ପ୍ରଥମଥର ପାଇଁ ଚିରଞ୍ଜୀବିଙ୍କ ପୁଅଙ୍କ ଝଲକ୍ ଆସିଲା ! ସ୍ତ୍ରୀ ମେଘନା ରାଜ୍ ସରଜା ସେୟାର୍ କଲେ ଏହି ସୁନ୍ଦର ଫୋଟ…

ପ୍ରଥମଥର ପାଇଁ ଚିରଞ୍ଜୀବିଙ୍କ ପୁଅଙ୍କ ଝଲକ୍ ଆସିଲା ! ସ୍ତ୍ରୀ ମେଘନା ରାଜ୍ ସରଜା ସେୟାର୍ କଲେ ଏହି ସୁନ୍ଦର ଫୋଟ…

ଟଲିଉଡ଼ ଅର୍ଥାତ ସାଉଥ୍ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଚିରଞ୍ଜୀବି ସରଜା ବର୍ତ୍ତମାନ ଏହି ଦୁନିଆରେ ନାହାଁନ୍ତି । ବାସ୍ତବରେ ଚିରଞ୍ଜୀବି ସରକାରଙ୍କ ନିଧନ ଗତବର୍ଷ ଜୁନ୍ ମାସରେ ହୋଇଥିଲା । ଅଭିନେତାଙ୍କୁ ହୃଦ୍ଘାତ୍ ଆସିଥିଲା । ସେପଟେ ଅଭିନେତା ଚିରଞ୍ଜୀବି ସରଜାଙ୍କ ମୃତ୍ୟୁର କିଛି ମାସପରେ ତାଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଜଣାଇଦେଉଛୁ ଯେ ୨୨ ଅକ୍ଟୋବରକୁ ମେଘନା ରାଜ୍ ମାଁ’ ହୋଇଥିଲେ । ତାଙ୍କ ପୁଅର ଜନ୍ମ ପରେ ସମସ୍ତେ ତାଙ୍କ ପ୍ରଥମ ଝଲକ୍ ଦେଖିବା ପାଇଁ ଅପେକ୍ଷା କରିଥାଆନ୍ତି କିନ୍ତୁ ବର୍ତ୍ତମାନ ଏହି ଅପେକ୍ଷା ଶେଷ ହୋଇଯାଇଛି ।

ଜଣାଇଦେଉଛୁ ଅଭିନେତ୍ରୀ ମେଘନା ରାଜ୍ ନିଜର ପ୍ରିୟ ପୁତ୍ରଙ୍କ ପ୍ରଥମ ଝଲକ୍ ଫ୍ୟାନ୍ସ ମାନଙ୍କୁ ଦେଖାଇ ଦେଇଛନ୍ତି ଏବଂ ତାହା ମଧ୍ୟ ଏକ ଭିନ୍ନ ଭାବରେ ଦର୍ଶାଇଛନ୍ତି । ବାସ୍ତବରେ, ମେଘନା ରାଜ୍ ସରଜା ଭେଲେନଟାଇନ୍-ଡେର ଆରମ୍ଭ ହେବା ମାତ୍ରେ ରାତିର ଠିକ୍ ୧୨ଟାରେ ଏକ ସୁନ୍ଦର ଭିଡ଼ିଓ କ୍ଲିପ୍ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଥିଲେ ଯେଉଁଥିରେ ଛୋଟ ଚିରୁ ମସ୍ତି କରୁଥିବାର ଦେଖାଯାଉଛନ୍ତି । ଏଥିସହିତ ଭିଡ଼ିଓ ଶେଷରେ ଜୁନିୟର ଚିରୁ ନିଜ ମାଁଙ୍କ କୋଳରେ ଓ ପିତାଙ୍କ ଫଟୋ ନିକଟରେ ରହି ଏକ ମୁହୂର୍ତ୍ତରେ ସମସ୍ତଙ୍କ ହୃଦୟ ଜିଣିନେଲା ।

ବାସ୍ତବରେ ଯେତେବେଳେ ମେଘନା ପୁଅକୁ ଜନ୍ମ ଦେଇଥିଲେ ସେତେବେଳେ ସମ୍ପୂର୍ଣ୍ଣ ସରଜା ପରିବାର ତାଙ୍କୁ ଧୁମଧାମରେ ସ୍ୱାଗତ ଜଣାଇଲେ । ଚିରଞ୍ଜୀବି ସରଜାଙ୍କ ଭାଇ ଧ୍ରୁବ ସରଜା ନବଜାତ ଭଣଜା ପାଇଁ ରୂପାର ଏକ ଦୋଳି କିଣି ନେଇଥିଲେ । ଯାହାର ଫୋଟ ମଧ୍ୟ ସୋସିଆଲ୍ ମିଡ଼ିଆରେ ସାମନାକୁ ଆସିଥିଲା । ଏହି ଦୋଳିର ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଯାହାକି ବହୁତ ସୁନ୍ଦର ଅଟେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଚିରଞ୍ଜୀବି ପାଖାପାଖି ଦୁଇବର୍ଷ ପୂର୍ବରୁ ମେଘନାଙ୍କ ସହିତ ବିବାହ କରିଥିଲେ । ଦୁହେଁ ପରସ୍ପରକୁ ପାଖାପାଖି ୧୦ ବର୍ଷରୁ ଅଧିକ ସମୟରୁ ଜାଣୁଥିଲେ, ନିଜ ସମ୍ପର୍କକୁ ଦୁହେଁ ବିବାହରେ ପରିଣତ କରିଥିଲେ । ଅଭିନେତା ଚିରଞ୍ଜୀବି ୨୦୧୭ରେ ମେଘନା ରାଜଙ୍କ ସହିତ ନିର୍ବନ୍ଧ କରିନେଇଥିଲେ ଏବଂ ୩୦ ଏପ୍ରିଲ ୨୦୧୮କୁ ଦୁହେଁ ଇସାଇ ରୀତିନୀତି ଅନୁସାରେ ବିବାହ କରିଥିଲେ । ଏହାପରେ ୨ମେ ୨୦୧୮କୁ ଏକ ପାରମ୍ପରିକ ହିନ୍ଦୁବିବାହ ସମାରୋହ ମଧ୍ୟ ରଖାଯାଇଥିଲା ।

ଚଳଚ୍ଚିତ୍ର ପରିବାର ସହ ସମ୍ବନ୍ଧ ରଖୁଥିବା ଚିରଞ୍ଜୀବି ୨୦୦୯ରେ କନ୍ନଡ଼ ଚଳଚ୍ଚିତ୍ର ‘ବାୟୁପୁତ୍ର’ରେ ଡେବ୍ୟୁ କରି ନିଜ ଚଳଚ୍ଚିତ୍ର କ୍ୟାରିୟରର ଶୁଭାରମ୍ଭ କରିଥିଲେ । ନିଜ କ୍ୟାରିୟରରେ ସେ ମୋଟ ୨୨ଟି କନ୍ନଡ଼ ଚଳଚ୍ଚିତ୍ରରେ କାମ କରିଥିଲେ । ଚିରଞ୍ଜୀବି ନିଜର ବିଶେଷ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଶେଷ ଚଳଚ୍ଚିତ୍ର ‘ଶିବର୍ଜୁନ’ ଥିଲା ଯେଉଁଥିରେ ସେ ଅମୃତା ଅୟଙ୍ଗର ଓ ଅକ୍ଷତା ଶ୍ରୀନିବାସଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ ।

Leave a Reply

Your email address will not be published. Required fields are marked *