କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ଏହି ମାର୍ଚ୍ଚ ମାସରେ ୬ଟି ବଡ଼ ଖୁସି ଖବର ପ୍ରାପ୍ତ ହେବ ! ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ ।

ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ଭାଗ୍ୟ ବଦଳିବାକୁ ଯାଉଛି, ଏହି ରଙ୍ଗମୟ ଜୀବନରେ ନିରାଶ ହେବା ଛାଡ଼ି ଦିଅନ୍ତୁ । କାରଣ ଜୀବନ ବା କୌଣସି କାର୍ଯ୍ୟ ଏତେ ବି ଖରାପ ନୁହେଁ ଯେପରି ଦେଖାଯାଇଥାଏ । ମନେ ରଖନ୍ତୁ ଭୁଲ୍ କରିବା ଓ ଅସଫଳ ହେବା ଆପଣଙ୍କ ପାଇଁ ଏକ ବରଦାନ ସ୍ୱରୂପର ଅଟେ । କାରଣ ଜୀବନରେ ଯଦି ଅସଫଳ ନ ହୁଅନ୍ତି, ତେବେ ସଫଳତାର କିଛି ମୂଲ୍ୟ ନଥାଏ । ସେହିଭଳି ଯଦି କାର୍ଯ୍ୟରେ ଭୁଲ୍ ନ କରିବା, ତେବେ ଠିକର ରାସ୍ତା ପାଇପାରିବା ନାହିଁ । ତେଣୁ ଜୀବନରେ ଯାହା କିଛି ଭୁଲ କରିଛନ୍ତି; ତାହାକୁ ଭୁଲି ଯାଆନ୍ତୁ ଓ ଆଗକୁ ବଢ଼ିବା ପାଇଁ ନିରନ୍ତର ପ୍ରୟାସ କରନ୍ତୁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ଆପଣଙ୍କ ଗ୍ରହମାନଙ୍କର ଗୋଚରରେ କିଛି ଏପରି ପରିବର୍ତ୍ତନ ଦେଖିବାକୁ ମିଳିବ, ଯାହା ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେବ । ମାର୍ଚ୍ଚ ମାସର ପ୍ରତ୍ୟେକ ଦିନର ଆରମ୍ଭ ଏକ ଉତ୍ସାହ ସହ ଆପଣଙ୍କ ଦିନଟି ଆରମ୍ଭ ହେବ । ତେବେ ଚାଲନ୍ତୁ ଜାଣିବା ଏହି ମାସର ସମ୍ପୂର୍ଣ୍ଣ ରାଶି ଫଳ ବିଷୟରେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧୭ ବର୍ଷ ପରେ ମାର୍ଚ୍ଚ ମାସରେ ଏକ ଦୁର୍ଲଭ ସଂଯୋଗ ସ୍ଥାପନ ହେବାକୁ ଯାଉଛି, ଯାହା ଫଳରେ ଆପଣ ପୂର୍ବରୁ ଯେଉଁ ପରିଶ୍ରମ ଓ ସଂଘର୍ଷ କରିଥିଲେ, ତାହାର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ । ଏହାସହ ଏହି ମାସରେ ଶୁଭ ଗୋଚର ଆପଣଙ୍କ ଜୀବନକୁ ବଦଳାଇ ଦେବ ।

www.samacharnama.com

ଏହି ମାସରେ ଆପଣଙ୍କ ରାଶିର ସ୍ୱାମୀ ଶନିଦେବ ମୁଖ୍ୟ ଭବନରେ ଗୋଚର କରିବାକୁ ଯାଉଛନ୍ତି । ଉଚ୍ଚପଦ ଓ ମାନସମ୍ମାନର ଦାତା ଗୁରୁ ଗ୍ରହ ବୃହସ୍ପତି ଆପଣଙ୍କ ଆୟ ଭବନରେ ଓ ପରେ ଲାଭ ଭବନରେ ରହିବାକୁ ଯାଉଛନ୍ତି । ପରାକ୍ରମର ଦାତା ମଙ୍ଗଳ ଗ୍ରହ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଲାଭ ଭବନରେ ଓ ପରେ ମୁଖ୍ୟ ଭବନରେ ଗୋଚର କରିବେ । ଏହାସହ ଧନସମ୍ପତ୍ତିର ଦାତା ଶୁକ୍ର ଗ୍ରହ ଏହି ପୁରା ମାସ ଆପଣଙ୍କ ପରାକ୍ରମ ଭାଗରେ ଓ ସୂର୍ଯ୍ୟ ଗ୍ରହ ମାର୍ଚ୍ଚ ୧୪ ତାରିଖ ପରେ ଆପଣଙ୍କ ଧନ ଭାଗରେ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଏପରି ସ୍ଥିତି ଏକ ଶୁଭାଶୁଭ ଯୋଗ ସ୍ଥାପନା କରିବାକୁ ଯାଉଛନ୍ତି । ଯାହାର ଆଧାରରେ କୁହାଯାଇପାରିବ ଯେ, ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ୨୦୨୦ ମାର୍ଚ୍ଚ ମାସରେ ଆର୍ଥିକ ସ୍ଥିତିରେ ବଢିବାକୁ ଯାଉଛି । ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରି ଧନ ଉପାର୍ଜନ କରିବା ସହିତ ଧନ ଖର୍ଚ୍ଚ କରିବାକୁ ମଧ୍ୟ ପଛଘୁଞ୍ଚା ହେବେ ନାହିଁ । ଏହି ଅଦ୍ଭୁତ ସଂଯୋଗ ଆପଣଙ୍କ ଜୀବନକୁ ମାଲାମାଲ୍ କରିବା ସହିତ ଧନ ସହ ଜଡ଼ିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ । ଆପଣ ନିଜ ଲକ୍ଷ୍ୟ ହାସଲ କରିବାକୁ ସଫଳ ହେବେ, ଯାହାର ଫଳସ୍ୱରୂପ ଆପଣଙ୍କ ବେତନ ବୃଦ୍ଧି କିମ୍ବା ପ୍ରମୋସନ ଭଳି ଖୁସି ଖବର ମିଳିପାରେ । ଯେଉଁମାନେ ନୂଆ ଚାକିରୀ ପାଇଁ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ଅପେକ୍ଷାର ଅନ୍ତ ଘଟିବ । କାରଣ ଏହି ମାସରେ ହେବାକୁ ଯାଉଥିବା ରାଜଯୋଗ ଉଚିତ ମାର୍ଗ ଓ ଉଚିତ କର୍ମ ପ୍ରଦାନ କରିବ ।

Google

୧) କୁମ୍ଭ ରାଶିର ବ୍ୟକ୍ତିମାନେ ନିଶ୍ଚିନ୍ତ ହୋଇ ରୁହନ୍ତୁ । କାରଣ ଏହି ମାର୍ଚ୍ଚ ମାସରେ ଭାଗ୍ୟ ଆପଣଙ୍କ ସଂପୂର୍ଣ୍ଣ ସହଯୋଗରେ ରହିବାକୁ ଯାଉଛି । ପୈତୃକ ସମ୍ପତ୍ତି ମିଳିବା ସହ ବ୍ୟବସାୟ, ବାଣିଜ୍ୟରେ ଆଶାତୀତ ଲାଭ ପ୍ରାପ୍ତ କରିବେ । ବ୍ୟବସାୟର ଉନ୍ନତି କରିବା ସହ ଏହାକୁ ବିସ୍ତାର କରିବାକୁ ଅନେକ ସୁଯୋଗ ପ୍ରାପ୍ତ ହେବ ।

Google

୨) ବେପାରରେ ନିଜ ବୁଦ୍ଧି ଯୋଗୁଁ ଅପାର ଧନ ଲାଭ କରିବେ । ପାର୍ଟନର କିମ୍ବା ଭାଗିଦାରୀ ବେପାରୀମାନଙ୍କ ସମୟଟି ନିଶ୍ଚିତ ରୂପେ ଅନୁକୂଳ ରହିବ । ଏହାସହ ସେୟାର ମାର୍କେଟ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ଭାଗ୍ୟକୁ ଆଧାର କରି କର୍ମ କରି ଚାଲନ୍ତୁ; ଦେଖିବେ ନିଶ୍ଚିତ ରୂପେ ଆମଦାନୀରେ ବୃଦ୍ଧି ହେବ ।

୩) ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଆପଣଙ୍କ ରାଶିର ସ୍ୱାମୀ ଶନିଦେବ ଆପଣଙ୍କୁ ଚାକିରୀ ଓ କାର୍ଯ୍ୟ କରିବାର ଦକ୍ଷତା ପ୍ରଦାନ କରିବେ । ଆପଣଙ୍କୁ ବିଦେଶ ଯିବାକୁ ସୁଯୋଗ ପ୍ରଦାନ କରିବେ । ଖାସ୍ କରି କୁମ୍ଭ ରାଶିର ଜାତକର ବିଦ୍ୟାର୍ଥୀଙ୍କ ନିମନ୍ତେ ଏହି ସମୟଟି ବହୁତ ଉତ୍ତମ ସାବ୍ୟସ୍ତ ହେବ । ଯାହା ସେମାନଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ ।

୪) ଯଦି କୌଣସି ପରୀକ୍ଷା, ଇଣ୍ଟରଭ୍ୟୁ କିମ୍ବା ପ୍ରତିଯୋଗୀତାମୂଳକ କ୍ଷେତ୍ରରେ ପ୍ରୟାସ କରୁଛନ୍ତି, ତେବେ ଆପଣଙ୍କୁ ସଫଳତା ନିଶ୍ଚିତ ପ୍ରାପ୍ତ ହେବ । କିନ୍ତୁ ଏଥିପାଇଁ ଆପଣଙ୍କୁ ସ୍ୱଳ୍ପ ପରିଶ୍ରମ କରିବାକୁ ପଡ଼ିବ । କାରଣ ପ୍ରୟାସ ବିନା କିଛି ବି ସମ୍ଭବ ନୁହେଁ ।

Google

୫) ଏହି ମାସରେ ଶନି, ମଙ୍ଗଳ ଓ ଶୁକ୍ରଙ୍କ ସ୍ଥିତି ଆପଣଙ୍କ କୁଣ୍ଡଳୀରେ ନବ ପଞ୍ଚାମଯୋଗ ସ୍ଥାପନା କରିବାକୁ ଯାଉଛନ୍ତି । ଯାହା ଫଳରେ ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହ ପାରିବାରିକ ଓ ଦାମ୍ପତ୍ୟ ସୁଖ ମଧ୍ୟ ପ୍ରାପ୍ତି ହେବ । ଆପଣ କୌଣସ ଜାଗା କିଣି ପାରନ୍ତି । ଆପଣଙ୍କ ସମସ୍ତ ଆଶା ପୂରଣ ହେବ । ଆପଣ ଯଦି ଘର କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଘର କିଣିପାରନ୍ତି ।

Google

୬) ଆପଣଙ୍କୁ ଆପଣଙ୍କ ଶଶୁର ଘରରୁ କିମ୍ବା ନିଜ ସାଥିଙ୍କ ଠାରୁ ମଧ୍ୟ ଲାଭ ପ୍ରାପ୍ତି ହୋଇପାରେ । ପ୍ରେମ କରି ବିବାହ ହେବାକୁ ଚାହୁଁଥିଲେ, ଆପଣଙ୍କ ଆଶା ନିଶ୍ଚୟ ରୂପେ ପୂରଣ ହେବ । ଏକାକୀ ରହୁଥିବା ବ୍ୟକ୍ତିଙ୍କ ଜୀବନରେ ଏପରି କେହି ପ୍ରବେଶ କରିବାକୁ ଯାଉଛନ୍ତି, ଯିଏ ଆପଣଙ୍କ ଜୀବନକୁ ବଦଳାଇ ଦେବେ ।

Be the first to comment

Leave a Reply

Your email address will not be published.


*