ଟିଭିର ପ୍ରସିଦ୍ଧ ଏହି ୫ ଜଣ ବୋହୂ ନିଜ ପ୍ରେମ ପାଇଁ ଅଭିନୟ ଦୁନିଆକୁ ଛାଡ଼ି ଦେଇଥିଲେ । ନିଜ ପ୍ରେମ ପାଇଁ ଚାଲିଗଲେ ବିଦେଶ !

ଟିଭିର ପ୍ରସିଦ୍ଧ ଏହି ୫ ଜଣ ବୋହୂ ନିଜ ପ୍ରେମ ପାଇଁ ଅଭିନୟ ଦୁନିଆକୁ ଛାଡ଼ି ଦେଇଥିଲେ । ନିଜ ପ୍ରେମ ପାଇଁ ଚାଲିଗଲେ ବିଦେଶ !

ଟିଭି ଜଗତର କେତେକ ଶୋ’ରେ କିଛି ଅଭିନେତ୍ରୀ ବୋହୂ ଚରିତ୍ରରେ ଅଭିନୟ କରିଥିଲେ । ସେମାନେ ନିଜର ଅଭିନୟ ଦ୍ଵାରା ଦର୍ଶକଙ୍କ ଭଲପାଇବା ମଧ୍ୟ ପାଇଥିଲେ । ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ । କିନ୍ତୁ ହଠାତ୍ ସେମାନେ ଅଭିନୟ ଦୁନିଆ ଠାରୁ ବିଦାୟ ନେଇଥିଲେ । କାରଣ ନିଜ ପ୍ରେମ ପାଇଁ ଟିଭିର ଏହି ପ୍ରସିଦ୍ଧ ବୋହୂ ମାନେ ଅଭିନୟକୁ ବିଦାୟ ଦେଇଥିଲେ ଏବଂ ବିଦେଶ ଚାଲି ଯାଇଥିଲେ । ଜାଣନ୍ତୁ ସେହି ଅଭିନେତ୍ରୀଙ୍କ ବିଷୟରେ ।

ସୌମ୍ୟା ସେଠ୍ :-

Google

ସୌମ୍ୟା ସେଠ ଧାରାବାହିକ “ନଈ ଧଡ଼କନ ନଈ ସୱାଲ” ଠାରୁ ଛୋଟ ପରଦାରେ ଅଭିନୟର ପ୍ରାରମ୍ଭ କରିଥିଲେ । କିନ୍ତୁ ୨୦୧୬ ମସିହାରେ ହିଁ ସୌମ୍ୟା ନିଜର ଅଭିନୟ କ୍ୟାରିଅରକୁ ବିଦାୟ କହିଥିଲେ । ଅଧିକାଂଶ ଲୋକଙ୍କୁ ଏହା ଜଣାନଥିବ ଯେ ସୌମ୍ୟା ସେଠ ଗୋବିନ୍ଦାଙ୍କ ଭାଣିଜୀ ଅଟନ୍ତି । ସୌମ୍ୟା ୟୁଏସରେ ରହୁଥିବା ଅରୁଣ କପୂରଙ୍କୁ ବିବାହ କରିଥିଲେ ଏବଂ ସେ ମଧ୍ୟ ବର୍ତ୍ତମାନ ସେଠାରେ ରହନ୍ତି ।

ଶ୍ଵେତା କେଶୱାନୀ :-

Google

ଶ୍ଵେତା କେଶୱାନୀ ନିଜର ଅଭିନୟ କ୍ୟାରିଅରର ଆରମ୍ଭ କରିଥିଲେ । ତା’ପରେ ଶ୍ଵେତା କାହାନୀ ଘର ଘର କୀ, ଦେଶ ମେ ନିକଲା ହୋଗା ଚାନ୍ଦ, ନଚ ବଲିୟେ ୩ରେ ନଜର ଆସିଥିଲେ । ଏହି ସିରିଏଲରୁ ଶ୍ଵେତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା । ୨୦୦୭ରେ ଶ୍ଵେତା କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ । ୨୦୧୨ରେ ଶ୍ଵେତା ଆମେରିକୀୟ ବିଜନେସ ମ୍ୟାନ୍ କେନ ଏଣ୍ଡିନୋଙ୍କୁ ବିବାହ କରିଥିଲେ ଏବଂ ନ୍ୟୁୟର୍କରେ ରହିଯାଇଥିଲେ । ଶ୍ଵେତାଙ୍କର ଏକ ଝିଅ ମଧ୍ୟ ଅଛି । ଅଭିନୟ ଦ୍ଵାରା ସମ୍ପୂର୍ଣ୍ଣ ଭାବରେ ନିଜର ସମ୍ପର୍କ ଯୋଡ଼ି ସାରିଥିବା ଶ୍ଵେତା ବିଦେଶରେ ରହି ଖୁସିରେ ଜୀବନ ବିତାଉଛନ୍ତି ।

ରୂଚା ହସୱଇନ :-

Google

ଟିଭି ସିରିଏଲ “ସାଥ ନିଭାନା ସାଥିୟା”ରେ ଗୋପୀ ବୋହୁ ଦେବରାନୀ ଚରିତ୍ରରେ ଅଭିନୟ କରୁଥିବା ରାଶି ମୋଦୀ ଅର୍ଥାତ ରୂଚା ହସୱଇନ ଘରେ ଘରେ ଖୁବ୍ ପ୍ରସିଦ୍ଧ ଅଟନ୍ତି । ରାଶି ମୋଦୀଙ୍କର ଏହି ଭୂମିକା ରୂଚାଙ୍କୁ ନାମ ଏବଂ ଲୋକପ୍ରିୟତା ଦେଇଥିଲା । ଏତେ ଲୋକପ୍ରିୟତା ପାଇବା ପରେ ମଧ୍ୟ ରୂଚା ୨୦୧୫ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସିରିଏଲକୁ ମଝିରେ ହିଁ ଛାଡ଼ି ଦେଇଥିଲେ । ରୂଚା ବିଦେଶରେ ରହୁଥିବା ବିଜନେସ୍ ମ୍ୟାନଙ୍କୁ ବିବାହ କରି ଅଭିନୟ ଦୁନିଆକୁ ବିଦାୟ ଦେଇଥିଲେ ଏବଂ ସବୁଦିନ ପାଇଁ ବିଦେଶରେ ରହିଗଲେ । ବର୍ତ୍ତମାନ ରୂଚାଙ୍କର ଏକ ଝିଅ ମଧ୍ୟ ଅଛି ।

ନିକି ଅନେଜା :-

Google

ଜି ଟିଭିର ଲୋକପ୍ରିୟ ଧାରାବାହିକ “ଅସ୍ତିତ୍ବ – ଏକ ପ୍ରେମ କଥା”ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ନିକି ଅନେଜା ଏହି ଧାରାବାହିକ ପରେ ଦର୍ଶକ ମାନଙ୍କର ଖୁବ୍ ପସନ୍ଦିତା ଅଭିନେତ୍ରୀ ହୋଇ ଯାଇଛନ୍ତି । ଏହା ପରେ ସି ହାକ୍ସରେ ମଧ୍ୟ ଲୋକଲୋଚନକୁ ଆସିଥିଲେ । ନିଜର ସୁନ୍ଦର ଅଭିନୟରେ ସେ ଏଠାରେ ମଧ୍ୟ ତାଙ୍କର ଦର୍ଶକଙ୍କ ମନମୋହି ନେଲେ । ୨୦୦୨ରେ ନିକି ବିବାହ କରି ତାଙ୍କ ସ୍ୱାମୀଙ୍କ ସହିତ ୟୁକେ ସିଫ୍ଟ ହୋଇଗଲେ । ବହୁତ ସମୟ ପର୍ଯ୍ୟନ୍ତ ନିକି ଟିଭି ଜଗତରୁ ଦୂରରେ ଥିଲେ । ନିକଟରେ ସେ ପୁଣି ଟିଭି ଦୁନିଆକୁ ଫେରିଛନ୍ତି ଏବଂ ଗୋଟିଏ ୱେବସିରିଜରେ କାମ କରୁଛନ୍ତି ।

ମିହିକା ବର୍ମା :-

Google

ଲୋକପ୍ରିୟ ଧାରାବାହିକ “ୟେ ହେ ମୋହବତେ”ରେ ନିଜର ପରିଚୟ ସୃଷ୍ଟି କରି ସେ ଘରେ ଘରେ ପରିଚିତ। ମିହୀକା ତାଙ୍କର ସୁନ୍ଦର ଅଭିନୟ ସହିତ ନିଜର ଭୂମିକା ପାଇଁ ଦର୍ଶକଙ୍କ ଠାରୁ ବହୁତ ଭଲପାଇବା ମିଳିଥିଲା । ଏତେ ଲୋକପ୍ରିୟତା ଏଵଂ ଭଲପାଇବା ପରେ ମଧ୍ୟ ମିହୀକାଙ୍କର ବିବାହ କରିବାର ସିଦ୍ଧାନ୍ତ ଦର୍ଶକ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଥିଲା । ସେ ୨୦୧୬ ମସିହା ଏପ୍ରିଲ ୨୭ ତାରିଖରେ ଆନନ୍ଦ ନାମକ ଜଣେ ଏନଆରଆଇକୁ ଗୁପ୍ତ ଭାବରେ ବିବାହ କରିଥିଲେ । ବିବାହ ପରେ ମିହୀକା ତାଙ୍କର ଅଭିନୟ କ୍ୟାରିଅରକୁ ଛାଡି ଦେଇଥିଲେ । ମିହୀକା ଓ ଆନନ୍ଦ ବର୍ତ୍ତମାନ ଗୋଟିଏ ସନ୍ତାନର ମାତା ପିତା ଅଟନ୍ତି । ବର୍ତ୍ତମାନ ମିହୀକା ତାଙ୍କ ସ୍ୱାମୀ ଏବଂ ପୁଅ ସହିତ ଆମେରିକାରେ ଖୁସିରେ ଜୀବନ ଯାପନ କରୁଛନ୍ତି ।

Leave a Reply

Your email address will not be published. Required fields are marked *