଇ ବିବାହ କରିବାକୁ ଚାହୁଁ ନଥିଲି, କାରଣ ମୁ ସବୁବେଳେ ଏହା ଚାହୁଁଥିଲି ଯେ ନିଜ ପରିବାରକୁ ଦୁଃଖ ଦେଇ ବିବାହ କଲେ କୌଣସି ଦମ୍ପତି କେବେହେଲେ ଖୁସିରେ ରହିପାରିବ ନାହିଁ ଏବଂ ଏହିପରି ବିବାହ କରିବା ଦ୍ଵାରା ବୈବାହିକ ଜୀବନ ବେଶୀ ଦିନ ଟିଷ୍ଟି ପାରେନାହିଁ ।”

୨୦୦୧ରେ କରିନେଲେ ବିବାହ…

ସ୍ମୃତି ୨୦୦୧ରେ ନିଜ ବନ୍ଧୁତାକୁ ବିବାହରେ ପରିଣତ କରିବାକୁ ନିଷ୍ପତ୍ତି ନେଲେ । ସ୍ମୃତିଙ୍କ ସହିତ ବିବାହ କରିବା ପାଇଁ ଜୁବିନ ନିଜ ମାଁ ହାତରେ ସ୍ମୃତିଙ୍କ ଅଭିଭାବକଙ୍କୁ ବିବାହ ପାଇଁ ପ୍ରସ୍ତାବ ପଠାଇଥିଲେ । ଏହାପରେ ୨୦୦୧ରେ ଦୁହେଁ ବିବାହ କରିନେଲେ । ପୂର୍ବରୁ ମଧ୍ୟ ସ୍ମୃତି ଏହା ଭାବୁଥିଲେ ଯେ, ତାଙ୍କ ସଫଳତାରେ ତାଙ୍କ ସ୍ୱାମୀଙ୍କ ବହୁତ ବଡ଼ ଯୋଗଦାନ ରହିଛି ।

ଦୁଇଟି ଶିଶୁଙ୍କ ମାତାପିତା ଅଟନ୍ତି…

ଜୁବିନ ଓ ସ୍ମୃତି ଇରାନୀ ଦୁଇଟି ସନ୍ତାନର ମାତାପିତା ଅଟନ୍ତି । ୨୦୦୧ରେ ବିବାହ ପରେ ସେମାନଙ୍କ ଘରେ ଶିଶୁର ସ୍ୱର ଶୁଭିଥିଲା । ପ୍ରଥମେ ସ୍ମୃତି ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ, ଯାହାର ନାମ ଜୋହର୍ ଅଟେ ଏବଂ ୨୦୦୩ରେ ଦୁହେଁ ଦ୍ୱିତୀୟଥର ମାତାପିତା ହୋଇଥିଲେ । ସ୍ମୃତି ଝିଅକୁ ଜନ୍ମ ଦେଲେ, ଯାହାର ନାମ ଜୋଇଶ୍ ରଖିଛନ୍ତି ।

ଟିଭିରୁ ବ୍ରେକ୍ ନେବା କହିଲେ କାରଣ…

ନିଜର ଏକ ସାକ୍ଷାତକାର ସମୟରେ ସ୍ମୃତି କହିଥିଲେ ଯେ “ମୁଁ ନିଜ ଘର ଓ ପରିବାରକୁ ପ୍ରଥମ ପ୍ରାଥମିକତା ଦିଏ । ଲୋକେ ମୋତେ ପଚାରନ୍ତି ଯେ ମୁଁ କିପରି ‘କ୍ୟୁ କି ସାସ ଭି କଭୀ ବୋହୂ ଥି’ରେ କାମ କରିପାରିବି ନାହିଁ, ଯାହାକି ମୋର ସ୍ୱାମୀଙ୍କ ସଂସ୍କୃତି ଉପରେ ଆଧାରିତ । ଏହା ମୋ ପାଇଁ ଖୁବ୍ ସହଜ ଚରିତ୍ର ଥିଲା, କାରଣ ମୁଁ ମଧ୍ୟ ନିଜ ସ୍ୱାମୀ ଜୁବିନ୍ ଇରାନୀଙ୍କୁ ପତି ପରମେଶ୍ଵର ଭଳି ସ୍ଵୀକାର କରେ । ସ୍ମୃତି ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜ ସ୍ଵାମୀଙ୍କ ସମସ୍ତ ଗୁଣକୁ ପସନ୍ଦ କରନ୍ତି ଓ ସେ ମଧ୍ୟ ତାଙ୍କ ସ୍ଵାମୀଙ୍କ ପରମେଶ୍ଵରୀ ଅଟେ ଏବଂ ତାଙ୍କର ପ୍ରଥମ ପ୍ରାଥମିକତା ମଧ୍ୟ ଅଟେ ।

ସ୍ମୃତି ଆଗକୁ କହିଛନ୍ତି ଯେ, “ଲୋକେ କୁହନ୍ତି ଯେ ଛୁଆ ଜନ୍ମ ହେବା ପରେ ଜଣେ ମହିଳା ନିଜ ସ୍ୱାମୀକୁ ଛାଡି ନିଜ ସନ୍ତାନକୁ ଆଗରେ ରଖେ, କିନ୍ତୁ ମୁଁ ଏବେ ମଧ୍ୟ ଜୁବିନଙ୍କୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଏ । କାରଣ ମୋର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୁଁ ଆଉ ଜୁବିନ ଆମେ ଦୁହେଁ ପରସ୍ପରର ସାହାଭରସା ହୋଇ ରହିବୁ । ମୋର ସନ୍ତାନ ମାନେ କେବଳ ଏକ ମାଧ୍ୟମ ଅଟନ୍ତି, ଯାହାଦ୍ୱାରା ଆମେ ଏକାଠି ରହି ହସଖୁସିରେ ଦିନ ଅତିବାହିତ କରିପାରିବୁ ।”

Leave a Reply

Your email address will not be published. Required fields are marked *