ଏହି ଅଭିନେତ୍ରୀ ଲଜ୍ଜାରେ ଛାଡିଲେ ଫିଲ୍ମ ଇଣ୍ଡଷ୍ଟ୍ରି !

ଏହି ଅଭିନେତ୍ରୀ ଲଜ୍ଜାରେ ଛାଡିଲେ ଫିଲ୍ମ ଇଣ୍ଡଷ୍ଟ୍ରି !

ହିନ୍ଦୀ ସିନେମା ପରି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଅଭିନେତ୍ରୀମାନେ ମଧ୍ୟ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ବଲିଉଡ ଅଭିନେତ୍ରୀମାନଙ୍କୁ ଅଭିନୟ, ସୌନ୍ଦର୍ଯ୍ୟ ଏବଂ ସେକ୍ସିନେସରେ ପଛରେ ଛାଡ଼ିଦେଇଛନ୍ତି । ଯେତେବେଳେ ସାଉଥ୍ ଇଣ୍ଡଷ୍ଟ୍ରିର ହଟ୍ ଏବଂ ବୋଲ୍ଡ ଅଭିନେତ୍ରୀଙ୍କ କଥା ପଡେ ଅମଲା ପାଲଙ୍କ ନାମ ସବୁଠୁ ଶୀର୍ଷରେ ଥାଏ ।

ଅମଲା ପାଲ୍ ସାଉଥ୍ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ । ତାଙ୍କର ହଟ୍ ଏବଂ ବୋଲ୍ଡ ଅଦା ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କ ପାଇଁ ପାଗଳ । ଫିଲ୍ମ ‘ଅଦାଇ’ରେ ଏକ ନ୍ୟୁଡ୍ ସିନ୍ ଦେଇ ସେ ସମସ୍ତଙ୍କୁ ବେହୋସ୍ କରିଦେଇଛନ୍ତି । ତାଙ୍କୁ ଏହି ଚଳଚିତ୍ରରେ ଦେଖି ଦର୍ଶକ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି । ଫିଲ୍ମରେ ଏହି ନ୍ୟୁଡ୍ ସିନ୍ ଦେବାପରେ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଏପରିକି ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ମଧ୍ୟ ନିଷ୍ପତ୍ତି ନେଇସାରିଥିଲେ ।

ଅମାଲା ପାଲଙ୍କ ଫିଲ୍ମ ‘ଅଦାଇ’ ୨୦୧୯ ମସିହା ଜୁଲାଇ ମାସରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ପରଦାରେ ଆସିବା ପରେ ଦର୍ଶକଙ୍କୁ ମତୁଆଲା କରିଦେଇଥିଲା । ଫିଲ୍ମରେ ଅମଲା ଏକ ନ୍ୟୁଡ୍ ସିନ୍ ଦେଇଥିଲେ, ଯାହା ଆଜି ବି ଚର୍ଚ୍ଚିତ । ଅମଲା ପାଲ୍ ଦକ୍ଷିଣର ଅନେକ ହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ ‘ଅଦାଇ’ରେ ତାଙ୍କ ଭୂମିକାକୁ କେହି ଭୁଲି ପାରିବେ ନାହିଁ । ଅମଲାଙ୍କଏହି ନ୍ୟୁଡ୍ ସିନ୍ ପାଇଁ ଖୁବ୍ ହଙ୍ଗାମା ହୋଇଥିଲା ।

‘ଅଦାଇ’ ଚଳଚ୍ଚିତ୍ରରେ ଅମଲାଙ୍କ ଚରିତ୍ର ଥିଲା ଏକ ଝିଅର, ଯିଏକି ଗୋଟିଏ ରାତିରେ ମଦ୍ୟପାନ ପରେ ନିଖୋଜ୍ ହୋଇଯାଇଛି । ଅମଲା କହିଥିଲେ ଯେ ଯେତେବେଳେ ଏହି ଦୃଶ୍ୟ ସୁଟିଂ କରାଯାଉଥିଲା ସେତେବେଳେ ସେଟରେ ପ୍ରାୟ ୧୫ଜଣ ଲୋକ ଉପସ୍ଥିତ ଥିଲେ । ଅଭିନେତ୍ରୀଙ୍କ କହିବାନୁସାରେ ସେ ଏହି ଦୃଶ୍ୟର ସୁଟିଂକୁ ନେଇ ବହୁତ ଚିନ୍ତିତ ଥିଲେ ଏବଂ ଡରିଯାଇଥିଲେ ।

୨୦୧୯ରେ ଆସିଥିବା ଏହି ଚଳଚ୍ଚିତ୍ରଟି ରତ୍ନା କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଏହି ଦୃଶ୍ୟକୁ ନେଇ ଅମଲା କହିଛନ୍ତି, “ମୁଁ ଏହି ଦୃଶ୍ୟ ବିଷୟରେ ଜାଣିବାକୁ ଚାହୁଁଥିଲି । ସିନଟି କିପରି ସୁଟିଂ ହେବ ? ସେଟରେ କିଏ କିଏ ଉପସ୍ଥିତ ରହିବେ ? ନିର୍ଦ୍ଦେଶକ ମୋତେ ଏହି ସିନ୍ ପାଇଁ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ କିନ୍ତୁ ମୁଁ ତାହା କରି ନଥିଲି ଏବଂ ସେହି ସିନଟି ବିନା ପୋଷାକରେ ସୁଟିଂ କରାଯାଇଥିଲା ।

ଅମଲା ନିଜ ଫିଲ୍ମ କ୍ୟାରିଅର୍ ମାଲୟଲମ୍ ଫିଲ୍ମରୁ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ନିଲମଥାରା’ ହିଟ୍ ହୋଇଥିଲା ଯେଉଁଥିରେ ସେ ଏକ ସପୋର୍ଟିଂ କ୍ୟାରେକ୍ଟର୍ କରିଥିଲେ । ସେ ସୋସିଆଲ୍ ମିଡ଼ିଆରେ ଖୁବ୍ ସକ୍ରିୟ ଅଟନ୍ତି । ତାଙ୍କ ୩୭ଲକ୍ଷରୁ ଅଧିକ ଫଲୋଅର୍ ଅଛନ୍ତି ।

Leave a Reply

Your email address will not be published. Required fields are marked *