‘କ୍ରାଇମ ପେଟ୍ରୋଲ’ର ଅନୁପମ୍ ସୋନି କରିଥିଲେ ଦୁଇଟି ବିବାହ ! ପ୍ରଥମ ପତ୍ନୀଙ୍କୁ ଧୋକ୍କା ଦେବା ପରେ କରିଥିଲେ ରାଜ୍ ବବ୍ଵାରଙ୍କ ଝିଅକୁ ବିବାହ…

‘କ୍ରାଇମ ପେଟ୍ରୋଲ’ର ଅନୁପମ୍ ସୋନି କରିଥିଲେ ଦୁଇଟି ବିବାହ ! ପ୍ରଥମ ପତ୍ନୀଙ୍କୁ ଧୋକ୍କା ଦେବା ପରେ କରିଥିଲେ ରାଜ୍ ବବ୍ଵାରଙ୍କ ଝିଅକୁ ବିବାହ…

ଏହି ଦୁନିଆରେ ପ୍ରେମରେ ଧୋକା ଦେଉଥିବା ଲୋକଙ୍କର ଆଦୌ ଅଭାବ ନାହିଁ । ସାଧାରଣ ଲୋକ ହେଉ କିମ୍ବା ବଡ଼ ଲୋକ ହୁଅନ୍ତୁ ପ୍ରେମରେ କେହିବି ଧୋକା କରିପାରନ୍ତି । କାରଣ ଯାହାବି ହେଉ କିନ୍ତୁ ଆପଣଙ୍କୁ ଏପରି କରୁଥିବା ଲୋକ କେଉଁଠିବି ମିଳିଯିବେ । ଏପରି କରୁଥିବା ଲୋକଙ୍କ ମଧ୍ୟରେ କିଛି ଟିଭି କଳାକାର ମଧ୍ୟ ସାମିଲ୍ ଅଛନ୍ତି ଯେଉଁମାନେ ପ୍ରେମରେ ନିଜ ପାର୍ଟନରଙ୍କୁ ଧୋକା ଦେଇଛନ୍ତି ଏବଂ ଦ୍ୱିତୀୟ ବିବାହ ମଧ୍ୟ କରିଛନ୍ତି । ଏହିପରି ଜଣେ ଟିଭି ଜଗତର ଜଣାଶୁଣା କଳାକାର ଅଛନ୍ତି ଯିଏକି ଠିକ୍ ଏହିପରି କରିଛନ୍ତି ଏବଂ ତାଙ୍କ ବିଷୟରେ ଆମେଆଜି ଆପଣ ମାନଙ୍କୁ କହିବୁ ।

ଟିଭି ଶୋ’ ‘କ୍ରାଇମ ପେଟ୍ରୋଲ’ର ହୋଷ୍ଟରେ ନଜର ଆସୁଥିବା ଲୋକପ୍ରିୟ ଅଭିନେତା ଅନୁପ୍ ସୋନି ଜଣେ ଖାସ୍ ବ୍ୟକ୍ତିତ୍ୱ ଅଟନ୍ତି । ହୁଏତ ଏହି ‘କ୍ରାଇମ ପେଟ୍ରୋଲ’ ଶୋ’ରେ ଅନେକ ହୋଷ୍ଟ ନଜର ଆସି ସାରିଛନ୍ତି କିନ୍ତୁ ଦର୍ଶକମାନେ ଅନୁପ୍ ସୋନିଙ୍କୁ ଅଧିକ ପସନ୍ଦ କରନ୍ତି । ଜାନୁଆରୀ ୩୦ରେ ଅନୁପ୍ ସୋନିଙ୍କର ଜନ୍ମଦିନ ଅଟେ । ତେଣୁ ଅନୁପ ସୋନିଙ୍କ ପ୍ରଫେସନଲ୍ ଲାଇଭ୍ ବ୍ୟତୀତ ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଖୁବ୍ କମ୍ ଲୋକ ଜାଣିଥିବେ । ବାସ୍ତବରେ ସେ ରାଜ ବବ୍ବରଙ୍କ ଜ୍ୱାଇଁ ମଧ୍ୟ ଅଟନ୍ତି । ଅନୁପ୍ ସୋନି ନିଜର ପ୍ରଥମ ପତ୍ନୀଙ୍କୁ ଧୋକା ଦେଇ ଦ୍ୱିତୀୟ ବିବାହ କରିଥିଲେ ।

ପ୍ରଥମ ପତ୍ନୀ ଙ୍କୁ ଅନୁପ ସୋନି ଦେଇଥିଲେ ଧୋକା :-

ଟିଭି ଅଭିନେତା ଅନୁପ୍ ସୋନି ରାଜ ବବ୍ବରଙ୍କ ଝିଅ ଜୂହି ବବ୍ବରଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ଏବଂ ତାଙ୍କ ପ୍ରଥମ ପତ୍ନୀ ଋତୁ ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲରେ କହିଥିଲେ ଯେ ବିବାହର ଅନେକ ଦିନ ପରେ ଅନୁପଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖା ଯାଇଥିଲା । ସେ କହିଥିଲେ ଯେ ଅନୁପ ଯେତେବେଳେ ତାଙ୍କ ସହିତ ଅଲଗା ଭାବରେ ବ୍ୟବହାର କରିବା ଆରମ୍ଭ କରିଲେ ସେତେବେଳେ ସେ ତାଙ୍କ ଚେଟରୁ ସତ୍ୟତାର ସନ୍ଧାନ କରିଥିଲେ । ଋତୁ ନିଜେ ଏହି କଥାର ଖୁଲାସା କରିଥିଲେ ଯେ ସେ ଅନୁପଙ୍କ ମୋବାଇଲ୍ ଡିଟେଲସ୍ ବାହାର କରିଥିଲେ ଏବଂ ସେଥିରୁ ତାଙ୍କୁ ଏହା ଜଣା ପଡ଼ିଥିଲା ଯେ ଅନୁପ ଜୂହିଙ୍କ ସହିତ କଥା ହେଉଥିଲେ ବୋଲି । ଯେତେବେଳେ ସେ ଜୂହିଙ୍କ ପାଖରୁ ଏହି ଖବର ସତ୍ୟ ବୋଲି ଜାଣିବାକୁ ପାଇଲେ ସେ ନିଶ୍ଚିତ ହୋଇଗଲେ । ଉଭୟ ତାଙ୍କର ପ୍ରେମକୁ ଗ୍ରହଣ କରିଥିଲେ । ଏମିତିକି ଅନୁପ ନିଜର ଦୁଇ ଝିଅଙ୍କଦେଖାଶୁଣା କରିବାକୁ ମଧ୍ୟ ମନା କରି ଦେଇଥିଲେ ।

ରାଜ ବବ୍ବରଙ୍କ ଝିଅଙ୍କୁ କରିଥିଲେ ବିବାହ :-

ଏହାପରେ ଋତୁ ନିଜେ ଅନୁପଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ ଏବଂ ଜୂହିଙ୍କ ସହିତ ତାଙ୍କର ଖୁସିମୟ ଜୀବନର ଶୁଭକାମନା ମଧ୍ୟ ଦେଇଥିଲେ । ଋତୁଙ୍କ କହିବା କଥା ଯେ ଭାଗ୍ୟରେ ଏହା ଥିଲା ତେଣୁ ସେ ଆଉ କଣ କରି ପାରିଥାନ୍ତେ । ୨୦୧୦ରେ ଅନୁପ ଏବଂ ଋତୁଙ୍କର ଛାଡ଼ପତ୍ର ହୋଇ ଯାଇଥିଲା । ପୁଣି ଜୂହି ମଧ୍ୟ ବିଜୟେ ନାମ୍ବୀଆରଙ୍କୁ ୨୦୦୯ରେ ଛାଡ଼ପତ୍ର ଦେଇ ଅଲଗା ହୋଇ ଯାଇଥିଲେ । ଅନୁପ ଏବଂ ଜୂହି ୨୦୧୧ରେ ବିବାହ କରିଥିଲେ । ବର୍ତ୍ତମାନ ଦୁହିଁଙ୍କର ଏକ ପୁଅ ରହିଛି, ଯାହାର ନାମ ଇମାନ୍ ଅଟେ ।

Leave a Reply

Your email address will not be published. Required fields are marked *