4 ଜୁଲାଇ 2020, ଶନିବାର- ଆଜି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ରହିବେ । ମିଳିବ ଭାଗ୍ୟର ସହଯୋଗ !

4 ଜୁଲାଇ 2020, ଶନିବାର- ଆଜି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ରହିବେ । ମିଳିବ ଭାଗ୍ୟର ସହଯୋଗ ! ପୂର୍ଣ୍ଣ ହେବ ସମସ୍ତ କାର୍ଯ୍ୟ…. !

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜି ସାଙ୍ଗ ସାଥିଙ୍କ ମଧ୍ୟରେ ସାମାନ୍ୟ ମନାନ୍ତର ହୋଇପାରେ । କେନ୍ଦ୍ରାଧିପ ସପ୍ତମସ୍ଥ ହେତୁ ବାଣିଜ୍ୟ, ବ୍ୟବସାୟରେ ସମ୍ୟକ ପ୍ରତିବାନ୍ଧକ ଲାଗି ରହିବ । କୌଣସି ନୂତନ କାର୍ଯ୍ୟାରମ୍ଭ କରନ୍ତୁ ନାହିଁ । ମାନସିକ ଏବଂ ଶାରୀରିକ ଆଳସ୍ୟ ହୋଇପାରେ । ଅଫିସରେ କାର୍ଯ୍ୟଭାର ଅଧିକ ଥିବା ସତ୍ତ୍ୱେ କାର୍ଯ୍ୟ ପ୍ରତି ବିମୁଖ ମନୋଭାବ ଯୋଗୁଁ ଅନ୍ୟମାନେ ସମାଲୋଚିତ କରିପାରନ୍ତି । ପରିବାରରେ ବଡ଼ମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ । ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ । ଆର୍ଥିକ କ୍ଷତିଗ୍ରସ୍ତ ଏବଂ ସାର୍ବଜନିକ ଜୀବନରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଚନ୍ଦ୍ରଙ୍କ ସ୍ଥିତିଜନିତ ଚଳିତ ପରିସ୍ଥିତିର ଗୁରୁତ୍ୱ ଉପଲବ୍‌ଧି କରି ନିକଟସ୍ଥ ବ୍ୟକ୍ତିମାନଙ୍କୁ ମନ ବୁଝିଲା ଭଳି କଥା କହି ଆପଣେଇ କରିନେବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବା ସାଙ୍ଗକୁ ଯାହା କରନ୍ତୁ ନା କାହିଁକି ସେଥିରେ ସଫଳତା ପାଇପାରିବେ । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭଦାୟକ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆଧ୍ୟାତ୍ମକ ଭାବନାରେ ସମୟ କଟିବ । ରବିଙ୍କ ପ୍ରଭାବରେ ଅକୁହା କଥାକୁ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ମନକୁ ହାଲୁକା କରିବେ । ଆର୍ଥିକ ସ୍ଥିତି ଠିକ ରହିବ । ପରୋକ୍ଷ ଶତ୍ରୁତା ଯୋଗୁଁ ବ୍ୟବସାୟରେ ବିଭିନ୍ନ ପ୍ରକାର ପ୍ରତିବାନ୍ଧକ ଦେଖାଦେବ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ସବୁ କିଛି ଓଲଟ ପାଲଟ ହୋଇଯିବାର ଆଶଙ୍କା ରହିଛି । ବାଦ ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ମାଣିକେଶ୍ଵରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ମଙ୍ଗଳଙ୍କ ଲକ୍ଷ୍ମୀସ୍ଥାନାବସ୍ଥାନ ଯୋଗୁଁ ଆତ୍ମୀୟମାନଙ୍କ ଅନୁଗ୍ରହରୁ ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ । କ୍ୟାରିୟର ପାଇଁ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ମଧୁର ବଚନ କହି ସମସ୍ତଙ୍କ ହୃଦୟ ଜିଣିପାରିବେ । ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ବିଶେଷ ଅସୁବିଧା ରହିବ ନାହିଁ । ପାରିବାରିକ ସ୍ଥିତିରେ ସୁଦୃଢ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ଆପଣଙ୍କ ଖଟାମିଠା ରହିବ । ବୁଧଙ୍କ ସୁପ୍ରଭାବ ରବିଙ୍କ ସଙ୍ଗତ୍ୱରୁ ନଷ୍ଟହେବା ଯୋଗୁ ଆର୍ଥିକ ଦୁରବସ୍ଥା ସୃଷ୍ଟି ହେବ । ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବାର ସୂଚନା ରହିଛି । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ନେଇପାରନ୍ତି । ସରକାରୀ ଚାକିରିଆଙ୍କୁ କିଛି ନୂଆ ଦାୟିତ୍ଵ ମିଳିପାରେ । କର୍ମ ପରିସର ବୃଦ୍ଧି ପାଇବାରୁ କ୍ଳାନ୍ତି ଅନୁଭବ କରି ପାରନ୍ତି । ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ ହୋଇପାରେ । ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦର ପାଇ ମାନସିକଶାନ୍ତି ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ:ଧଳା । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଆଜି ଆପଣଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ସମ୍ୟକ ସମସ୍ୟା ଉତ୍ପନ୍ନ ହୋଇପାରେ । କେନ୍ଦ୍ରାଧିପ ବୃହସ୍ପତି ସ୍ଵଗୃହସ୍ଥ ହୋଇ ଶନିଙ୍କ ପ୍ରଭାବରେ କାମକୁ ବିଳମ୍ବିତ କରାଇବେ । ସ୍ଵାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାରର ଘରୋଇ ଝାମେଲା କାରଣରୁ ମନଟା ଭଲ ରହିବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ରହିବ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ । ଭାଙ୍ଗି ପଡିଥିବା ସମ୍ପର୍କ ଆଜି ପୁଣି ଯୋଡି ହୋଇଯିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଚର୍ଚ୍ଚିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଶନି ଭାଗ୍ୟସ୍ଥାନକୁ ଦୃଷ୍ଟି ଦେଉଥିବାରୁ ଧୀରେ ଧୀରେ କାର୍ଯ୍ୟସିଦ୍ଧିର ଝଲକ ଦେଖିବାକୁ ପାଇବେ । ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ । କର୍ମକ୍ଷେତ୍ରରେ ସାମୟିକ ଅସୁବିଧା ଯୋଗୁଁ ପୂର୍ବରୁ ଅଟକି ରହିଥିବା କାମ ଗୁଡିକ ଆଜି ସୁବିଧାରେ ସମ୍ପର୍ଣ୍ଣ କରିପାରିବେ । ଅଫିସରେ ସହକର୍ମଙ୍କ ସହଯୋଗ ପାଇବେ ଓ ବରିଷ୍ଠ ଅଧିକାରୀ ମଧ୍ୟ ଆପଣଙ୍କ ପ୍ରାର୍ଥନାକୁ ସ୍ଵୀକାର କରିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବା । ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀକୃଷ୍ଣ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ଅଷ୍ଟମସ୍ଥ ରାହୁ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ସୃଷ୍ଟିକରି ଶାରୀରିକ ଓ ମାନସିକ ସ୍ଥିତିକୁ ଅସ୍ଥିର କରିପାରନ୍ତି । କଥାରେ କଥାରେ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଅପଣେଇ ନେଇ କାମ ହାସଲ କରିବାକୁ ଅଦ୍ୟମ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ସାମାନ୍ୟ ଜଟିଳ ରହିବ । କର୍ମକ୍ଷେତ୍ରରେ ଅଯଥାରେ କଳହ ଉପୁଜିପାରେ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଉଚ୍ଚାଧିକାରୀଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା, ଅବହେଳିତ କାମ, ଭଲ ସମ୍ପର୍କଥିବା ବ୍ୟକ୍ତିଙ୍କ ଭୁଲ୍‌ ବୁଝାମଣାକୁ ନେଇ ବିଚଳିତ ରହିବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ବ୍ୟବସାୟରେ ନୂଆ ଆହ୍ଵାନର ସାମନା କରିପାରନ୍ତି । ଅନ୍ୟମାନଙ୍କ ସହିତ କଥା କହିବା ବେଳେ ଶଦ୍ଦ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟବସାୟ ବାଣିଜ୍ୟରେ ବିଶେଷ କିଛି ଅସୁବିଧା ହେବ ନାହିଁ । ଚାକିରିଆ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଅନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଭୁଲ୍‌ ବୁଝାମଣା ହେତୁ ପାରିବାରିକ କ୍ଷେତ୍ରରେ ସାମାନ୍ୟ କଥାରେ ମନୋମାଳିନ୍ୟ ଘଟିପାରେ । ପଡ଼ୋଶୀ ମାନେ ସହଯୋଗର ହାତ ବଢ଼ାଇବେ ଓ କାମଟି ସୁବିଧାରେ ହୋଇଯିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ବଗଳାମୁଖୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ମନରେ ସକାରାତ୍ମକ ଭାବନାରେ ରହନ୍ତୁ । ବ୍ୟବସାୟ କିମ୍ବା ପରିବହନ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ । ବ୍ୟବସାୟରେ ପରିବାରର ସହଯୋଗ ମିଳିବ । ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । କଥା ପ୍ରସଙ୍ଗରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଯୋଜନାବିହୀନ କାମରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିପାରେ । ସଙ୍ଗୀତ, ଚଳଚ୍ଚିତ୍ର ଓ କ୍ରୀଡା, ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ । ପରୋକ୍ଷ ଶତ୍ରୁତା କରୁଥିବା କୌଣସି ବ୍ୟକ୍ତିମାନଙ୍କ ଦ୍ୱାରା ଆଜିର କର୍ମକ୍ଷେତ୍ର ସାମାନ୍ୟ ବିଶୃଙ୍ଖଳିତ ହୋଇପାରେ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ । ପ୍ରଶାସନିକ ସ୍ତରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆତ୍ମଚିନ୍ତନରେ ଅଧିକ ସମୟ ବିତିବ । ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉପୁଜିବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଫିସରୁ ହଠାତ୍‌ କୌଣସି ଖବର ପାଇ ନିଜେ ବିଚଳିତବୋଧ କରିବେ । ଆର୍ଥିକ ସ୍ଥିତି ମନ୍ଦ ରହିବା ନାହିଁ କିନ୍ତୁ ଆବଶ୍ୟକତା ପୂର୍ଣ୍ଣ ହେବା କାଠିକର ପାଠ ହେବ । ବାଣିଜ୍ୟ, ବ୍ୟବସାୟ, ସଭାସମିତି, ପ୍ରଭୃତିରୁ ସୁଫଳ ପାଇବେ । ବ୍ୟବସାୟ ମାମଲାରେ ଯାତ୍ରାର ଯିବା ପାଇଁ ଯୋଜନା କରିବେ । ପାରିବାରିକ ସ୍ତରରେ ବିଶୃଙ୍ଖଳା ଲାଗି ରହିବା କାରଣରୁ ମହିଳାମାନଙ୍କ ମନ ସ୍ଥିର ରହିବ ନାହିଁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ବାବା ଗୁପ୍ତେଶ୍ବର ।

Leave a Reply

Your email address will not be published. Required fields are marked *