ସୈଫ ଅଲୀ ଖାନଙ୍କ ପ୍ରଥମ ପତ୍ନୀଙ୍କ ପୂର୍ବରୁ ଏହି ପ୍ରସିଦ୍ଧ କ୍ରିକେଟରଙ୍କ ସହିତ ନିର୍ବନ୍ଧ ହୋଇଥିଲା ! କିନ୍ତୁ ପରେ…

ସୈଫ ଅଲୀ ଖାନଙ୍କ ପ୍ରଥମ ପତ୍ନୀଙ୍କ ପୂର୍ବରୁ ଏହି ପ୍ରସିଦ୍ଧ କ୍ରିକେଟରଙ୍କ ସହିତ ନିର୍ବନ୍ଧ ହୋଇଥିଲା ! କିନ୍ତୁ ପରେ…

ଏକଦା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ଅମୃତା ସିଂ ଏକ ବଡ ନାମ ଥିଲା । ତାଙ୍କ ସମୟରେ ସେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ କାମ କରିଛନ୍ତି । ଗୁରୁତ୍ତ୍ୱପୂର୍ଣ୍ଣ କଥା ଏହିକି ଯେ ୧୯୯୧ ମସିହାରେ ଅମୃତା ତାଙ୍କ ଠାରୁ ୧୨ ବର୍ଷ ସାନ ଅଭିନେତା ସୈଫ ଅଲୀ ଖାନଙ୍କୁ ବିବାହ କରିଥିଲେ । ଦୀର୍ଘ ୧୩ ବର୍ଷପରେ, ଅମୃତା ଏବଂ ସୈଫ ୨୦୦୪ ମସିହାରେ ଛାଡପତ୍ର ଦେଇ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

ଅମୃତା ସିଂଙ୍କ ନାମ ସୈଫ ଅଲୀ ଖାନଙ୍କ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଦିଗଜ୍ଜ ଅଭିନେତା ସନ୍ନି ଦେଓଲଙ୍କ ସହିତ ମଧ୍ୟ ଯୋଡି ହୋଇସାରିଛି । ଅମୃତା ଏବଂ ରବି ପରସ୍ପରଙ୍କୁ ଭଲ ପାଉଥିଲେ ଏବଂ ଦୁହେଁ ପରସ୍ପରର ଜୀବନସାଥୀ ହେବାକୁ ମଧ୍ୟ ମନସ୍ଥ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ପଥ ଅଲଗା ଅଲଗା ହୋଇଗଲା ।

ଏକା ସାଥିରେ ଫୋଟ ଉଠାଇଥିଲେ

କ୍ରିକେଟ୍ ଏବଂ ଚଳଚ୍ଚିତ୍ର ଜଗତ ସହିତ ସମ୍ବନ୍ଧ ଥିବା ଏହି ଦୁଇ ତାରକା ସେହି ସମୟରେ ଏକ ପତ୍ରିକା ପାଇଁ ଫଟୋସୁଟ୍ ମଧ୍ୟ କରିଥିଲେ । ପତ୍ରିକାର ଫଟୋସୁଟ୍ ସମୟରେ ରବି ଏବଂ ଅମୃତା ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ସ୍ୱୀକାର କରିଥିଲେ ।

କୁହାଯାଉଛି କି ରବି ଶାସ୍ତ୍ରୀ ଏବଂ ଅମୃତା ସିଂଙ୍କ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା । ଦୁହେଁ ଖୁବ୍ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଥିଲେ, କିନ୍ତୁ ବିବାହ ସମ୍ଭବପର ହୋଇ ପାରିନଥିଲା ଏବଂ ବହୁତ ଶୀଘ୍ର ଏହି ସମ୍ପର୍କ ଶେଷ ହୋଇଗଲା । କହିରଖୁଛୁ କି ୮୦ ଦଶକରେ ଉଭୟ ପରସ୍ପରଙ୍କ ନିକଟତର ହୋଇଥିଲେ । ସେହି ସମୟରେ ରବି ଶାସ୍ତ୍ରୀ କ୍ରିକେଟ୍ ଜଗତରେ ଜଣେ ଜଣାଶୁଣା ନାମ ଥିଲେ । ଅପରପକ୍ଷରେ ଅମୃତା ସିଂ ମଧ୍ୟ ଚଳଚ୍ଚିତ୍ର ଜଗତ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇପାରି ଥିଲେ । ଉଭୟ ସେଲିବ୍ରିଟି ଦୀର୍ଘ ସମୟ ପରେ ୧୯୮୬ ମସିହାରେ ନିର୍ବନ୍ଧ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସମ୍ପର୍କ ଖରାପ ହୋଇଗଲା ଏବଂ ବିନା ବିବାହରେ ଏହି ସମ୍ପର୍କ ସମାପ୍ତ ହୋଇଗଲା ।

ରବିଙ୍କ ବୟାନ ଉପରେ ଅମୃତାଙ୍କ ପ୍ରତିକ୍ରିୟା

ସମ୍ପର୍କରେ କଟାକ୍ଷ ଆସିବା ପରେ ରବି ଶାସ୍ତ୍ରୀ କହିଥିଲେ କି, “ମୁଁ ଜଣେ ଅଭିନେତ୍ରୀ ପତ୍ନୀ ଚାହୁଁ ନାହିଁ । ମୁଁ ଏହିପରି ଜଣେ ପତ୍ନୀଙ୍କୁ ଚାହୁଁଛି ଯାହାଙ୍କ ପାଇଁ ତାଙ୍କ ଘର ଏବଂ ପିଲାମାନେ ପ୍ରାଥମିକତା ହୋଇଥିବେ।” ତାଙ୍କର ଏହି ବୟାନର ପ୍ରତିଉତ୍ତରରେ ଅମୃତା କହିଥିଲେ କି, “ବର୍ତ୍ତମାନ ମୁଁ ମୋ କ୍ୟାରିୟରରେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ଅଛି । କିନ୍ତୁ କିଛି ବର୍ଷପରେ ମୁଁ ଜଣେ ପୂର୍ଣ୍ଣକାଳୀନ ପତ୍ନୀ ଏବଂ ମାଁ ହେବାକୁ ପ୍ରସ୍ତୁତ ଅଛି ।”

ରବି ୧୯୯୦ ଏବଂ ଅମୃତା ୧୯୯୧ରେ ବିବାହ କରିଥିଲେ

ରବି ଏବଂ ଅମୃତାଙ୍କ ସମ୍ପର୍କ ସମାପ୍ତ ହେବା ପରେ ଦୁହେଁ ନିଜ ନିଜ କ୍ୟାରିୟରରେ ଅଗ୍ରଗତି କରିଥିଲେ । ୧୯୯୦ ମସିହାରେ ରବି ଶାସ୍ତ୍ରୀ ରିତୁଙ୍କୁ ବିବାହ କରିଥିବା ବେଳେ ୧୯୯୧ ମସିହାରେ ଅମୃତା ସିଂ ଅଭିନେତା ସୈଫ ଅଲୀ ଖାନଙ୍କ ସହିତ ଘର ବସାଇଥିଲେ । ସୈଫ ଏବଂ ଅମୃତାଙ୍କ ୨୦୦୪ ମସିହାରେ ଛାଡପତ୍ର ହୋଇଥିଲା । ଅପରପକ୍ଷେ ରବି ଏବଂ ରିତୁଙ୍କ ସମ୍ପର୍କ ମଧ୍ୟ ୨୦୧୨ ମସିହାରେ ଭାଙ୍ଗି ଯାଇଥିଲା ।

Leave a Reply

Your email address will not be published. Required fields are marked *