ଆପଣଙ୍କ ପ୍ରିୟ ଅଭିନେତ୍ରୀଙ୍କ ଶିକ୍ଷା ବିଷୟରେ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ ! ଗଲିର ଶିଶୁ ଏତିକି ମଧ୍ୟ ପାଠ ପଢି ନାହାଁନ୍ତି…

ଆପଣଙ୍କ ପ୍ରିୟ ଅଭିନେତ୍ରୀଙ୍କ ଶିକ୍ଷା ବିଷୟରେ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ ! ଗଲିର ଶିଶୁ ଏତିକି ମଧ୍ୟ ପାଠ ପଢି ନାହାଁନ୍ତି…

ବଲିଉଡ଼ ଜଗତ ଚମକରେ ଭରି ରହିଛି । ଏଠାରେ ସବୁକିଛି ଭଲ ଦେଖାଯାଏ । କିଛି ଲୋକ ଏମାନଙ୍କୁ ଦେଖି ଏମାନଙ୍କ ଭଳି ହେବା ପାଇଁ ଚାହଁନ୍ତି । ଯଦି ଆପଣ ମଧ୍ୟ ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀ ଭଳି ହେବା ପାଇଁ ଚାହଁନ୍ତି ତେବେ ଆମେ ଆପଣଙ୍କୁ କହିଦେଉଛୁ ଯେ ସେ କେତେ ପାଠପଢ଼ି ଆପଣଙ୍କ ପ୍ରିୟ ହୁଅନ୍ତୁ । ଆଜି ଆମେ ଆପଣଙ୍କୁ ବଲିଉଡ଼ର କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଯେପରି ଭାବେ ମିଡ଼ିଆ ଓ ଇଣ୍ଟରଭିୟୁରେ ଏମାନେ ସୁନ୍ଦର ଭାବେ ଇଂରାଜୀ କୁହନ୍ତି ତେବେ ତାଙ୍କ ଫ୍ୟାନ୍ସଙ୍କୁ ବିଶ୍ୱାସ ଥିବ ଯେ ସେମାନେ ବହୁତ ପଢ଼ାଲେଖା କରିଥିବେ ଆପଣଙ୍କୁ ଲାଗୁଥିବ ଯେ ଏମାନେ ବିଶ୍ୱର ସବୁଠୁ ଭଲ ସ୍କୁଲ୍ ଓ କଲେଜରୁ ଡିଗ୍ରୀ ହାସଲ କରିଥିବେ । ଯଦିଓ ବଲିଉଡ଼ ଏପରି ଏକ ଇଣ୍ଡଷ୍ଟ୍ରି ଅଟେ ଯେଉଁଠାରେ ଆପଣଙ୍କ ପାଠପଢା ଓ ଡିଗ୍ରୀରୁ ଅଧିକ ଆପଣଙ୍କ ପ୍ରତିଭା ମହତ୍ତ୍ୱପୂର୍ଣ୍ଣ ଅଟେ ।

ଏହି ସୂଚୀରେ ସବୁଠାରୁ ଆଗରୁ ଦୀପିକା ପାଦୁକୋଣଙ୍କ ନାମ ଆସେ । ବଲିଉଡ଼ର ସବୁଠାରୁ ପ୍ରତିଭାଶାଳୀ ଅଭିନେତ୍ରୀ ଅଟନ୍ତି ଦୀପିକା ପାଦୁକୋଣ । ଦୀପିକା ବର୍ତ୍ତମାନ ସୁପରଷ୍ଟାର୍ ଅଟନ୍ତି ତାଙ୍କ ଉପସ୍ଥିତିରୁ ଫିଲ୍ମ ହିଟ୍ ହୋଇଯାଏ । ଦୀପିକାଙ୍କ ସୁନ୍ଦରତା, ନୃତ୍ୟ ଓ ଅଭିନୟରୁ ବିଶ୍ୱରେ ସମସ୍ତେ ଦିୱାନା ଅଟନ୍ତି । ଦୀପିକାଙ୍କ ମାଁ ଚାହଁନ୍ତି ଯେ ସେ ପ୍ରଥମେ ନିଜ ପାଠପଢା ସମ୍ପୂର୍ଣ୍ଣ କରି ନିଅନ୍ତୁ ତାପରେ କିଛି କରନ୍ତୁ । ଏକ ଇଣ୍ଟରଭିୟୁରେ ଦୀପିକା ନିଜେ ଏହି କଥାକୁ ଖୁଲାସା କରିଛନ୍ତି ଯେ ସେ ଦିନେ ନା ଦିନେ ନିଜ ମାଁ’ଙ୍କ ସ୍ୱପ୍ନ ନିଶ୍ଚିତ ଭାବେ ପୂରଣ କରିବେ । ବର୍ତ୍ତମାନ ଦୀପିକା ପାଦୁକୋଣ ଗ୍ରେଜୁଏଟ୍ ମଧ୍ୟ ନୁହଁନ୍ତି ।

କପୂର ପରିବାରର ପ୍ରଥମ ଅଭିନେତ୍ରୀ କରିଷ୍ମା କପୂର ମଧ୍ୟ ଅଧିକ ଶିକ୍ଷା ପ୍ରାପ୍ତ କରିନାହାଁନ୍ତି । ଏହି ସୂଚୀରେ ଆପଣଙ୍କୁ ତାଙ୍କ ନାମ ଦେଖି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ ଅଟେ । ଏହାରୁ ଅଧିକ ଆଶ୍ଚର୍ଯ୍ୟ ବର୍ତ୍ତମାନ ଆପଣଙ୍କୁ ହେବ କାରଣ କରିଷ୍ମା କପୂର ମାତ୍ର ୫ମ ଶ୍ରେଣୀ ପାସ୍ କରିଛନ୍ତି । କରିଷ୍ମା ନିଜ ଚଳଚ୍ଚିତ୍ର ଓ କାମକୁ ନେଇ ଏତେ ତତ୍ପର ଥିଲେ ଯେ ୫ମ ଶ୍ରେଣୀ ପାସ୍ କରିବା ପରେ ନିଜ ପାଠପଢା ବନ୍ଦ କରି ଦେଇଥିଲେ ।

ବଲିଉଡ଼ର ବିବାଦିତ କୁଇନ୍ କଙ୍ଗନା ରନୌଟ ବିଷୟରେ ଆଲୋଚନା କରିବା ତେବେ ସେ ନିର୍ଭୟ ବକ୍ତା ଓ ଟ୍ୱିଟ୍ ପାଇଁ ଜଣାଶୁଣା । ସେ ନିଜ ଚଳଚ୍ଚିତ୍ର ଗୁଡ଼ିକର ଚୟନକୁ ନେଇ ମଧ୍ୟ ଜଣାଶୁଣା । କଙ୍ଗନା ନିଜ ବିଦ୍ୟାଳୟରେ ଫେଲ୍ ହୋଇଯାଇଥିଲେ । ସେ +2 ଶ୍ରେଣୀରେ ଫେଲ୍ ହୋଇଯାଇଥିଲେ । +2ରେ ଫେଲ୍ ହେବାପରେ ସେ ନିଜ କ୍ୟାରିୟର୍ ଗଢିବା ପାଇଁ ବଡ଼ ସହର ମୁମ୍ବାଇକୁ ଆସିଥିଲେ । କଙ୍ଗନା ଅନେକ ଥର କହିଛନ୍ତି ଯେ ତାଙ୍କୁ ଇଂରାଜୀ ଯୋଗୁଁ ବାରମ୍ବାର ଲଜ୍ଜିତ ହେବାକୁ ପଡ଼ିଥିଲା । ଯଦି ଆଜି ଆମେ କଙ୍ଗନାଙ୍କ ଇଣ୍ଟରଭିୟୁ ଦେଖିବା ତେବେ କେହି ବିଶ୍ୱାସ କରିବେ ନାହିଁ ଯେ ସେ +2ଶ୍ରେଣୀ ଫେଲ୍ ଅଟନ୍ତି ।

ସୋନମ୍ କପୂର ମଧ୍ୟ ଦେଶରେ ଏକ ଫ୍ୟାଶନ ଆଇକନ୍ ଅଟନ୍ତି, ସେ ମଧ୍ୟ ଫିଲ୍ମୀ ପରିବାରରୁ ଆସନ୍ତି । ସେ ଚଳଚ୍ଚିତ୍ରକୁ ନେଇ ବହୁତ ଅଧିକ ଉତ୍ସାହିତ ଥିଲେ । ସେଥିପାଇଁ ସେ ପାଠପଢାକୁ ମଧ୍ୟ ଅଧିକ ଧ୍ୟାନ ଦେଲେ ନାହିଁ । ମୁମ୍ବାଇର ଆର୍ଯ୍ୟ ବିଦ୍ୟା ମନ୍ଦିରରୁ +2ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରାପ୍ତ କରିବା ପରେ ସେ ଆଗକୁ ପଢ଼ିବା ପାଇଁ ନାମ ଲେଖାଇଲେ କିନ୍ତୁ ସେ କେବେମଧ୍ୟ କଲେଜ୍ ଗଲେ ନାହିଁ । ପାଠପଢା ମଝିରେ ଛାଡ଼ିଦେଲେ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଲାଗିଲେ ।

ଆଲିୟା ଭଟ୍ଟ ଯୁବପିଢ଼ିର ପ୍ରିୟ ଅଭିନେତ୍ରୀ ଅଟନ୍ତି । ଆଲିୟା ଖୁବ୍ କମ୍ ବୟସରେ ନିଜ ଫିଲ୍ମୀ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ଆଲିୟା +2ଶ୍ରେଣୀ ପଢ଼ିବା ପରେ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ । ସେ ଚଳଚ୍ଚିତ୍ର ‘ସ୍ତୁଡେଣ୍ଟ ଅଫ୍ ଦ ଇୟର୍’ରୁ ଡେବ୍ୟୁ କରିଥିଲେ । ପରେ ଲଗାତାର କାମ ମିଳିବା ପରେ ସେ ଆଉ ବିଦ୍ୟାଳୟ ଗଲେ ନାହିଁ ।

ଟିଭିର ଡ୍ରାମା କୁଇନ୍ ରାଖୀ ସାବନ୍ତ ମଧ୍ୟ ଏହି ସୂଚୀରେ ସାମିଲ୍ ଅଛନ୍ତି । ରାଖୀ କଲେଜ୍ ପର୍ଯ୍ୟନ୍ତ ଶିକ୍ଷା ପ୍ରାପ୍ତ କରିଛନ୍ତି । ସେ ଅଧିକାଂଶ ସମୟରେ ନିଜ କାର୍ଯ୍ୟ କଳାପରୁ ଖବରରେ ଛାଇ ରୁହନ୍ତି । ରାଖୀ ସାବନ୍ତ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକସଭା ଆସନରୁ ନିର୍ଦଲୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିଥିଲେ ଯେଉଁଥିରେ ସେ ନିଜ ଶୈକ୍ଷିଣିକ ଯୋଗ୍ୟତା ଅଶିକ୍ଷିତ ବୋଲି ଲେଖିଥିଲେ ।

Leave a Reply

Your email address will not be published. Required fields are marked *