4 ଅଗଷ୍ଟ 2020, ମଙ୍ଗଳବାର- ଆଜି ଏହି ୩ଟି ରାଶିର ବ୍ୟକ୍ତି ଜୀବନରେ ଉନ୍ନତି କରିବାର ଯୋଗ ରହିଛି । ପରିଶ୍ରମ ମଧ୍ୟ

4 ଅଗଷ୍ଟ 2020, ମଙ୍ଗଳବାର- ଆଜି ଏହି ୩ଟି ରାଶିର ବ୍ୟକ୍ତି ଜୀବନରେ ଉନ୍ନତି କରିବାର ଯୋଗ ରହିଛି । ପରିଶ୍ରମ ମଧ୍ୟ ଅଧିକ କରିବେ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବା । ରବି ଧନିଷ୍ଠା ନକ୍ଷତ୍ରରେ ରହିଥିବାରୁ ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଅଟକିଥିବା କାର୍ଯ୍ୟଟି ଆଜି ସମ୍ପାଦନ ହୋଇଯିବ । ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଆବଶ୍ୟକତା ପୂରଣ ହେବା ସଙ୍ଗେ ସଙ୍ଗେ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କିନ୍ତୁ କୌଣସି କ୍ଷେତ୍ରରେ ମଧ୍ୟ ତୁରନ୍ତ ନିର୍ଣ୍ଣୟ ନେବାର ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପାରିବାରିକ କ୍ଷେତ୍ର ପାଇଁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ବାବା ଲିଙ୍ଗରାଜ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ମଧୁରମୟ ରହିବା । ସ୍ଵସ୍ଥାନସ୍ଥ ଶୁକ୍ର ଯୋଗୁଁ ସାମାଜିିକ ସ୍ତରରେ ବନ୍ଧୁଙ୍କ ଗହଣରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କାର୍ଯ୍ୟକ୍ଷେତ୍ରରେ ସୁଚାରୁ ରୂପେ କାମ କରିବେ । କିନ୍ତୁ ରୋହିଣୀ ନକ୍ଷତ୍ର ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ । ବିଭିନ୍ନ ଦିଗରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ପ୍ରତିକୂଳ ଗ୍ରହସ୍ଥିତି ଯୋଗୁଁ ଅଭିଳାଷ ପୂରଣ ହେବାରେ କଷ୍ଟସାଧ୍ୟ ହୋଇପାରେ । ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ଯାହା ଭାବିଛନ୍ତି ତାହା ହେବାରେ ବିଳମ୍ବିତ ହୋଇପାରେ । ଉଚ୍ଚବର୍ଗ ବ୍ୟକ୍ତିଙ୍କ ସହାୟତା ପାଇଲେ ମଧ୍ୟ ସହକର୍ମୀଙ୍କ ଅସହଯୋଗ ଫଳରେ ମନରେ ସରସତା ରହିବ ନାହିଁ। ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇବେ । ଅଯଥା କଳହରୁ ଦୂରେଇ ରୁହନ୍ତୁ, ନଚେତ ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ । ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆଜି ଆପଣ ଦିନଟି ସକାରାତ୍ମକ ଊର୍ଜା ଅନୁଭବ କରିବେ । ସପ୍ତମସ୍ଥ ପାପଗ୍ରହ ହେତୁ ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଯେଉଁ କାରଣ ସକାଶେ ଆପଣଙ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିନ୍ତିତ ରହିଛନ୍ତି, ସେହି ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ସହକର୍ମୀ ଓ କତ୍ତୃପକ୍ଷ ଆପଣଙ୍କୁ ପ୍ରଶଂସା କରିବେ । ଆର୍ଥିକ ଦିଗରୁ ସ୍ବଚ୍ଛଳତା ରହିଲେ ମଧ୍ୟ ବକେୟା ଅର୍ଥ ଆଦାୟ କରିପାରିବେ ନାହିଁ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବ । ପରିବରରେ ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଚାରୋଟି ଗ୍ରହ ଚତୁର୍ଥ ସ୍ଥାନରେ ରାଜଯୋଗ ସୃଷ୍ଟି କରୁଥିବାରୁ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ଓ ପ୍ରଶଂସା ଅବଶୟ ପାଇବେ । ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ । ଆର୍ଥିକ ସ୍ଵଚ୍ଛଳତା ମଧ୍ୟ ଭଲ ରହିବ । ଅତୀତର କେତେକ ଘଟଣାକୁ ନେଇ ମନ ଦୁଃଖରେ ରହିବେ ଯାହାଫଳରେ କର୍ମକ୍ଷେତ୍ରରେ ପ୍ରତି ଉଦାସୀନତା ଦେଖାଯିବ ଓ କର୍ମକ୍ଷେତ୍ରରେ ଅବହେଳା କାରଣରୁ କେତେକ ସୁଯୋଗ ହାତଛଡା ମଧ୍ୟ ହୋଇପାରେ । ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ସହ ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ସାମାନ୍ୟ ଚିନ୍ତିତ ରହିବେ । ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଯୋଗୁଁ ପରିସ୍ଥିତି ଆପଣଙ୍କ ଚିନ୍ତାଧାରାକୁ ବିଗାଡି ଦେବା ଫଳରେ ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବା ବଦଳରେ ସ୍ଵାର୍ଥହାନୀ ଆଶଙ୍କାରେ ଦୂରେଇ ଯିବେ । ମାନସିକ ଅସ୍ଥିରତା ଲାଗି ରହିଥିବା କାରଣରୁ ଅନ୍ୟମନସ୍କତା ହେତୁକ ଭଲ କରିବାକୁ ଯାଇ ଅପଦସ୍ତ ହୋଇପାରନ୍ତି । ପୂର୍ବସ୍ଥିରୀକୃତ କାମଗୁଡିକ ପରିସ୍ଥିିତିର ବିଷମତା କାରଣରୁ ଓଲଟା ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ ।ବାଦ-ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ସ୍ତ୍ରୀଙ୍କ ପରାମର୍ଶ ମାନି ଚଳିଲେ ଲେତେକାଂଶରେ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଜି ଆପଣଙ୍କ ମନ ଧାର୍ମିକ ଭାବନା ଦିଗ ପ୍ରତି ଆକର୍ଷିତ ହେବ । ଅଷ୍ଟମାଧିପତି ଧନସ୍ଥାନସ୍ଥ ଯୋଗୁଁ ଆର୍ଥିକ ଅଭାବ ସଙ୍ଗକୁ ପ୍ରତ୍ୟେକ କାମ ବହୁତ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢିଯିବ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଯୁକ୍ତିତର୍କ କରିବେ ଯାହାଫଳରେ ସମ୍ପର୍କ ହାନୀ ହେବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ କିନ୍ତୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ପରିବାରରେ ସ୍ନେହ, ଶ୍ରଦ୍ଧା ଓ ଅନାଦର ଭାବକୁ ନେଇ ମନରେ ଦୁଶ୍ଚିନ୍ତା ଲାଗି ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆପଣଙ୍କ ସ୍ନେହର ଆଭାସ ଅନ୍ୟକୁ ପ୍ରଭାବିତ କରିବ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବ୍ୟବସାୟରେ ଉତ୍ଥାନପତ୍ତନ ଦେଖାଦେବ । ତଥାପି କାର୍ଯ୍ୟକ୍ଷେତ୍ରରେ ମଧୁର କଥା କହି ଅନ୍ୟକୁ ଆକର୍ଷିତ କରିବେ । ପ୍ରିୟଜନଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ପୂର୍ବ ଶତ୍ରୁତା ହେତୁ ଅପରାହ୍ନରେ କଳହର ସମ୍ଭାବନା ରହିଛି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନରେ ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲହେବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ରହିବ । ଏକାଧିକଗ୍ରହ ଚତୁର୍ଥସ୍ଥ ଭାଗରେ ଥିବା ଯୋଗୁଁ ଅପରିଚିତ ବ୍ୟକ୍ତି ଜଣେ କାର୍ଯ୍ୟ ସିଦ୍ଧିରେ ସାହାଯ୍ୟ କରିବେ । ବନ୍ଧୁଙ୍କ ସାହାଯ୍ୟ ପ୍ରତିଶ୍ରୁତିରେ ନୂତନ କର୍ମସସ୍ଥାନ ପାଇଁ ମନ ବଳିବ । ବନ୍ଧୁଙ୍କ ମାଧ୍ୟମରେ ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିବା କାୈଣସି ଖବର ପାଇ ଖୁସି ହେବେ । କୌଣସି କାରଣ ନେଇ ଆପଣଙ୍କ ମନରେ ଥିବା ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ନିଜର ପ୍ରତିବେଶୀଙ୍କ ସହ ସଂପର୍କ ଯୋଡିବା ସକାଶେ ଆପ୍ରାଣ ଚେଷ୍ଟା କରିବ । ଶୁଭରଙ୍ଗ: ଲାଲ । ଆରାଧନା: ପ୍ରଭୁ ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଉଚ୍ଚସ୍ଥ ଚନ୍ଦ୍ର ସହକର୍ମୀ ତଥା ପାଖ, ପଡୋଶୀଙ୍କ ସହାନୁଭୂତି ପାଇବାରେ ସାହାଯ୍ୟ କରିବ । ମନ ବୁଝିଲା ଭଳି କିଛି ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ । ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରିବେ । ଅଫିସରେ ଉଚ୍ଚାଧିକାରୀଙ୍କୁ ନିଜ ମନକଥା କହିବାରେ ପଛଘୁଞ୍ଚା ହୋଇପାରନ୍ତି । ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । କେତେକ ସମସ୍ୟା କାରଣରୁ ପରିବାରରେ ସବୁ ଜାଣିଶୁଣି ମଧ୍ୟ ନୀରବତା ରହିବକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ, ନଚେତ ଅସୁବିଧାରେ ପଡ଼ିପାରନ୍ତି । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ମଧୁରମୟ ରହିବା । କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆପଣଙ୍କୁ ବହୁତ କଷ୍ଟ ସ୍ଵୀକାର କରିବାକୁ ପଡିବ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । ସମସ୍ୟା ଭିତରେ ବୁଡି ରହିଥିଲେ ମଧ୍ୟ କାମର ଚାପ ଯୋଗୁଁ ନିଶ୍ଵାସ ନେବାକୁ ମଧ୍ୟ ସମୟ ମିଳିବ ନାହିଁ । ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଆପଣଙ୍କ କାର୍ଯ୍ୟସାଧନରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟ ଓ ସହାନୁଭୂତି ବହୁତ ଉପକାରରେ ଆସିବ । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତିର ଝଡ ଦେଖାଦେଇପାରେ । ଶୁଭରଙ୍ଗ: ଧଳା ରଙ୍ଗ । ଆରାଧନା: କପିଳସ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଆଜି ଚନ୍ଦ୍ରର ଶୁଭ ପ୍ରଭାବ ଯୋଗୁଁ କର୍ମକ୍ଷେତ୍ରରେ ସଫଳତା ମିଳିବ । କଠିନ ଶ୍ରମ ସଙ୍ଗକୁ ଦୀର୍ଘପଥ ଭ୍ରମଣ ଯୋଗୁଁ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଆଜି ଅଫିସରେ ଉଚ୍ଚଧିକାରୀଙ୍କ ସହ କୌଣସି ବିଷୟକୁ ନେଇ ଯୁକ୍ତିତର୍କ ହୋଇପାରେ । ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । କାନକୁହା କଥା ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଓ ବିବାଦୀୟ ପରିବେଶ ସୃଷ୍ଟି କରିପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ସମଲେଶ୍ଵରୀ ।

Leave a Reply

Your email address will not be published. Required fields are marked *