04 ନଭେମ୍ବର 2020, ବୁଧବାର- ବିଘ୍ନରାଜ ପ୍ରଭୁ ଗଣେଶଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ

04 ନଭେମ୍ବର 2020, ବୁଧବାର- ବିଘ୍ନରାଜ ପ୍ରଭୁ ଗଣେଶଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ଋଣ ପରିଶୋଧ ସଙ୍ଗେ ସଙ୍ଗେ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୦୪ ନଭେମ୍ବର ବୁଧବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରଭୁଙ୍କ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । କର୍ମକ୍ଷେତ୍ରରେ ଅତୀତରୁ ଲାଗିରହିଥିବା ସମସ୍ୟା ବନ୍ଧୁଙ୍କ ମାଧ୍ୟମରେ ସମାଧାନ ହୋଇଯିବ ଏବଂ ଶତୃମାନେ ମଧ୍ୟ ମିତ୍ରତାର ହାତ ବଢାଇବେ । ଅଫିସରେ ଦୁଃସାଧ୍ୟ କାର୍ଯ୍ୟକୁ ସାହସର ସହିତ ସମ୍ପାଦନ କରିବା ଦ୍ଵାରା ଉଚ୍ଚାଧିକାରୀ ସମେତ ଅନ୍ୟମାନେ ମଧ୍ୟ ଆପଣଙ୍କୁ ପ୍ରଶଂସା କରିବେ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ସ୍ନାୟବିକ ଦୁର୍ବଳତା କେତେକାଂଶରେ ଦୂର ହେବ । ନିକଟ ସମ୍ପର୍କୀୟ ମାନଙ୍କ ସହାନୁଭୂତି ଲାଭ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବିଳମ୍ବିତ ସମୟରେ କାମ ହାସଲ ହେବ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନିଜର ସମ୍ପର୍କୀୟ ଓ ବନ୍ଧୁମାନଙ୍କ ସହଯୋଗରୁ ଉପକୃତ ହେବେ ଓ କର୍ମକ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ବ୍ୟବସାୟ ଭଲ ଚାଲିଲେ ମଧ୍ୟ ଆୟ ବ୍ୟୟର ତାଳମେଳ ରହିବ ନାହିଁ । କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହା କି ସମସ୍ୟା ବହୁଳ ହୋଇପାରେ । କର୍ମକ୍ଷେତ୍ରର ଚାପ ବୃଦ୍ଧି ପାଇବା କାରଣରୁ ଆଜି ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ରହିବେ । ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭିନ୍ନ ଦୃଷ୍ଟି କୋଣରୁ ବିଚାର କରିବେ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଅନୁକୂଳ ରହିବ । ଯେକୌଣସି କାର୍ଯ୍ୟ ହାତ ନେଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ସଫଳତା ପାଇବେ । କର୍ମକ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାକୁ ବୀରଙ୍କ ଭଳି ସମ୍ମୁଖୀନ କରିବେ ଓ ସଲଫତା ପାଇବେ । ଅଫିସରେ ସହକର୍ମୀଙ୍କ ସହ ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା କାର୍ଯ୍ୟ କରିଲେ ଯଥେଷ୍ଟ ଉପକୃତ ହେବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ପ୍ରତି କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସମର୍ଥ ପାଇବେ । ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସାଭାଜନ ହେବେ । ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନରେ ବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ପାଇବେ । ନିଜ ପରିସରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟ ହାସଲ କରିବେ । ଅତୀତର କୌଣସି ବିବାଦୀୟ ଘଟଣା ଯୋଗୁଁ ସମସ୍ୟା ବଢିପାରେ । ଅପେକ୍ଷା କରିଥିବା କାର୍ଯ୍ୟଟି ପୂରଣ କରିବା କଷ୍ଟକର ହୋଇପାରେ । ତରବରିଆ ହିସାବରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ପରିସ୍ଥିତି ସହ ଟକ୍କର ଦେଇ ଆଗକୁ ଆଗକୁ ବଢିବା ସକାଶେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ନିଶ୍ଚୟ ସଫଳତା ପାଇବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହା କି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷସମୟ ଦେବାକୁ ପଡ଼ିବ । ପଡ଼ୋଶୀମାନେ ସ୍ୱାର୍ଥ ହାସଲ ପାଇଁ ମନୋଭୁଲାଣିଆ କଥା କହିବେ । ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିବ । ତଥାପି ଦୀର୍ଘ ଦିନରୁ ଚେଷ୍ଟା କରୁଥିବା କାର୍ଯ୍ୟ ଆଜି କେତେକାଂଶରେ ସଫଳତା ମିଳିପାରେ । ବ୍ୟବସାୟରେ ଲାଭ ନ ହେଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । କିନ୍ତୁ ଲୋକ ସମ୍ପର୍କ ବୃଦ୍ଧି ଯୋଗୁଁ ଆତ୍ମସନ୍ତୋଷ ପାଇବେ । ଅଫିସରେ ଦିନଟି ପ୍ରସନ୍ନତାଭରା ରହିବ । ଉଚ୍ଚାଧିକାରୀ ସମେତ ସହକର୍ମୀଙ୍କ ସହଯୋଗ ମିଳିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ନୂତନ ଘର, ଗାଡି, କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିବା ପାଇଁ ମନ ବଳାଇ ପାରନ୍ତି । ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ପରିସ୍ଥିତି ସ୍ଵାଭାବିକ ହେବାରୁ ଆଶ୍ୱସ୍ତି ଲାଭ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ସୁଖସମ୍ଭାର ନେଇ ଆସିବା । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ନିର୍ମାଣ କାମରୁ ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ଯୋଗୁଁ ମାନସିକ ସ୍ତରରେ ଶାନ୍ତି ପାଇବେ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ବ୍ୟବହାରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହୋଇ ପଡିବେ । ପୂର୍ବରୁ ଶତ୍ରୁତା କରୁଥିବା ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ପରିବାରରେ ସୁଖସମୃଦ୍ଧିରେ ସମୟ ଅତିବାହିତ କରିବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ । ମନମୁତାବକ କାର୍ଯ୍ୟ କରନ୍ତୁ କିନ୍ତୁ ବିବାଦୀୟ ପରିସ୍ଥିତିରୁ ଦୂରେଇ ରହିବା ଭଲ ହେବ । ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧାରଣ ରହିବ । ଆୟ ବ୍ୟୟର କୌଣସି ତାଳମେଳ ରହିବ ନାହିଁ । ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପ୍ରଶାସନିକ ସ୍ତରରେ ଲାଗି ରହିଥିବା ସମସ୍ୟାର ସମଧାନ ହୋଇଯିବ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ । ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଅତୀତର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନା କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ମାନସିକ ଶାନ୍ତି ପାଇଁ ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ଆନୁଷ୍ଠାନିକ କାମରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସାଧାରଣ କଥାରେ ପ୍ରତିବାଦ କରି ଟେନ୍‌ସନ୍‌କୁ ନିମନ୍ତ୍ରଣ କରିପାରନ୍ତି । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । କୈାଣସି ଏକ ସାଧାରଣ କଥାକୁ କେନ୍ଦ୍ର କରି ପ୍ରିୟ ବନ୍ଧୁଟି ମୁହଁ ଫେରାଇ ନେଇପାରନ୍ତି । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜିର ଦିନଟି ପ୍ରତ୍ୟେକ ଦୃଷ୍ଟିକୋଣରୁ ଖୁସୀ ଓ ଆନନ୍ଦରେ ଅତିବାହିତ କରିବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ଯୋଗୁଁ ମନ ଖୁସି ରହିବ । ଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ରାଜନୀତି କ୍ଷେତ୍ରରେ ସମ୍ମାନ ମିଳିବ । କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । କୌଣସି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ପରିବାର ଭିତରେ ଝଡ ଉଠିପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣ ଯେଉଁଥି ପାଇଁ ଆଶଙ୍କା କରୁଛନ୍ତି ସେହି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ, କିନ୍ତୁ ଅଧିକାଂଶ ସମୟ ଅସ୍ଥିରତା ଲାଗି ରହିବ । ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ଲାଭ କରି ମନୋବଳ ବୃଦ୍ଧି ପାଇବ । ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ସୁଖଦାୟକ ରହିବ କିନ୍ତୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟ ସମ୍ବନ୍ଧୀୟ କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟକାରୀ କରିବେ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟରେ ଆର୍ଥିକ ଦୂରବସ୍ଥା ଦୂରେଇ ଯିବ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ସଭା ସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ନିଜ ପରିସରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ, ଏଣୁ ସତର୍କ ରହିବା ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ବିଦେଶ ଯାତ୍ରାରେ ଲାଭବାନ ହେବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଚାକିରି କରୁଥିବା କର୍ମଜୀବିମାନେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ । ସାମାଜିକ କ୍ଷେତ୍ରରେ ଯଶ, ମାନସମ୍ମାନ ବୃଦ୍ଧି ହେବ । ଗୃହରେ ମାଙ୍ଗଳିକ ଶୁଭକାର୍ଯ୍ୟ ମଧ୍ୟ କରିପାରିବେ । ଉପସ୍ଥିତ ବୁଦ୍ଧି ଓ କୌଶଳ ପ୍ରୟୋଗ କରି ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିପାରିବେ । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

Be the first to comment

Leave a Reply

Your email address will not be published.


*