04 ଡିସେମ୍ବର 2020, ଶୁକ୍ରବାର :- ଆଜି ମେଷ ଓ ସିଂହ ରାଶି ବ୍ୟତୀତ ଅନ୍ୟ ଦୁଇଟି ରାଶିର ବ୍ୟକ୍ତିଙ୍କୁ ଧନ ଲାଭର ଯୋଗ

04 ଡିସେମ୍ବର 2020, ଶୁକ୍ରବାର :- ଆଜି ମେଷ ଓ ସିଂହ ରାଶି ବ୍ୟତୀତ ଅନ୍ୟ ଦୁଇଟି ରାଶିର ବ୍ୟକ୍ତିଙ୍କୁ ଧନ ଲାଭର ଯୋଗ

04 ଡିସେମ୍ବର 2020, ଶୁକ୍ରବାର :- ଆଜି ମେଷ ଓ ସିଂହ ରାଶି ବ୍ୟତୀତ ଅନ୍ୟ ଦୁଇଟି ରାଶିର ବ୍ୟକ୍ତିଙ୍କୁ ଧନ ଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ସମସ୍ୟା ଦୂର ହେବ ।

ଆଜି ଆମେ ଆପଣଙ୍କୁ ୦୪ ଡିସେମ୍ବର ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ଦିନଟି ଭଲରେ କଟିବ । ଆଜିର ଗ୍ରହସ୍ଥିତି ପ୍ରତ୍ୟୁଷ ଯାତ୍ରା, ନୂତନ ବାଣିଜ୍ୟାରମ୍ଭ, ଆଲୋଚନା, ବନ୍ଧୁ ମିଳନ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବ । କର୍ମରେ ସିଦ୍ଧି ଲାଭ କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ତରବରିଆ ନ ହୋଇ ସ୍ଥିରଭାବରେ ପଦକ୍ଷେପ ନେଲେ ଉପକୃତ ହେବେ । ଅଫିସରେ ସହକର୍ମୀମାନେ କୌଣସି କାର୍ଯ୍ୟ ନେଇ ଆପଣଙ୍କୁ ବିରୋଧ କରିପାରନ୍ତି । ଯେଉଁ ବନ୍ଧୁମାନେ ପାଖ ମାଡୁ ନ ଥିଲେ ଆଜି ସେହିମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ । ଦୂରଯାତ୍ରାରେ କୌଣସି ବ୍ୟକ୍ତିଙ୍କ ସହ ଅପ୍ରିୟ ସତ କହି ବିରୋଧୀ ହେବେ । ଜୀବନସାଥୀଙ୍କ ସହ ବ୍ୟବହାର ବ୍ୟବହାର ପ୍ରେମ ଭରା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ ଯାହାଫଳରେ ମନ ଉଦାସ ରହିବ । ଷଷ୍ଠସ୍ଥ ଚନ୍ଦ୍ର ଯୋଗୁଁ ଖର୍ଚ୍ଚଭାରର ବୃଦ୍ଧି ପାଇବ, ପୁରାତନ ରୋଗପୀଡାର ପାଦୁର୍ଭାବ ବଢିପାରେ, ପୂର୍ବ ଶତ୍ରୁତା ଏହିସବୁ ବିଷୟକୁ ଚିନ୍ତା କରି ମନରେ ଦୁଶ୍ଚିନ୍ତା ଲାଗିରହିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ ସଙ୍ଗେ ସଙ୍ଗେ ଅଧିନସ୍ଥ କର୍ମଚାରୀଙ୍କ ବ୍ୟବାହରେ ମନ କ୍ଷୁବ୍ଧ ରହିବ । ଆଜି ଅଫିସ୍ କାର୍ଯ୍ୟରେ ବେଶି ବ୍ୟସ୍ତ ରହିବେ । କିନ୍ତୁ ଆନୁଷ୍ଠାନିକ କ୍ଷେତ୍ରରେ କାମ କରିବାର ସୁଯୋଗ ପାଇବା ସଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୁରାଇ ଅଯଥାରେ ସମାଲୋଚିତ ହୋଇପାରନ୍ତି । ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ସ୍ଥିତି ଭଲ ରହିବ । ଦାମ୍ପତ୍ୟ ଜୀବନରେ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ । ଅଷ୍ଟମସ୍ଥ ଚନ୍ଦ୍ର ମନରେ ଅସ୍ଥିରତା ସୃଷ୍ଟି କରିବ ଅବଶ୍ୟ ଆର୍ଥିକ ଦିଗରୁ କୌଣସି ଅସୁବିଧା ହେବ ନାହିଁ । କାର୍ଯ୍ୟରେ ସଫଳତା ଲାଭ କରିବେ । କିନ୍ତୁ କେତେକ କାର୍ଯ୍ୟ ହାସଲ କରିବା ନିମନ୍ତେ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ଅଫିସର ପରିବେଶ ସୁସ୍ଥ ଥିଲେ ମଧ୍ୟ ଅପରାହ୍ନରେ ହଠାତ୍‌ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମନାନ୍ତର ଦେଖାଦେଇପାରେ । ସଭାସମିତିରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିଲେ ଆପଣଙ୍କ ପାଇଁ ଦିନଟି ଭଲ ସାବ୍ୟସ୍ତ ହେବ । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ସାମାଜିକ ସଚେତନ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ । ଛୋଟିଆ ଛୋଟିଆ କଥାକୁ ଧରି ବସିଲେ ପାରିବାରିକ ବାତାବରଣ ଅସ୍ଵାସ୍ଥ୍ୟକର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କଉତୁକିଆ କଥା କହି ଲୋକଙ୍କ ମନ ଜିଣିପାରିବେ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ କରିବେ ଓ ବନ୍ଧୁ ପରାମର୍ଶ ଅନୁଯାୟୀ କାର୍ଯ୍ୟ କଲେ ଉପକୃତ ମଧ୍ୟ ପାଇବେ । କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ପରସ୍ପରକୁ ସାହାଯ୍ୟ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଧାର୍ମିକ ସେବା କାର୍ଯ୍ୟ କିମ୍ବା ପୂଜାବିଦ୍ଧିରେ ନିମଗ୍ନ ହୋଇପାରନ୍ତି । ଆପଣଙ୍କ ଦ୍ଵାରା ଉପକୃତ ହୋଇଥିବା ସେହି ନିକଟ ସମ୍ପର୍କୀୟ ବ୍ୟକ୍ତିମାନଙ୍କ ବେଖାତି ଗୁଣ ଯୋଗୁଁ, ମନରେ କ୍ରୋଧ ଉତ୍ପନ୍ନ ହେବ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦୃଢ ମନୋବଳ ଯୋଗୁଁ କାର୍ଯ୍ୟସିଦ୍ଧି ଘଟିବ । କୌଶଳର ସହ ସ୍ଥଗିତ କାମଗୁଡିକୁ ସମ୍ପାଦନ କରିପାରିବେ । କର୍ମକ୍ଷେତ୍ରରେ ପରିସ୍ଥିତି କ୍ରମଶଃ ସୁଧାର ଆସିବ । ଆଜି ବ୍ୟବସାୟ, ବାଣିଜ୍ୟରେ କିମ୍ବା ଶେୟାର ବଜାରରେ ଅର୍ଥ ବିନିଯୋଗ କରିଲେ ଲାଭଦାୟକ ସାବ୍ୟସ୍ତ ହୋଇପାରିବେ । ଅଫିସ ହେଉ ଅବା ବୃତ୍ତି କାର୍ଯ୍ୟରେ ନିଜ କାମକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବାରେ ସମର୍ଥ ହେବେ । ଆୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ । ସମାଜରେ କିଛି ସମ୍ମାନନୀୟ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ ସାମାଜିକ କାର୍ଯ୍ୟକଳାପରେ ଯୋଗ ଦେବେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତିର ପରିବେଶ ଥିଲେ ମଧ୍ୟ ଆଜି ନିଜ ସହଧର୍ମୀଙ୍କ ମନୋଭାବକୁ ବୁଝିବା ସାମାନ୍ୟ କଷ୍ଟକର ହୋଇପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିରଜା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସୁଖ ସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରରେ କୌଣସି ବନ୍ଧୁ ବା ସହକର୍ମୀଙ୍କ ଦ୍ଵାରା ଲକ୍ଷ୍ୟ ହାସଲ କରିପାରିବେ । ତଥାପି କର୍ମକ୍ଷେତ୍ରରେ ଆଳସ୍ୟ କାରଣରୁ କେତେକ ସୁଯୋଗ ହାତଛଡା ହୋଇପାରେ । ସହକର୍ମୀଙ୍କ ସୌହାଦ୍ଦ୍ୟରେ କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବରେ ଅସୁବିଧା ହେବ ନାହିଁ । ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ପଡୋଶୀମାନେ ନିଜ କାର୍ଯ୍ୟ ହାସଲ କରିବା ପାଇଁ ଆପଣଙ୍କ ସହ ଭଲ ସମ୍ପର୍କ ରଖିବେ । ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟା ବୃଦ୍ଧି କରିପାରେ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ଯେଉଁଭଳି ଚିନ୍ତା କରୁଛନ୍ତି, ଠିକ୍ ସେହି ପରି ହିଁ ହେବ ଏବଂ ଆପଣଙ୍କର କୌଣସି କାମ ଅଟକିବ ନାହିଁ । କିନ୍ତୁ ସମ୍ପର୍କୀୟଙ୍କ ଶତ୍ରୁତା ଯୋଗୁଁ ସାମୟିକ ମନ ବିଚଳିତବୋଧ ରହିବ । ଆର୍ଥିକ ସ୍ଥିତି ବେଶ୍ ମଜଭୁତ୍ ରହିବ ଏବଂ କୌଣସି ଯୁବକଙ୍କ ଠାରୁ ଯଥେଷ୍ଟ ସହାୟତା ପାଇବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ । ସଭାସମିତି, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଇତ୍ୟାଦିରେ ନିଜକୁ ସାମିଲ କରିପାରନ୍ତି । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ । ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପରିବାରରେ ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ସଦ୍‌ଭାବ ଅକ୍ଷୁଣ୍ଣ ରହିବ ଏବଂ ପରିବାର ସଦସ୍ୟମାନେ ଆପଣଙ୍କ କାର୍ଯ୍ୟକୁ ସମର୍ଥନ କରିବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ପାଇବେ । ନିକଟ ସମ୍ପର୍କୀୟମାନେ ବିଶ୍ଵାସଘାତ କରିପାରନ୍ତି, ତେଣୁ ଅନ୍ଧ ଭାବରେ କାହାରୀକୁ ବିଶ୍ଵାସ କରନ୍ତୁ ନାହିଁ । ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ନିଜର ଉପସ୍ଥିତ ବୁଦ୍ଧିକୁ ପାଥେୟ କରି କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହୋଇପାରିବେ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟର ଚାପ ଅଧିକ ରହିବ । ପ୍ରଶାସନ ଓ ରାଜନୀତିି କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ସମାଜରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ ଓ ସମ୍ମାନରେ ଉଣା ହେବ ନାହିଁ । କୌଣସି ଏକ ସାଧାରଣ କଥାକୁ କେନ୍ଦ୍ର କରି ପ୍ରିୟ ବନ୍ଧୁଟି ମୁହଁ ଫେରାଇ ନେଇପାରନ୍ତି । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଦେଖାଯିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆପଣଙ୍କ ଦୃଢ଼ ମନୋବଳ ଯୋଗୁଁ କର୍ମକ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ପ୍ରତିଷ୍ଠିତ ହେବେ । ବଣିକ୍ୟ, ବ୍ୟବସାୟ, ଶିଳ୍ପ, ପରିବହନ ଆଦିରେ କୌଣସି ଅସୁବିଧା ହେବ ନାହିଁ । ଅଫିସରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ଅଭିଜ୍ଞ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଶଂସିତ ହେବେ । ବନ୍ଧୁମାନଙ୍କ ଆହ୍ଵାନ କ୍ରମେ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେଇପାରନ୍ତି । ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ଅଭିଳାଷ ପୂରଣ ହେବା ସଙ୍ଗ ସଙ୍ଗେ ବନ୍ଧୁମିଳନରୁ ଆନନ୍ଦ ଲାଭ କରିବେ । ପରିବାରରେ କୌଣସି ଅଭାବ ଅସୁବିଧା ନଥିଲେ ମଧ୍ୟ ପିଲାଙ୍କ ପାଠ ପଢାପଢିକୁ କେନ୍ଦ୍ର କରି ମନରେ ଚିନ୍ତା ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମିମାନଙ୍କ ସାହାର୍ଯ୍ୟ ଦ୍ଵାରା କିଛି ମାତ୍ରାରେ ଉପକୃତ ହୋଇପାରିବେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଆଶାନୁଯାୟୀ ଲାଭ ହେବ ନାହିଁ । ଆର୍ଥିକ ଅଭାବର ପରିଲକ୍ଷିତ ହେଲେ ମଧ୍ୟ ବନ୍ଧୁ ଓ ସହକର୍ମୀଙ୍କ ଦ୍ଵାରା ଆର୍ଥିକ ଅନଟନକୁ ଏଡାଇପାରିବେ । ଅଫିସ୍ କାର୍ଯ୍ୟାଳୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି । ସଭାସମିତି ଓ ଅଫିସରେ ଆୟୋଜିତ ବୈଠକରେ ବିବାଦୀୟ ମନ୍ତବ୍ୟ ଦେଇ ସମସ୍ୟାର ଘେରରେ ଛନ୍ଦି ହୋଇପାରନ୍ତି । ବାକ୍‌ ଅସଂଯମତା ଯୋଗୁଁ ଚରିତ୍ରରେ ଦାଗ ଲାଗିପରେ । ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ । ପରିବାରରେ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନିମନ୍ତେ ଚିନ୍ତିତ ରହିବେ । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆର୍ଥିକ ଦୂରବସ୍ଥା ଦୂରେଇ ଯିବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ନମ୍ର ସ୍ୱଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ବ୍ୟବସାୟ, ବାଣିଜ୍ୟରେ ଉନ୍ନତି କରିବେ । ସରକାରୀ କିମ୍ବା ବେସରକାରୀ ସ୍ତରରୁ ଆର୍ଥିକ ସହାୟତା ପାଇବାର ଯୋଗ ରହିଛି । ସଭାସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ନିଜ ଆତ୍ମୀୟ ଲୋକମାନଙ୍କ ବିରୁଦ୍ଧାଚରଣ ହେତୁ କାମଗୁଡ଼ିକ ମନ୍ଥର ଗତିରେ ସମ୍ପାଦନ ହେବ । ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଅନ୍ୟର ବିବାଦୀୟ ଘଟଣା କିମ୍ବା ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିଜେ କଷ୍ଟ ସ୍ବୀକାର କଲେ ମଧ୍ୟ ମିଠା କଥା କହି ସମସ୍ୟାକୁ ସୁଧାରି ନେବେ । କୌଣସି ଅପରିଚିତ ବ୍ୟକ୍ତିଙ୍କ ଦ୍ଵାରା ପ୍ରଭାବିତ ହୋଇ ପୁଞ୍ଜି ନିବେଶ କରିଲେ, କ୍ଷତି ପଡ଼ିପାରନ୍ତି । ଅଧିକାଂଶ ସମୟରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ କଳହ ଲାଗିବାର ସୂଚନା ରହିଛି । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ କିନ୍ତୁ ଆଶାତୀତ ଫଳ ଶୀଘ୍ର ମିଳିବ ନାହିଁ । ସରକାରୀ କର୍ମଚାରୀମାନେ ଯେତେ ଭଲ କାମ କରିଲେ ମଧ୍ୟ ପ୍ରଶଂସା ବଦଳରେ ଅପମାନ ଶୁଣିବାକୁ ପଡିବ । ଆର୍ଥିକ ଅବସ୍ଥା ଶୋଚନୀୟ ରହିବ । ପୂର୍ବ ବିବାଦକୁ କେନ୍ଦ୍ରକରି ଶତ୍ରୁ କେହି ଅସୁବିଧାରେ ପକାଇପାରନ୍ତି, ଏଣୁ ସତର୍କ ରହିବା ଭଲ । ଏକାନ୍ତରେ ସମୟ କଟାଇବାକ ଇଚ୍ଛା କରିବେ । ପରିବାରରେ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *