ବହୁତ ଶାନ୍ତ ଏବଂ ବିନମ୍ର ସ୍ୱଭାବର ହୋଇଥାନ୍ତି ଏହି ପାଞ୍ଚୋଟି ଅକ୍ଷରରେ ଆରମ୍ଭ ହୋଇଥିବା ନାମର ବ୍ୟକ୍ତି ।

ବହୁତ ଶାନ୍ତ ଏବଂ ବିନମ୍ର ସ୍ୱଭାବର ହୋଇଥାନ୍ତି ଏହି ପାଞ୍ଚୋଟି ଅକ୍ଷରରେ ଆରମ୍ଭ ହୋଇଥିବା ନାମର ବ୍ୟକ୍ତି ।

ଜୋତିଷ୍କ ବିଦ୍ୟା ଅନୁସାରେ ୫ଟି ଅକ୍ଷରରେ ଆରମ୍ଭ ହୋଇଥିବା ନାମର ବ୍ୟକ୍ତି ବିନମ୍ର ସ୍ୱଭାବର ହୋଇଥାନ୍ତି ।

ରାଗ ସମସ୍ତଙ୍କୁ ଆସିଥାଏ । ଯେତେବେଳେ କୌଣସି ବ୍ୟକ୍ତି ରାଗିଥାନ୍ତି, ତେବେ ସାଧାରଣତଃ ସେମାନେ ମାରପିଟ, ଚିତ୍କାର କରିବା କିମ୍ବା କୌଣସି ଜିନିଷ ଭଙ୍ଗା ରୁଜା କରିଥାନ୍ତି । ଏହା ଦ୍ୱାରା ବ୍ୟକ୍ତିଙ୍କୁ ହାନି ସହିବାକୁ ପଡିଥାଏ । ରାଗିବା ଦ୍ୱାରା ବେଳେବେଳେ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥାଏ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ରାଗ ବ୍ୟକ୍ତି କୌଣସି ପରିସ୍ଥିତିରେ, କୌଣସି ବ୍ୟକ୍ତି ଉପରେ କୌଣସି କାରଣ ପାଇଁ ମଧ୍ୟ ଆସିପାରେ । କିନ୍ତୁ କିଛି ବିଶେଷ ବ୍ୟକ୍ତି ଅଛନ୍ତି; ଯେଉଁମାନେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖି ପାରନ୍ତି । ଏହି ବ୍ୟକ୍ତିମାନେ ନିଜର ଶାନ୍ତ ବିନମ୍ର ସ୍ଵଭାଵ ପାଇଁ ପରିଚିତ । ଏଣୁ ଏହି ବ୍ୟକ୍ତିମାନଙ୍କୁ ସମାଜ ବେଶି ପସନ୍ଦ କରିଥାଏ । ଏହା ଏପରି ଏକ ସ୍ଵଭାଵ ଯାହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ ।

ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ; ଜୋତିଷ୍କ ବିଦ୍ୟା ଅନୁସାରେ ବ୍ୟକ୍ତିଙ୍କ ରାଶି ଅନୁସାରେ ସେମାନଙ୍କ ସ୍ଵଭାଵ ବିଷୟରେ ଜଣା ପଡିଥାଏ । ଆପଣଙ୍କ ଜନ୍ମ ସ୍ଥାନ, ସମୟ ଓ ଗ୍ରହ ନକ୍ଷେତ୍ରଙ୍କୁ ନେଇ ବ୍ୟକ୍ତିର ସ୍ଵଭାଵ ବିଷୟରେ ଅନେକ କିଛି କୁହାଯାଇ ପାରିବ । ଏହି ସବୁ ଜିନିଷକୁ ନେଇ ଆପଣଙ୍କ କୁଣ୍ଡଳୀ ପ୍ରସ୍ତୁତ ହୋଇଥାଏ । ଆସନ୍ତୁ ଜାଣିବେ କେଉଁ ରାଶି କିମ୍ବା ନାମର ବ୍ୟକ୍ତିଙ୍କ ମଧ୍ୟରେ କଣ ସବୁ ଭିନ୍ନ ସ୍ଵଭାଵ ରହିଛି ।

ଏଠାରେ ଯେଉଁ ନାମର ବ୍ୟକ୍ତିମାନଙ୍କ ବିଷୟରେ ଆମେ କହିବା ପାଇଁ ଚାହୁଁଛୁ; ଏହି ବ୍ୟକ୍ତିମାନେ ନିଜ ରାଗ ଉପରେ ନିୟନ୍ତ୍ରଣ କରିପାରନ୍ତି । ଏହି ନାମର ବ୍ୟକ୍ତିମାନେ ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତି । ଜଣାଆଜଣା ଯେଉଁ ବ୍ୟକ୍ତି ହୁଅନ୍ତୁ; ଏହି ବ୍ୟକ୍ତିମାନେ ସେମାନଙ୍କ ସହ ଭଲ ବ୍ୟବହାର କରିଥାନ୍ତି । ନିଜ ଚାତୁରତାରେ ଏମାନେ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷଣ କରିପାରନ୍ତି । ଏମାନଙ୍କ ଏହି ସ୍ଵଭାଵ ସମାଜରେ ଏମାନଙ୍କୁ ମାନସମ୍ମାନ ଦେଇଥାଏ । ସମସ୍ତେ ଏମାନଙ୍କ ସହ ବନ୍ଧୁତା କରିବା ପାଇଁ ଚେଷ୍ଠା କରିଥାନ୍ତି । ବିନମ୍ର ହେବା ସହ ଏମାନେ ଦୟାଳୁ ମଧ୍ୟ ହୋଇଥାନ୍ତି । ଅନ୍ୟକୁ କଷ୍ଠ ଦେବା ପାଇଁ ଏମାନେ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ମଧ୍ୟରେ ସାହାଯ୍ୟ ମନବୃତି ରହିଥାଏ ।

ଏହି ନାମର ବ୍ୟକ୍ତି ବିନମ୍ର ହୋଇଥାନ୍ତି :-

A, K, S, P ଏବଂ B ବ୍ୟକ୍ତି ପ୍ରାୟତଃ ବିନମ୍ର ଏବଂ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏହି କଥାରେ ୭୫ ପ୍ରତିଶତ ସୁଯୋଗ ରହିଥାଏ ଯେ, ଏହି ନାମର ବ୍ୟକ୍ତିଙ୍କ ସ୍ଵଭାଵ ଭଲ ହୋଇଥାଏ । ଏହି ନାମର ୨୫ ପ୍ରତିଶତ ବ୍ୟକ୍ତି ନିଜ ରାଗ ଉପରେ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଏହାର ଅର୍ଥ ଏହା ନୁହେଁ ଯେ, ଅନ୍ୟ ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ବିନମ୍ର ହୋଇନଥାନ୍ତି । ଯଦି ଆପଣଙ୍କୁ ଏହି ଲେଖାଟି ପସନ୍ଦ ହୋଇଥାଏ; ତେବେ ତଳ କମେଣ୍ଟ ବକ୍ସରେ ନିଜ ମତାମତ ଦେବା ପାଇଁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *