04 ଅକ୍ଟୋବର 2020, ରବିବାର- ମଙ୍ଗଳ କରିବ ମୀନା ରାଶିରେ ପ୍ରବେଶ ! ଭାଗ୍ୟର ସହଯୋଗରେ ୫ଟି ରାଶିର ବ୍ୟକ୍ତି

04 ଅକ୍ଟୋବର 2020, ରବିବାର- ମଙ୍ଗଳ କରିବ ମୀନା ରାଶିରେ ପ୍ରବେଶ ! ଭାଗ୍ୟର ସହଯୋଗରେ ୫ଟି ରାଶିର ବ୍ୟକ୍ତି ଉନ୍ନତିର ଚରମ ସୀମା ପହଞ୍ଚିବେ । କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି ।

ଆଜି ଆମେ ଆପଣଙ୍କୁ ୦୪ ଅକ୍ଟୋବର ରବିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରତ୍ୟେକ କ୍ଷେତ୍ରରେ ଦ୍ଵନ୍ଦରେ ପଡି ଠିକ ନିଷ୍ପତ୍ତି ନେଇପାରିବେ ନାହିଁ । ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିବ । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧା ବିଘ୍ନ ଦେଖାଦେବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଦେଖାଦେଇଥିବା ପ୍ରତିଟି ସମସ୍ୟାକୁ ସୁଧାରିବା ନିମନ୍ତେ ବନ୍ଧୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିବ । ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ମିଳିବା ସଙ୍ଗେ ସଙ୍ଗେ କାର୍ଯ୍ୟ ଚାପ ମଧ୍ୟ ବଢିଯିବ । ସହକର୍ମୀମାନେ ଅଯଥାରେ ମିଥ୍ୟା ଆରୋପ ଲଗାଇ ପାରନ୍ତି । ତର୍କ ବିତର୍କ, ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ପୁରାତନ ରୋଗର ପାଦୁର୍ଭାବ ବଢିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ଦିନଟି ସୁରୁଖୁରୁରେ ଅତିବାହିତ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିନ୍ତୁ ଅଧସ୍ତନ କର୍ମଚାରୀଙ୍କ ମନମୁଖି ଚିନ୍ତାଧାରା କେତେକ ନୂତନ ସମସ୍ୟା ସୃଷ୍ଟି କରିପାରେ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ସାମାଜିକ ଜନକଲ୍ୟାଣ କାର୍ଯ୍ୟରେ ଦେଇ ସମ୍ମାନିତ ହେବେ । କୌଣସି ଆଲୋଚନାର ବିବାଦୀୟ କଥା କିମ୍ବା ପିଲାଙ୍କ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ପରିବାରରେ ସୁସ୍ଥ ବାତାବରଣ ରହିବ । ରୋଗପୀଡ଼ା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଇଷ୍ଟଦେବୀଙ୍କୁ ଆରାଧନା କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଆଜି ବ୍ୟବସାୟରେ ମାନ୍ଦା ସ୍ଥିତି ଉତ୍ପନ ହେବ, ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହେବ ଏବଂ ପୂର୍ବରୁ ସ୍ଥିରୀକୃତ ହୋଇଥିବା ପୁଅ କିମ୍ବା ଝିଅଙ୍କ ବିବାହ ପ୍ରସ୍ତାବରେ ବାଧା ଉପୁଜିପାରେ । ସ୍ଥଗିତ କାର୍ଯ୍ୟକୁ ନେଇ ଚାକିରି କ୍ଷେତ୍ରରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ଦ୍ଵାରା ସମାଲୋଚନାର ପାତ୍ର ହୋଇପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ଆଦି ସ୍ଥଗିତ ରହିପାରେ । ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବ । ନିଜ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ଫଳରେ ମନୋବଳ ଟାଣ ରହିବ । ପରିବାର ସଦସ୍ୟଙ୍କ ମଧ୍ୟ ପାରସ୍ପରିକ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦୀର୍ଘଦିନ ପରିଶ୍ରମର ସାର୍ଥକତା ସ୍ୱରୂପ ସଫଳତା ମିଳିବ ଯୋଗୁଁ ମନରେ ଆନନ୍ଦ ଅନୁଭବ କରିବେ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଅଫିସରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟଗୁଡିକ ମଧ୍ୟ ସୁରୁଖୁରୁରେ ସମ୍ପର୍ଣ୍ଣ କରିପାରିବେ । ଯେଉଁ କାମଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କରିପାରୁ ନ ଥିଲେ, ଆଜି ଅପରାହ୍ନରେ ତାହା ସୁବିଧାରେ ସମ୍ପର୍ଣ୍ଣ ହୋଇଯିବ । ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିପାରନ୍ତି, ତେଣୁ ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପରିବାରରେ କୌଣସି ବିଶେଷ ଆଲୋଚନା ଅସମାପ୍ତ ରହିପାରେ । ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତି ରହିବେ । ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ । ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣିଫୋଟକା ପରି ଅଳ୍ପ ସମୟ ଭିତରେ ମିଳାଇଯିବ । କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ଚେଷ୍ଟା କରିବେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଅଫିସ୍‌ କାମର ଚାପ ଯୋଗୁଁ କିଛି ମାତ୍ରରେ ଟେନ୍‌ସନ ଲାଗିରହିବ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଘର ତିଆରି, ଯାନବାହନ, ଦୋକାନର ଉନ୍ନତି ଓ ସଭାସମିତିରୁ ଉପକୃତ ହେବେ । ଆକସ୍ମିକ ଭାବରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସ୍ଵାସ୍ଥ୍ୟର ଅବଳାହେଲା କରନ୍ତୁ ନାହିଁ । ଜୀବନ ସାଥିଙ୍କ ସହଯୋଗରେ କେତେକ କାମ ସହଜରେ ସମ୍ପର୍ଣ୍ଣ ହେବାର ସୂଚନା ରହିଛି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ଜଣେ ବନ୍ଧୁଙ୍କ ଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ଅପୂରଣୀୟ ଆଶା ମନକୁ ଆଲୋଡନ କରିବା କାରଣରୁ ସାମୟିକ ଅଶାନ୍ତି ରହିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନ ଦେଖାଦେବ । କାଳେ ଆର୍ଥିକ ସାହାଯ୍ୟ କରିବାକୁ ପଡିବ ଏହି ଆଶା ନେଇ ସମ୍ପର୍କୀୟମାନେ ପାଖତଡ ମାଡିବେ ନାହିଁ । ସ୍ଥଗିତ କାର୍ଯ୍ୟକୁ ନେଇ ଅଫିସରେ ଅଧିକାରୀ ବର୍ଗ କୈଫତ୍ ମାଗିପରାନ୍ତି । ଗଠନମୂଳକ କାର୍ଯ୍ୟ କିମ୍ବା ସାମୂହିକ କାର୍ଯ୍ୟରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି କରିବା ପାଇଁ ଭିନ୍ନ ଭିନ୍ନ ଉପାୟମାନ ଅବଲମ୍ବନ କରିବେ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । ବିଶେଷ ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଦୀର୍ଘ ଦିନରୁ ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିବେ । ଚତୁର୍ଥ କେନ୍ଦ୍ରସ୍ଥ ଗ୍ରହ ପ୍ରଭାବରେ ଆତ୍ମୀୟମାନଙ୍କ ସହଯୋଗରୁ ସମାଧାନର ସରଳସୂତ୍ର ବାହାର କରିବାରେ ସମର୍ଥ ହେବେ । ନିଜ ଲୋକ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ବନ୍ଧୁମାନେ କର୍ମକ୍ଷେତ୍ରରେ ନୂତନ ଦିଗ୍‌ଦର୍ଶନ ଦେବେ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । କେତେକ ଆବଶ୍ୟକତା ପୂରଣ କରିବା ପାଇଁ ଧାର କରଜ କରିବାକୁ ପଡିପାରେ । ଅଯଥା ବାଦବିବାଦ, ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ବା କୌଣସି ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରନ୍ତୁ ନାହିଁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ମାଧ୍ୟମ ଫଳପ୍ରଦାୟକ ରହିବ । ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଅଧିକାଂଶ ସମୟ ମାନସିକ ଅସ୍ଥିରତା କାରଣରୁ କିମ୍ବା ସତର୍କତା ଅଭାବ ଯୋଗୁଁ, ଯେଉଁ କାମ କରିବା ପାଇଁ ଭାବୁଥିବେ; କିନ୍ତୁ କରିବା କରିବା ବେଳକୁ ତାହାର ଠିକ୍‌ ଓଲଟା ହିଁ କରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ । ବନ୍ଧୁମାନଙ୍କ ସହ ମତାନ୍ତରର ଘଟିବାର ସମ୍ଭାବନା ରହିଛି । କଠିନଶ୍ରମଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ପାଖ, ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ ପାଇଁ ଆଗଭର ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଏକାଦଶସ୍ଥ ଚନ୍ଦ୍ର ଯୋଗୁଁ ଅର୍ଥନୈତିକ ସ୍ତରରେ ମଜବୁତ ରହିବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଶତୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଆଜି ମିତ୍ରତାର ହାତ ବଢାଇବେ । ବ୍ୟବସାୟ, ବାଣିଜ୍ୟରେ ଭଲ ସଉଦା ହେବାର ସମ୍ଭାବନା । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି କିନ୍ତୁ କୌଣସି କାର୍ଯ୍ୟାରମ୍ଭ କରିବା ପୂର୍ବରୁ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଅଫିସରେ ନିଜ କାମକୁ ନେଇ ପ୍ରଶଂସିତ ହେବେ । ଉପରିସ୍ଥଙ୍କ ସହାୟତାରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍‌ ଦୂର ହେବ । ସମାଜରେ ସମ୍ମାନ ମିଳିବ ଓ କାର୍ଯ୍ୟ ସିଦ୍ଧି ହେତୁ ମନ ମଧ୍ୟ ପ୍ରଫୁଲ୍ଲ୍ ରହିବ । ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ସ୍ୱାସ୍ଥ୍ୟ ଭଲ ଥିଲେ ମଧ୍ୟ ମୁଣ୍ଡ ବ୍ୟଥା, ଚକ୍ଷୁ ପୀଡା ପରି ଯନ୍ତ୍ରଣାର ସମ୍ମୁଖୀନ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ବିଭିନ୍ନ ଦିଗରୁ ମାନସିକ ଚାପ ଓ ପ୍ରତିବନ୍ଧକର ସମ୍ମୁଖୀନ ହେଲେ ମଧ୍ୟ କାମ ହାସଲ କରିବାକୁ ମନରେ ସାହସ ବାନ୍ଧିବେ । ଚତୁର୍ଥାଧିପ ନବମସ୍ଥ ଯୋଗୁଁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ପରବର୍ତ୍ତୀ କିଛି ସମୟ ମଧ୍ୟରେ ସମସ୍ୟା ଦୂରେଇ ଯିବର ସୂଚନା ରହିଛି । ଦୃଢ ଆତ୍ମବିଶ୍ଵାସ ଯୋଗୁଁ ଆଲୋଚନା କ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ରକ୍ଷା ପାଇପାରିବେ । ବନ୍ଧୁଙ୍କ କେତେକ ଅଶୋଭନୀୟ କାର୍ଯ୍ୟ ଓ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବା । ଆର୍ଥିକ ସ୍ଥିତି ମାନ୍ଦା ରହିବ । ପାରିବାରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସାମାଜିକ ସ୍ତରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି, ପରବର୍ତ୍ତୀ ସମୟରେ ଅନୁତପ୍ତ କରିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଗୁପ୍ତେଶ୍ଵର ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମନ ଉଦାସ ରହିବ । ଅଷ୍ଟମସ୍ଥ ଗ୍ରହ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗିରହିବ । ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ । ବ୍ୟବସାୟରେ ଲୋକପ୍ରିୟତା ବଢିବ ହେଲେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଯେତେ ନିଷ୍ଠାର ସହ ଓ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପନ କରିଲେ ମଧ୍ୟ ଆପଣଙ୍କ ଶ୍ରେୟସ୍କାର ଅନ୍ୟକୁ ଦିଆଯିବ । ଆଜିର ବିବାଦୀୟ ପରିସ୍ଥିତି ଭିନ୍ନ ଆକାର ଧାରଣ କରିପାରେ, ଏଣୁ ସତର୍କରେ କାମ କରିବା ଭଲ । କଠିନ ଶ୍ରମ ଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ବିବାଦୀୟ ପରିସ୍ଥିତି ଭିନ୍ନ ଆକାର ଧାରଣ କରିପାରେ, ଏଣୁ ସତର୍କରେ କାମ କରନ୍ତୁ । ପାରିବାରିକ ଘଟଣାରେ ନୀରବତା ରହିବା ଭଲ ହେବ, ଅନ୍ୟଥା ଆପଣ ପରିବାର ସଦସ୍ୟଙ୍କ ନିକଟରେ ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହୋଇପାରନ୍ତି । ଆର୍ଥିକ ସ୍ଵଚ୍ଛଳତା ବଢ଼ିଯିବାର ସମ୍ଭାବନା ରହିଛି । ପରୋକ୍ଷ ଶତ୍ରୁତା ଯୋଗୁଁ ଶତ୍ରୁମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । ତେଣୁ ପ୍ରତିଟି କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ହେବ । ବ୍ୟବସାୟ ବାଣିଜ୍ୟକୁ ଭିତ୍ତି କରି କେତେକ ସମସ୍ୟାର ସମାଧାନ ନିମନ୍ତେ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ, ସହକର୍ମୀମାନେ ଅସହଯୋଗ କରିବେ କିନ୍ତୁ ଉଚ୍ଚାଧିକାରୀଙ୍କ ଠାରୁ ସହାୟତା ମିଳିବାର ସୂଚନା ରହିଛି । ସାମାଜିକ ସ୍ତରରେ ଉନ୍ନତିମୂଳକ କାମ ସକାଶେ ଦିନଟି ବହୁତ ଭଲ ରହିବ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ଢଳିପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଘର କଥା ବୁଝିପାରିବେ ନାହିଁ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Be the first to comment

Leave a Reply

Your email address will not be published.


*