୩୫ ତମ ମହଲାରେ ୩୪ କୋଟି ଟଙ୍କାର ଘରେ ରହନ୍ତି ବିରାଟ-ଅନୁଷ୍କା ! ଦେଖନ୍ତୁ ବିଳାସପୂର୍ଣ୍ଣ ଘରର ଫୋଟ…

୩୫ ତମ ମହଲାରେ ୩୪ କୋଟି ଟଙ୍କାର ଘରେ ରହନ୍ତି ବିରାଟ-ଅନୁଷ୍କା ! ଦେଖନ୍ତୁ ବିଳାସପୂର୍ଣ୍ଣ ଘରର ଫୋଟ…

‘ଭାରତୀୟ କ୍ରିକେଟ୍ ଟିମ୍’ର କ୍ୟାପଟେନ୍ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସମଗ୍ର ଦୁନିଆର ଲୋକ ଜାଣିଛନ୍ତି । ବିରାଟ ଏବଂ ଅନୁଷ୍କା ଉଭୟ ନିଜ କାମ ଦ୍ୱାରା ଖାସ୍ ପରିଚୟ ସୃଷ୍ଟି କରିଛନ୍ତି । ଜଣେ କ୍ରିକେଟ୍ ଦୁନିଆରେ ପ୍ରସିଦ୍ଧ ତ ଅନ୍ୟ ଜଣେ ସିନେମା ଦୁନିଆରେ । ଦୁହେଁ ଖୁବ୍ ପ୍ରତିଷ୍ଠା ସହିତ ଅଧିକ ସମ୍ପତ୍ତି ମଧ୍ୟ କମାଇଛନ୍ତି ।

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ସାକ୍ଷାତ ଏକ ବିଜ୍ଞାପନର ଶୁଟିଂ ଜରିଆରେ ହୋଇଥିଲା । ଏହା ପରଠାରୁ ଦୁହିଁଙ୍କର ଦେଖା କଥାବାର୍ତ୍ତା ବଢ଼ିବାରେ ଲାଗିଲା । ଦୁହେଁ ପରସ୍ପରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଡେଟ୍ କରିଥିଲେ । ୨୦୧୭ ମସିହାରେ ଦୁହେଁ ଇଟାଲୀରେ ବିବାହ କରିଥିଲେ । ଦୁହେଁ ଏକ ଝିଅ ‘ୱାମିକା’ଙ୍କ ମାତା ପିତା ଅଟନ୍ତି । ଜାନୁଆରୀ ୨୦୨୧ରେ ଅନୁଷ୍କା ଏକ ଝିଅକୁ ଜନ୍ମ ଦେଇଛନ୍ତି ।

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଆଜି ଭାରତର ସବୁଠାରୁ ଅଧିକ ଲୋକପ୍ରିୟ ସେଲିବ୍ରେଟି କପଲ୍ ମଧ୍ୟରୁ ଅନ୍ୟତମ । ଦୁହେଁ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ରୋଜଗାର କରିବା ମାମଲାରେ ବଲିଉଡରେ ସବୁଠାରୁ ଅଧିକ ରୋଜଗାର କରୁଥିବା କପଲ୍ ମାନଙ୍କ ମଧ୍ୟରୁ ଗୋଟିଏ ଅଟନ୍ତି । ୨୦୧୯ରେ ବିରାଟ କୋହଲିଙ୍କ ରୋଜଗାର ୨୫୨ କୋଟି ଟଙ୍କା ଠାରୁ ଅଧିକ ଥିଲା । ତେଣୁ ଚାଲନ୍ତୁ ଆଜି ବିରାଟ ଏବଂ ଅନୁଷ୍କାଙ୍କ ଲାକଜରି ଜୀବନ ବିଷୟରେ ଅଧିକ ଜାଣିନେବା ।

କହିରଖୁଛୁ ଯେ ପୂର୍ବରୁ ବିରାଟ କୋହଲି ଦିଲ୍ଲୀରେ ରହୁଥିଲେ । କିନ୍ତୁ ବିବାହ ପରେ ସେ ମୁମ୍ବାଇକୁ ଶିଫ୍ଟ ହୋଇ ଯାଇଛନ୍ତି । ବିରାଟ ଏବଂ ଅନୁଷ୍କାଙ୍କର ମୁମ୍ବାଇରେ ଏକ ସୁନ୍ଦର ଘର ରହିଛି । ଯେଉଁଠି ସେମାନେ ଗୂଡ଼ଗାଁଓରେ ମଧ୍ୟ ଏକ ବଡ଼ ଘରର ମାଲିକ ଅଟନ୍ତି ।

ମୁମ୍ବାଇରେ ଥିବା ଘର ବିଷୟରେ କହିଲେ ବିରାଟ ଏବଂ ଅନୁଷ୍କା ‘ଓମକାର୍ ୧୯୭୩’ ନାମକ ଅପାର୍ଟମେଣ୍ଟରେ ରହନ୍ତି । କପଲଙ୍କ ଘର ୩୫ ତମ ମହଲାରେ ରହିଛି । ଯାହାର ମୂଲ୍ୟ ୩୪ କୋଟି ଟଙ୍କା ଅଟେ । ଘରକୁ ଦୁହେଁ ଖୁବ୍ ସୁନ୍ଦର ଭାବରେ ସଜାଇଛନ୍ତି ମଧ୍ୟ ।

ବାଲକନିରୁ ସମୁଦ୍ରର ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ଏକ 4BHK ଫ୍ଲାଟରେ ରହିଛି । ଆଖପାଖରେ ଅନେକ ଉଚ୍ଚ କୋଠାଘର ମଧ୍ୟ ନଜର ଆସୁଛି ।

ବିରାଟ ଏବଂ ଅନୁଷ୍କାଙ୍କର ୩୪ କୋଟି ଟଙ୍କାର ମୂଲ୍ୟର ଘର ‘୭୧୭୧ ବର୍ଗ ଫିଟ୍’ରେ ତିଆରି ହୋଇଛି ।

ବିରାଟ ଏବଂ ଅନୁଷ୍କା କେତେକ ପାଳିତ କୁକୁର ମଧ୍ୟ ରଖିଛନ୍ତି । ଆପଣ ଦେଖି ପାରୁଥିବେ ଯେ ନିଜର ଏକ କୁକୁର ସହିତ ଅନୁଷ୍କା ଚଟାଣରେ ଶୋଇଛନ୍ତି । ପୁଣି ଅନ୍ୟ ଏକ କୁକୁର ଶୋଫାରେ ଆରାମ କରୁଛି ।

ଅନ୍ୟ ପକ୍ଷରେ ବିରାଟ ମଧ୍ୟ ନିଜର ପାଳିତ କୁକୁର ସହିତ ଖେଳୁଥିବାର ନଜର ଆସିଛନ୍ତି ।

ବିରାଟ ଏବଂ ଅନୁଷ୍କାଙ୍କ ଘରେ ଏକ ଛୋଟ ଗାର୍ଡେନ୍ ମଧ୍ୟ ରହିଛି । ନିଜ ଗାର୍ଡେନରେ ମଧ୍ୟ ଅନୁଷ୍କା ଶର୍ମା ଅନେକ ସମୟ ବିତାନ୍ତି ।

ବାଲକନି ପାଖରେ ଏକ ସୋଫା ରହିଛି । ଯେଉଁଠି ବିରାଟ ଏବଂ ଅନୁଷ୍କା ନିଜର ଅନେକ ସମୟ ବିତାଇଥାନ୍ତି ।

ସୂଚନା ଅନୁଯାୟୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କର ମୁମ୍ବାଇ ସ୍ଥିତ ଘରେ ଏକ ପ୍ରାଇଭେଟ୍ ଛାତ ମଧ୍ୟ ରହିଛି । ସେମାନଙ୍କୁ ଘରର ଛାତରେ ମଧ୍ୟ ସମୟ ବିତାଇବାର ଦେଖାଯାଇଛି ।

ପୁଣି କପଲଙ୍କର ଗୂଡ଼ଗାଁ ସ୍ଥିତ ଘର ବିଷୟରେ କହିଲେ ୫୦୦ ବର୍ଗ ଗଜରେ ପ୍ରସାରିତ ହୋଇଥିବା ଏହି ଘରର ମୂଲ୍ୟ ୮୦ କୋଟି ଟଙ୍କା ଅଟେ । ବିବାହ ପରେ ବିରାଟ ଏହି ଘରକୁ କିଣିଥିଲେ ।

ବିରାଟ ଦାମି ଏବଂ ସୁନ୍ଦର କାର୍ ରେ ମଧ୍ୟ ରୁଚି ରଖନ୍ତି । ତାଙ୍କର କାର୍ କଲେକ୍ସନ୍ ମଧ୍ୟ ଖୁବ୍ ସୁନ୍ଦର ଅଟେ । ତାଙ୍କର କାର୍ କଲେକ୍ସନରେ ରୋୱର୍ ସାମିଲ୍ ରହିଛି, ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ଅଟେ । ଖାସ୍ କଥା ଏହିକି ଯେ ବିରାଟ ନିଜେ ରେଞ୍ଜ ରୋବରର ବ୍ରାଣ୍ଡ ଅମ୍ବାସେଡର୍ ଅଟନ୍ତି ।

ପୁଣି ୮୩ ଲକ୍ଷ ଟଙ୍କାର ଓଡ଼ି Q7, ଏକ କୋଟି ଟଙ୍କାର S6ର ମାଲିକ ମଧ୍ୟ ଅଟନ୍ତି । କେବଳ ସେତିକି ନୁହେଁ ବିରାଟଙ୍କ ପାଖରେ BMW X6 ଯାହାର ମୂଲ୍ୟ ୧.୨ କୋଟି ଟଙ୍କା, ଓଡ଼ି A8Quattro ଯାହାର ମୂଲ୍ୟ ୨ କୋଟି ଏବଂ ଓଡ଼ି R8 V10 LMX ମଧ୍ୟ ରହିଛି ଯାହାର ମୂଲ୍ୟ ୩ କୋଟି ଟଙ୍କା ଅଟେ ।

କହିରଖୁଛୁ ଯେ ବିରାଟ ଏବଂ ଅନୁଷ୍କା ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ହିଟ୍ ଅଟନ୍ତି । ଇନଷ୍ଟାଗ୍ରାମରେ ବିରାଟ କୋହଲି ଦୁନିଆର ଏକମାତ୍ର ଏପରି କ୍ରିକେଟର ଅଟନ୍ତି ଯାହାଙ୍କର ୧୦ କୋଟିରୁ ଅଧିକ ଫୋଲର୍ସ ଅଛନ୍ତି । ପୁଣି ଅନୁଷ୍କା ଶର୍ମାଙ୍କ ଇନଷ୍ଟାଗ୍ରାମରେ ପାଖାପାଖି ୪ କୋଟି ୯୦ ଲକ୍ଷ ଲୋକ ଫୋଲ କରନ୍ତି ।

Leave a Reply

Your email address will not be published. Required fields are marked *