ଅର୍ଣ୍ଣବ ଗୋସ୍ଵାମୀଙ୍କୁ ମିଳିଥିଲା ଜାମିନ, କିନ୍ତୁ ୪୧ ଦିନ ପରେ ମଧ୍ୟ ଅନ୍ୟ ସାମ୍ବାଦିକଙ୍କ ପାଇଁ କୌଣସି ନ୍ୟାୟ ନାହିଁ; ପରିବାର ଲୋକେ କହିଲା…..

ଅର୍ଣ୍ଣବ ଗୋସ୍ଵାମୀ ଗିରଫ ହେବାର ୭ ଦିନ ପରେ ମିଳିଥିଲା ଜାମିନ, କିନ୍ତୁ ୪୧ ଦିନ ପରେ ଅନ୍ୟ ସାମ୍ବାଦିକଙ୍କ ପାଇଁ କୌଣସି ନ୍ୟାୟ ନାହିଁ; ପରିବାର ଲୋକେ କହିଲା – ଆମେ ଦେଶର ନାଗରିକ ନୁହଁ କି ?

୪୧ ଦିନ ପରେ ମଧ୍ୟ ସାମ୍ବାଦିକଙ୍କୁ ନ୍ୟାୟ ନ ମିଳିବା ମାମଲାରେ ପୀଡ଼ିତ ପରିବାର ଲୋକେ କହିଲେ, “ଏହା ଦୁଃଖଦାୟକ ଘଟଣା ଓ ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି ।” କପ୍ପନ ଦିଲ୍ଲୀରେ ରହି କାମ କରୁଥିଲେ, କିନ୍ତୁ ବର୍ତ୍ତମାନ ଉତ୍ତରପ୍ରଦେଶର ମଥୁରା ଜେଲରେ ଅଛନ୍ତି ।

ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଗିରଫ କରାଯିବାର ୭ ଦିନ ପରେ ହିଁ ସୁପ୍ରିମକୋର୍ଟରୁ ଅନ୍ତରିମ ଜାମିନ ମିଳିଗଲା । କିନ୍ତୁ ଦେଶରେ ଏପରି ଅନେକ ସାମ୍ବାଦିକ ଅଛନ୍ତି; ଯାହାଙ୍କ ମାମଲାକୁ କେହି ଧ୍ୟାନ ଦିଅନ୍ତି ନାହିଁ । ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଆଜି ସୁଦ୍ଧା ନ୍ୟାୟର ଆବଶ୍ୟକତା ରହିଛି ।

ଏପରି ଜଣେ ସାମ୍ବାଦିକ ହେଉଛନ୍ତି ସିଦ୍ଧକି କପ୍ପନ । ସେ ମାଲୟଲମ ନ୍ୟୁଜ ୱେବସାଇଟ ଅଜିମୁଖମ (Azhimukham)ରେ କାର୍ଯ୍ୟରତ ଅଟନ୍ତି ଓ ୫ ଅକ୍ଟୋବର ୨୦୨୦ରେ ତାଙ୍କୁ ଉତ୍ତରପ୍ରଦେଶର ମଥୁରାରେ ଗିରଫ କରାଯାଇଥିଲା । ସେ ସେହି ସମୟରେ ହାଥରସ ଯାଉଥିଲେ, ଯେଉଁଠି ୧୯ ବର୍ଷୀୟା ଜଣେ ଦଳିତ ଯୁବତୀଙ୍କ କଥିତ ରୂପେ ଗଣଦୁଷ୍କର୍ମ ହୋଇଥିଲା । ପରେ ସେହି ଝିଅର ଦିଲ୍ଲୀ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ୬ ଅକ୍ଟୋବରକୁ କେରଳ ୟୁନିୟନ ଅଫ୍ ୱାର୍କୀଙ୍ଗ ଜର୍ଣ୍ଣାଲିଷ୍ଟ ପକ୍ଷରୁ ମାମଲାର ଆବେଦନ ପତ୍ର ଦାଖଲ କରାଯାଇଥିଲା, ଯାହା ଉପରେ ସୋମବାର ଦିନ ଶୁଣାଣୀ ଅଛି ।

୪୧ ଦିନ ପରେ ମଧ୍ୟ ସାମ୍ବାଦିକ ନ୍ୟାୟ ନ ମିଳିବାରୁ ପୀଡିତ ପରିବାର ଲୋକେ କହିଲେ, “ଏହା ଏକ ଦୁଖ ଓ କଷ୍ଟଦାୟକ ଘଟଣା ଅଟେ ।” କପ୍ପନ ଦିଲ୍ଲୀରେ ରହି କାମ କରନ୍ତି କିନ୍ତୁ ବର୍ତ୍ତମାନ ଉତ୍ତରପ୍ରଦେଶର ମଥୁରା ଜେଲରେ ଅଛନ୍ତି । ତାଙ୍କ ପରିବାର କେରଳ ଗଲ୍ଲାପୁରମରେ ରୁହନ୍ତି ।

ଏହା ମଧ୍ୟ ପଢନ୍ତୁ : ଦିବ୍ୟାଙ୍କା ତ୍ରିପାଠୀ ନିଜ ପତି ବିବେକଙ୍କ ସହିତ ନୂଆ ଘରେ ପାଳନ କରିଛନ୍ତି ଦୀପାବଳି ପର୍ବ…

୩୭ ବର୍ଷ ସ୍ତ୍ରୀ ରେହାନା କହିଛନ୍ତି ଯେ, “ଏହା ଶୁଣିବା ପରେ କି ଅର୍ଣ୍ଣବଙ୍କୁ ଜାମିନ ମିଳିଯାଇଛି, ମୁଁ ଏହା ଚିନ୍ତା କରିବାକୁ ବାଧ୍ୟ ହୋଇଗଲି ଯେ, ମୋ ସ୍ୱାମୀକୁ ନ୍ୟାୟ ମିଳିନାହିଁ । ଗିରଫ କରିବା ପରେ କୋର୍ଟ ଓ ପୋଲିସ ପ୍ରଶାସନ ଆମକୁ ତାଙ୍କ ସହିତ ଦେଖାସାକ୍ଷାତ କରିବା ପାଇଁ ମଧ୍ୟ ଦେଉନାହାନ୍ତି । ଆମକୁ ତାଙ୍କ ବିଷୟରେ କିଛି ଜଣାନାହିଁ । ଗୋଟିଏ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଲା ନାହିଁ, ଏହା କେତେକ ଭୟାବହ ଅଟେ । ଆମେ ନ୍ୟାୟପାଳିକା ଓ ବିଭିନ୍ନ ସ୍ତରରେ ସରକାରଙ୍କ ନିକଟକୁ ଯାଇ ଯାଇ ପାଦର ଚପଲ ସରିଗଲା କିନ୍ତୁ ଆମକୁ ବର୍ତ୍ତମାନ ମଧ୍ୟ ନ୍ୟାୟ ମିଳୁନାହିଁ ! କ’ଣ ଆମେ ଏ ଦେଶର ନାଗରିକ ନୁହେଁ କି ?

ରେହାନା ଆହୁରି କହିଛନ୍ତି ଯେ, “ମୋତେ ଲାଗେ ଯେ ନ୍ୟାୟପାଳିକା ଆମକୁ ଆମ ପରିସ୍ଥିତିରେ ଛାଡ଼ି ଦେଇଛନ୍ତି । ଏଠାରେ ସମାନତାର ସହିତ ନ୍ୟାୟ ପ୍ରଦାନ କରାଯାଇ ନାହିଁ । ମୁଁ ଅନୁଭବ କରୁଛି ଆମେ ଦେଶରେ ନ୍ୟାୟ ସମସ୍ତଙ୍କ ପାଇଁ ନୁହେଁ ବରଂ କିଛି ଲୋକଙ୍କ ପାଇଁ ହିଁ ପ୍ରଯୁର୍ଯ୍ୟ ଅଟେ । ଅର୍ଣ୍ଣବ ଗୋସ୍ଵାମୀ ମାମଲାରେ କିପରି ସବୁକିଛି ଶୀଘ୍ରତାର ସହିତ ହେଲା ?”

ଏହା ମଧ୍ୟ ପଢନ୍ତୁ : ଚୀନ ସମେତ ୧୫ଟି ଦେଶ ମଧ୍ୟରେ ବିଶ୍ୱର ସର୍ବବୃହତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର ! ଭାରତ ଏହି ଚୁକ୍ତିରେ ସାମିଲ ନୁହେଁ ।

ସେ ଆଗକୁ କହିଛନ୍ତି ଯେ ମୋ ସ୍ୱାମୀଙ୍କ ଉପରେ ଲାଗିଥିବା ଅଭିଯୋଗ ଗୁଡ଼ିକ ଭିତ୍ତିହୀନ ଅଟେ । ଟାକ୍ସି ହାୟର (ହାସରଥ ମାମଲାକୁ ଘୋଡ଼ାଇବା ପାଇଁ) କରିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା । ସେ ତାଙ୍କ ବନ୍ଧୁମାନଙ୍କୁ କହିଥିଲେ ଯେ ସେଠାକୁ ଯଦି କିଏ ଯିବ ତେବେ ତାଙ୍କୁ ଖବର କରିଦେବ । ଏପରି ଭାବରେ ସେ ଆଉ ୩ ଜଣଙ୍କୁ ଦେଖାକଲେ ଓ ଅନ୍ୟ ତିନି ଜଣଙ୍କ ସହିତ ତାଙ୍କୁ ମଧ୍ୟ ଗିରଫ କରାଗଲା ।

ରେହାନାଙ୍କ ଅନୁସାରେ, ସିଦ୍ଧିକିଙ୍କ ୯୦ ବର୍ଷର ମାଁ ଖଦିଜାକୁ ତାଙ୍କ ଗିରଫ ହେବା ବିଷୟରେ କିଛି ଜଣାନାହିଁ । ଆମେ ତାଙ୍କୁ କହିଛୁ ଯେ ସିଦ୍ଧିକି ଦିଲ୍ଲୀରେ ଅଛନ୍ତି ଓ ସେ ଖୁବଶୀଘ୍ର ଘରକୁ ଫେରି ଆସିବେ । ଆମେ ଭାଗ୍ୟବାନ ଯେ ତାଙ୍କୁ Alzheimer ବା ସ୍ମୃତି ଶକ୍ତି ହରାଇବାର ରୋଗ ଅଛି । ଯେତେବେଳେ ମଧ୍ୟ ସେ ତାଙ୍କ ବିଷୟରେ ପଚାରନ୍ତି ତେବେ ଆମେ ତାଙ୍କୁ କହିଦେଉ କି କାଲି ଯେତେବେଳେ ଆପଣ ଶୋଉଥିଲେ ସେତେବେଳେ ଆମେ ତାଙ୍କ (ସିଦ୍ଧିକି) ସହିତ କଥା ହୋଇଥିଲୁ ।

ଦକ୍ଷିଣ ଭାରତ ଚଳଚ୍ଚିତ୍ର ଜଗତର ଏହି କଳାକାରମାନେ ନିଜ ବିବାହ ଉତ୍ସବରେ ପାଣି ପରି ବୁହାଛନ୍ତି ଟଙ୍କା ! ଜଣଙ୍କ ଖର୍ଚ୍ଚ

ସ୍ୱାମୀଙ୍କୁ ନ୍ୟାୟ ପ୍ରଦାନ କରାଇବା ପାଇଁ ରେହାନା ଅନେକ ରାଜନେତାଙ୍କୁ ମଧ୍ୟ ଦେଖାକଲେ । ସମସ୍ତେ ସାହାଯ୍ୟ କରିବାକୁ ରାଜି ହେଲେ କିନ୍ତୁ କିଛି କଲେ ନାହିଁ । ସେ ନିଜର ମନ୍ତବ୍ୟରେ କହିଛନ୍ତି ଯେ, “ମୁଁ ବର୍ତ୍ତମାନ ଭାଙ୍ଗି ପଡ଼ିଛି, କିନ୍ତୁ ମୋର ତିନୋଟି ସନ୍ତାନ ପାଇଁ ମୁଁ ଧୈର୍ଯ୍ୟ ରଖିଛି ଓ ଲଢ଼ିବା ପାଇଁ ନିଶ୍ଚୟ କରିଛି ।

୪୧ ବର୍ଷୀୟ କପ୍ପନ ଉପରେ ଉତ୍ତରପ୍ରଦେଶ ପୋଲିସ ଅଭିଯୋଗ କରିଛନ୍ତି ଯେ ସେ ଓ ତାଙ୍କ ସହିତ କେମ୍ପସ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Campus front of India)ର ତିନୋଟି ସଦସ୍ୟ ହାଥରସ୍ କାଣ୍ଡରେ ଧାର୍ମିକ ବେମନସ୍ୟ ପ୍ରସାରଣ ସହିତ ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଏମାନଙ୍କୁ ବିଭିନ୍ନ ଧାରା ଆଧାରରେ ଗିରଫ କରାଗଲା, ଯେଉଁଥିରେ ୟୁଏପିଏ ଓ ରାଜଦ୍ରୋହ ମଧ୍ୟ ସାମିଲ ରହିଛି ।

Be the first to comment

Leave a Reply

Your email address will not be published.


*