ଯେଉଁ ମାନଙ୍କର ପାଦର ଅଙ୍ଗୁଳି ଏହିପରି ହୋଇଥାଏ, ସେହି ମଣିଷ ହୋଇଥାନ୍ତି ଭାଗ୍ୟଶାଳୀ !

ଯେଉଁ ମାନଙ୍କର ପାଦର ଅଙ୍ଗୁଳି ଏହିପରି ହୋଇଥାଏ, ସେହି ମଣିଷ ହୋଇଥାନ୍ତି ଭାଗ୍ୟଶାଳୀ !

ଆଜି ଆମେ ଜାଣିବା ପାଦର ଆଙ୍ଗୁଳିର ଆକୃତିରୁ ଆପଣ କେତେ ଭାଗ୍ୟଶାଳୀ :-

ବନ୍ଧୁଗଣ ସର୍ବଦା ଆମେ ଦେଖୁ ପ୍ରତ୍ୟେକ ବ୍ୟକ୍ତି ଶରୀରରେ କିଛି ନା କିଛି ଭିନ୍ନତା ପରିଲକ୍ଷିତ ହୁଏ ଓ ଶରୀରର ଆକୃତି ବା ଆକାର ଅନୁସାରେ ମନୁଷ୍ୟର ଆଚାର ଏବଂ ବ୍ୟବହାର ଉପରେ ଭିନ୍ନତା ଦେଖା ଦେଇଥାଏ । ଆଜି ଆମେ ଏହି ଲେଖାରେ ଆପଣଙ୍କୁ ଜଣାଇବୁ ଯେ ମଣିଷର ପାଦର ଆକୃତିର ଭିନ୍ନତା ଅନୁସାରେ ବ୍ୟକ୍ତି କେଉଁ କେଉଁ ସ୍ୱଭାବର ହୋଇଥାନ୍ତି । ପାଦର କେଉଁ ଆକୃତିରୁ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ସେମାନେ ଭାଗ୍ୟଶାଳୀ ଅଟନ୍ତି । ବ୍ୟକ୍ତିର ୫ ପ୍ରକାରର ଆକୃତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଯାହା ଆଜି ଆମେ ଜାଣିବା କେଉଁ ଆକୃତିର ପାଦ ପାଇଁ ବ୍ୟକ୍ତିର ଭାଗ୍ୟ କେତେ ଭଲ ହୋଇଥାଏ । ଏବଂ କେଉଁ ଆକୃତିର ପାଦ ସବୁଠୁ ଭଲ ଭାଗ୍ୟଶାଳୀ ହୋଇଥାଏ ।

୧. ସେଲଟିକ୍ ଆକୃତିର ପାଦ

ଯଦି ଆପଣଙ୍କ ପାଦର ମଝି ଆଙ୍ଗୁଳି ଅର୍ଥାତ ବୃଦ୍ଧାଙ୍ଗୁଳି ନିକଟରେ ଥିବା ଆଙ୍ଗୁଳି ଯଦି ସବୁ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ଓ ପାଦର ଶେଷ ଦୁଇ ଆଙ୍ଗୁଳି ସମାନ ହୋଇଥାଏ ତେବେ ଏମିତି ପାଦକୁ, ସେଲଟିକ୍ ଆକୃତିର ପାଦ ବୋଲି କୁହାଯାଇଥାଏ । ସେଲଟିକ ପାଦର ବ୍ୟକ୍ତି ବହୁତ ସାଧାରଣ ବ୍ୟକ୍ତି ଅଟନ୍ତି । ଏହିପରି ପାଦଥିବା ବ୍ୟକ୍ତିକୁ ଜୀବନରେ ସଫଳତା ମିଳିଥାଏ । ସଫଳତା ମିଳିବା ପରେ ଅଧିକ ସଂଘର୍ଷ କରିବାକୁ ପଡିଥାଏ । ଏହି ଲୋକଙ୍କ ନିକଟରେ କୌଣସି ଜିନିଷ କିମ୍ବା କାମକୁ ବୁଝିବା ପାଇଁ ଅଦ୍ଭୁତ ଶକ୍ତି ରହିଥାଏ । ଏହି ଲୋକମାନେ କାଳ୍ପନିକ ଜୀବନରେ ବଞ୍ଚିବାକୁ ଅଧିକ ପସନ୍ଦ କରନ୍ତି ।

ଏପରି ଲୋକଙ୍କ ସହ ତାଙ୍କ ଜୀବନସାଥୀ ସବୁଦିନ ପାଇଁ ଦୃଢ଼ ସମ୍ପର୍କ ରଖନ୍ତି । ତାଙ୍କ ସନ୍ତାନ ମଧ୍ୟ ଆଜ୍ଞାକାରୀ ହୋଇଥାନ୍ତି । ଏପରି ଲୋକମାନେ ଯେକୌଣସି କାର୍ଯ୍ୟକୁ ବହୁତ ଭଲ ଭାବରେ କରନ୍ତି । ଯେକୌଣସି କାର୍ଯ୍ୟକୁ ଶୀଘ୍ରତାର ସହିତ କରିବା ଏମାନଙ୍କୁ ପସନ୍ଦ ନଥାଏ । କର୍ମ କ୍ଷେତ୍ରରେ ଆଗକୁ ବଢିବା ପାଇଁ ମାନସିକ ଚିନ୍ତା ଏମାନଙ୍କ ମନରେ ସର୍ବଦା ରହେ କିନ୍ତୁ ଶାରୀରିକ ଭାବେ ଏମାନେ ଖୁବ କମ୍ ଚେଷ୍ଟା କରନ୍ତି । ଏଥିପାଇଁ ସେଲଟିକ୍ ପାଦର ଆକୃତି ଥିବା ବ୍ୟକ୍ତିଙ୍କୁ ଶାସ୍ତ୍ର ଅନୁସାରେ ସାଧାରଣ ଭାଗ୍ୟର ସ୍ଥାନ ଦିଆଯାଇଛି ।

୨. ଜର୍ମାନିକ୍ ଆକୃତି

ଯେଉଁ ବ୍ୟକ୍ତିର ଚାରୋଟି ଆଙ୍ଗୁଳି ସମାନ ଓ ଏକ ବୃଦ୍ଧାଙ୍ଗୁଳି ବଡ଼ ହୋଇଥାଏ ଏହାକୁ ଜର୍ମାନିକ ଆକୃତି ବୋଲି କୁହାଯାଏ । ଏହିପରି ଲୋକମାନେ ଶାନ୍ତି ପ୍ରିୟ ହୋଇଥାନ୍ତି। ଏପରି ଲୋକମାନେ ଯେକୌଣସି କାର୍ଯ୍ୟକୁ ଖୁବ ଚିନ୍ତା କରିବା ପରେ ସମ୍ପାଦନ କରନ୍ତି । ଏହି ବ୍ୟକ୍ତିକୁ ଆପଣ ଯେକୌଣସି କାର୍ଯ୍ୟ ଦିଅନ୍ତୁ ନା କାହିଁକି ଏମାନେ ତାହାକୁ କରିବା ପାଇଁ ସର୍ବଦା ତତ୍ପର ରୁହନ୍ତି । ଆଉ ଏକ ବିଶେଷ ଗୁଣ ଏହିକିଯେ ଯେଉଁ କାମକୁ ମଧ୍ୟ ପ୍ରଥମ ଥର ପାଇଁ କଲେ ମଧ୍ୟ ଏମାନଙ୍କ କାର୍ଯ୍ୟରେ ଆପଣଙ୍କୁ ତିଳେ ମାତ୍ର ତ୍ରୁଟି ଦେଖାଯିବ ନାହିଁ । ଏମାନେ ନିଜ ଦାୟିତ୍ବକୁ ଖୁବ ଭଲ ଭାବରେ ବହନ କରନ୍ତି । ଏମାନଙ୍କ ରୋଜଗାର କମ୍ ହେଉ ବା ବେଶୀ ହେଉ ସବୁବେଳେ ଚଳେଇ ନିଅନ୍ତି । ଏହି ବ୍ୟକ୍ତି ମାନେ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି। ସେମାନଙ୍କ ସୁନ୍ଦର କଥାଗୁଡିକ ଯାହାକୁ ମଧ୍ୟ ଆକର୍ଷିତ କରେ । ସେଥିପାଇଁ ଶାସ୍ତ୍ର ଏହିଭଳି ପାଦ ଥିବା ବ୍ୟକ୍ତିଙ୍କୁ ସାମାନ୍ୟ ଭାଗ୍ୟଶାଳୀ ବୋଲି କହିଛନ୍ତି ।

୩. ଗ୍ରୀକ୍ ଆକୃତି

ଯେଉଁ ବ୍ୟକ୍ତି ପାଦର ମଝି ଆଙ୍ଗୁଳି ଅନ୍ୟସବୁ ଆଙ୍ଗୁଳି ଠାରୁ ବଡ଼ ହୋଇଥାଏ ଓ ଶେଷ ୨ ଆଙ୍ଗୁଳି ସେଲଟିକ ଆଙ୍ଗୁଳି ଭଳି ସମାନ ହୋଇଥାଏ ବା ଛୋଟ ବଡ଼ ହୋଇଥାଏ । ଏପରି ପାଦକୁ ଗ୍ରୀକ ଆକୃତି ବିଶିଷ୍ଟ ପାଦ ବୋଲି କୁହାଯାଏ । ଏପରି ଲୋକମାନେ ବହୁତ ଚତୁର ଓ ବୁଦ୍ଧିମାନ୍ ହୋଇଥାନ୍ତି । ଏମାନଙ୍କୁ ଅଧିକ କଥାବାର୍ତ୍ତା ହେବା ପାଇଁ ଭଲ ଲାଗେ ନାହିଁ । ଏମାନେ ସୀମିତ ମାତ୍ରାରେ କଥାବାର୍ତ୍ତା କରନ୍ତି । ଏମାନେ ନିଜ ଭୁଲ କର୍ମ ଓ ଦକ୍ଷତା ଯୋଗୁଁ ନିଜ ସହ କାମ କରୁଥିବା ଅନ୍ୟ ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି । ନିଜ ଶୈଳୀରେ କାମ କରିବାକୁ ଏମାନଙ୍କୁ ଭଲ ଲାଗେ । ସମାଜ ଓ ପରିବାରରୁ ଏମାନଙ୍କୁ ଖୁବ୍ ସମ୍ମାନ ପ୍ରାପ୍ତ ହୁଏ । ନିଜର ଉତ୍ତର ବୁଦ୍ଧି ଓ ଚିନ୍ତାଧାରା ଯୋଗୁଁ ଏମାନେ ଏକ ଭଲ ପଦରେନିଯୁକ୍ତି ପାଇଥାନ୍ତି । ସେଥିପାଇଁ ଶାସ୍ତ୍ରରେ ଯେଉଁ ବ୍ୟକ୍ତିର ପାଦ ଗ୍ରୀକ୍ ଆକୃତିର ହୋଇଥାଏ ତାହାକୁ ଭାଗ୍ୟଶାଳୀ ବୋଲି କୁହାଯାଏ ।

୪. ଇଜିପ୍ଟିଆନ୍ ପାଦ

ଯେଉଁ ବ୍ୟକ୍ତିର ବୃଦ୍ଧାଙ୍ଗୁଳି ଠାରୁ ଛୋଟ ଆଙ୍ଗୁଳି ପର୍ଯ୍ୟନ୍ତ ସମସ୍ତ ଆଙ୍ଗୁଳି ବଡ଼ରୁ ଛୋଟ ଯାଏ ରହିଥାଏ । ସେହିପରି ପାଦକୁ ଇଜିପ୍ଟିଆନ୍ ପାଦ ବୋଲି କୁହାଯାଏ । ଏପରି ଲୋକ ସମାଜସେବୀ ହୋଇଥାନ୍ତି । ଏମାନଙ୍କୁ ସାମାଜିକ କାର୍ଯ୍ୟରେ ସେବାରତ ରହିବା ପାଇଁ ପସନ୍ଦ ଥାଏ । ନିଜ ବାଣୀର ଚତୁରତା ଓ ଚାଲାକ ଗୁଣ ଏମାନଙ୍କ ଠାରେ ଦେଖିବାକୁ ମିଳେ । ଏପରି ବ୍ୟକ୍ତିମାନେ ସର୍ବଦା ଖୁସି ରହିବା ଯୋଗୁଁ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସହିତ ସହଜରେ ମିତ୍ରତା କରିଥାନ୍ତି । ଏମାନଙ୍କୁ ନୂଆ ନୂଆ ବ୍ୟକ୍ତିଙ୍କ ସହିତ କଥା ହେବା ଓ ମନକଥା କହିବା ପସନ୍ଦ ଥାଏ । ଯଦି ଏମାନଙ୍କୁ ରାଜନୀତି କ୍ଷେତ୍ରରେ ସାମିଲ୍ ହେବାକୁ ସୁଯୋଗ ମିଳେ ତେବେ ଏହାକୁ ଏମାନେ ହାତଛଡା କରନ୍ତି ନାହିଁ । ଏମାନେ ନିଜ କାର୍ଯ୍ୟକୁ କିଭଳି ସମ୍ପାଦନ କରିବେ ତାହା ଖୁବ୍ ଭଲ ଭାବରେ ଜଣାଥାଏ । ଏପରି ଲୋକଙ୍କ ଜାତକରେ ଯଦି ସୂର୍ଯ୍ୟ ଓ ମଙ୍ଗଳ ଭଲ ସ୍ଥିତିରେ ରୁହନ୍ତି ତାହେଲେ ଏମାନେ ଜୀବନରେ ଶ୍ରେଷ୍ଠ ପଦ ଲାଭ କରନ୍ତି । ଏପରି ଲୋକ ଧାର୍ମିକ ହୋଇଥାନ୍ତି । ଏପରି ବ୍ୟକ୍ତିଙ୍କୁ ୮୦% ଭାଗ୍ୟଶାଳୀ ବୋଲି କୁହାଯାଏ ।

୫. ରୋମାନ୍ ଆକୃତି

ବର୍ତ୍ତମାନ ଆମେ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସେମାନେ ୧୦୦ ପ୍ରତିଶତ ଭାଗ୍ୟଶାଳୀ ହୋଇଥାନ୍ତି । ସେହି ଆକୃତିର ନାମ ହେଉଛି ରୋମାନ୍ ଆକୃତି । ଯେଉଁ ବ୍ୟକ୍ତିର ପାଦ ବୃଦ୍ଧାଙ୍ଗୁଳି ସହ ତା ନିକଟ ୨ଟି ଆଙ୍ଗୁଳି ସହିତ ସମାନ ଥାଏ ତାହେଲେ ସେହି ପାଦକୁ ରୋମାନ୍ ପାଦ ବୋଲି କୁହାଯାଏ । ରୋମାନ୍ ପାଦର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହେବା ସହ ଆତ୍ମ ବିଶ୍ୱାସୀ ହୋଇଥାନ୍ତି । ଏହି ଲୋକମାନେ କମ୍ ପରିଶ୍ରମ କରି ଅଧିକ ସଫଳତା ହାସଲ କରିଥାନ୍ତି । ଏମାନେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାରେ ଦକ୍ଷ ଅଟନ୍ତି । ରୋମାନ ଆକୃତି ପାଦ ବିଶିଷ୍ଟ ଲୋକଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳେ । ଏମାନେ କମ୍ ପରିଶ୍ରମ କରି ଶ୍ରେଷ୍ଠ ଦକ୍ଷ ପଦ ଲାଭ କରିଥାନ୍ତି । ସମାଜ ଓ ପରିବାରରେ ନିଜର ସମ୍ମାନିତ ପଦ ଲାଭ କରିଥାନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମାନଙ୍କୁ ଖୁବ୍ ଭାଗ୍ୟଶାଳୀ କୁହାଯାଏ ।

Leave a Reply

Your email address will not be published. Required fields are marked *