ସୈଫ ଅଲି ଖାନଙ୍କର ଅଛି ୫୦୦୦କୋଟିର ସମ୍ପତ୍ତି କିନ୍ତୁ ତୈମୁର୍ ଅଲି ଖାନଙ୍କୁ ସେଥିରୁ ୧ଟଙ୍କା ମଧ୍ୟ ମିଳିବ ନାହିଁ !

ସୈଫ ଅଲି ଖାନଙ୍କର ଅଛି ୫୦୦୦କୋଟିର ସମ୍ପତ୍ତି କିନ୍ତୁ ତୈମୁର୍ ଅଲି ଖାନଙ୍କୁ ସେଥିରୁ ୧ଟଙ୍କା ମଧ୍ୟ ମିଳିବ ନାହିଁ !

ବଲିଉଡ ଅଭିନେତା ସୈଫ ଅଲି ଖାନ୍ ପଟଉଦି ପରିବାରର ଦଶମ ନବାବ । ସୈଫଙ୍କ ନାମରେ ଅନେକ ଗୁଡିଏ ପୈତୃକ ସମ୍ପତ୍ତି ରହିଛି । ସୈଫଙ୍କ ପୈତୃକ ସମ୍ପତ୍ତି ମଧ୍ୟପ୍ରଦେଶରୁ ହରିୟାଣା ଏବଂ ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟରେ ବ୍ୟାପିଛି । କିନ୍ତୁ ସୈଫ ଅଲି ଖାନଙ୍କ ମଧ୍ୟପ୍ରଦେଶ ସମ୍ପତ୍ତି ବିବାଦ ଘେରକୁ ଆସିଛି । ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ମୂଲ୍ୟର ଏହି ସମ୍ପତ୍ତିରେ ତାଙ୍କ ପୁଅ ତୈମୁର ଅଲି ଖାନଙ୍କର କୌଣସି ଅଧିକାର ନାହିଁ । ଏହା ପଛର କାରଣଟି ବହୁତ ଜଟିଳ ଯାହା ଆଜି ଆମେଆପଣଙ୍କୁ କହିବୁ ।

ସୈଫଙ୍କ ଭୋପାଳରେ ଥିବା ସମ୍ପତ୍ତି ଯାହାର ମୁଲ୍ୟ ପ୍ରାୟ ୫୦୦୦ କୋଟିରୁ ଅଧିକ ତାହା ଏବେ ବିବାଦ ଘେରରେ ରହିଛି । ଭୋପାଳର ଶେଷ ନବାବ ତଥା ସୈଫଙ୍କ ଜେଜେବାପା ହମିଦୁଲ୍ଲା ଖାନଙ୍କ ସମ୍ପୁର୍ଣ୍ଣ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ‘ଏନିମି ପ୍ରପର୍ଟି ଆକ୍ଟ’ ଅଧୀନରେ ଅଛି ।

ଡିସେମ୍ବର ୨୦୧୬ରେ ଶତ୍ରୁ ସମ୍ପତ୍ତି ସୁରକ୍ଷା ଏବଂ ପଞ୍ଜୀକରଣ ଆଇନରେ ସଂଶୋଧନ କରି ସରକାର ପଞ୍ଚମଥର ପାଇଁ ଏହି ନିୟମ ଆଣିଛନ୍ତି ଯାହା ଅଧୀନରେ ସୈଫ ଅଲି ଖାନଙ୍କ ସମ୍ପତି ମଧ୍ୟ ଆସିଛି । ଏହି ଆଇନ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ନିଜ ପୁଅକୁ ଏନିମି ସମ୍ପତ୍ତିର ଉତ୍ତରାଧିକାରୀ ବୋଲି ଦାବି କରନ୍ତି ତେବେ ତାଙ୍କୁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ମକଦ୍ଦମା ଦାୟର କରିବାକୁ ପଡିବ ।

ଆରମ୍ଭରୁ ପଟଉଦି ସମ୍ପତ୍ତି ପାଇଁ ବିବାଦ ଲାଗି ରହିଛି । ଭୋପାଳରେ ସେମାନଙ୍କର ଅଧିକାଂଶ ସମ୍ପତ୍ତି ଏନିମି ପ୍ରପର୍ଟି ଅଧୀନରେ ଅଛି । ଗୃହ ମନ୍ତ୍ରଣାଳୟର ଶତ୍ରୁ ସମ୍ପତ୍ତି ବିଭାଗ ଏହି ସମ୍ପତ୍ତିକୁ ଯାଞ୍ଚ କରୁଛି ।

ଏହି ସମ୍ପତ୍ତି ଉପରେ ବିବାଦ କାରଣ ଭୋପାଳର ଶେଷ ନବାବ ହମିଦୁଲ୍ଲା ଖାନ୍ ଥିଲେ । ତାଙ୍କର କୌଣସି ପୁଅ ନଥିଲେ କେବଳ ଦୁଇଟି ଝିଅ ଥିଲେ ; ବଡ ଝିଅ ଅବିଦା ସୁଲତାନ ଏବଂ ସାନ ଝିଅ ସାଜିଦା ସୁଲତାନ । ଆଇନ ଅନୁଯାୟୀ ବଡ ଝିଅ ଏହାର ଉତ୍ତରାଧିକାରୀ ଅଟନ୍ତି କିନ୍ତୁ ସେ ପାକିସ୍ତାନରେ ଯାଇ ରହିଲେ । ୧୯୬୦ରେ ନବାବଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ସାନ ଝିଅ ସାଜିଦା ଏହି ସମ୍ପତ୍ତିର ଉତ୍ତରାଧିକାରୀ ହୋଇଗଲେ ।

ଏହାପରେ ସାଜିଦା ସୁଲତାନ ପଟଉଦିର ନବାବ ଇପ୍ତିଖାର ଅଲିଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ଥିଲେ । ତାଙ୍କ ପୁଅ ଥିଲେ ମନସୁର ଅଲି ଖାନ୍ ପଟଉଦି ।

ଶତ୍ରୁ ସମ୍ପତ୍ତି ସଂରକ୍ଷଣ ଏବଂ ପଞ୍ଜୀକରଣ ଅଧିନିୟମ ଅନୁଯାୟୀ ହମିଦୁଲ୍ଲା ଖାନଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ସୈଫଙ୍କ ଜେଜେମା ନୁହେଁ ବରଂ ତାଙ୍କ ବଡ ଭଉଣୀ ଯିଏକି ୧୯୫୦ମସିହାରେ ପାକିସ୍ତାନ ଚାଲିଯାଇଛନ୍ତି ।

ଏନିମି ପ୍ରପର୍ଟି ଆମେଣ୍ଡମେଣ୍ଟ ଆର୍ଡିନାସ୍ ଅନୁଯାଇ ଶତ୍ରୁ ନାଗରିକର ନୂତନ ସଂଜ୍ଞା ଲାଗୁ ହେବାପରେ ଏହିପରି ସମ୍ପତ୍ତି ଉପରେ ଭାରତୀୟ ନାଗରିକଙ୍କ ମାଲିକାନା ସମାପ୍ତ ହୋଇଛି । ଯାହାର ଅର୍ଥ ହେଉଛି ମନସୁର ଅଲି ଖାନ୍ ପଟଉଦି ଏହି ସମ୍ପତ୍ତିର ମାଲିକ ନୁହନ୍ତି । ତେବେ ସମ୍ପତ୍ତି ଉପରେ ଚାଲିଥିବା ବିବାଦ ଉପରେ ସର୍ଭେ ଜାରି ରହିଛି ।

ମନସୁର ଅଲି ଖାନ୍ ପଟଉଦିଙ୍କ ମୃତ୍ୟୁପରେ ଶର୍ମିଲା ଟାଗୋରର ଏହି ସମ୍ପତ୍ତି ମାଲିକ ଅଟନ୍ତି । ତାଙ୍କର ସାନ ଝିଅ ସବା ଅଲି ଖାନ୍ ଯିଏ ଜଣେ ଫ୍ୟାଶନ୍ ଡିଜାଇନର ବର୍ତ୍ତମାନ ସେ ଏହି ସମ୍ପତ୍ତିଗୁଡ଼ିକର ଦେଖାଶୁଣା କରୁଛନ୍ତି । ଭୋପାଳ, ରାୟସେନ୍ ଏବଂ ସିହୋର ଜିଲ୍ଲାରେ ନବାବଙ୍କର ଶହ ଶହ ଏକର ଜମି ଅଛି । ଭୋପାଳରେ ନବାବ ପରିବାରର ୨୭୦୦ଏକର ଜମି ରହିଛି ଯେଉଁଥିରୁ ଅନେକେ ସମ୍ପତି ଉପରେ ବର୍ତ୍ତମାନ କୋର୍ଟରେ କେସ୍ ଚାଲିଥିବାବେଳେ କିଛି ପରିବାର ଅଧୀନରେ ରହିଛି ।

ତୈମୁର ଅଲି ଖାନଙ୍କ ଜନ୍ମ ପରେ ଅନୁମାନ ହେଉଥିଲା ଯେ ସେ ୫୦୦୦କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ଉତ୍ତରାଧିକାରୀ ହେବେ । କିନ୍ତୁ ଶତ୍ରୁ ସମ୍ପତ୍ତି ଅଧିନିୟମ ଅନୁଯାୟୀ ତୈମୁର ଅଲି ଖାନଙ୍କୁ ଏହି ସମ୍ପତ୍ତିରେ କିଛି ମିଳିବ ନାହିଁ । ତେବେ ଏପର୍ଯ୍ୟନ୍ତ ଏହି ବିବାଦ ଉପରେ କୌଣସି ଶୁଣାଣି ହୋଇନାହିଁ ।

Leave a Reply

Your email address will not be published. Required fields are marked *