ଟିଭିର ଏହି ୭ ଜଣ ସଂସ୍କାରୀ ବୋହୂ ଏବଂ ଆଦର୍ଶ ପତ୍ନୀ, ଏବେ ପର୍ଯ୍ୟନ୍ତ ବାସ୍ତବ ଜୀବନରେ କୁଆଁରୀ ଅଛନ୍ତି :

ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି; ଯେଉଁମାନେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ପଡ଼ିଛନ୍ତି ଏବଂ ଟିଭିରେ ଅନେକ ସୁପରହିଟ୍ ଶୋ’ରେ ସଂସ୍କାରୀ ବୋହୂ ଚରିତ୍ରରେ ଏହି ବୋହୂମାନେ ଲୋକପ୍ରିୟତା ହାସଲ କରିଛନ୍ତି । ପୁଣି ଟିଭିରେ ବିବାହିତ ମହିଳା ଚରିତ୍ରରେ ଅଭିନୟ କରୁଥିବା ଟିଭିର କିଛି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ଏବଂ କୁଆଁରୀ ହେଲେ ବି ସୁଦ୍ଧା ସେମାନେ ପତ୍ନୀ ଏବଂ ବୋହୂର ଚରିତ୍ର ଏହିପରି ଭାବରେ ନିର୍ବାହ କରିଛନ୍ତି ଯେ, ଯେ କହି ମଧ୍ୟ ସେମାନଙ୍କ ଅଭିନୟ କରିବାର ଭୂମିକାକୁ ଦେଖନ୍ତି, ଭାବି ନିଅନ୍ତି; ଏହି ଅଭିନେତ୍ରୀ ବିବାହିତ ଅଟନ୍ତି । ତେବେ ଆସନ୍ତୁ ଜାଣିବା ଯେ ଏହି ଲିଷ୍ଟରେ କେଉଁ କେଉଁ ଅଭିନେତ୍ରୀଙ୍କ ନାମ ସାମିଲ ରହିଛି ।

ହୀନା ଖାନ :-

ଟିଭିର ଲୋକପ୍ରିୟ ଶୋ ୟେ ରିସ୍ତା କ୍ୟା କେହେଲାତା ହେ ରୁ ଲୋକପ୍ରିୟତା ଅର୍ଜନ କରିଥିବା ହୀନା ଖାନ ଟିଭିର ସବୁଠାରୁ ସଂସ୍କାରୀ ଏବଂ ସୁନ୍ଦର ବୋହୂ ଚରିତ୍ରରେ କାମ କରି ଦର୍ଶକଙ୍କ ହୃଦୟକୁ ଜିତି ଯାଇଥିଲେ । ଏହି ଶୋ ରେ ହୀନା ଖାନ ଅକ୍ଷରାଙ୍କ ଚରିତ୍ରରେ ନୈତିକଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଶୋ ରେ ଅକ୍ଷରା ଏବଂ ନୈତିକଙ୍କ ଯୋଡ଼ିକୁ ଖୁବ ପସନ୍ଦ କରାଯାଇଥିଲା । କହି ରଖୁଛୁ ଯେ ହୀନା ଖାନ ରିଲ ଲାଇଫରେ ହୁଏତ ସଂସ୍କାରୀ ବୋହୂ ଭୂମିକାରେ ନଜର ଆସିଥିଲେ କିନ୍ତୁ ବାସ୍ତବ ଜୀବନରେ ହୀନା ଏବେ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ଏବଂ ନିଜ କ୍ୟାରିଅର ବନାଇବାରେ ଲାଗିଛନ୍ତି ।

ସାକ୍ଷୀ ତଂବର :-

ଟିଭି ଶୋ ‘କାହାନୀ ଘର ଘର କୀ’ , ‘ବଡେ଼ ଅଚ୍ଛେ ଲଗତେ ହେ’ ରୁ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ସାକ୍ଷୀ ତଂବର ମଧ୍ୟ ଶୋ ରେ ଜଣେ ସଂସ୍କାରୀ ବୋହୂ ଏବଂ ଆଦର୍ଶ ପତ୍ନୀ ଭୂମିକାକୁ ଖୁବ ଭଲ ଭାବରେ ତୁଲାଇଥିଲେ ଏବଂ ଏହି ଶୋ ରେ ସାକ୍ଷୀ ନିଜର ଦମଦାର ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ । କହି ରଖୁଛୁ ଯେ ବାସ୍ତବ ଜୀବନରେ ସାକ୍ଷୀ ଏବେ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ।

ଅବିକା ଗୌର :-

ବାଳିକା ବଧୂରେ ସାନ ଆନନ୍ଦି ଏବଂ ସସୁରାଲ ସୀମର ରେ ସଂସ୍କାରୀ ବୋହୂ ଏବଂ ଆଦର୍ଶ ପତ୍ନୀ ହୋଇ ଅବିକା ଗୌର ଦର୍ଶକଙ୍କ ହୃଦୟରେ ରାଜତ୍ୱ କରିଥିଲେ । ଏବେ ଅବିକା ଗୌର ୨୩ ବର୍ଷୀୟ ଅଟନ୍ତି ।ଏବଂ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ଖୁବ ଲୋକପ୍ରିୟତା ମଧ୍ୟ ମିଳିସାରିଛି । କହିରଖୁଛୁ ଯେ ଅବିକା ଗୌର ମଧ୍ୟ ବାସ୍ତବ ଜୀବନରେ ଏବେ ପର୍ଯ୍ୟନ୍ତ ବି କୁଆଁରୀ ଅଛନ୍ତି ।

ରାଧିକା ମଦନ :-

ରାଧିକା ମଦନ ଯିଏ କି ଟିଭିର ଲୋକପ୍ରିୟ ଶୋ “ମେରୀ ଆଶିକୀ ତୁମ ସେ ହି” ରେ ଶକ୍ତି ଅରୋରାଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ । ଏବଂ ଏହି ଶୋ ରେ ରାଧିକାଙ୍କୁ ଲୋକେ ତାଙ୍କ ପ୍ରକୃତ ନାମ ନୁହେଁ ବରଂ ରିଲ ଲାଇଫର ନାମ ଈଶାନୀ ନାମରେ ହିଁ ଜାଣିବାକୁ ଲାଗିଲେ । ରାଧିକାଙ୍କୁ ୨୫ ବର୍ଷ ହୋଇଛି ଏବଂ ସେ କୁଆଁରୀ ଅଛନ୍ତି ।

ମୌନୀ ରାୟ :-

ଟିଭିରେ ନାଗୀନ ଚରିତ୍ରରୁ ନିଜର ପରିଚୟ ଗଢ଼ିଥିବା ଅଭିନେତ୍ରୀ ମୌନି ରାୟ ଏବେକାର ସମୟରେ କେବଳ ଟିଭି ଜଗତରେ ନୁହେଁ ବରଂ ଫିଲ୍ମ ଜଗତରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ମୌନି ରାୟ ଟିଭିର ଅନେକ ଶୋ ଯେପରିକି ନାଗୀନ , ନାଗୀନ 2 , ଟଶନ – ଏ – ଇସ୍କ , ଜୁନୁନ ରେ ସଂସ୍କାରୀ ବୋହୂ ଭୂମିକାରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । କିନ୍ତୁ ମୌନି ରାୟ ଏବେ ପର୍ଯ୍ୟନ୍ତ ବାସ୍ତବ ଜୀବନରେ କୁଆଁରୀ ଅଛନ୍ତି ଏବଂ ବିବାହକୁ ନେଇ ପ୍ରଶ୍ନକୁ ସେ ପ୍ରାୟତଃ ଅଣଦେଖା କରିଥାନ୍ତି ।

ଶ୍ରୁତି ଝା :-

ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ଝା ଯିଏ କି ଟିଭି ଶୋ କୁମ କୁମ ଭାଗ୍ୟ ଦ୍ଵାରା ନିଜର ଏକ ଅଲଗା ପରିଚୟ ତିଆରି କରିଛନ୍ତି । ଏହି ଶୋ ରେ ଶ୍ରୁତି ଜଣେ ପତ୍ନୀର ଭୂମିକାକୁ ଖୁବ ଭଲ ଭାବରେ ତୁଲାଇଛନ୍ତି । ଏହାବ୍ୟତୀତ ଶ୍ରୁତି ଟିଭିର ଅନ୍ୟ କେତେକ ଶୋ ରେ ମଧ୍ୟ ସଂସ୍କାରୀ ବୋହୂ ର ଭୂମିକାରେ କାମ କରିଛନ୍ତି । କିନ୍ତୁ ବାସ୍ତବ ଜୀବନରେ ଶ୍ରୁତି ଏବେ ସୁଦ୍ଧା କୁଆଁରୀ ଅଛନ୍ତି ।

ସୁରଭି ଜ୍ୟୋତି :-

ଟିଭିର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଜ୍ୟୋତି ଟିଭିର ଅନେକ ଶୋ ରେ ସଂସ୍କାରୀ ବୋହୂ ଭାବରେ ଅଭିନୟ କରିଛନ୍ତି । କିନ୍ତୁ ସେ ବାସ୍ତବ ଜୀବନରେ ଏବେ ପର୍ଯ୍ୟନ୍ତ ବି କୁଆଁରୀ ଅଛନ୍ତି ଏବଂ ତାଙ୍କର ଏବେ ବିବାହ ପାଇଁ କୌଣସି ଇଚ୍ଛା ନାହିଁ ।

Be the first to comment

Leave a Reply

Your email address will not be published.


*